Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୁଃଖଦ ଘଟଣା, ଜଙ୍ଗଲ ନିଆଁରେ ପୋଡି ହୋଇ ମରିଗଲେ ବନ କର୍ମଚାରୀ

ବାରିପଦା, ମୟୁରଭଂଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡ ଅନ୍ତର୍ଗତ ଠାକୁର ମୁଣ୍ଡା ଜଙ୍ଗଲରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ସେହି ଜଙ୍ଗଲରେ ନିଆଁ ଲାଗିବା ପରେ ତାହାକୁ ଲିଭାଇଭା ପାଇଁ ଜଣେ ବନ କର୍ମଚାରୀ ଏକାକୀ ଚେଷ୍ଠା କରିଥିଲେ। ହେଲେ ନିଆଁ ଲିଭାଇବା ଦୂରେ ଥାଉ ତାଙ୍କ ନିଜ ପୋଷାକରେ ନିଆଁ ଲାଗିଗଲା। ଫଳରେ ସେ ସେହିଠାରେ ଛଟପଟ ହୋଇ ମରିଗଲେ। ପାଖରେ କେହି ନ ଥିବାରୁ ଏପରି ମୃତ୍ୟୁ ହୋଇଗଲା ବୋଲି ଜଣାପଡିଛି।

ମୃତ ବନ କର୍ମଚାରୀ ଜଣଙ୍କ ହେଉଛନ୍ତି 60 ବର୍ଷ ବୟସ୍କ ଯଦୁମଣି ମହନ୍ତ। ସେ ହେଉଛନ୍ତି ନିକଟସ୍ଥ ଜଡିବିଲ ଗ୍ରାମର। ତାଙ୍କୁ ଜଙ୍ଗଲରେ ଲଗାଯାଇଥିବା ଗଛକୁ ଦେଖାରଖା କରିବା ପାଇଁ ନିଯୁକ୍ତି କରାଯାଇଥିଲା। ଗତକାଲି ଦିନ 12ଟାରେ ସେ ଜଙ୍ଗଲରେ ଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା। ସେହି ନିଆଁକୁ ଲିଭାଇଭା ପାଇଁ ସେ ଆପ୍ରାଣ ଉଦ୍ୟମ କରିଥିଲେ। ହେଲେ ହଠାତ ତାଙ୍କ ପିନ୍ଧା ଲୁଗାରେ ନିଆଁ ଧରିଥିଲା। ତାହାକୁ ଯେତେ ଚେଷ୍ଠା କରିଥିଲେ ମଧ୍ୟ ନିଆଁ ଲିଭି ନ ଥିଲା। ବଂର ଅଧିକ ହୋଇ ତାଙ୍କ ଶରୀର ସାରା ନିଆଁ ଲାଗିଯାଇଥିଲା।