Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୫୪ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୨ ଜଣ ଚିହ୍ନଟ ହୋଇଥିବା ବେଳେ ୨୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୬୭୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୯୦୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୦୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୧୫ ଟି ଜିଲ୍ଲାରୁ ୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସମ୍ବଲପୁର ଜିଲ୍ଲାରୁ ୧୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ, ଅନୁଗୁଳ ଜିଲ୍ଲାରୁ ୭ ଜଣ, ବାଲେଶ୍ଵର ଜିଲ୍ଲାରୁ ଜଣେ, ଭଦ୍ରକ ଜିଲ୍ଲାରୁ ୧ ଜଣ, କଟକ ଜିଲ୍ଲାରୁ ୩ ଜଣ, ଦେବଗଡ ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ୫ ଜଣ, ଝାରସୁଗୁଡା ଜିଲ୍ଲାରୁ ୨ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୩ ଜଣ, ପୁରୀ ଜିଲ୍ଲାରୁ ୨ ଜଣ, ରାୟଗଡା ଜିଲ୍ଲାରୁ ୨ ଜଣ, ସୋନପୁର ଜିଲ୍ଲାରୁ ଜଣେ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କଳାହାଣ୍ଡିରୁ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ଜିଲ୍ଲାବାସୀଙ୍କୁ ସଚେତନତାର ବାର୍ତ୍ତା ଦେଲେ ଜିଲ୍ଲାପାଳ, ଜିଲ୍ଲାପାଳଙ୍କ ଭିଡିଓ ବାର୍ତ୍ତା ହେଲା ଭାଇରାଲ୍‌

ବବୁଲୁ ସାହୁ

କଳାହାଣ୍ଡି: ପଶ୍ଚିମ ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଳାହାଣ୍ଡି ଜିଲ୍ଲାପାଳ କରୋନାକୁ ନେଇ ସଚେତନତାର ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତ୍ବ ଅପରିହାର୍ଯ୍ୟ। ସାମାଜିକ ଦୂରତ୍ବକୁ ମାନିବା ସହିତ ସରକାରଙ୍କ ନିୟମକୁ ସଠିକ୍‌ ରୂପେ ପାଳନ କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ। ବିଶେଷକରି ଦୋକାନକୁ ଯିବା ସମୟରେ ସାମାଜିକ ଦୂରତ୍ବକୁ ଗୁରୁତ୍ବର ସହ ନେବାକୁ କହିଛନ୍ତି କଳାହାଣ୍ଡି ଜିଲ୍ଲାପାଳ। ଗହଳି ନ କରିବା ସହିତ ନିର୍ଦ୍ଦିଷ୍ଟ ଦୂରତାରେ ରହି ଦୋକାନରୁ ଜିନିଷ ଆଣିବା ପାଇଁ କହିଛନ୍ତି ଜିଲ୍ଲାପାଳ। ସାମାଜିକ ଦୂରତ୍ବ ରକ୍ଷା କରିପାରିଲେ ଆମେ ସଂକ୍ରମଣରୁ ବର୍ତ୍ତିପାରିବା ବୋଲି କହିଛନ୍ତି ଜିଲ୍ଲାପାଳ।

ସୂଚନାଯୋଗ୍ୟ, ଓଡ଼ିଶାରେ ଏବେ ସର୍ବମୋଟ 40 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଅନ୍ୟମାନେ ଚିକିତ୍ସାଧୀନ ରହିଛନ୍ତି। ରାଜ୍ୟରେ କରୋନା ସଂଖ୍ୟାରେ ବୃଦ୍ଧି ଯୋଗୁଁ ରାଜ୍ୟସରକାର ବେଶ୍‌ କଡା ପଦକ୍ଷେପ ମାନ ନେଉଛନ୍ତି।