Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଜାପାନରେ ମଧ୍ୟ କରୋନା ସ୍ଥିତି ସାଂଘାତିକ, ଗତ ୨୪ ଘଣ୍ଟାରେ ପ୍ରାୟ ୨ ଲକ୍ଷ ନୂଆ ମାମଲା, ୩୧୫ ମୃତ୍ୟୁ

ନୂଆଦିଲ୍ଲୀ: ଚୀନ୍ ପରେ ବର୍ତ୍ତମାନ କରୋନା ସଂକ୍ରମଣ ଅନ୍ୟ ଦେଶରେ ମଧ୍ୟ ଦେଖାଯାଉଛି। ଚୀନ୍ ସହିତ ଦକ୍ଷିଣ କୋରିଆ, ଜାପାନ, ଆମେରିକା ଏବଂ ବ୍ରାଜିଲ ମଧ୍ୟ କରୋନାର ନୂତନ ଭାରିଏଣ୍ଟ ବିସ୍ତାର କରୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭିଡ-୧୯ ରେସପନ୍ସ ଦଳର ଏପିଡେମୋଲୋଜିଷ୍ଟ ଦାବି କରିଛନ୍ତି ଯେ, ସାରା ବିଶ୍ୱରେ ପ୍ରତି ସପ୍ତାହରେ ଆଠ ହଜାରରୁ ଦଶ ହଜାର ଲୋକ କରୋନାରେ ମୃତ୍ୟୁ ବରଣ କରୁଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ଚୀନ୍ ପରେ ଜାପାନରେ କରୋନାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳୁଛି। କରୋନା ୱାର୍ଲ୍ଡୋମିଟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୭୩ ହଜାର ନୂତନ ମାମଲା ଆସିଛି। ଏଥିସହିତ ୩୧୫ ଜଣଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ଅଗଷ୍ଟ ୨୫ ତାରିଖ ପରେ ଏହା ପ୍ରଥମ ଥର ଯେ ଗୋଟିଏ ଦିନରେ ଏତେଗୁଡ଼ିଏ ମାମଲା ଆସିଛି।

ଜାପାନରେ ଏହା କରୋନାର ଅଷ୍ଟମ ତରଙ୍ଗ:

ଜାପାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଅଷ୍ଟମ ତରଙ୍ଗ ଜାପାନରେ ପହଞ୍ଚିଛି। ଆଗାମୀ ଦିନରେ ପରିସ୍ଥିତି ଅଧିକ ଅନିୟନ୍ତ୍ରିତ ହୋଇପାରେ। ଏହା ସହିତ ରିପୋର୍ଟରେ ଦାବି କରାଯାଇଛି ଯେ, ଓମିକ୍ରନ୍ ଭାରିଆଣ୍ଟ ଯୋଗୁଁ ଅଧିକାଂଶ ପିଲା ମରୁଛନ୍ତି। ଚୀନ୍‌ର ଅବସ୍ଥା ବିଗିଡିବା ଯୋଗୁଁ ଜାପାନର ଚିନ୍ତା ବଢାଇ ଦେଇଛି।

BF.7 ଓମିକ୍ରନ୍ ର ସବୁଠାରୁ ଶକ୍ତିଶାଳୀ ଭାରିଏଣ୍ଟ:

ଓମିକ୍ରନ୍ ର ନୂତନ ଭାରିଏଣ୍ଟ BF.7 ଚାଇନାରେ ହଇଚଇ ସୃଷ୍ଟି କରିଛି। ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା ହେଉଛି ଓମିକ୍ରନ୍ ର ସବୁଠାରୁ ଶକ୍ତିଶାଳୀ ଭାରିଏଣ୍ଟ। BF.7 ଭାରିଏଣ୍ଟଟି R346T ନାମକ କରୋନାଭାଇରସ୍ ର ସ୍ପାଇକ୍ ପ୍ରୋଟିନ୍ ର ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନରେ ନିର୍ମିତ। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ପରିବର୍ତ୍ତନ ହେତୁ ଆଣ୍ଟିବଡି ଏହି ଭାରିଏଣ୍ଟ ଉପରେ ପ୍ରଭାବ ପକାଇବ ନାହିଁ।