Categories
ଆଞ୍ଚଳିକ

ଆଉ ନାହାନ୍ତି ମହୁକୁଦର କବି ପିତାମ୍ବର ବିଶ୍ୱାଳ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସକାଳୁ ନାକଟିଦେଉଳ ମାଟିର ବୟୋଜ୍ୟଷ୍ଠ କବି ପିତାମ୍ବର ବିଶ୍ୱାଳ ୭୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ଜଣା ପଡିଛି।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ମହୁକୁଦ ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ। ସେ ବିଭିନ୍ନ ସମୟରେ ବନବିଭାଗରେ ବନପାଳ ଭାବରେ ଚାକିରୀ କରି ଅବସର ଗ୍ରହଣ କରିଥିଲେ। ପିତାମ୍ବର ବହୁ କବିତା ରଚନା କରିଛନ୍ତି। କେତୋଟି ପତ୍ରିକାରେ ତାଙ୍କ ଲେଖା ମଧ୍ୟ ପ୍ରକାଶିତ ହୋଇଥିବା ବେଳେ “କବିତା ମାଳ” ନାମକ କବିତା ପୁସ୍ତକ ପ୍ରକାଶ ପାଇଛି। ସେ ସାହିତ୍ୟ ପ୍ରତି ରୁଚି ରଖିଥିବା ବେଳେ ପ୍ରଚାର ପ୍ରସାର ଠାରୁ ଦୂରେଇ ରହିଥିଲେ।

ପିତାମ୍ବର ପରୋପକାରୀ ଶ୍ରଦ୍ଧାବାନ୍ ଏବଂ ଜଣେ ସାହିତ୍ୟିକ ଥିଲେ। ଓଡିଶାର ବହୁ ଅନୁଷ୍ଠାନ ତାଙ୍କୁ ସମ୍ମାନୀତ କରିଛି। ବିଭିନ୍ନ ସାହିତ୍ୟ ଆସରରେ କବିତା ପାଠ କରି ସେ ପ୍ରଶଂସିତ ଥିଲେ। ସେ ଦୀର୍ଘ ଦିନ ହେଲା ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଥିଲେ। ଆଜି ଭୋରରୁ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପରିବାର ଲୋକେ ଡାକ୍ତରଖାନା ନେଉଥିବା ବେଳେ ରେଢାଖୋଲ ପାଖରେ ତାଙ୍କର ଦେହାନ୍ତ ହୋଇଥିବା ଜଣା ପଡିଛି।