Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଟୁରିଷ୍ଟ ଗାଇଡଙ୍କ ଉପରେ କେନ୍ଦ୍ର ସରକାରଙ୍କ ପଡିଲା ଶୁଭ ଦୃଷ୍ଟି, ଘୋଷଣା କଲେ ସହାୟତା

ନୂଆଦିଲ୍ଲୀ, ଗତକାଲି କରୋନା ମୁକାବିଲା ପାଇଁ ଘୋଷଣା କରାଯାଇଥିବା ସହାୟତାରେ ପର୍ଯ୍ୟଟନ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି। ଏଥିରେ ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ। କୋଭିଡ଼ ୧୯ ମହାମାରୀ ଆକ୍ରାନ୍ତ କ୍ଷେତ୍ରକୁ  ନୂତନ ଋଣ ଗ୍ୟାରେଣ୍ଟି ଯୋଜନା ଅଧୀନରେ କାର୍ଯ୍ୟକାରୀ ପୁଂଜି ଏବଂ ବ୍ୟକ୍ତିଗତ ଋଣ ଯୋଗାଇ ଦିଆଯିବ। ଏହାଦ୍ୱାରା ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନେ ସେମାନଙ୍କର ଉଧାର, ଋଣ ଇତ୍ୟାଦି ଶୁଝି ପାରିବେ।

କୋଭିଡ଼ ୧୯ ପ୍ରଭାବରୁ ମୁକୁଳି ସେମାନେ ନିଜର ବ୍ୟବସାୟକୁ ପୁଣି ଥରେ ଆରମ୍ଭ କରିପାରିବା ପାଇଁ ଏହି ସହାୟତା ପ୍ରଦାନ କରାଯିବ । ଏହି ଯୋଜନାରେ ୧୦,୭୦୦ଟି କ୍ଷେତ୍ରୀୟ ସ୍ତରୀୟ ସ୍ୱୀକୃତ ପର୍ଯ୍ୟଟନ ଗାଇଡ଼ ଯାହାଙ୍କୁ କି ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରମାନଙ୍କ ଦ୍ୱାରା ସ୍ୱୀକୃତି ପ୍ରଦାନ କରାଯାଇଛି।

ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାର ସ୍ୱୀକୃତି ପ୍ରଦାନ କରାଯାଇଥିବା ୧,୦୦୦ ଟ୍ରାଭେଲ୍‍ ଏବଂ ପର୍ଯ୍ୟଟନ ହିତଧାରକ (ଟିଟିଏସ)ଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ । ଟିଟିଏସମାନେ ପ୍ରତ୍ୟେକେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ ଯଦ୍ୟପି ଟୁରିଷ୍ଟ ଗାଇଡ଼ମାନେ ପ୍ରତ୍ୟେକେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉଠାଇପାରିବେ । ଏଥିପାଇଁ କୌଣସି ପ୍ରୋସେସିଂ ଚାର୍ଜ ଲାଗିବନାହିଁ, ଏହାର ଫୋରକ୍ଲୋଜ୍‍ ବା ପ୍ରାକ୍‍- ପେମେଣ୍ଟ ଚାର୍ଜ ଛାଡ଼ କରାଯାଇଛି ଏବଂ ଏଥି ସକାଶେ କୌଣସି ପ୍ରକାର ଅତିରିକ୍ତ କୋଲାଟରାଲର ମଧ୍ୟ ଆବଶ୍ୟକତା ନାହିଁ । ଏନସିଜିଟିସି ମାଧ୍ୟମରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଏହି ଯୋଜନାର ପ୍ରଶାସନିକ ପରିଚାଳନା କରିବ ।

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି ସ୍ବାସ୍ଥ୍ୟ

ଅନଲାଇନ୍ ପାଠପଢ଼ା ସମୟରେ କରୋନା ମୁକାବିଲା ପାଇଁ ପିଲାମାନଙ୍କୁ ସାମର୍ଥ୍ୟ ଦେଉଛି ଯୋଗ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହାମାରୀ ସତ୍ତ୍ୱେ, ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ବାର୍ତ୍ତା-“ସୁସ୍ଥତା ପାଇଁ ଯୋଗ” ଜନସାଧାରଣଙ୍କ ମନୋବଳ ବଢ଼ାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ରାଷ୍ଟ୍ର, ସମାଜ ଓ ବ୍ୟକ୍ତିବିଶେଷଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିବା ସହିତ ଆଶା ବ୍ୟକ୍ତ କରିଛନ୍ତି ଯେ ଆମେ ସମସ୍ତେ ଏକଜୁଟ୍ ହେବା ଏବଂ ପରସ୍ପରର ସାମର୍ଥ୍ୟ ବୃଦ୍ଧି କରିବା। ଆଜି ସେ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଉଦବୋଧନ ଦେଇଥିଲେ।

ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଯୋଗର ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଯୋଗ ଏହି କଷ୍ଟକର ସମୟରେ ଲୋକମାନଙ୍କ ପାଇଁ ସାମର୍ଥ୍ୟ ଓ ସନ୍ତୁଳନର ଉତ୍ସ ଭାବେ ପ୍ରମାଣିତ ହୋଇଛି। ସେ କହିଥିଲେ ଯେ ମହାମାରୀ ସମୟରେ ବିଭିନ୍ନ ରାଷ୍ଟ୍ର ପାଇଁ ଯୋଗ ଦିବସକୁ ଭୁଲିବା ସହଜ ଥିଲା କାରଣ ଏହା ସେମାନଙ୍କ ସଂସ୍କୃତିର ଏକ ଅନ୍ତରୀଣ ଅଂଶବିଶେଷ ନଥିଲା, ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି, ଯୋଗ ପ୍ରତି ବିଶ୍ୱବ୍ୟାପୀ ଉତ୍ସାହ ବୃଦ୍ଧି ପାଇଛି। ବିଶ୍ୱବ୍ୟାପୀ ଦେଖାଦେଇଥିବା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଆତ୍ମବିଶ୍ୱାସ ଓ ଦୃଢ଼ତା ହାସଲ କରିବାରେ ଯୋଗ ଜନସାଧାରଣଙ୍କୁ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସମ୍ମୁଖ କରୋନା ଯୋଦ୍ଧାମାନେ କିପରି ଯୋଗକୁ ସେମାନଙ୍କର ସୁରକ୍ଷା କବଚରେ ପରିଣତ କରିଛନ୍ତି ଏବଂ ନିଜକୁ ଯୋଗ ମାଧ୍ୟମରେ ଦୃଢ଼ କରିଛନ୍ତି ତାହା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଭୂତାଣୁର ପ୍ରଭାବକୁ ହ୍ରାସ କରିବା ଦିଗରେ ଜନସାଧାରଣ, ଡାକ୍ତର, ନର୍ସମାନେ ଯୋଗକୁ ମାଧ୍ୟମ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଆମର ଶ୍ୱସନ ପ୍ରଣାଳୀକୁ ସୁଦୃଢ଼ କରିବାରେ ପ୍ରାଣାୟମ ଓ ଅନୁଲୋମ-ବିଲୋମ ଭଳି ଶ୍ୱାସକ୍ରିୟା ବ୍ୟାୟାମ ଉପରେ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରୁଛନ୍ତି।

ମହାନ ତାମିଲ ସନ୍ଥ ତିରୁଭଲ୍ଲୁଭରଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ, ରୋଗର ମୂଳ କାରଣକୁ ଠାବ କରିବାରେ ଯୋଗ ସହାୟତା କରିଥାଏ ଏବଂ ଆରୋଗ୍ୟ ଲାଭ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସେ ସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ବିଶ୍ୱସ୍ତରରେ ଯୋଗର ଆରୋଗ୍ୟ ଗୁଣ ଉପରେ ଗବେଷଣା କରାଯାଉଛି। ଯୋଗ ଜରିଆରେ ରୋଗ ପ୍ରତିଷେଧକ ଶକ୍ତି ଉପରେ ଅଧ୍ୟୟନ କରାଯାଉଛି ଏବଂ ପିଲାମାନେ ସେମାନଙ୍କର ଅନଲାଇନ୍ ପାଠପଢ଼ା ସମୟରେ ଯୋଗ କରୁଥିବା ସେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଯୋଗ ପିଲାମାନଙ୍କୁ କରୋନା ବିରୋଧରେ ଲଢ଼େଇ ପାଇଁ ପ୍ରସ୍ତୁତ କରୁଛି।

ପ୍ରଧାନମନ୍ତ୍ରୀ ଯୋଗର ସାମଗ୍ରିକ ପ୍ରକୃତି ଉପରେ ଜୋର ଦେଇଥିଲେ ଏବଂ କହିଥିଲେ ଯେ ଏହା ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେଇଥାଏ। ଯୋଗ ଆମର ଆନ୍ତରିକ ସାମର୍ଥ୍ୟ ସହିତ ଯୋଡ଼ି ହେବାରେ ସହାୟକ ହୋଇଥାଏ ଏବଂ ଆମକୁ ସମସ୍ତ ପ୍ରକାରର ନକାରାତ୍ମକତା ଠାରୁ ଦୂରେଇ ରଖିଥାଏ। ଯୋଗର ସକାରାତ୍ମକତା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଯୋଗ ଭିନ୍ନତାରୁ ଏକତା ଦିଗରେ ଆଗେଇ ନେଇଥାଏ। ଏହା ଆତ୍ମାନୁଭୂତିର ଏକ ପ୍ରମାଣିକ ମାର୍ଗ, ଏକତାର ଏକ ଅନୁଭବ।” ସେ କହିଥିଲେ ଯେ ଏହି ପରିପ୍ରେକ୍ଷୀରେ ଗୁରୁଦେବ ରବୀନ୍ଦ୍ର ନାଥ ଠାକୁରଙ୍କ ଏକ ଉକ୍ତି ବେଶ ପ୍ରାସଙ୍ଗିକ : “ସ୍ଵୟଂର ଅର୍ଥ ଈଶ୍ୱର ଏବଂ ଅନ୍ୟମାନଙ୍କ ଠାରୁ ଅଲଗା ହେବା ନୁହେଁ, ବରଂ ଏହା ଯୋଗର ଅସୀମ ଅନୁଭବ, ଏକାତ୍ମର ବିଶାଳତା ମଧ୍ୟରେ ନିହୀତ ରହିଛି।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁଗ ଯୁଗ ଧରି ଭାରତ ‘ବସୁଧୈବ କୁଟୁମ୍ବକମ’ ମନ୍ତ୍ର ପାଳନ କରି ଆସିଛି, ଯାହା ଆଜି ସାରା ବିଶ୍ୱରେ ସ୍ଵୀକୃତି ଲାଭ କରିଛି। ଆମେ ସମସ୍ତେ ପରସ୍ପରର ସୁସ୍ଥତା କାମନା କରୁଛୁ। ମାନବତା ବିରୋଧରେ ବିପଦ ସୃଷ୍ଟି ହେଲେ ଯୋଗ ଆମକୁ ସାମଗ୍ରିକ ସ୍ଵାସ୍ଥ୍ୟ ପ୍ରଦାନ କରିଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ “ଯୋଗ ଆମକୁ ଆନନ୍ଦପୂର୍ଣ୍ଣ ଜୀବନ ନିର୍ବାହ କରିବାର ମାର୍ଗ ପ୍ରଦର୍ଶିତ କରିଥାଏ। ମୋର ଭରସା ରହିଛି ଯେ ଯୋଗ ଜନମାନସର ସ୍ଵାସ୍ଥ୍ୟ ଲାଗି ରୋଗ ନିରାକରଣ ସହିତ ଜନସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଏକ ସକାରାତ୍ମକ ଭୂମିକା ନିର୍ବାହ କରିବ।”

ପ୍ରଧାନମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ ଯେ ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱକୁ ଏମ-ଯୋଗ ଆପ୍ ମିଳିବ। ଏଥିରେ ଯୋଗାଭ୍ୟାସ ଉପରେ ଅନେକ ଭିଡିଓ ରହିଛି, ଯାହା ବହୁ ଭାଷାରେ ଉପଲବ୍ଧ ହେବ। ଏସବୁ ଭିଡିଓ ସାଧାରଣ ଯୋଗ ଅଭ୍ୟାସ ଉପରେ ଆଧାରିତ। ଏହି ପ୍ରୟାସକୁ ଆଧୁନିକ ପ୍ରଯୁକ୍ତି ଏବଂ ପ୍ରାଚୀନ ବିଜ୍ଞାନର ମହାନ ସଂଗମ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ଯେ ଏମ-ଯୋଗ ଆପ୍ ଦ୍ୱାରା ସାରା ବିଶ୍ୱରେ ଯୋଗର ପ୍ରସାରରେ ସହାୟତା ମିଳିପାରିବ ତଥା ଏହା ମାଧ୍ୟମରେ “ଏକ ବିଶ୍ୱ ଏକ ସ୍ଵାସ୍ଥ୍ୟ’ ପ୍ରୟାସକୁ ମଧ୍ୟ ବଳ ମିଳିବ।

ପ୍ରଧାନମନ୍ତ୍ରୀ ଭଗବତ୍ ଗୀତାର ଉଦାହାରଣ ଦେଇ କହିଥିଲେ ଯେ ଆମ ସମସ୍ତଙ୍କୁ ଯୋଗର ସମ୍ମିଳିତ ଯାତ୍ରାରେ ଆଗେଇବାକୁ ହେବ କାରଣ ଯୋଗ ନିକଟରେ ସମସ୍ତଙ୍କ ପାଇଁ ସମାଧାନର ସୂତ୍ର ରହିଛି। ଯୋଗ ଏହାର ମୂଳ ଆଦର୍ଶକୁ ବଜାୟ ରଖି ସମସ୍ତଙ୍କ ନିକଟରେ ପହଞ୍ଚିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମସ୍ତଙ୍କ ନିକଟରେ ଯୋଗକୁ ପହଞ୍ଚାଇବାରେ ଯୋଗଦାନ ଦେବା ଯୋଗ ଗୁରୁ ଏବଂ ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ମୁକାବିଲାରେ ପ୍ରଶାସନକୁ ସହଯୋଗ କରନ୍ତୁ, ଡବଲ ମାସ୍କ ପିନ୍ଧନ୍ତୁ, ରାଜ୍ୟବାସୀଙ୍କୁ ନବୀନଙ୍କ ନିବେଦନ

ଭୁବନେଶ୍ବର, ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା । ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଲୋକମାନଙ୍କ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଆଜି ସତର୍କ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ କହିଛନ୍ତି ଯେ ଆମେ ଏକା ସମୟରେ ଦୁଇଟି ବଡ ବିପଦର ସାମ୍‌ନା କରୁଛୁ – କୋଭିଡ ଓ ବାତ୍ୟା ୟଶ । ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରରେ ସହଯୋଗ କରନ୍ତୁ ଓ ଡବଲ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମର ଲକ୍ଷ୍ୟ। ତେଣୁ ସମସ୍ତେ ବାତ୍ୟା ଆଶ୍ରୟସ୍ଥଳ ତଥା ପକ୍କା ଘର ଆଦି ନିରାପଦ ସ୍ଥାନକୁ ଚାଲିଆସିବା ପାଇଁ ସେ ଅନୁରୋଧ କରିଛନ୍ତି । କୋଭିଡ ପାଇଁ ପ୍ରଶାସନ ଗତ ଦୁଇ ମାସ ଧରି ଚାପରେ ଅଛି । ତେଣୁ ବାତ୍ୟାର ମୁକାବିଲା ପାଇଁ ଜନସାଧାରଣ ସ୍ଥାନାନ୍ତର ରେ ପ୍ରଶାସନକୁ ପୁରା ସହଯୋଗ କରିବା ପାଇଁ ସେ ନିବେଦନ କରିଛନ୍ତି । ଯେହେତୁ ଏବେ କୋଭିଡ ସମୟ, ତେଣୁ ଆମକୁ ଅଧିକ ସାବଧାନ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଅନୁରୋଧ କରି ଆହୁରି କହିଛନ୍ତି ଯେ ଆପଣମାନେ ବାତ୍ୟା ଆଶ୍ରୟସ୍ଥଳ ବା ପକ୍କା ଘର, ଯେଉଁଠାରେ ବି ଥାଆନ୍ତୁ, ଦୁଇଟି ମାସ୍କ ଏକ ସମୟରେ ପିନ୍ଧନ୍ତୁ। ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ନୁହେଁ, ଦୁଇଟି ମାସ୍କ ପିନ୍ଧିବା ଆମ ସ୍ବାସ୍ଥ୍ୟ ପାଇଁ ଖୁବ ଜରୁରୀ। ଡବଲ ବିପଦ ପାଇଁ ଡବଲ ମାସ୍କ। ତା ସହିତ ସାବୁନ ଓ ସାନିଟାଇଜରରେ ହାତ ମଧ୍ୟ ଧୋଇବା ପାଇଁ ସେ ନିବେଦନ କରିଛନ୍ତି।

ସାରା ମାନବ ଜାତି ବର୍ତ୍ତମାନ ଏକ କଷ୍ଟକର ସମୟ ଦେଇ ଗତି କରୁଛି ଏବଂ ଗତ ଏକ ବର୍ଷରୁ ଅଧିକ ସମୟ ଧରି କୋଭିଡ ବିରୁଦ୍ଧରେ ଆମର ଲଢେଇ ଜାରି ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାତ୍ୟା ୟଶ ବର୍ତ୍ତମାନ ଆମ ପାଇଁ ଆହୁରି ଏକ ବଡ ବିପଦ ଭାବରେ ଦେଖା ଦେଇଛି । ଏକ ସମୟରେ ଦୁଇ ଦୁଇଟି ବଡ ବିପଦ ବାତ୍ୟା ଓ କୋଭିଡ ର ମୁକାବିଲା ଆମକୁ କରିବାକୁ ହେବ ।

ଗତ ବର୍ଷ ମେ ମାସରେ ମଧ୍ୟ ଆମେ କୋଭିଡ ସହ ବାତ୍ୟା ଅମ୍ଫନ ର ସାମନା କରିଥିଲେ ଏବଂ ଲୋକଙ୍କ ସହଯୋଗରେ ଆମେ ସଫଳତାର ସହ ସେ ପରିସ୍ଥିତିର ମୁକାବିଲା କରିଥିଲେ ବୋଲି ସେ ମନେପକାଇ ଦେଇଥିଲେ।

ବାତ୍ୟା ଓଡିଶା ପାଇଁ ନୂଆ ନୁହେଁ, ତଥାପି ଆମକୁ ସତର୍କ ରହିବାକୁ ହେବ। ସାମାନ୍ୟ ହେଳା ବଡ ବିପଦ ସୃଷ୍ଟି କରିପାରେ ବୋଲି ସେ ସତର୍କ କରିଥିଲେ। ସରକାର ବାତ୍ୟା ଓ କୋଭିଡ ଦୁଇଟି ଯାକ ପରିସ୍ଥିତିର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଜନସାଧାରଣଙ୍କ ସହଯୋଗ ହିଁ ଆମର ପ୍ରସ୍ତୁତିକୁ ଆହୁରି ମଜବୁତ କରିବ ବୋଲି ସେ ଆଶାପ୍ରକାଶ କରିଥିଲେ।

ଜନସାଧାରଣଙ୍କୁ ଆହୁରି ସତର୍କ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାତ୍ୟା ସମୟରେ ଓ ବାତ୍ୟା ପରେ ଆମେ କୋଭିଡ ପାଇଁ ଅଧିକ ସାବଧାନ ରହିବାକୁ ହେବ । ଆବଶ୍ୟକତାକୁ ଦେଖି ମିଶନ୍ ଶକ୍ତି ଗୋଷ୍ଠୀ ଜରିଆରେ ଲୋକଙ୍କୁ ମାସ୍କ ଯୋଗାଇବା ପାଇଁ ସେ କଲେକ୍ଟର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଥିଲେ।

ପ୍ରାକୃତିକ ବିପର‌୍ୟ୍ୟୟ ସମୟରେ ଓଡିଶା ସବୁବେଳେ ଭଲ କାମ କରିଆସିଛି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବିପଦ ସମୟରେ ସାଧାରଣଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରତିନିଧି ବନ୍ଧୁମାନେ ଓ ନାଗରିକ ସମାଜର ବନ୍ଧୁମାନେ ସମସ୍ତେ ସରକାରଙ୍କୁ ପୁରା ସହଯୋଗ ଦେଇ ଆସିଛନ୍ତି । ତେଣୁ ଏଥର ମଧ୍ୟ, ଆମେ ସମସ୍ତେ ମିଶି ଏ ଦୁଇ ବିପଦ ବିରୁଦ୍ଧରେ ଏକାଠି ଲଢିବା ଓ ନିଶ୍ଚୟ ଜିତିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି ଥରେ ସମସ୍ତଙ୍କୁ ଦୁଇଟି ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଥିଲେ। ବାତ୍ୟା ଆଶ୍ରୟସ୍ଥଳରେ ଓ ଘରେ ପିନ୍ଧିବା ସହିତ ବାତ୍ୟା ଗଲା ପରେ ମଧ୍ୟ ଦୁଇଟି ମାସ୍କ ପିନ୍ଧିବା ଜାରି ରଖିବାକୁ ସେ ଅନୁରୋଧ କରିଥିଲେ । ପରିଶେଷରେ ଏହି ଦୁଇ ଲଢେଇରେ ବିଜୟ ପାଇଁ ପ୍ରଶାସନକୁ ପୁରା ସହଯୋଗ ଦେବାକୁ ସେ ନିବେଦନ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ମୁକାବିଲା: ଶିଶୁଙ୍କ ପାଇଁ ଗଠନ ହେଲା ‘ପେଡିଆଟ୍ରିକ କୋଭିଡ ଉଇଙ୍ଗ’

ଭୁବନେଶ୍ବର: ଶିଶୁଙ୍କ କ୍ଷେତ୍ରରେ କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ନୂଆ ମାର୍ଗଦର୍ଶିକା ଜାରି ହୋଇଛି। ଏନେଇ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ ଓ ମେଡିକାଲ କର୍ତ୍ତୁପକ୍ଷଙ୍କୁ  ଚିଠି ଲେଖିଛନ୍ତି।

ପ୍ରତି ହସ୍ପିଟାଲରେ ‘ପେଡିଆଟ୍ରିକ କୋଭିଡ ଉଇଙ୍ଗ’ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲରେ ମୋଟ ଉପଲବ୍ଧ ଶଯ୍ୟାରୁ ୧୫ ପ୍ରତିଶତ ‘ପେଡିଆଟ୍ରିକ କୋଭିଡ ଉଇଙ୍ଗ’ ହେବ। ଶିଶୁମାନଙ୍କ ଲାଗି ଏଚଡିୟୁ ଏବଂ ଆଇସିୟୁ ସେବା ସଂରକ୍ଷଣ ରଖିବାକୁ ନିର୍ଦ୍ଦେଶ ହୋଇଛି। ଶିଶୁଙ୍କ ଚିକିତ୍ସା ବେଳେ କେନ୍ଦ୍ରର ଗାଇଡଲାଇନ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲରେ ଶିଶୁ ସହ ଜଣେ ଅଭିଭାବକ ରହିବାକୁ କୁହାଯାଇଛି।

କଟକର ଏସଭିପିଜିଆଇପି ନୋଡାଲ ସେଣ୍ଟର ଭାବେ କାର୍ଯ୍ୟ କରିବ। ରାଜ୍ୟର ଶିଶୁରୋଗ ଚିକିତ୍ସକମାନଙ୍କୁ ଏସଭିପିଜିଆଇପି ବୈଷୟିକ ସହାୟତା ଯୋଗାଇବ। ଏନେଇ ଏସଭିପିଜିଆଇପି ଏକ ବୈଷୟିକ ଗ୍ରୁପ ଗଠନ ଲାଗି ନିର୍ଦ୍ଦେଶ ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ୨ଟି ବଡ ନିଷ୍ପତ୍ତି: ଜାଣନ୍ତୁ କଣ ଘୋଷଣା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର୨ଟି ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରଥମତଃ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡାକ୍ତର ଶ୍ରୀନଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଏହି କମିଟିରେ ବହୁ ବରିଷ୍ଠ ଡାକ୍ତର ଏବଂ ବୈଜ୍ଞାନିକ ସଦସ୍ୟ ଅଛନ୍ତି। ଡାକ୍ତର ଦେବୀ ସେଟ୍ଟୀ, ରାମାକାନ୍ତ ପଣ୍ଡା କମିଟିରେ ସଦସ୍ୟ ଅଛନ୍ତି।

ତେବେ ଏହି କମିଟି କରୋନା ପରିଚାଳନା ନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ। ଟୀକାକରଣ ଏବଂ ପରବର୍ତ୍ତୀ ଲହର ବିଷୟରେ ରାଜୟ ସରକାରଙ୍କୁ ପରାମର୍ଶ ଦେବେ। କମିଟିର ପରାମର୍ଶ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନେବେ। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

ସେହିପରି ରାଜ୍ୟ ସରକାରଙ୍କ ଦ୍ଵିତୀୟ ନିଷ୍ପତ୍ତି ହେଉଛି, ଟୀକା ପାଇଁ ଗ୍ଲୋବାଲ ଟେଣ୍ଡର ବ୍ୟବସ୍ଥା। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମଧ୍ୟ ସୂଚନା ଦେଇଛନ୍ତି। ୩ କୋଟି ୮୦ ଲକ୍ଷ ଟୀକା କିଣିବାକୁ ଟେଣ୍ଡର ଡକାଯାଇଛି। ୪ ମାସ ମଧ୍ୟରେ ସମସ୍ତ ଟୀକା ଯୋଗାଇଦେବାକୁ କୁହାଯାଇଛି। ଯଦି ସଫଳ ବିଡିଂ ହୁଏ, ତେବେ ମେ’ ୨୮ ପରେ ଆମେ ଟୀକା କିଣିପାରିବା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୨୫ ଟି ରାଜ୍ୟକୁ ୮୯୨୩.୮ କୋଟି ଘୋଷଣା କଲା କେନ୍ଦ୍ର: ଜାଣନ୍ତୁ ଓଡିଶା ପାଇଁ କେତେ ରହିଛି ଅନୁଦାନ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ୨୫ ଟି ରାଜ୍ୟକୁ କେନ୍ଦ୍ର ସରକାର ପକ୍ଷରୁ ଅନୁଦାନ ରାଶି ଘୋଷଣା କରାଯାଇଛି। ୨୫ ଟି ରାଜ୍ୟକୁ ମୋଟ ୮୯୨୩.୮ କୋଟି ଟଙ୍କା ଅନୁଦାନ ରାଶି ଘୋଷଣା କରିଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ। ଗ୍ରାମାଞ୍ଚଳରେ ଏହି ଅର୍ଥ ଖର୍ଚ୍ଚ ପାଇଁ କେନ୍ଦ୍ର ଘୋଷଣା କରିଛି।

ତେବେ ଉତ୍ତରପ୍ରଦେଶକୁ ସର୍ବାଧିକ ୧୪୪୧ କୋଟି ୬୦ ଲକ୍ଷ ଟଙ୍କା ଦେବା ଲାଗି କେନ୍ଦ୍ର ଘୋଷଣା କରିଥିବା ବେଳେ ବିହାର ପାଇଁ ୭୪୧ କୋଟି ୮୦ ଲକ୍ଷ, ପଶ୍ଚିମବଙ୍ଗ ପାଇଁ ୬୫୨ କୋଟି ୨୦ ଲକ୍ଷ, ଆନ୍ଧ୍ରକୁ ୩୮୭ କୋଟି ୯୦ ଲକ୍ଷ, ଓଡିଶା ପାଇଁ ୩୩୩ କୋଟି ୮୦ ଲକ୍ଷ ଟଙ୍କା, ଆସାମ ପାଇଁ ୨୩୭ କୋଟି ୨୦ ଲକ୍ଷ ଓ ଛତିଶଗଡକୁ ୨୧୫ କୋଟି ଟଙ୍କା ଅନୁଦାନ ଘୋଷଣା କରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ମୁକାବିଲା: ୩୦ ଟି ଜିଲ୍ଲା ପାଇଁ ୭ ଟି ମେଡିକାଲ କଲେଜ ମଧ୍ୟରେ ଦାୟିତ୍ଵ ବଣ୍ଟନ

ଭୁବନେଶ୍ବର: ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟସରକାର ୭ ଟି ମେଡିକାଲ କଲେଜକୁ ୩୦ ଟି ଜିଲ୍ଲାର ଦାୟିତ୍ଵ ଦେଇଛନ୍ତି। ମେଡିକାଲ କଲେଜ ଟିମ୍ ଜିଲ୍ଲା କୋଭିଡ଼ ସେଣ୍ଟରର ତଦାରଖ କରିବେ।

ଜାଣନ୍ତୁ କେଉଁ ମେଡିକାଲ କଲେଜକୁ କେଉଁ ଜିଲ୍ଲା ଦାୟିତ୍ଵ:

୧- ଏସସିବି ମେଡିକାଲ କଲେଜ ଟିମ୍- କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ ଏବଂ ପୁରୀ ଜିଲ୍ଲା

୨- ଏମକେସିଜି, ବ୍ରହ୍ମପୁର- ଗଞ୍ଜାମ, ବୌଦ୍ଧ, ଗଜପତି ଏବଂ କନ୍ଧମାଳ ଜିଲ୍ଲା

୩- ଭୀମସାର- ଅନୁଗୁଳ, ବରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର ଏବଂ ସୁନ୍ଦରଗଡ ଜିଲ୍ଲା

୪- ଏସ.ଏଲ.ଏନ ମେଡିକାଲ କଲେଜ-  କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ରାୟଗଡା ଜିଲ୍ଲା

୫- ପି.ଆର.ଏମ, ବାରିପଦା- କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା

୬- ଏଫ.ଏମ କଲେଜ- ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲା

୭- ବି.ବି କଲେଜ- ବଲାଙ୍ଗୀରି, କଳାହାଣ୍ଡି, ନୂଆପଡା ଏବଂ ସୋନପୁର ଜିଲ୍ଲା ଦାୟିତ୍ଵ ମିଳିଛି।

Categories
ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁରରୁ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୂତାଣୁ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ଲୋକମାନେ। ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜଗତସିଂହପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ବିଜୟ ଲକ୍ଷ୍ମୀ ବେହେରା କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ୫ହଜାର ଟଙ୍କାର ଚେକ୍ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି। ବ୍ଲକର ଅଧ୍ୟକ୍ଷା ଓ ସରପଞ୍ଚ ମାନେ ଏହି ରାଶି ପ୍ରଦାନ କରିଛନ୍ତି।

ସେହିପରି ଓଡ଼ିଶା ରାଜସ୍ବ ଅମଲାସଂଘ ଜଗତସିଂହପୁର ଜିଲ୍ଲା ଶାଖା ତରଫରୁ ସଭାପତି ନିହାର ରଞ୍ଜନ ଦାସ, ସମ୍ପାଦକ ଦୁର୍ଗା ପ୍ରଶନ୍ନ ଦାସ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ରାଜ୍ୟରେ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ଟଙ୍କାର ଚେକ୍ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

ପୂର୍ବରୁ ରଘୁନାଥପୁର ନୀଳିମା ମହାସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୧ହଜାର ଟଙ୍କା ପ୍ରଦାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

୧୦୦ ବିଶୋଧନାଗାର ଓ ୫୦୦ରୁ ଅଧିକ କମ୍ପାନୀଙ୍କୁ ହାତଧୂଆ ବିଶୋଧକ ପ୍ରସ୍ତୁତି ପାଇଁ ଅନୁମତି

ନୂଆଦିଲ୍ଲୀ, କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଘୋଷିତ ଲକଡାଉନ ବେଳେ ଆବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସର୍ବବିଧ ପଦକ୍ଷେପମାନ ନେଇଛନ୍ତି। ଏହି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ହାତଧୂଆ ବିଶୋଧକର ବହୁଳ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅଧିନସ୍ଥ ଅବକାରୀ ଓ କେନ ଆୟୁକ୍ତ, ଔଷଧ ନିୟନ୍ତ୍ରକ ଏବଂ ଜିଲ୍ଲାପାଳମାନଙ୍କୁ ସାନିଟାଇଜର ପାଇଁ ଆବଶ୍ୟକ ଇଥାନଲ ଉପରେ କଟକଣାକୁ ଉଠାଇଦେବା ପାଇଁ ପରାମର୍ଶ ଦିଆଯାଇଛି।

ବିଶୋଧନାଗାର ଓ ଚିନିକଳ, ଯେଉଁମାନେ କି ଅଧିକ ସାନିଟାଇଜର ପ୍ରସ୍ତୁତ କରିପାରିବେ ସେମାନଙ୍କୁ ଏଗୁଡିକର ପ୍ରସ୍ତୁତି ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଅଧିକରୁ ଅଧିକ ସାନିଟାଇଜର ପ୍ରସ୍ତୁତି ପାଇଁ ଏହି ପ୍ରସ୍ତୁତକାରୀ ପ୍ରକଳ୍ପଗୁଡିକୁ ଅହୋରାତ୍ର କାର୍ଯ୍ୟ କରିବାକୁ କୁହାଯାଇଛି। ଏବେସୁଦ୍ଧା ୪୫ଟି ବିଶୋଧନାଗାର ଓ ୫୬୪ଟି ଅନ୍ୟାନ୍ୟ ପ୍ରସ୍ତୁତକାରୀଙ୍କୁ ସାନିଟାଇଜର ପ୍ରସ୍ତୁତ ପାଇଁ ଅନୁମତି ଦିଆଯାଇଥିବା ବେଳେ ଆହୁରି ଅଧିକ ୫୫ଟି ବିଶୋଧନାଗାରକୁ ଦିନେ ଦୁଇଦିନ ମଧ୍ୟରେ ଏଥିପାଇଁ ଅନୁମତି ପ୍ରଦାନ କରାଯିବ। ବର୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ପ୍ରସ୍ତୁତକାରୀଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରାଯାଉଛି।

ସେମାନଙ୍କ ମଧ୍ୟରୁ କେତେକ ଏହାର ପ୍ରସ୍ତୁତିରେ ଲାଗିଯାଇଥିବା ବେଳେ ଆଉ କେତେକ ସପ୍ତାହକ ମଧ୍ୟରେ ଉତ୍ପାଦନ ଆରମ୍ଭ କରିବାକୁ ଯାଉଥିବାରୁ ହସ୍ପିଟାଲ ଓ ଖାଉଟିମାନଙ୍କ ପାଇଁ ପର୍ଯ୍ୟାପ୍ତ ସାନିଟାଇଜର ଉପଲବ୍ଧ ହେବ। ସାଧାରଣ ଲୋକ ଓ ହସ୍ପିଟାଲଗୁଡିକ ଯୋପରି ସୁଲଭ ମୂଲ୍ୟରେ ସାନିଟାଇଜର ପାଇପାରିବେ ସେଥିପାଇଁ ସରକାର ଏହାର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ୨୦୦ ମିଲିଲିଟର ଯୁକ୍ତ ଏକ ବୋତଲ ସାନିଟାଇଜର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି। ସେହିପରି ଅଧିକ ମାତ୍ରାରେ ଉପଲବ୍ଧ ସାନିଟାଇଜର ବୋତଲର ମୂଲ୍ୟ ତାହାର ପରିମାଣ ହିସାବରେ ଧାର୍ଯ୍ୟ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

କରୋନା ମୁକାବିଲା ପାଇଁ ସରକାରଙ୍କୁ ୩ମାସର ଦରମା ପ୍ରଦାନ କଲେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି

ରମେଶ ମହାନ୍ତି

ଜଗତସିଂହପୁର: ରାଜ୍ୟର ସମସ୍ଥ ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା ହୋଇଥିବା ବେଳେ ରଜ୍ୟସରକାର କରୋନାକୁ ପ୍ରତିରୋଧ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ ରାଜ୍ୟବାସୀଙ୍କୁ ସଚେତନ କରାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ସହାୟତାର ହାତ ବଢାଇଛନ୍ତି ଜଗତସିଂହପୁର ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି। ନିଜର ତିନି ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଶ୍ରୀ ମୁଦୁଲି ଏକଲକ୍ଷ ପାଂଚ ହଜାର ଟଙ୍କାର ଏକ ଚେକ୍ ସରକାରଙ୍କୁ ପ୍ରଦାନ କରିଛନ୍ତି। ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।