Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକରେ ସେଲିବ୍ରେଟିଙ୍କ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଅଭିନେତ୍ରୀମାନେ ପରସ୍ପରକୁ ଦେବେ କଡ଼ା ଟକ୍କର

ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ଆଗାମୀ ଜାନୁଆରୀ ୭ ରୁ ଆରମ୍ଭ ହେବାକୁ ଯାଉଛି ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଜୀ-ସାର୍ଥକ ସଂସାର ଡ୍ୟାନ୍ସ ଲିଗ୍’। ଜୀ-ସାର୍ଥକରେ ପ୍ରସାରିତ ହେଉଥିବା ମେଗା ଧାରାବାହିକଗୁଡ଼ିକର ଅଭିନେତ୍ରୀମାନେ ଏଥିରେ ପ୍ରତିଯୋଗୀ ଭାବରେ ଭାଗ ନେବେ।

ସୁଜିତ ଓ ଚାନ୍ଦିନୀଙ୍କ ଦମଦାର ସଂଯୋଜନାରେ ଆରମ୍ଭ ହେବାକୁ ଯାଉଥିବା ଏହି ଡ୍ୟାନ୍ସ ଲିଗରେ ଅଭିନେତା ଦେବାଶିଷ ପାତ୍ର, ଅଭିନେତ୍ରୀ ଲିପି ମହାପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରୀର ଆସନ ଅଳଙ୍କୃତ କରିବେ ଏବଂ ବାଛିବେ କେଉଁ ଦଳ ହେବ ବିଜେତା। ଏହି ଡ୍ୟାନ୍ସ ଲିଗରେ ପ୍ରତିଯୋଗୀ ଭାବରେ ଭାଗ ନେବେ ନିକିତା,ଅଙ୍କିତା,ଜସ୍ମିନ, ଦୀପିକା, ଅନନ୍ୟା, ଏଲି,ଅର୍ପିତା ଓ ଛନ୍ଦିତା। ଅଭିନେତ୍ରୀମାନଙ୍କୁ ନେଇ ଦୁଇଟି ଦଳରେ ହେବାକୁ ଥିବା ଡ୍ଯାନ୍ସ ଧମାକାର ଟକ୍କର ସହ ଏହି ଶୋ, ଆପଣଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ। ଅଭିନେତ୍ରୀ ଭାବରେ ପରଦା ଉପରେ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିଣି ସାରିଥିବା ଏହି ଚୁଲବୁଲି ନାୟିକାମାନେ ନୃତ୍ୟ ପ୍ରଦର୍ଶନରେ କେତେ କମାଲ ଦେଖାଇ ପାରିବେ ତା’ ଉପରେ ସମସ୍ତଙ୍କର ନଜର ରହିବ। ପ୍ରଥମଥର ପାଇଁ ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରିରେ ଏପରି ଏକ ଡ୍ୟାନ୍ସ ରିୟଲିଟି ଶୋ ହେବାକୁ ଯାଉଛି। ଯଦିଓ ପୂର୍ବରୁ ଅନେକ କିଛି କାର୍ଯ୍ୟକ୍ରମରେ ଅଭିନେତ୍ରୀମାନେ ନୃତ୍ୟ ପରିବେଷଣ କରି ସେମାନଙ୍କର ଟ୍ୟାଲେଣ୍ଟ ଦେଖାଇ ସାରିଛନ୍ତି । କିନ୍ତୁ ଏହି ଶୋରେ ସେମାନେ ପରସ୍ପରକୁ ଏକ ପ୍ରତିଯୋଗୀ ଭାବରେ ଟକ୍କର ଦେଇ ସାମନା କରିବେ। ନିଜ ଭିତରେ ପ୍ରତିଯୋଗୀ ମନୋଭାବ ନେଇ କେହି ନୃତ୍ୟ ପ୍ରଦର୍ଶନରେ ମଧ୍ଯ କାହାଠାରୁ କମ ନୁହଁନ୍ତି ତାହା ସେମାନେ ପ୍ରତିପାଦିତ କରିବା ପାଇଁ ଏହି ରିଅଲିଟି ଶୋରେ ଚେଷ୍ଟା କରିବେ ଜ଼ୀ ସାର୍ଥକ ଚାନେଲର ମୁଖ୍ୟ ପ୍ରତୀକ ସିଲ କହିଛନ୍ତି।

ଏହି ମେଗା ଡ୍ୟାନ୍ସିଂ ରିଅଲିଟି ଶୋ ଆଗାମୀ ଜାନୁଆରୀ ୭ ରୁ ପ୍ରତି ଶନିବାର ଓ ରବିବାର ରାତି ୯:୩୦ ରୁ ୧୦:୩୦ ମଧ୍ଯରେ ପ୍ରସାରିତ ହେବ ବୋଲି ଜୀ-ସାର୍ଥକ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଗୋଆ ବିଧାନସଭା ନିର୍ବାଚନ: ବିଜେପି-କଂଗ୍ରେସ ମଧ୍ୟରେ କଡା ଟକ୍କର

ନୂଆଦିଲ୍ଲୀ: ଆଜି ଗୋଆ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ୪୦ ଆସନ ବିଶିଷ୍ଟ ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ  ଟ୍ରେଣ୍ଡରେ ବିଜେପି ଆଗୁଆ ଥିବା ବେଳେ କଂଗ୍ରେସ ଦ୍ଵିତୀୟ ସ୍ଥାନରେ ଅଛି।

ଗୋଆ ମୋଟ ଆସନ ୪୦/୪୦ (ଗଣତି):

ବିଜେପି- ୧୯

କଂଗ୍ରେସ- ୧୪

ଟିଏମସି- ୦୪

ଆପ- ୦୧

ଅନ୍ୟ- ୦୨

Categories
ଆଞ୍ଚଳିକ

ପୌର ନିର୍ବାଚନ: ଚିଲିକାରେ ସରିଲା ନାମାଙ୍କନ ପତ୍ର ଦାଖଲ, ବିଜେଡି-ବିଜେପି ମଧ୍ୟରେ ହେବ କଡ଼ା ଟକ୍କର

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟରେ ପୌର ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ପାଇଁ ଆଜି ଶେଷ ଦିବସ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଏନଏସି ରେ ଶାସକ ବିଜେଡି, ବିରୋଧୀ ବିଜେପି, କଂଗ୍ରେସ, କମ୍ୟୁନିଷ୍ଟ ସମେତ ଏକାଧିକ ସ୍ୱାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଶେଷ କରି ବିଜେପି ଓ ବିଜେଡି ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ପୂର୍ବାନୁମାନ ହୋଇସାରିଥିବା ବେଳେ ଆଜି ଉଭୟ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ଢୋଲ, ବାଜା ସହିତ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା।

ବାଲୁଗାଁରେ ଆଜି ବିଜେଡିର ସମସ୍ତ ପ୍ରାର୍ଥୀମାନେ ଦଳୀୟ କାର୍ଯ୍ୟାଳୟରୁ ପଦଯାତ୍ରା କରି ଏନଏସି କାର୍ଯ୍ୟାଳୟ ଯାଇଥିବାବେଳେ ବାଣପୁରରେ ଉଭୟ ବିଜେପି ଓ ବିଜେଡି ମା’ ଭଗବତୀ ମନ୍ଦିର ସମ୍ମୁଖରୁ ପଦଯାତ୍ରା କରି ଏନଏସି କାର୍ଯ୍ୟାଳୟ ପହଞ୍ଚିଥିଲେ। ତେବେ ବାଣପୁର ଏନଏସି ରେ ଅଧ୍ୟକ୍ଷ ପଦବୀ ପାଇଁ ସମୁଦାୟ ୭ ଜଣ ଆଶାୟୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡିରୁ ମିଟୁ ନାୟକ, ବିଜେପିରୁ ନନ୍ଦ କିଶୋର ମିଶ୍ର, କଂଗ୍ରସରୁ ବିଜୟ ରଥ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ମୁକେଶ କୁମାର ଜେନା, ଲକ୍ଷ୍ମୀଧର ମହାପାତ୍ର, ଅନିଲ ମହାପାତ୍ର ଓ ଶିଶିର ମିଶ୍ର ଆଦି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଭାବେ ୧୫ ୱାର୍ଡ ବିଶିଷ୍ଟ କାଉନସିଲର ପଦବୀ ପାଇଁ ବାଣପୁର ଏନଏସି ରେ ସମୁଦାୟ ୩୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି। ଯେଉଁଥିରୁ ୧୨ ନମ୍ବର ୱାର୍ଡରେ କେବଳ ବିଜେଡି ପ୍ରାର୍ଥୀ ଅଶାଲତା ଯାନୀ ପ୍ରାର୍ଥୀପତ୍ର ଦାଖଲ କରିଥିବାର ଜଣାପଡିଛି।

ଅନୁରୂପ ଭାବେ ବାଲୁଗାଁ ଏନଏସିରେ ଅଧ୍ୟକ୍ଷା ପଦବୀ ପାଇଁ ସମୁଦାୟ ୮ ଜଣ ଆଶାୟୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡିରୁ ସୁକାନ୍ତି ପାଇକରାୟ, ବିଜେପିରୁ ସ୍ୱପ୍ନା ବଡ଼ଜେନା, କଂଗ୍ରେସରୁ କମଳୀ ପ୍ରଧାନ, କମ୍ୟୁନିଷ୍ଟରୁ ରେଣୁ ବେହେରା ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ଶ୍ରଦ୍ଧାଞ୍ଜଳି ପାଇକରାୟ, ମମତାରାଣୀ ବଡ଼ଜେନା, ଲକ୍ଷ୍ମୀପ୍ରିୟା ଗୁମାନସିଂହ ଓ ରମାମଣି ବେହେରା ଆଦି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ତେବେ ୧୧ ୱାର୍ଡ ବିଶିଷ୍ଟ ବାଲୁଗାଁ ଏନଏସି ରେ କାଉନସିଲର ପଦବୀ ପାଇଁ ସମୁଦାୟ ୨୮ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି। ଯେଉଁଥିରୁ ୮ ନମ୍ବର ୱାର୍ଡରେ କେବଳ ବିଜେପି ପ୍ରାର୍ଥୀ ମୀରାରାମ ନାଗବଂଶୀ ମୁଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିଥିବାର ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାଲେଶ୍ଵରରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଶତ୍ରୁଙ୍କୁ ଦେବ କଡା ଟକ୍କର

ଭୁବନେଶ୍ବର: ଭାରତ ଏକ ସ୍ୱଳ୍ପ ଦୂରଗାମୀ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର (VL-SRSAM) କୁ ସଫଳତାର ସହ ପରୀକ୍ଷଣ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଏହି ପରୀକ୍ଷା ଓଡିଶା ଉପକୂଳରେ କରାଯାଇଛି।

ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀ କେବଳ ୧୫ କିଲୋମିଟର ଦୂରତାରେ ଲକ୍ଷ୍ୟକୁ ଛୁଇଁପାରେ। ନୌସେନା ଯୁଦ୍ଧ ଜାହାଜ ପାଇଁ DRDO ଦ୍ୱାରା ଏହା ପ୍ରସ୍ତୁତ ହେଉଛି। ନୌସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ପରୀକ୍ଷା କରାଯାଇଥିଲା। ନୌସେନାର ଯୁଦ୍ଧ ଜାହାଜ ପାଇଁ ବାୟୁରୁ ଆସୁଥିବା ବିପଦକୁ ଆକାଶରେ ଏହି କ୍ଷେପଣାସ୍ତ୍ର ନଷ୍ଟ କରିଦେବ। ଏହି କ୍ଷେପଣାସ୍ତ୍ର ପୁରୁଣା ବରାକ -୧ ଭୁପୃଷ୍ଠରୁ ଆକାଶ ମିସାଇଲର ସ୍ଥାନ ନେବ। ଏବଂ ଆକାଶରୁ ସମ୍ଭାବ୍ୟ ବିପଦରୁ ୩୬୦-ଡ଼ିଗ୍ରୀ ସୁରକ୍ଷା ଯୋଗାଇବ।

ଗତ ମାସ ଆରମ୍ଭରେ, ଡିଆରଡିଓ ସଫଳତାର ସହିତ ହାଇ ସ୍ପିଡ୍ ବିସ୍ତାରଯୋଗ୍ୟ ଏରିଆଲ୍ ଟାର୍ଗେଟ୍ (HEAT), ABHYAS କୁ ପରୀକ୍ଷଣ କରିଥିଲା। ଯାହା ବିଭିନ୍ନ କ୍ଷେପଣାସ୍ତ୍ର ପ୍ରଣାଳୀର ମୂଲ୍ୟାଙ୍କନ ପାଇଁ ବ୍ୟବହୃତ ହୁଏ। ଏହାକୁ ବାଲେଶ୍ଵରର ଚାନ୍ଦିପୁର ଘାଟିରୁ ସଫଳ ପରକ୍ଷଣ କରାଯାଇଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍: ଉଭୟ ଦଳ ମଧ୍ୟରେ ହେବ କଡା ଟକ୍କର

ନୂଆଦିଲ୍ଲୀ: ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଆଜି ଜୟପୁରର ସୱାଇ ଜୟ ସିଂ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ପଟେ ଭାରତ ଦଳ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଗ୍ରୁପ୍ ମ୍ୟାଚ୍ ରେ ପରାଜୟର ପ୍ରତିଶୋଧ ନେବାକୁ ଚାହୁଁଥିବା ବେଳେ ଅନ୍ୟ ପଟେ ନ୍ୟୁଜିଲ୍ୟାଣ୍ଡର ଦଳ ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷ ପରାଜୟର ଯନ୍ତ୍ରଣାରୁ ବାହାରକୁ ଆସିବାକୁ ଚାହୁଁଛି। ପ୍ରଥମ ମ୍ୟାଚ୍ ଜିତିବା କୌଣସି ଦଳ ପାଇଁ ସିରିଜ୍ ଜିତିବାର ରାସ୍ତା ମଧ୍ୟ ସହଜ ହେବ। ଏଭଳି ପରିସ୍ଥିତିରେ ଉଭୟ ଦଳ ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରଦାନ କରିବେ।

ଟସ୍ ଜିତିଥିବା ଦଳ ଏହାର ସୁବିଧା ପାଇବ:

ଏହା ଦିବାରାତ୍ରୀ ମ୍ୟାଚ୍ ଅଟେ ଏବଂ ଏହି ଭୂମିରେ କାକର ଫ୍ୟାକ୍ଟର୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଭଳି ପରିସ୍ଥିତିରେ ଟସ୍ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିବ। କାକର ହେତୁ ଦ୍ରୁତ ବୋଲରଙ୍କ ପାଇଁ ସୁଇଙ୍ଗ୍ ସହଜ ହେବ ନାହିଁ, ତେଣୁ ଚେସ କରିବା ସହଜ ହେବା ନାହିଁ।

ଭାରତୀୟ ଖେଳାଳି:

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ରିତୁରାଜ ଗାଇକୱାଡ, ଶ୍ରେୟାସ ଆୟର, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ (ୱିକେଟ କିପର), ଇଶାନ କିଶନ, ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ, ଆର. ଅଶ୍ୱିନ୍, କ୍ସର ପଟେଲ, ଆଭେଶ ଖାନ, ଭୁବନେଶ୍ୱର କୁମାର, ଦୀପକ ଚହର, ହର୍ଷଲ ପଟେଲ ଏବଂ ମହମ୍ମଦ ସିରାଜ।

ନ୍ୟୁଜିଲାଣ୍ଡ ଖେଳାଳି:

ଟିମ୍ ସାଉଥୀ (ଅଧିନାୟକ), ଟଡ୍ ଆଷ୍ଟଲେ, ଟ୍ରେଣ୍ଟ ବୋଲ୍ଟ, ମାର୍କ ଚାପମ୍ୟାନ୍, ଲକି ଫର୍ଗୁସନ୍, ମାର୍ଟିନ୍ ଗୁପିଟିଲ୍, କାଇଲ୍ ଜାମିସନ, ଆଡାମ ମିଲନେ, ଡାରିଲ ମିଚେଲ, ଜିମି ନିଶାମ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର୍, ଟିମ୍ ସେଫର୍ଟ, ଇଶ ସୋଧି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଜି ଆଇପିଏଲରେ ରାଜସ୍ଥାନ-ମୁମ୍ବାଇ ମୁହାଁମୁହିଁ, ପ୍ଲେ ଅଫ୍ ଦୌଡ ପାଇଁ ହେବ କଡା ଟକ୍କର

ନୂଆଦିଲ୍ଲୀ: ଆଜି ଆଇପିଏଲ୍ ରେ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଉଭୟ ଦଳ ପାଇଁ ଯୁଦ୍ଧଠାରୁ କମ୍ ହେବ ନାହିଁ। ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ ରୁ ଶାରଜା କ୍ରିକେଟ୍ ଷ୍ଟାଡିୟମରେ ଉଭୟ ଦଳ ମଧ୍ୟରେ ଖେଳାଯିବ। ଏହି ମ୍ୟାଚର ବିଜେତା ଦଳ ପ୍ଲେ ଅଫ୍ ଦୌଡରେ ରହିବେ, ନଚେତ ପ୍ଲେ ଅଫ୍ ପହଞ୍ଚିବା ପାଇଁ ରାସ୍ତା ପ୍ରାୟ ବନ୍ଦ ହୋଇଯିବ।

ରୋହିତଙ୍କ ଅଧିନାୟକତ୍ୱରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ପାଞ୍ଚଟି ମ୍ୟାଚ୍ ମଧ୍ୟରୁ ଚାରିଟି ହାରିଛି ଏବଂ ଆଇପିଏଲ୍ ଟାଇଟଲର ହ୍ୟାଟ୍ରିକ୍ ସ୍ଵପ୍ନ ଏକ ପ୍ରକାର ଭାଙ୍ଗିଯାଉଥିବା ନଜର ଆସୁଛି। ଏଥି ସହିତ, ଏହାର ଅନେକ ତାରକା ଖେଳାଳିଙ୍କ ଅନୁପସ୍ଥିତିରେ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ରାଜସ୍ଥାନ ଦଳ ୟୁଏଇରେ ଏକ ଭଲ ଖେଳ ପ୍ରଦର୍ଶନ କରିଛି। ଉଭୟ ଦଳ ଏହି ମ୍ୟାଚକୁ ଏକ ବଡ଼ ବ୍ୟବଧାନରେ ଜିତି ନିଜର ନେଟ ରନ୍ ହାରରେ ଉନ୍ନତି ଆଣିବାକୁ ଚେଷ୍ଟା କରିବେ। ନେଟ୍ ରନ୍ ହାର ଦୃଷ୍ଟିରୁ ଉଭୟ ଦଳ କୋଲକାତାଠାରୁ ବହୁ ପଛରେ ଅଛନ୍ତି।

ପଏଣ୍ଟ ଟେବୁଲ୍ ପରିସଂଖ୍ୟାନ:

ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ୧୨ ଟି ମ୍ୟାଚରୁ ପାଞ୍ଚଟି ବିଜୟ ସହ ୧୦ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି। ରାଜସ୍ଥାନ ଦଳର ନେଟ୍ ରନ୍ ହାର (-୦.୩୩୭) ମୁମ୍ବାଇ ଦଳର ନେଟ୍ ରନ୍ ହାର (-୦.୪୫୩) ଅପେକ୍ଷା ଭଲ। ରାଜସ୍ଥାନ ପଏଣ୍ଟ ଟେବୁଲରେ ମୁମ୍ବାଇ ଷଷ୍ଠ ସ୍ଥାନରେ ଥିବାବେଳେ ମୁମ୍ବାଇ ସପ୍ତମ ସ୍ଥାନରେ ରହିଛି।

ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଆଇପିଏଲରେ ମୋଟ ୨୪ ଟି ମ୍ୟାଚ୍ ଖେଳିଛନ୍ତି। ଏଥିମଧ୍ୟରୁ ମୁମ୍ବାଇ ୧୨ ଟି ମ୍ୟାଚ୍ ଜିତିଥିବା ବେଳେ ୧୧ ଥର ରାଜସ୍ଥାନ ଦଳ ବିଜେତା ହୋଇଛି ଏବଂ ଗୋଟିଏ ମ୍ୟାଚ୍ କୌଣସି ଫଳାଫଳ ବିନା ସମାପ୍ତ ହୋଇଛି। ତେଣୁ, ଯଦି ଆମେ ଉଭୟ ଦଳର ଇତିହାସ ବିଷୟରେ ଆଲୋଚନା କରିବା, ତେବେ ମ୍ୟାଚ୍ ସମାନ ମନେହୁଏ। ଏଥି ସହିତ, ୟୁଏଇରେ ଉଭୟ ଦଳ ଗତ ସିଜନରେ ଦୁଇଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଉଭୟ ଦଳ ଥରେ ଲେଖାଏଁ ଜିତିଛନ୍ତି।

ରାଜସ୍ଥାନ ରୟାଲ୍ସ ପାଇଁ ସମ୍ଭାବ୍ୟ ୧୧ ଖେଳାଳି: ଇଭିନ୍ ଲୁଇସ୍, ଯଶସ୍ୱୀ ଜୟସୱାଲ, ସଞ୍ଜୁ ସାମସନ (କ୍ୟାପଟେନ ଏବଂ ୱିକେଟ୍ କିପର), ଶିବମ୍ ଦୁବେ, ଗ୍ଲେନ୍ ଫିଲିପ୍ସ, ଡେଭିଡ ମିଲର, ରାହୁଲ ତିୱତିୟା, କାର୍ତ୍ତିକ ତ୍ୟାଗୀ, ଶ୍ରେୟାସ ଗୋପାଳ, ଚେତନ ସାକରିଆ ଏବଂ ମୁସ୍ତାଫିଜୁର ରହମାନ

ମୁମ୍ବାଇ ଇଣ୍ଡିଆନ୍ସ ସମ୍ଭାବ୍ୟ ୧୧ ଖେଳାଳି: ରୋହିତ ଶର୍ମା (କ୍ୟାପଟେନ), କ୍ୱିଣ୍ଟନ୍ ଡି କକ୍ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ସୌରଭ ତିୱାରୀ, ହାର୍ଦ୍ଦିକ ପାଣ୍ଡ୍ୟା, କିରନ୍ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ନାଥାନ୍ କୁଲଟର-ନାଇଲ, ଜୟନ୍ତ ଯାଦବ, ଜସପ୍ରୀତ ବୁମ୍ରା ଏବଂ ଟ୍ରେଣ୍ଟ ବୋଲ୍ଟ।