Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ୪୭ ହଜାର ୯୦୫ ନୂତନ ଆକ୍ରାନ୍ତ ଚିହ୍ନଟ: ସୁସ୍ଥ ହେଲେ ୫୨ ହଜାର ୭୧୮ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭ ହଜାର ୯୦୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୫୦ ଜଣଙ୍କ ମୃତ୍ୟୁ ହୋଇଛି। ଭାରତର ମୋଟ ଆକ୍ରାନ୍ତ ସଂଖ୍ୟା ୮୬ ଲକ୍ଷ ୮୩ ହଜାର ୯୧୭ରେ ପହଞ୍ଚିଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୮ ହଜାର ୧୨୧ କୁ ବୃଦ୍ଧି ହୋଇଛି।

ସେହିପରି ଗତ ୨୪ ଘଣ୍ଟାରେ ସାରା ଦେଶରୁ ୫୨ ହଜାର ୭୧୮ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୮୦ ଲକ୍ଷ ୬୬ ହଜାର ୫୦୨ ଆକ୍ରାନ୍ତ। ଦେଶରେ ୪ ଲକ୍ଷ ୮୯ ହଜାର ୨୯୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି।