Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଶ୍ୱଶୁରର କଟୁରୀ ମାଡରେ ବୋହୁ ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ପାରିବାରିକ କଳହ ହେଲା କାଳ। ସାମାନ୍ୟ ଯୁକ୍ତିତର୍କରୁ ବୋହୁକୁ ହାଣିଲା ଶ୍ୱଶୁର।
ଶ୍ୱଶୁରର କଟୁରୀ ମାଡରେ ବୋହୁ ଗୁରୁତର। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଝରିଆ ଗ୍ରାମର ଆରତ ସୁବୁଦ୍ଧି ନିଜ ବୋହୁଙ୍କୁ ହାଣି ଦେଇଥିବା ନେଇ ହୋଇଛି ଅଭିଯୋଗ। ଶ୍ୱଶୁର ଏକ କଟୁରୀରେ ବୋହୁଙ୍କୁ ହାଣିଥିବା ଅଭିଯୋଗ ହୋଇଛି। ଘରେ ପୁଅ ନଥିବା ସମୟରେ କିଛି ପାରିବାରିକ ସମସ୍ୟାକୁ ନେଇ ବୋହୁ ମୀନତି ଓ ଶ୍ୱଶୁର ଆରତଙ୍କ ମଧ୍ୟ୍ୟରେ ହୋଇଥିଲା କଥା କଟା କଟି। ଏଥିରେ ଉଗ୍ର ହୋଇ ବୋହୁଙ୍କୁ ଶ୍ୱଶୁର ଆରତ ସୁବୁଦ୍ଧି କଟୁରୀରେ ଆକ୍ରମଣ କରିଥିଲେ।

ଫଳରେ ବୋହୁ ମୀନତି ସୁବୁଦ୍ଧି (୩୫) ଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଛି।