Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏଥର ୪୫ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ନେବେ ଟିକା: ଜାଣନ୍ତୁ କେଉଁ ଘରୋଇ ହସ୍ପିଟାଲଗୁଡିକୁ କରାଗଲା ଚୟନ

ଭୁବନେଶ୍ୱର: ୩ୟ ପର୍ଯ୍ୟାୟ ଟିକାକରଣ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ। ୪୫ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଓ ୨୨ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ କରୋନା ଟିକା ଦିଆଯିବ। ସେଥିପାଇଁ ଭୁବନେଶ୍ୱରରେ ମୋଟ ୨୨ଟି ହସ୍ପିଟାଲକୁ ଚିହ୍ନଟ କରାଯାଇଛି। ୨୨ ଟି ହସ୍ପିଟାଲ ମଧ୍ୟରୁ ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକା ଦିଆଯିବ। ଘରୋଇ ହସ୍ପିଟାଲରେ ଟିକା ସଂପୂର୍ଣ୍ଣ ମାଗଣାରେ ମିଳିବ। ହେଲେ ଘରୋଇ ହସ୍ପିଟାଲରେ ଟିକା ପାଇଁ ନିର୍ଦ୍ଧିଷ୍ଟ ଶୁଳ୍କ ଦେବାକୁ ପଡିବ। ପୂର୍ବରୁ ଚିହ୍ନଟ ଲୋକଙ୍କୁ ଘରୋଇ ହସ୍ପିଟାଲରେ ଟିକା ଦିଆଯିବ। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ତେବେ ପ୍ରଥମ ଦିନରେ ପ୍ରତି କେନ୍ଦ୍ରରେ ୬୦ ଜଣ ଲେଖାଏଁ ଲୋକଙ୍କୁ ଟିକା ଦିଆଯିବ। ଟିକା ନେବା ପାଇଁ କୋୱିନ ୨.୦ରେ ପଞ୍ଜୀକରଣ କରିବାକୁ ପଡିବ। ସୋମବାର ଠାରୁ ଘରୋଇ ହସ୍ପିଟାଲରେ ଟିକା ନେବା ପାଇଁ ପଞ୍ଜୀକରଣ କରିହେବ। ମଙ୍ଗଳବାରଠାରୁ ଘରୋଇ ହସ୍ପିଟାଲରେ ଟିକା ନେଇପାରିବେ। ଏଥିପାଇଁ ସର୍ଭିସ ଚାର୍ଜ ୧୦୦ ଟଙ୍କା ଦେବାକୁ ପଡିବ। କେନ୍ଦ୍ର ସରକାର ଟିକାର ମୂଲ୍ୟ ଖୁବ ଶୀଘ୍ର ଜଣାଇବେ ବୋଲି କମିଶନର ସୂଚନା ଦେଇଛନ୍ତି। ରବିବାର ସୁଦ୍ଧା ଟିକାର ମୂଲ୍ୟ ଜଣାପଡ଼ିବ ବୋଲି କମିଶନର କହିଛନ୍ତି।

ଟିକା ପାଇଁ ମନୋନୀତ ହୋଇଥିବା ଘରୋଇ ହସ୍ପିଟାଲ:

ସମ୍ ହସ୍ପିଟାଲ, କିମ୍ସ ହସ୍ପିଟାଲ, କଳିଙ୍ଗ ହସ୍ପିଟାଲ, ବ୍ଲୁ ହ୍ଵିଲ ହସ୍ପିଟାଲ, ଆଦିତ୍ୟ ଅଶ୍ଵିନୀ ହସ୍ପିଟାଲ, ଆମ୍ରି ହସ୍ପିଟାଲ, ଉତ୍କଳ ହସ୍ପିଟାଲ, ନୀଳାଚଳ ହସ୍ପିଟାଲ, କେୟାର ହସ୍ପିଟାଲ, ହାଇଟେକ୍ ହସ୍ପିଟାଲରେ କରୋନା ଟିକା ମିଳିପାରିବ।