Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦେଶଦ୍ରୋହ ମାମଲା: ଖାରଜ ହେଲା ଶର୍ଜିଲ ଇମାମଙ୍କ ଜାମିନ ଆବେଦନ

ନୂଆଦିଲ୍ଲୀ: ଦେଶଦ୍ରୋହ ମାମଲାରେ ଦିଲ୍ଲୀର କଡକଡଡୁମା କୋର୍ଟ ଦିଲ୍ଲୀ ହିଂସା ଅଭିଯୋଗରେ ଶର୍ଜିଲ ଇମାମଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପୂର୍ବରୁ ଦେଶଦ୍ରୋହ ମାମଲାରେ ଶର୍ଜିଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ସମ୍ପର୍କରେ କୋର୍ଟ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଶର୍ଜିଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ସମ୍ପର୍କରେ କୋର୍ଟ ମେ ୩୦ ତାରିଖରେ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଥିଲେ। ମେ ୨୭ ତାରିଖରେ ଶର୍ଜିଲ ଦେଶଦ୍ରୋହ ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ନିମ୍ନ କୋର୍ଟକୁ ଯାଇଥିଲେ। ଜାମିନ ପାଇଁ ନିମ୍ନ ଅଦାଲତ ନିକଟକୁ ଯିବାକୁ ଦିଲ୍ଲୀ ହାଇକୋର୍ଟ କହିଥିଲେ।

ପ୍ରକୃତରେ, ବୁଧବାର ଦିନ ନିଜେ ଶର୍ଜିଲ ଇମାମଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ସମ୍ପର୍କରେ ଶୁଣାଣି ଦିଲ୍ଲୀର କଡକଡଡୁମା କୋର୍ଟରେ ହେବାର ଥିଲା। କିନ୍ତୁ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ସ୍ଥଗିତ ରଖିଛନ୍ତି। ଏହା ପରେ କୋର୍ଟ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଜୁଲାଇ ୨୩ ତାରିଖରେ ଘୋଷଣା କରାଯିବ। ଏହା ପରେ ଆଜିର ଶୁଣାଣିରେ ଶର୍ଜିଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦେଶଦ୍ରୋହ ମାମଲାରେ ଆଶ୍ଵସ୍ତି ପାଇଁ ଶର୍ଜିଲ ଇମାମ କୋର୍ଟଙ୍କ ନିକଟକୁ ଯାଇଥିଲେ।