Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆଜି ଦେଶରେ ମଧ୍ୟ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୮୩୦ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋଭିଡ-୧୯ ର ୧୪ ହଜାର ୮୩୦ ନୂତନ ମାମଲା ଆସିବା ସହିତ ଦେଶରେ ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୩୯ ଲକ୍ଷ ୨୦ ହଜାର ୪୫୧ କୁ ବୃଦ୍ଧି ପାଇଛି। ଏଥି ସହିତ, ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୮୭୭ ରୁ ୧ ଲକ୍ଷ ୪୭ ହଜାର ୫୧୨ କୁ ହ୍ରାସ ପାଇଛି। ଆଜି ସକାଳ ୮ ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟରୁ ଏହି ସୂଚନା ମିଳିଛି।

ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ ଦେଶରେ କରୋନା ସଂକ୍ରମଣ ହେତୁ ୩୬ ଜଣଙ୍କର ମୃତ୍ୟୁ ହୋଇଛି। ଯାହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୬ ହଜାର ୧୧୦ କୁ ବୃଦ୍ଧି ପାଇଛି।

ତଥ୍ୟ ଅନୁଯାୟୀ, ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ୪ କୋଟି ୩୨ ଲକ୍ଷ ୪୬ ହଜାର ୮୨୯ ଲୋକ ସଂକ୍ରମଣରୁ ଉଦ୍ଧାର ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଗତକାଲି ତୁଳନାରେ ୨୮ ପ୍ରତିଶତ କମିଲା ସଂକ୍ରମଣ: ଆଜି ୧୫୬୯ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାର ୫୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପରେ ବର୍ତ୍ତମାନ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୩୧ ଲକ୍ଷ ୨୪ ହଜାର ୮୭୯ କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି, ଏହା ପରେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୪ ହଜାର ୨୬୦ କୁ ବୃଦ୍ଧି ପାଇଛି। ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୪,୨୫,୮୪,୭୧୦ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଆହୁରି କମିଲା ସଂକ୍ରମଣ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧ ହଜାର ୫୩୯ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧ ହଜାର ୧୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୪୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୬୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୭୯  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୯୪

ବାଲେଶ୍ଵର ଜିଲ୍ଲାରୁ- ୩୪

ବରଗଡ ଜିଲ୍ଲାରୁ- ୧୨

ଭଦ୍ରକ ଜିଲ୍ଲାରୁ- ୧୩

ବଲାଙ୍ଗୀରି ଜିଲ୍ଲାରୁ- ୯

ବୌଦ୍ଧ ଜିଲ୍ଲାରୁ- ୨୫

କଟକ ଜିଲ୍ଲାରୁ– ୬୫

ଦେବଗଡ ଜିଲ୍ଲାରୁ- ୨୮

ଢେଙ୍କାନାଳ ଜିଲ୍ଲାରୁ- ୧୭

ଗଜପତି ଜିଲ୍ଲାରୁ- ୪୩

ଗଞ୍ଜାମ ଜିଲ୍ଲାରୁ- ୧୩

ଜଗତସିଂହପୁର ଜିଲ୍ଲାରୁ- ୨୬

ଯାଜପୁର ଜିଲ୍ଲାରୁ- ୩୫

ଝାରସୁଗୁଡା ଜିଲ୍ଲାରୁ- ୧୩

କଳାହାଣ୍ଡି ଜିଲ୍ଲାରୁ- ୩୫

କନ୍ଧମାଳ ଜିଲ୍ଲାରୁ- ୩୩

କେନ୍ଦ୍ରାପଡା ଜିଲ୍ଲାରୁ- ୨୭

କେନ୍ଦୁଝର ଜିଲ୍ଲାରୁ- ୨୨

ଖୋର୍ଦ୍ଧା ଜିଲ୍ଲାରୁ- ୧୫୩

କୋରାପୁଟ ଜିଲ୍ଲାରୁ- ୫୬

ମାଲକାନଗିରି ଜିଲ୍ଲାରୁ- ୭

ମୟୂରଭଞ୍ଜ ଜିଲ୍ଲାରୁ- ୪୨

ନବରଙ୍ଗପୁର ଜିଲ୍ଲାରୁ- ୧୮

ନୟାଗଡ ଜିଲ୍ଲାରୁ- ୨୫

ନୂଆପଡା ଜିଲ୍ଲାରୁ- ୨୬

ପୁରୀ ଜିଲ୍ଲାରୁ- ୧୯

ରାୟଗଡା ଜିଲ୍ଲାରୁ- ୪୪

ସମ୍ବଲପୁର ଜିଲ୍ଲାରୁ- ୪୬

ସୋନପୁର ଜିଲ୍ଲାରୁ- ୯

ସୁନ୍ଦରଗଡ ଜିଲ୍ଲାରୁ- ୧୨୭

ଷ୍ଟେଟ ପୁଲରୁ- ୩୨

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୭ ହଜାର ୨୬୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୫ ହଜାର ୯୯୫ ଏବଂ ବର୍ତ୍ତମାନ ୧୨ ହଜାର ୩୩୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଞ୍ଚଳିକ

ଚିଲିକା କରୋନା ଅପଡେଟ: କମିଲା ସଂକ୍ରମଣ, ଆସନ୍ତାକଲି ଚାରୋଟି ସ୍ଥାନରେ ମିଳିବ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ସାମାନ୍ୟ ଅଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୩୩ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୯ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫୪ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୪ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୩୩ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୪୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୧ ଜଣ, ଚିଲିକା ବ୍ଲକରେ ୧୧୪ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୩୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀରେ ଟୀକାକରଣ ପ୍ରକ୍ରିୟା ଚାଲୁ ରହିବ। ବାଣପୁର ମାଇନର ସ୍କୁଲ ଏବଂ ଗମ୍ଭାରୀମୁଣ୍ଡା ଓ ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଆସନ୍ତାକାଲି ୧୦୦ ଲେଖାଏଁ ୩୦୦ ଟି ପ୍ରଥମ ଡୋଜ ଟୀକା ଦିଆଯିବାକୁ ଥିବାବେଳେ ଚିଲିକାରେ କେବଳ ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ୧୦୦ ଜଣ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ।

ତେବେ ପ୍ରଥମ ଡୋଜ ନେବାର ୮୪ ଦିନ ବିତିଯାଇଥିବା ନାଗରିକମାନେ ଦ୍ଵିତୀୟ ଡୋଜ ଟୀକା ନେଇପାରିବେ ବୋଲି ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀମାନେ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଚିଲିକାରେ କମିଲା ସଂକ୍ରମଣ: ଏକାଧିକ ଅଞ୍ଚଳ ହେଲା କଣ୍ଟେନମେଣ୍ଟ, ଆସନ୍ତାକାଲି ଦିଆଯିବ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ସର୍ବନିମ୍ନ ସ୍ତରକୁ ପହଁଚିଛି। କିନ୍ତୁ ବାତ୍ୟା ଲାଗି ଦୁଇ ଦିନ ଟେଷ୍ଟିଙ୍ଗ ବନ୍ଦ ଥିବାରୁ ସଂକ୍ରମିତଙ୍କ ସଂଖ୍ୟାରେ କମ ଆସି ଥାଇପାରେ ବୋଲି କୁହାଯାଉଛି। ଆଜି କେବଳ ବାଣପୁର ବ୍ଲକରୁ ୬ ଜଣ ଆକ୍ରନ୍ତ ଚି଼ହ୍ନଟ ହୋଇଛନ୍ତି।

ସେହିପରି ଆଜି ୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୫୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୬ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୩୬ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୬୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୪ ଜଣ, ଚିଲିକା ବ୍ଲକରେ ୧୦୯ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୫୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ଉଭୟ ବାଣପୁର ଏବଂ ବାଲୁଗାଁରେ ଟୀକାକରଣ ଏବଂ କୋଭିଡ ଟେଷ୍ଟିଙ୍ଗ ଚାଲୁ ରହିବ। ବାଣପୁର ମାଇନର ଉଚ୍ଚ ବିଦ୍ୟାଳୟରେ ୨୦୦ ପ୍ରଥମ ଡୋଜ ଟୀକା ଦିଆଯିବାକୁ ଥିବାବେଳେ ବାଲୁଗାଁ ଉଚ୍ଚ ବିଦ୍ୟାଳୟ, ନଇରୀ ଉପ ସ୍ୱାସ୍ଥକେନ୍ଦ୍ର ଏବଂ ଜରିପଡ଼ା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୦ ଲେଖାଏଁ ୩୦୦ ଟି ପ୍ରଥମ ଡୋଜ ଟୀକା ଦିଆଯିବ ବୋଲି ଉଭୟ ମେଡିକାଲ ଅଧିକାରୀ ସୂଚନା ଦେଇଛନ୍ତି।

ସେହିପରି ଭାବେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଚିଲିକା ବ୍ଲକ ଅନ୍ତର୍ଗତ ବଡକୁଳ ପଞ୍ଚାୟତ ରାଉତରାପଲି ଗ୍ରାମର ବିଦେଶୀ ଶତୃଶଲ୍ୟଙ୍କ ଘର ଠାରୁ ସୁରେନ୍ଦ୍ର ପରିଡାଙ୍କ ଘର ପର୍ଯ୍ୟନ୍ତ ଅଞ୍ଚଳ (୭ପରିବାର), ଖଡ଼ିକାପଲ୍ଲି ଗ୍ରାମର ଦେବରାଜ ସାମନ୍ତରାୟଙ୍କ ଘର ଠାରୁ ଅଶୋକ ସାମନ୍ତରାୟଙ୍କ ଘର ପର୍ଯ୍ୟନ୍ତ ଅଞ୍ଚଳ (୪ପରିବାର) ଏବଂ ଜରିପଡା ପଞ୍ଚାୟତ ମାଟିଆପଡ଼ା (ତୋଟାପଡ଼ା) ଗ୍ରାମର ଆରଡ଼ି ରୋଡ଼ ଠାରୁ ବାଘ କୂଅ ପର୍ଯ୍ୟନ୍ତ ଅଞ୍ଚଳ (୫୬ ପରିବାର) କୁ ଆଜି ରାତ୍ର ୯ ଘଟିକାରୁ ଆସନ୍ତା ଜୁନ ୫ ତାରିଖ ରାତ୍ର ୯ ଘଟିକା ଯାଏଁ ସଂପୂର୍ଣ୍ଣ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି।