Categories
ଆଜିର ଖବର ଆଞ୍ଚଳିକ

କରୋନା ଯୋଦ୍ଧା ମୂରଲୀଧର ବଳିଆରସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ବାଣପୁର ପୋଲିସ୍‌

ସୀତାରାମ ଅଗ୍ରୱାଲ 

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନସ୍ଥ ଗମ୍ଭାରୀମୁଣ୍ଡା ପୋଲିସ୍‌ ବିଟ ହାଉସ ଅଧିକାରୀ ମୁରଲୀଧର ବଳିଆରସିଂହଙ୍କ ଗତ ଅଗଷ୍ଟ ୯ ତାରିଖ ଦିନ ମୃତ୍ୟୁ ଘଟିଥିଲା। ଆଜି ସ୍ବର୍ଗତ ବଳିଆରସିଂହଙ୍କ ଦଶାହ କାର୍ଯ୍ୟକ୍ରମ­­ ଅନୁଷ୍ଠିତ ହୋଇଥିଲା। ସ୍ବର୍ଗତ ବଳିଆରସିଂହଙ୍କ ଦଶାହ କାର୍ଯ୍ୟକ୍ରମ ଉପଲକ୍ଷେ ବାଣପୁର ଥାନା ପରିସରରେ ବାଣପୁର ପୋଲିସ୍‌ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ଏହି ଅବସରରେ ସବ୍‌ ଇନ୍ସପେକ୍ଟର ପ୍ରସନ୍ନ କୁମାର ଜେନା, ଏଏସ୍‌ଆଇ ଶ୍ରୀନିବାସ ପ୍ରଧାନ, ଏଏସ୍‌ଆଇ ବସନ୍ତ ପଟ୍ଟନାୟକ, ଏଏସ୍‌ଆଇ ମହେନ୍ଦ୍ର କୁମାର ସେଠୀ, ଏଏସ୍‌ଆଇ ନମିତା ନାୟକ ଓ ଅନ୍ୟ ଷ୍ଟାଫ୍‌ମାନେ ସ୍ବର୍ଗତ ବଳିଆରସିଂହଙ୍କର ସ୍ମୃତିଚାରଣ କରିବା ସହିତ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ।

ସୂଚନାଯୋଗ୍ୟ, ସ୍ୱର୍ଗତ ବଳିଆରସିଂହଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବାଙ୍କୋଇ ଅଞ୍ଚଳରେ। ଗତ ମାସ ୨୩ ତାରିଖରେ ବାଣପୁର ଥାନା ଏବଂ ଏହା ଅଧୀନରେ ଥିବା ଗମ୍ଭାରୀମୁଣ୍ଡା ଓ ନାଚୁଣୀ ଫାଣ୍ଡିର ଦଶ ଜଣ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ଏହି ଦଶ ଜଣ ପୋଲିସ୍‌ କର୍ମଚାରୀଙ୍କ ମଧ୍ୟରେ ସ୍ବର୍ଗତ ବଳିୟାର ସିଂହ ଅନ୍ୟତମ ଥିଲେ। ସ୍ବର୍ଗତ ବଳିୟାରସିଂହ କରୋନା ପଜିଟିଭ ଚିହ୍ନଟ ହେଲାପରେ ସେ ଭୁବନେଶ୍ୱରର ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଶେଷରେ ସ୍ବର୍ଗତ ବଳିଆରସିଂହ କରୋନା ସହ ଲଢି ଲଢି ଶହୀଦ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ୍‌ ଯୋଦ୍ଧାଙ୍କୁ ଅସମ୍ମାନ: ମୃତ୍ୟୁ ପରେ ବି ମଶାଣିରେ ଜାଗା ମିଳିଲା ନାହିଁ

ଜି. ଉଦୟଗିରି: କରୋନା ଯୋଦ୍ଧାରେ କୋଭିଡ୍‌ ଯୋଦ୍ଧା ନିଜ ଜୀବନକୁ ବାଜି ଲଗାଇ ଦେଉଥିବାବେଳେ କୋଭିଡ୍‌ ଯୋଦ୍ଧାଙ୍କୁ ଅସମ୍ମାନ କରାଯାଉଛି। ଏପରିକି ତାଙ୍କ ମୃତ୍ୟୁ ପରେ ତାଙ୍କୁ ଶ୍ମଶାନରେ ଜାଗା ଦେଲେ ନାହିଁ ଲୋକେ। କରୋନାରେ ମୃତ୍ୟୁ ହୋଇଥିବା ଆଶଙ୍କା କରି ଜଣେ ଡାକ୍ତରଙ୍କ ଶେଷକୃତ୍ୟ ନିଜ ଗାଁ ମଶାଣିରେ କରିବାକୁ ଅନୁମତି ମିଳିଲାନି। କରୋନା ଯୁଦ୍ଧରେ ଆଗ ଧାଡିରେ ଯୋଦ୍ଧା ସାଜିଥିବା ଜଣେ ଡାକ୍ତରଙ୍କ ମୃତ୍ୟୁ ପରେ ଏପରି ଅସମ୍ମାନ ପ୍ରଦର୍ଶନ ସତରେ ଲଜ୍ଜ୍ୟାଜନକ। ଏପରି ଏକ ଅଭାବନୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ।

କରୋନାରେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରି  ଗାଁ ଲୋକେ କାନ୍ଧ ଦେବାକୁ ତ ଆସିଲେ ନାହିଁ, ଗାଁ ମଶାଣିରେ ଶେଷକୃତ୍ୟ କରିବା ପାଇଁ ଅନୁମତି ମଧ୍ୟ ଦେଲେ ନାହିଁ।  ଗାଁ ଦାଣ୍ଡରେ 12 ଘଣ୍ଟା ଧରି ଶବ ପଡିବା ପରେ ସ୍ଥାନୀୟ ପ୍ରଶାସନର ସହଯୋଗରେ ମୃତ ଡାକ୍ତରଙ୍କୁ ଅନ୍ୟ ଏକ ସ୍ଥାନରେ କବର ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଉ 18 କରୋନା ଯୋଦ୍ଧା ପଜିଟିଭ୍‌

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢି ଚାଲିଛି । ଜିଲ୍ଲାରେ ଆଉ 18 ଜଣ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଗଞ୍ଜାମରେ 58 ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 18 କରୋନା ଯୋଦ୍ଧା ରହିଛନ୍ତି । ଏନେଇ ସୂଚନା ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ।

ପୁରୁଷୋତ୍ତମପୁରର ଜଣେ ସୁରତ ଫେରନ୍ତା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଉ 39 ଜଣ କଣ୍ଟାକ୍ଟ ଟ୍ରେସିଂରେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଜିଲ୍ଲାରେ 170 କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବାର ସୂଚନା ଦେଇଥିଲେ ଗଞ୍ଜାମ ଜିଲ୍ଲାପାଳ । ଏହି ଆକ୍ରାନ୍ତଙ୍କ ଭିତରେ ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀ, ପୋଲିସ୍‌ ଓ ଡାକ୍ତର ଆଦି ରହିଛନ୍ତି ।

ସେହିପରି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ ରହିଛି । ଜିଲ୍ଲାରେ ସର୍ବାଧିକ 9 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 1195ରେ ପହଞ୍ଚିଛି । ସେହିପରି 811 ଜଣ ସୁସ୍ଥ ହୋଇଥିବାବେଳେ 375ଜଣ ସକ୍ରିୟ ରହିଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ

ଇଣ୍ଡିଆନ୍ କୋଷ୍ଟ ଗାର୍ଡ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରଞ୍ଜିତ ପଣ୍ଡା

କୁଜଙ୍ଗ: ଇଣ୍ଡିଆନ କୋଷ୍ଟଗାର୍ଡ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି। ଦୁଇ ଘଣ୍ଟା ପର୍ଯ୍ୟନ୍ତ କୋଷ୍ଟଗାର୍ଡର ସମସ୍ତ ଜାହାଜକୁ ଆଲୋକିତ କରାଯିବା ସହିତ ରଙ୍ଗୀନ ଲାଇଟ ଫାୟାର କରାଯାଇଛି। ଓଡିଶା ସମୁଦ୍ରରେ ନିୟୋଜିତ ଥିବା କୋଷ୍ଟଗାର୍ଡର ତିନୋଟି ଜାହାଜ ଆଇଏନଏସ ସୁଜୟା, ଆଇଏନଏସ ବିଜୟା ଓ ଆଇଏନଏସ ବରୋଦା ଏହି ତୋପ ସଲାମୀରେ ସାମିଲ ହୋଇଛନ୍ତି। ଆଇଏନଏସ ସୁଜୟା ପାରାଦ୍ବୀପ ବେଳାଭୂମି ନିକଟ ସମୁଦ୍ରରେ ରଙ୍ଗୀନ ତୋପ ସଲାମୀ ଦେଇଥିବା ବେଳେ ଆଇଏନଏସ ବିଜୟା ପୁରୀ ସମୁଦ୍ର ଓ ଆଇଏନଏସ ବରୋଦା ହଳଦିଆ ବନ୍ଦର ନିକଟରେ ଥାଇ ତୋପ ସଲାମୀରେ ସାମିଲ ହୋଇଛନ୍ତି। ତୋପ ସଲାମୀ ସମୟରେ କୋଷ୍ଟର୍ଗାଡର ଅଫିସର ମାନେ ତାଳି ମାରି କରୋନା ଭାଇରସ୍ ବିପକ୍ଷରେ ଲଢୁଥିବା ସମସ୍ତ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇଥିଲେ।