Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

କର୍କଟ କୋଷ ସହିତ ଲଢେ ବରକୋଳି, ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ, କିନ୍ତୁ ଏହି ଲୋକମାନଙ୍କୁ ଖାଇବା ମନା

ସ୍ୱାସ୍ଥ୍ୟ ଟିପ୍ସ: ଅନ୍ୟ ଫଳ ପରି, ବର କୋଳି ମଧ୍ୟ ଏକ ପୁଷ୍ଟିକର ଫଳ। ବରକୋଳି ଏହାର ସ୍ୱାଦ ପାଇଁ ସାରା ବିଶ୍ୱରେ ବହୁତ ଲୋକପ୍ରିୟ। ଏହି ସବୁଜ ରଙ୍ଗର ଫଳ ପାଚିବା ପରେ ନାଲି କିମ୍ବା ହାଲୁକା ବାଦାମୀ ହୋଇଯାଏ। ବରକୋଳି ଖାଇବା କେବଳ ସ୍ୱାଦିଷ୍ଟ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ବରକୋଳିରେ ବିଭିନ୍ନ ବାୟୋଆକ୍ଟିଭ ପଦାର୍ଥ ରହିଥାଏ, ଯେପରିକି ପଲିଫେନୋଲ୍ସ, ପଲିସାକାରାଇଡ୍, ନ୍ୟୁକ୍ଲିଓଟାଇଡ୍ସ, ଆମିନୋ ଏସିଡ୍, ଡାଏଟାରୀ ଫାଇବର, ଫ୍ୟାଟି ଏସିଡ୍, ଆଲକାଲଏଡ୍ ଇତ୍ୟାଦି। ଏଥିରେ ଅନେକ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ ଯାହା ଶରୀର ଆବଶ୍ୟକ କରେ।

ବରକୋଳିରେ କ୍ୟାଲୋରୀ ପରିମାଣ କମ୍, କିନ୍ତୁ ଫାଇବର, ଭିଟାମିନ୍ ଏବଂ ମିନେରାଲ୍ସ ପ୍ରଚୁର ପରିମାଣରେ ଥାଏ। ବରକୋଳି ଏହାର ଫାଇବର ଏବଂ କମ୍ କ୍ୟାଲୋରୀ ହେତୁ ସ୍ୱାସ୍ଥ୍ୟ ପାଇଁ ଏକ ଲାଭଦାୟକ ଫଳ। ଯଦିଓ ବରକୋଳିରେ ଅନେକ ଭିଟାମିନ୍ ଭରପୂର, କିନ୍ତୁ ସେଥିରେ ସର୍ବାଧିକ ପରିମାଣର ଭିଟାମିନ୍ ସି ଥାଏ। ଏହି ଫଳରେ ପୋଟାସିୟମ୍ ମଧ୍ୟ ଅଧିକ ପରିମାଣରେ ମିଳିଥାଏ, ଯାହା ମାଂସପେଶୀ ନିୟନ୍ତ୍ରଣ ଏବଂ ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବରକୋଳି ପ୍ରାକୃତିକ ଶର୍କରା ଆକାରରେ କାର୍ବସ୍ ମଧ୍ୟ ରହିଥାଏ, ଯାହା ଆପଣଙ୍କ ଶରୀରକୁ ଶକ୍ତି ଦେଇଥାଏ।

ବରକୋଳିର ଲାଭ:

ନିଦ ସମସ୍ୟା ଏବଂ ଚିନ୍ତା ପରି ସମସ୍ୟା ପାଇଁ ବରକୋଳି ଫଳଗୁଡିକ ଦୀର୍ଘ ସମୟ ଧରି ବ୍ୟବହୃତ ହୋଇଆସୁଛି। ହେଲ୍ଥଲାଇନର ରିପୋର୍ଟ ଅନୁଯାୟୀ, ଏହି ଫଳ ଆପଣଙ୍କ ସ୍ନାୟୁ ପ୍ରଣାଳୀ, ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ପାଇଁ ଅନେକ ଲାଭ ଦେଇପାରେ।

୧. ମସ୍ତିଷ୍କର କାର୍ଯ୍ୟ ଏବଂ ନିଦ ସମସ୍ୟାରେ ସୁଧାର:

ଶୋଇବା ଗୁଣରେ ଉନ୍ନତି ଆଣିବା ପାଇଁ ବରକୋଳି ଆପଣଙ୍କୁ ବହୁତ ସାହାଯ୍ୟ କରିଥାଏ। ଏହା ବ୍ୟତୀତ, ଏହି ଫଳ ମସ୍ତିଷ୍କର କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ ମଧ୍ୟ କାର୍ଯ୍ୟ କରିପାରିବ। ଅନେକ ବିକଳ୍ପ ଔଷଧରେ ବରକୋଳି ବ୍ୟବହୃତ ହୁଏ। କେତେକ ଅନୁସନ୍ଧାନରୁ ଜଣାପଡିଛି ଯେ, ବରକୋଳିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଉପକାରୀ ପ୍ରଭାବ ଦେଇଥାଏ।

୨. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି:

ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇପାରେ। ଏକ ଅଧ୍ୟୟନରୁ ଜଣାପଡିଛି ଯେ ବରକୋଳିରେ ଏକ ପ୍ରକାର ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଯେଉଁଥିରେ ପ୍ରତିରକ୍ଷା କୋଷର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରେ।

୩. କର୍କଟ କୋଷ ସହିତ ଲଢିବାରେ ସାହାଯ୍ୟକାରୀ:

କ୍ୟାନ୍ସର କୋଷଗୁଡିକ ଜନ୍ମ ନହେବା ପାଇଁ ବରକୋଳି କାର୍ଯ୍ୟ କରିପାରେ। କିନ୍ତୁ ଯେତେବେଳେ ଏହାକୁ ସଠିକ୍ ପରିମାଣରେ ସେବନ କରାଯାଏ। ଏକ ଟେଷ୍ଟ୍-ଟ୍ୟୁବ୍ ଅଧ୍ୟୟନ ଅନୁଯାୟୀ, ବରକୋଳିରେ ଥିବା ପଲିସାକାରାଇଡ୍, ଯାହା ଆଣ୍ଟିଅକ୍ସିଡାଣ୍ଟ ଗୁଣ ସହିତ ଏକ ପ୍ରାକୃତିକ ଶର୍କରା, ମୁକ୍ତ ରେଡିକାଲଗୁଡିକୁ ପ୍ରତିରୋଧ କରିପାରେ। କେବଳ ଏତିକି ନୁହେଁ, ଏହା ଶରୀରକୁ କ୍ଷତି ପହଞ୍ଚାଉଥିବା ଏବଂ ପ୍ରଦାହକୁ ହ୍ରାସ କରୁଥିବା କୋଷଗୁଡ଼ିକୁ ମଧ୍ୟ ସୁରକ୍ଷା ଦେଇପାରେ।

୪. ହଜମ ପ୍ରକ୍ରିୟାରେ ଉନ୍ନତି କରେ:

ବରକୋଳିର ଉଚ୍ଚ ଫାଇବର ଗୁଣ ଆପଣଙ୍କୁ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ। ଫଳଗୁଡିକରେ ପ୍ରାୟ ୫୦ ପ୍ରତିଶତ କାର୍ବସ୍ ଫାଇବରରୁ ଆସିଥାଏ, ଯାହା ହଜମକୁ ପ୍ରକ୍ରିୟାକୁ ଭଲ ରଖିବା ପାଇଁ ଜଣାଶୁଣା। କ୍ଷତିକାରକ ଜୀବାଣୁ, ଅଲସର ଏବଂ କ୍ଷତି ହେବାର ଆଶଙ୍କା ବରକୋଳି ହ୍ରାସ କରିପାରେ। ସେଗୁଡିକ ହଜମ ପ୍ରକ୍ରିୟାକୁ ମଜବୁତ ରଖନ୍ତି ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରନ୍ତି।

ଅସୁବିଧା କ’ଣ?:

ବାସ୍ତବରେ, ଅଧିକାଂଶ ଲୋକଙ୍କ ପାଇଁ ବରକୋଳି ଖାଇବା ନିରାପଦ ଅଟେ। କିନ୍ତୁ ଯଦି ଆପଣ ଆଣ୍ଟିଡିପ୍ରେସମେଣ୍ଟ ଔଷଧ ଭେନେଲାଫ୍ୟାକ୍ସାଇନ୍ କିମ୍ବା ସେରୋଟୋନିନ୍-ନୋରପାଇନ୍ଫ୍ରିନ୍ ରିଅପଟେକ୍ ଇନହିବିଟର ଗ୍ରହଣ କରୁଛନ୍ତି, ତେବେ ଆପଣ ବରକୋଳି ଖାଇବା ଠାରୁ ଦୂରେଇ ରହିବା ଉଚିତ୍। କାରଣ ସେତେବେଳେ ଆପଣ ବିପରୀତ ଫଳାଫଳ ପାଇପାରନ୍ତି। ଯଦି ଆପଣ ଏହି ଔଷଧ ସହିତ ବରକୋଳି ଖାଇବାକୁ ଚିନ୍ତା କରୁଛନ୍ତି, ତେବେ ପ୍ରଥମେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଶରୀର ପାଇଁ ରାମବାଣ ଲେମ୍ବୁ ଚା’: ଏହାକୁ ପିଇବା ଦ୍ଵାରା ଚର୍ବି ହ୍ରାସ ହେବା ସହ କର୍କଟ କୋଷ ଗଠନକୁ ରୋକିଥାଏ

ଭୁବନେଶ୍ବର: ପେଟର ଚର୍ବିକୁ ଶୀଘ୍ର ହ୍ରାସ କରିବା ପାଇଁ ଲେମ୍ବୁ ଚା’ କୁ ରାମବାଣ ବୋଲି ବିବେଚନା କରାଯାଏ। ଯଦି ଆପଣ ମୋଟା ନୁହଁନ୍ତି କିନ୍ତୁ ଆପଣଙ୍କ ପେଟ ବାହାରେ, ତେବେ ଏହି କ୍ଷେତ୍ରରେ ଲେମ୍ବୁ ଚା’ ଆପଣଙ୍କ ପେଟର ଚର୍ବିକୁ ହ୍ରାସ କରିପାରେ। ଏହା ବ୍ୟତୀତ ଲେମ୍ବୁ ଚା’ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ।

କିପରି ଲେମ୍ବୁ ଚା’ ତିଆରି କରିବେ ଏବଂ ଏହାକୁ ପିଇବାର ଲାଭ କ’ଣ-

ଲେମ୍ବୁ ଚା’ ପାଇଁ ଉପାଦାନ-

୧- ଚାମଚ ଲେମ୍ବୁ ରସ

୨- ୨ ଚାମଚ ମହୁ

୩- ଚା’ ବ୍ୟାଗ୍

ଲେମ୍ବୁ ଚା କିପରି ପ୍ରସ୍ତୁତ କରିବେ?:

ଲେମ୍ବୁ ଚା’ ତିଆରି କରିବା ପାଇଁ ଗରମ ପାଣିରେ ମହୁ ଏବଂ ଲେମ୍ବୁ ରସ ମିଶାନ୍ତୁ। ଅନ୍ୟ ପଟେ, ଯଦି ଆପଣ ତାଜା ଲେମ୍ବୁ ବ୍ୟବହାର କରୁଛନ୍ତି, ତେବେ ଆପଣ ଅଧା ଲେମ୍ବୁ ନେଇପାରିବେ। ମହୁ ଢାଳି ଭଲ ଭାବରେ ଏହି ମିଶ୍ରଣକୁ ମିଶାନ୍ତୁ। ଏହା ପରେ, ଆପଣ ଏହାକୁ ଛାଣି ପିଇପାରିବେ।

ଲେମ୍ବୁ ଚା ପିଇବାର ଲାଭ କଣ?:

ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ମିଳିଥାଏ ଯାହା ଆମ ଶରୀରର ହଜମ ପ୍ରକ୍ରିୟାକୁ ସଠିକ୍ ଭାବରେ ବଜାୟ ରଖେ। ତେଣୁ ଆପଣ ପ୍ରତିଦିନ ସକାଳେ ଲେମ୍ବୁ ଚା’ ପିଇପାରିବେ।
ଏଥି ସହିତ, ଲେମ୍ବୁ ଚା’ରେ ଫ୍ଲାଭୋନାଏଡ ନାମକ ଏକ ରାସାୟନିକ ପଦାର୍ଥ ମିଳିଥାଏ, ଯାହା ଆମ ଶରୀରର ଧମନୀରେ ଜମାଟ ବାନ୍ଧିବାକୁ ଦେଇନଥାଏ। ଯାହା ହୃଦଘାତର ଆଶଙ୍କା ହ୍ରାସ କରିଥାଏ।

ଲେମ୍ବୁ ଚା ମଧ୍ୟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୁଢୀ କରିଥାଏ। ଲେମ୍ବୁ ଚା’ ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଥଣ୍ଡା ଏବଂ ଫ୍ଲୁ ଭଳି ସମସ୍ୟା ମଧ୍ୟ ନଥାଏ। ଲେମ୍ବୁ ଚା’ରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଅଛି। ଯାହା ଆମ ଶରୀରରେ କର୍କଟ କୋଷ ଗଠନକୁ ରୋକିଥାଏ।