Categories
ଆଜିର ଖବର ରାଜ୍ୟ ଖବର

୫ ଟି ସଚିବଙ୍କ ଗଞ୍ଜାମ ଗସ୍ତ: କଡା ସୁରକ୍ଷା ମଧ୍ୟରେ ହେଲା ଜନ ଶୁଣାଣି କାର୍ଯ୍ୟକ୍ରମ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ୍ ଙ୍କ ଗଞ୍ଜାମ ଜିଲ୍ଲାରେ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୫ ଟି ସଚିବ ଭି କେ ପାଣ୍ଡିଆନ୍ ହେଲିକ୍ୟାପ୍ଟରରୁ ଓହ୍ଲାଇ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କର ସମୀକ୍ଷା କାର୍ଯ୍ୟକ୍ରମରେ ଯାଉଥିବା ବେଳେ ନାଲି ରଙ୍ଗର ପୋଷାକ ପିନ୍ଧିଥିବା ପୋଲିସ କର୍ମଚାରୀଙ୍କୁ ଦେଖିବାକୁ ମିଳିଥିଲା।

ଗୁରୁବାର ଦିନ ଗୋପାଳପୁର ବିଧାୟକ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଖୋଲା ଚାଲେଞ୍ଜ ଦେଇଥିଲେ, ସେ ଯେମିତି ହେଲେ ମଧ୍ୟ ୫ ଟି ସଚିବଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ସେହି ପ୍ରକାରେ ସେ ଉକ୍ତ କାର୍ଯ୍ୟକ୍ରମକୁ ଆସିବା ବେଳେ ଲାଞ୍ଜିପଲୀ ଓଭର୍ ବ୍ରଜ୍ ନିକଟରେ ବିଜେଡି କର୍ମୀ ମାନେ ତାଙ୍କୁ ଅଟକାଇ ଗାଡି ଉପରେ ବସି ହୋ ହାଲ୍ଲା କରିଥିଲେ। ଯାହା ଫଳରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା।

ଏହି ସମୟରେ ଉପସ୍ଥିତ ପୋଲିସ କର୍ମଚାରୀ ମାନେ ନାକେଦମ୍ ହୋଇ ଯାଇଥିଲେ। ଏହି ଭଳି ପରିସ୍ଥିତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପାଣ୍ଡିଆନ୍ ସଭା ସ୍ଥଳରେ ପହଞ୍ଚି ଉପସ୍ଥିତ ହଜାର ହଜାର ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟ ବିଷୟରେ ଟିପ୍ପଣୀ ଦେବା ସହ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।  ହସ୍ତଗତ ହୋଇଥିବା ସମସ୍ୟା ଆଗାମୀ ଏକ ସପ୍ତାହ ମଧ୍ୟରେ ସମାଧାନ ହେବ ବୋଲି କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜ୍ଞାନବାପୀ ପରିସରରେ ସର୍ଭେ ଜାରି, ବାହାରେ କଡା ସୁରକ୍ଷା ବ୍ୟବସ୍ଥା

ବାରାଣାସୀ: ବାରାଣାସୀରେ ଜ୍ଞାନବାପୀ ପରିସରରେ ସର୍ଭେ ଚାଲିଛି। ପରିସରରେ ବୈଜ୍ଞାନିକ ସର୍ଭେ ସକାଳ ୭ ଟାରୁ ଆରମ୍ଭ ହୋଇଛି। ଏହି ସମୟରେ ଜ୍ଞାନବାପୀ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜ୍ଞାନବାପୀ ପରିସରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପାଇଁ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI) ଦଳ ରବିବାର ଦିନ ବାରାଣାସୀରେ ପହଞ୍ଚିଛି। ହିନ୍ଦୁ ପକ୍ଷର ଓକିଲ ମଦନ ମୋହନ ଯାଦବ ଏଠାରେ କହିଛନ୍ତି ଯେ, ଜ୍ଞାନବାପୀ ପରିସରରେ ଭଜୁଖାନେ ବ୍ୟତୀତ ଏଏସଆଇ ଟିମ୍ ସମଗ୍ର ପରିସରରେ ସର୍ଭେ କରିବ। ଅଗଷ୍ଟ ୪ ତାରିଖ ସୁଦ୍ଧା ଏଏସଆଇକୁ ଜିଲ୍ଲା କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ପଡିବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର ସିନେମା

ଧମକପୂର୍ଣ୍ଣ ଚିଠି ପରେ ଆଲର୍ଟ ମୋଡରେ ପୋଲିସ: ସଲମାନ ଖାନଙ୍କ ଘର ବାହାରେ କଡା ସୁରକ୍ଷା

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡଙ୍କଠାରୁ ମିଳିଥିବା ଧମକ ପରେ ପୋଲିସ ଏବେ ଆଲର୍ଟ ମୋଡରେ ଆସିଛି। ରବିବାର ଦିନ ମୁମ୍ବାଇ ପୋଲିସ୍ ସଲମାନ ଖାନଙ୍କ ଘର ଗାଲାକ୍ସି ବାହାରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି।

ବାସ୍ତବରେ ମାର୍ଚ୍ଚ ୧୮ ତାରିଖରେ ଅଭିନେତାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଗୋଲଡି ବରାଡଙ୍କ ଦ୍ୱାରା ପଠାଯାଇଥିବା ଚିଠିକୁ ସଲମାନ ଖାନଙ୍କ ମ୍ୟାନେଜର ପ୍ରଶାନ୍ତ ଗୁଞ୍ଜଲକର ମିଳିଥିଲା। ଯାହା ପରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ବାନ୍ଦ୍ରା ପୋଲିସ ଆଇପିସିର ଧାରା ୫୦୬ (୨), ୧୨୦ (ବି), ୩୪ ଅନୁଯାୟୀ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ, ଲରେନ୍ସ ବିଶ୍ନୋଇଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।