Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଓଡିଶାରେ ତିଆରି ହେବ କୋଭିଡ୍19 ଭାକସିନ୍, ଭୁବନେଶ୍ବରର ଇମଜେନେକ୍ସ ବାୟୋଟେକନୋଲୋଜି ସଂସ୍ଥାର ଘୋଷଣା

ଭୁବନେଶ୍ୱର: ଓଡ଼ିଶାରେ ପ୍ରତିଷ୍ଠା କରାଯାଇଥିବା ଇମ୍‌ଜେନେକ୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଖୁବ ଶିଘ୍ର ପ୍ରସ୍ତୁତ କରିବ କୋଭିଡ-19 ଭାକସିନ୍। ଏନେଇ କଂପାନୀ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ଘୋଷଣା କରାଯାଇଛି। ପ୍ରବାସୀ ଭାରତୀୟ ଡକ୍ଟର ସୁଜୟ ସିଂ ଦ୍ବାରା ପ୍ରତିଷ୍ଠିତ ଏହି ବାୟୋଚଟେକନୋଲୋଜି ସଂସ୍ଥା ପ୍ରାୟ ବର୍ଷେ ମଧ୍ୟରେ ଏହି ଭାକସିନକୁ ବିକଶିତ କରିବେ ବୋଲି କୁହାଯାଇଛି। ଏଥିସହିତ ଏହି ସଂସ୍ଥା କୋଭିଡ19 ପରୀକ୍ଷା କିଟ ମଧ୍ୟ ପ୍ରସ୍ତୁତ କରିବ। ସେଥିପାଇଁ ଭୁବନେଶ୍ବରରେ ଥିବା ଏହି ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନେ କାର୍ଯ୍ୟ କରୁଛନ୍ତି ବୋଲି ସୁଜୟ ଏହି ବିଜ୍ଞପ୍ତି ମାଧ୍ୟମରେ କହିଛନ୍ତି।

ବର୍ତ୍ତମାନ ଡକ୍ଟର ସୁଜୟ ସିଂ ଏବଂ ଡକ୍ଟର ଗୀତା ସିଂ ଉଭୟ କାଲିଫର୍ଣ୍ଣିୟାରେ କାମ କରୁଛନ୍ତି। ସେମାନଙ୍କ ଉଦ୍ୟମରେ ଭୁବନେଶ୍ବରର ଇନଫୋସିଟିରେ ଏହି ସଂସ୍ଥା ପ୍ରତିଷ୍ଠା କରାଯାଇଛି। ଏହି ସଂସ୍ଥା ଆଣ୍ଟିବଡି ଏବଂ ଅନ୍ୟାନ୍ୟ ରିଏଜେଣ୍ଟସ ବିକଶିତ କରୁଛନ୍ତି। ଏଗୁଡିକ ବାଓମେଡିକାଲ ଗବେଷଣା କାମରେ ବିନିଯୋଗ କରାଯାଉଛି। ଏଥିସହିତ ବାଓଟେକନୋଲୋଜିରେ ବିଭିନ୍ନ କ୍ଷେତ୍ରରେ ମଧ୍ୟ ଏଠାରେ ନିଯୁକ୍ତ ବୈଜ୍ଞାନିକମାନେ କାର୍ଯ୍ୟ କରୁଛନ୍ତି।

ଡକ୍ଟର ସିଂ କହିଛନ୍ତି ଯେ, ଏହି ଘୋଷଣା ଦ୍ୱାରା ପାଥୋଜେନିକ୍‌ ଭାଇରସ୍‌ ଓ ଆନିମଲ୍‌ ମଡେଲ୍‌ ଉପରେ ଗବେଷଣାରତ ଗବେଷଣାଗାରର ମିଳିତ ସହଯୋଗରେ ଇମ୍‌ଜେନେକ୍ସ ଇଣ୍ଡିଆ କୋଭିଡ୍‌-୧୯ ପ୍ରତିଷେଧକ ଭାକ୍‌ସିନ୍‌ ପ୍ରସ୍ତୁତ କରି ପାରିବ। ମିଳିତ ସହଯୋଗରେ କାର୍ଯ୍ୟ କରିବା ଦ୍ୱାରା ଆମେ ଏକବର୍ଷ ମଧ୍ୟରେ ଏକ ସ୍ୱଦେଶୀ କୌଶଳ ନିର୍ମିତ ଭାକ୍‌ସିନ୍‌ ପ୍ରସ୍ତୁତ କରି ପାରିବୁ ବୋଲି ଡକଫର ସୁଜୟ ସିଂ ଆଶା ପ୍ରକାଶ କରିଛନ୍ତି।