Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାସଙ୍କର କରୋନାରେ ପରଲୋକ

ଭୁବନେଶ୍ବର: ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ସଂପାଦକ ବିବେକାନନ୍ଦ ଦାସଙ୍କର କରୋନାନେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ରାତିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 77 ବର୍ଷ ବୟସ ହୋଇଥିଲା।

ବିବେକାନନ୍ଦ ଦାସଙ୍କର ଓଡିଶାର ଐତିହ୍ୟ ତଥା ସଂସ୍କୃତି ଉପରେ ବେଶ ଋଚି ରହିଥିଲା। ମୁଖ୍ୟତଃ ପାଲା ସଂସ୍କୃତି ଉପରେ ସେ ବେଶ ଆଗ୍ରହ ପ୍ରକାଶ କରୁଥିଲେ। ଏଥିସହିତ ଆଦିବାସୀଙ୍କ ହକ ଉପରେ ମଧ୍ୟ ସେ ନିଜ କଲମ ମାଧ୍ୟମରେ ଆନ୍ଦୋଳନ କରୁଥିଲେ। ବିଭିନ୍ନ ଖବର କାଗଜର ସାମ୍ବାଦିକ ଭାବେ କାର୍ଯ୍ୟ କରି ନିଜର ପରାକାଷ୍ଠା ଦେଖାଇଛନ୍ତି। ସେ ନିଜେ ଜନତନ୍ତ୍ର ନାମିତ ଏକ ଖବର ପ୍ରକାଶିତ କରିଆସୁଥିଲେ।

ତାଙ୍କର ବିୟୋଗରେ ଓଡିଶାର ବରିଷ୍ଠ ସାମ୍ବାଦିକମାନେ ତାଙ୍କର ସାମାଜିକ ଗଣମାଧ୍ୟମରେ ଶୋକପ୍ରକାଶ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଜଗନ୍ନାଥ ସଂସ୍କୃତି ଗବେଷକ ତଥା ପ୍ରବଚକ ଚାରଣ ରାମଦାସଙ୍କ କରୋନାରେ ପରଲୋକ

ଭୁବନେଶ୍ବର, ପ୍ରଖ୍ୟାତ ପ୍ରବଚକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଚାରଣ ରାମଦାସଙ୍କର କରୋନାରେ ପରଲୋକ ହୋଇଛି। ସେ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେଉଥିବାରୁ ତାଙ୍କୁ ଅକ୍ସିଜେନରେ ରଖାଯାଇଥିଲା। ହେଲେ ଗତକାଲିଠାରୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ସେ ଆଜି ଦେହତ୍ୟାଗ କରିଛନ୍ତି।

ଚାରଣ ରାମ ଦାସ ଓଡିଶାର ଘରେ ଘରେ ପରିଚିତ ଜଣେ ବ୍ୟକ୍ତିତ୍ବ। ସେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ପ୍ରବଚନ ଦେଇ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ। ସେ ବର୍ତ୍ତମାନ ଓଡିଶାର ଲୋକପ୍ରିୟ ଚ୍ୟାନେଲ ଜୀ ସାର୍ଥକରେ ପ୍ରବଚକ ଭାବେ କାର୍ଯ୍ୟ କରୁଥିଲେ।

କେବଳ ଜଗନ୍ନାଥ ସଂସ୍କୃତି ନୁହେଁ ତାଙ୍କର ରାମାୟଣ, ମହାଭାରତ, ଶୈବ୍ୟ ସଂସ୍କୃତି ଏବଂ ଦେବୀ ସଂସ୍କୃତି ଉପରେ ବେଶ ପାଣ୍ଡିତ୍ୟ ରହିଥିଲା। ମୁଖ୍ୟତଃ ତାଙ୍କର ଉପସ୍ଥାପନା ଶୈଳୀ ଲୋକଙ୍କ ଦ୍ବାରା ବେଶ୍ ଆଦୃତି ହୋଇପାରିଥିଲା। ଉଚ୍ଚ ସ୍ବରରେ ଏବଂ ଶିଘ୍ରଶିଘ୍ର କହିବାର କଳା ତାଙ୍କୁ ବେଶ ଭଲଭାବରେ ଜଣା ଥିଲା।

ଜଣେ ସଂସ୍କୃତି ଗବେଷକ ହୋଇଥିଲେ ମଧ୍ୟ ଲୋକଙ୍କୁ ସାଧାରଣ ଭାଷାରେ ବୁଝାଇ କହିବାର କଳା ଚାରଣ ରାମଦାସଙ୍କୁ ଜଣାଥିଲା। ଏଥିସହିତ ତାଙ୍କର ବେଶ ପୋଷାକ ଜଣେ ସିଦ୍ଧ ପୁରଷ ଭାବରେ ପରିଚିତ କରାଇପାରିଥିଲା। ତାଙ୍କ ଦ୍ବାରା ପ୍ରସ୍ତୁତ ଗୀତା ମହିମା, ରାମାୟଣ, ଶିବ ମହିମା, ମା ତାରିଣୀ କଥାମୃତ, ଶ୍ରୀମଦ୍ଭଗବତ ଗୀତା, ଏ ତ କଳିକାଳ, ତ୍ରିନାଥ ମେଳା ବିଷୟଗୁଡ଼ିକର ସିଡି ଡିଭିଡି ଆକାରରେ ଉପଲବ୍ଧ । ଏହ ସିଡିଗୁଡିକ ସେତେବେଳେ ବେଶ୍ ଲୋକପ୍ରିୟ ହୋଇପାରିଥିଲା।

ତାଙ୍କର ବିୟୋଗରେ ଜଗନ୍ନାଥ ସଂସ୍କୃତି ପ୍ରେମୀଙ୍କ ମହଲରେ ବେଶ୍ ଶୋକର ଛାୟା ଖେଳିଯାଇଛି।