Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବୃଦ୍ଧଙ୍କ ଶବ ଉଦ୍ଧାର: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବ୍ରହ୍ମପୁର (କଳିଆଶ ଚନ୍ଦ୍ର ଚୌଧୁରୀ): କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଦେଓଗାଁ ଖୋଜାପଲ୍ଲୀ ରାସ୍ତା କଡ ଏକ ଜମିରୁ ଜନୈକ ବୃଦ୍ଧ ଙ୍କ ଶବ ଉଦ୍ଧାର ହୋଇଛି। ବୃଦ୍ଧ ଜଣଙ୍କ ଦେଓଗାଁର ଉମାକାନ୍ତ ପ୍ରଧାନ ବୋଲି ଜଣାପଡିଛି। ଉମାକାନ୍ତଙ୍କୁ ତକିଆରେ ଚିପି ନିକଟସ୍ଥ ଘର ମାଲିକ ହତ୍ୟା କରିଛନ୍ତି ବୋଲି ପରିବାର ପକ୍ଷରୁ ହୋଇଛି। ‌

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ, ଦୁଇ ଆହତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୋଲସରା ସହର ମୁଖ୍ୟ ରାସ୍ତାରେ ଥିବା ଜାଭିୟର ବିଦ୍ୟାଳୟ ନିକଟରେ ଏକ ଟ୍ରାକ୍ଟର ଧକ୍କାରେ ମିନତି ସାହୁ ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଭାଇ ଗଦାଧର ସାହୁ ଓ ପୁଅ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ, କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ବରିଡା ଗ୍ରାମର ମିନତି ଭାଇ ଗଦାଧରର ମୋପେଡ୍ ଗାଡ଼ିରେ ବାପଘର ଚିରିକିପଡା ଶାସନ ଗ୍ରାମକୁ ଯିବା ବେଳେ ଉକ୍ତ ଦୁର୍ଘଟଣା ଘଟିଛି। ଉକ୍ତ ୩ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେବା ବେଳେ ମିନତିର ପ୍ରାଣବାୟୁ ଉଡି ଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଦୁଇ ମୃତ, ୪ ଆହତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ପଙ୍କଳବାଡି ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଦିପୁନ୍ ଭୁୟାଁ ଓ ଲିପୁନ୍ ସ୍ବାଇଁ ନାମରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇ କବିସୂର୍ଯ୍ୟ ନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଖବର ପାଇ କବିସୂର୍ଯ୍ୟ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ପାଇଁ ନେଇଥିଲା ବେଳେ ଉକ୍ତ ଦୁଇ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଆୟତ୍ତ କରିବାସହ ଅନୁଧ୍ୟାନ କରି ଦୁଇ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପରିବାରରେ ୪ ଜଣଙ୍କୁ ଆକ୍ରମଣ କରି ଯୁବକ ଫେରାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଗୋଡିଆଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଗୋଟିଏ ପରିବାରର ବାପା, ମାଁ, ଭଉଣୀ ଓ ଭାଇ ବୋହୂକୁ ଘରର ବଡ ପୁଅ ଅତର୍କିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଛି। ଏବଂ ଆକ୍ରମଣ ପରେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛି। ଆକ୍ରମଣକାରୀ ଯୁବକ ପାଣ୍ଡବ ରେଡ୍ଡୀ, ପିତା ହରେକୃଷ୍ଣ ରେଡ୍ଡୀ, ମାଁ ପ୍ରମିଳା ରେଡ୍ଡୀ, ଭଉଣୀ ଦୁଃଖିୟା ରେଡ୍ଡୀ ଓ ଭାଇ ବୋହୂ ମାମା ରେଡ୍ଡୀକୁ ଆକ୍ରମଣ କରିଛି।

କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସ ନିକଟରେ କୌଣସି ଅଭିଯୋଗ ହୋଇନାହିଁ। ତଥାପି ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ଘରେ ତାଲା ପଡିଛି। ପାଖ ପଡେ଼ାଶୀଙ୍କ ସୂତ୍ରରୁ ଯାହା ଖବର ମିଳିଛି, ତାକୁ ନେଇ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କବିସୂର୍ଯ୍ୟ ନଗର ସହରରେ ଆତଙ୍କରାଜ, ଦୁଇ ଯୁବକଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ଆକ୍ରମଣ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ସହରର ମୁଖ୍ୟ ରାସ୍ତାରେ କିଛି ଯୁବକ ଆତଙ୍କ ସୃଷ୍ଟି କରିବା ସହ ନଇ ସାହିର ପାଣ୍ଡା ଗୌଡ଼ ଓ ସାନ ଗୌଡ଼ ନାମକ ଦୁଇ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଗୁରୁତର ଆହତ ଯୁବକ ଦୁଇଙ୍କୁ ପ୍ରଥମେ କବିସୂର୍ଯ୍ୟ ନଗର ଡାକ୍ତରଖାନାରେ ଚିକିତ୍ସା କରିବା ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଏତଦବ୍ୟତୀତ ବାଙ୍କ ବେହେରା ସାହିରେ ବୋମା ବିସ୍ଫୋରଣ ହୋଇଛି। ଯ’ଦ୍ଵାରା ସହର ବାସୀ ଆତଙ୍କିତ ହୋଇପଡିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ଓ ଆକ୍ରମଣ କରିଥିବା ଯୁବକ ମାନଙ୍କୁ ଖୋଜିବା ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବନ୍ଦ କୋଠରୀରୁ ମୃତ ଦେହ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କବିସୂର୍ଯ୍ୟ ନଗର ସହର କନକ ପାଟଣା ସାହିର ଏକ ଘରୁ ଆଜି ସକାଳୁ ସନ୍ଦେହ ଜନକ ମୃତ ଦେହ ଉଦ୍ଧାର ହୋଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି।

ମୃତକଙ୍କ ନାମ ଯୁଧିଷ୍ଠିର ବେହେରା ଓ ତାଙ୍କର ନିଜ ଘର ପାଟପୁର ଥାନା ଅନ୍ତର୍ଗତ ପୋଡାମାରୀ ଅଞ୍ଚଳ ଜନକାପଲୀ ଗ୍ରାମର ବୋଲି ଜଣାପଡିଛି। ମୃତ ଯୁଧିଷ୍ଠିର ଜଣେ ରାଜମିସ୍ତ୍ରୀ। ସ୍ତ୍ରୀ କାମାକ୍ଷୀ ବେହେରା ସହ ଦୁଇଟି ପୁଅଙ୍କୁ ଧରି ସେ ସେଠାରେ ରହୁଥିଲେ।

ସ୍ତ୍ରୀ କାମାକ୍ଷୀ ଓ ପୁଅ କହିବା ଅନୁଯାୟୀ ପ୍ରତ୍ୟେକ ଦିନ ଭଳି ସେ ମିସ୍ତ୍ରୀ କାମକୁ ଯାଉଥିଲେ ଓ ଗତକାଲି ଦେହ ଅସୁସ୍ଥ ଥିବା ହେତୁ କାମକୁ ନଯାଇ ଘରେ ବିଶ୍ରାମ ନେଇଥିଲେ। ଆଜି ସକାଳେ ସ୍ତ୍ରୀ କାମକ୍ଷୀ କିଛି ଟଙ୍କା ଆଣିବା ପାଇଁ କାହା ଘରକୁ ଯାଇଥିଲା। ଏହି ସମୟରେ ପୁଅ ଦେଖିଲା ଯେ ବାପା ଖଟରେ ନଶୋଇ ତଳେ ଶୋଇଛନ୍ତି ଓ ତଳେ ରକ୍ତ ଭାସୁଛି।

ସଙ୍ଗେ ସଙ୍ଗେ ପୁଅ ଯାଇ ମାଁ କୁ ଡାକି କହିଲା ପରେ ମାଁ ଓ ସାହିର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ଯୁଧିଷ୍ଠିରର ମୃତ୍ୟୁ ଘଟିଛି। ଖବର ପାଇ କବିସୂର୍ଯ୍ୟ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସନ୍ଦେହ ଜନକ ଭାବେ ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ରାସ୍ତା କଡ ପୋଖରୀକୁ ଖସିଲା କାର୍, ଅଳ୍ପକେ ବର୍ତ୍ତିଲେ ଦୁଇ ଯାତ୍ରୀ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ସକାଳୁ ଚଳନ୍ତା କାର୍ ଟି ଭାରସାମ୍ୟ ହରାଇ ଓଲଟି ପଡିଛି। ଗଂଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଆଠଗଡ଼ ପାଟଣା ଛିନ୍ନମସ୍ତା ମନ୍ଦିର ନିକଟରେ ଥିବା ଏକ ପୋଖରୀରେ ଚଳନ୍ତା କାର୍ ଟି ଭାରସାମ୍ୟ ହରାଇ ଓଲଟି ପଡିଛି। ଫଳରେ ଫୁଲବାଣୀରୁ ଆସୁଥିବା ଉକ୍ତ କାର୍ ଟି ପୋଖରୀ ମଧ୍ୟ ଭାଗକୁ ଚାଲିଯାଇଥିଲେ ମଧ୍ୟ ପାଣି କମ୍ ଥିବାରୁ କାର୍ ଟି ଅଧା ବୁଡି ରହିଛି ଓ କାର୍ ଭିତରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଅଞ୍ଚଳ ଲୋକେ ସଙ୍ଗେ ସଙ୍ଗେ ଉଦ୍ଧାର କରିଛନ୍ତି। ଉଦ୍ଧାର ଦୁଇ ବ୍ୟକ୍ତି ଙ୍କ କୌଣସି ଅସୁବିଧା ହୋଇ ନାହିଁ ଓ ଘଟଣା ର ତଦନ୍ତ ଚାଲିଛି ବୋଲି କବିସୂର୍ଯ୍ୟ ନଗର ଥାନା ପୋଲିସ ଠାରୁ ପ୍ରକାଶ

Categories
ଆଞ୍ଚଳିକ

ମିଶନ ଶକ୍ତି ଆନୁକୁଲ୍ୟରେ କବିସୂର୍ଯ୍ୟ ନଗରରେ ସାଇକେଲ ବଣ୍ଟନ

କୈଳାଶ ଚନ୍ଦ୍ର ଚୌଧୁରୀ

କବିସୂର୍ଯ୍ୟ ନଗର: ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନ୍ ଏ ସି କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଆନୁକୁଲ୍ୟରେ ୨୫ ଜଣଙ୍କୁ ସାଇକେଲ ବଣ୍ଟନ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ଉଦଘାଟନ କରିଥିଲେ ଓ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସମସ୍ତ କାଉନସିଲର ସ୍ବୟଂ ସହାୟକ ଗୋଷ୍ଠୀ ପ୍ରମୁଖ ଯୋଗ ଦେଇ ହିତାଧିକାରୀ ଜଳମିତ୍ର, ଆହାର କେନ୍ଦ୍ର କର୍ମୀ, ସ୍ବଚ୍ଛ ସୁରକ୍ଷା ଅଭିଯାନ ସାଥୀ ଓ ସୁପରଭାଇଜର ମାନଙ୍କୁ ଉକ୍ତ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।