Categories
ଆଜିର ଖବର ରାଜ୍ୟ ଖବର

ରାସ୍ତା ଉପରେ ଓଲଟିଲା କଣ୍ଟେନର୍, ଯାତାୟାତ ବାଧାପ୍ରାପ୍ତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ମଝି ରାସ୍ତାରେ ଗୋଟିଏ କଣ୍ଟେନର୍ ଓଲଟି ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ଶହ ଶହ ଗାଡି ଅଟକି ରହିଛି।

ଘଟଣାରୁ ପ୍ରକାଶ ଯେ, ଗାଙ୍ଗପୁର ଥାନା ଅନ୍ତର୍ଗତ ବିଞ୍ଛଣା କ୍ଷତ୍ରିୟବରପୁର ମୁଖ୍ୟ ରାସ୍ତା ଉପରେ ବ୍ରହ୍ମପୁର ଠାରୁ ଫୁଲବାଣୀ ଅଭିମୁଖେ ଯାଉଥିବା ଏକ କଣ୍ଟେନର୍ ଟ୍ରକ୍ ରାସ୍ତାର ଖାଲ ଢିପରେ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ଯାହା ଫଳରେ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ଶହ ଶହ ଗାଡି ରାସ୍ତାରେ ଅଟକି ରହିଥିଲା। ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ ସାହୁ ଓ ଏସ୍ ଆଇ ଶୁଭ୍ରଜିତ ସାମନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ନିକଟସ୍ଥ କେନାଲ ରାସ୍ତାରେ ଗାଡ଼ି ଗୁଡ଼ିକ ଛାଡ଼ିବାପରେ ରାସ୍ତା ଅବରୋଧ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରକ୍ କୁ ପିଟିଲା କଣ୍ଟେନର୍, ଡ୍ରାଇଭର ମୃତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଅଟୋନଗର୍ ନିକଟରେ ନବ ନିର୍ମାଣ ଓଭରବ୍ରିଜ୍ ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା (ଓଡି ୨୯ ଏଲ୍ ୭୫୭୦) ନଂ ବିଶିଷ୍ଟ ଏକ ଟ୍ରକକୁ ଦ୍ରୁତ ଗତିରେ ଆସୁଥିବା ଏକ କଣ୍ଟେନର୍ ଟ୍ରକ୍ (ଏପି୧୬ ଟିଏଫ୨୪୭୫) ଧକ୍କା ଦେଇଥିଲା। ଯାହା ଫଳରେ କଣ୍ଟେନର୍ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ପ୍ରାଣ ହରାଇଥିବା ବେଳେ ହେଲପର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଦୁର୍ଘଟଣା ଏମିତି ହୋଇଥିଲା ଯେ, ଗାଡ଼ି ଭିତରୁ ଡ୍ରାଇଭର ମୃତ ଦେହକୁ ବାହାର କରିବା ପାଇଁ ଗୋଳନ୍ଥରା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଦୁଇ ଘଣ୍ଟା ସମୟ ଲାଗିଥିଲା।
ମୃତ ଡ୍ରାଇଭରର ପରିଚୟ ମିଳି ନଥିବା ବେଳେ କୌଣସି ମାମଲା ରୁଜୁ ହୋଇ ନଥିବା ଥାନା ଅଧିକାରୀ ସୁଚନା ଦେଇଛନ୍ତି।