Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ଟେକ୍ ଏକ୍ସଲେନ୍ସ କର୍ମଶାଳା

ଭୁବନେଶ୍ଵର: ଡିଏଭି ପୋଖରୀପୁଟରେ ଟେକ୍ ଏକ୍ସଲେନ୍ସର ବାର୍ଷିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଟେକ୍‌ଷ୍ଟ ବିଦ୍ୟାଳୟର କମ୍ପ୍ୟୁଟର ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରାଣ୍ଡସ୍ ସ୍କେପ୍ ମୁମ୍ବାଇର ଡାଟାଆନାଲିଟିକ୍ ପ୍ରଫେସର ମାନସ କୁମାର ରଥ ଏବଂ କାରଖାନା ଓଡ଼ିଶାର ଏଜୁକେସନ୍ ପ୍ରୋଗ୍ରାମ ମ୍ୟାନେଜର ମିଷ୍ଟର ସୁରଜିତ ପାଲ ବିଷୟ ବିଶାରଦ ରୂପେ ଯୋଗ ଦେଇଥିଲେ। ଏନ୍. ଏଲ୍.ପି. ଓ ଏ.ଆଇ. ମଡେଲର କାର୍ଯ୍ୟଧାରା ଉପରେ ସେମାନେ ଉପସ୍ଥିତ ବିଦ୍ୟାର୍ଥୀଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।

ଏହି କର୍ମଶାଳାରେ ଭୁବନେଶ୍ଵର ସ୍ଥିତ ସମସ୍ତ ଡିଏଭି ସ୍କୁଲର ସ୍ଥିରିକୃତ ପ୍ରତିଭାସମ୍ପନ୍ନ କମ୍ପ୍ୟୁଟର ବିଦ୍ୟାର୍ଥୀଙ୍କ ଦ୍ଵାରା ୪୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଡିଏଭି ଚନ୍ଦ୍ରଶେଖରପୁର ବିଦ୍ୟାର୍ଥୀଙ୍କ ପ୍ରକଳ୍ପ ଶ୍ରେଷ୍ଠ ପ୍ରକଳ୍ପ ଭାବେ ବିବେଚିତ ହୋଇଥିବା ବେଳେ ଡିଏଭି ପୋଖରୀପୁଟର ବିଦ୍ୟାର୍ଥୀଙ୍କ ପ୍ରକଳ୍ପ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥ‌ିବା ଅତିଥିମାନଙ୍କୁ ସ୍ଵାଗତ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପରିଶେଷରେ ବିଦ୍ୟାଳୟର ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତି ଏହି କାର୍ଯ୍ୟକ୍ରମରେ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କମ୍ପ୍ୟୁଟର ବିଭାଗର ମୁଖ୍ୟ ଗୀତାଞ୍ଜଳି ହୋତା ତଥା ପତ୍ରି ସର୍ଗେଶ୍ଵର ରାଓ, ସସ୍ମିତା ରାଉତ ଓ ବିଶ୍ଵମୋହନ ମହାନ୍ତି ପ୍ରମୁଖଙ୍କ ସକ୍ରିୟ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

‘ଷ୍ଟ୍ରୋକର ପ୍ରତିଷେଧକ ଓ ପରିଚାଳନା’ ସଂପର୍କିତ ରାଜ୍ୟସ୍ତରୀୟ ମିଡିଆ ସଚେତନତା କର୍ମଶାଳା

ଭୁବନେଶ୍ୱର: ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ଆଜି ମୃତ୍ୟୁ ଓ ଅକ୍ଷମତା ସୃଷ୍ଟିର ଏକ ପ୍ରମୁଖ କାରଣ ହୋଇଛି। ଏହା ଆଜି ସାରା ପୃଥିବୀ ପାଇଁ ବିରାଟ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଦେଖାଦେଇଛି। ତେଣୁ ଏ ସଂପର୍କରେ ବ୍ୟାପକ ସଚେତନତା କରାଯାଇପାରିଲେ ଆମେ ଆଗାମୀ ଦିନରେ ଷ୍ଟ୍ରୋକକୁ ନିୟନ୍ତ୍ରଣ କରିପାରିବା ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଦେଶରେ ପ୍ରତି ୬ ସେକେଣ୍ଡରେ ଜଣେ ବ୍ୟକ୍ତି ଷ୍ଟ୍ରୋକରେ ମୃତ୍ୟୁବରଣ କରୁଛନ୍ତି। ଅଧିକାଂଶ କ୍ଷେତ୍ରରେ ରୋଗୀମାନଙ୍କୁ ବହୁ ବିଳମ୍ବରେ ଡାକ୍ତରଖାନାକୁ ନିଆଯାଉଥିବାରୁ ସେମାନଙ୍କ ଚିକିତ୍ସା ବିଶେଷ ପ୍ରଭାବଶାଳୀ ହୋଇପାରୁ ନାହିଁ। ତେଣୁ କୌଣସି ବ୍ୟକ୍ତିଙ୍କ ମସ୍ତିଷ୍କାଘାତର ସନ୍ଦେହ ହେଲେ ତାଙ୍କୁ ଚାରିରୁ ସାେ ଚାରି ଘଣ୍ଟା ମଧ୍ୟରେ ଷ୍ଟ୍ରୋକ ଚିକିତ୍ସା ଉପଲବ୍ଧ ଥିବା ଡାକ୍ତରଖାନାରେ ପହଞ୍ଚାଇବା ଜରୁରୀ, କହିଛନ୍ତି ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା। ଆଇଏଫ୍‌ଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ବୁଧବାର ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ମିଡିଆ ସଚେତନତା କର୍ମଶାଳାରେ ଡାକ୍ତର ଜେନା ଏହା କହିଛନ୍ତି।

ଅକ୍ଟୋବର ୨୯ ବିଶ୍ୱ ଷ୍ଟ୍ରୋକ ଦିବସ ପାଇଁ ଫାଉଣ୍ଡେସନ ପକ୍ଷରୁ ଚଳିତ ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ କରାଯାଉଛି। ଏହି ଅବସରରେ ଷ୍ଟ୍ରୋକର କାରଣ, ଲକ୍ଷଣ ଏବଂ ନିରାକରଣ ସଂପର୍କିତ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସର ବିଭିନ୍ନ ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯିବ।

ଏହି ଅଭିଯାନ ଅଧୀନରେ ଆୟୋଜିତ ମିଡିଆ ସଚେତନତା କର୍ମଶାଳାରେ ଯୋଗ ଦେଇଥିବା ଗଣମାଧ୍ୟମ ଓ ଡେଭଲପମେଣ୍ଟ କ୍ଷେତ୍ରର ପ୍ରତିନିଧି ଏବଂ ଗଣଯୋଗାଯୋଗ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ ଏବଂ ଷ୍ଟ୍ରୋକ ସଚେତନତା ଅଭିଯାନର ଅଧ୍ୟକ୍ଷ ନୀଳାମ୍ବର ରଥ। ସେ କହିଥିଲେ ଯେ, ଶତାଧିକ ବର୍ଷ ଧରି ମାନବ ସମାଜ ବିଭିନ୍ନ ସଂକ୍ରାମକ ରୋଗ ବିରୋଧରେ ଲଢ଼େଇ କରିଆସିଛି। କିନ୍ତୁ ଚଳିତ ଶତାବ୍ଦୀରେ ଅଣସଂକ୍ରାମକ ରୋଗ ଆମ ପାଇଁ ଆହୁରି ବଡ଼ ଆହ୍ୱାନ ସୃଷ୍ଟି କରିଛି।

ଅଣସଂକ୍ରାମକ ରୋଗ ମଧ୍ୟରେ ମଧୁମେହ, ଉଚ୍ଚରକ୍ତଚାପ, ହୃଦରୋଗ ଏବଂ ଷ୍ଟ୍ରୋକ ଆଜି ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି। ତା’ ଭିତରେ ଷ୍ଟ୍ରୋକ ବର୍ତ୍ତମାନ ଲୋକଙ୍କ ଜୀବନକୁ ଅଧିକ ମାତ୍ରରେ ପ୍ରଭାବିତ କରୁଛି। ଷ୍ଟ୍ରୋକରୁ ବଞ୍ଚିବା ପାଇଁ ଲୋକମାନଙ୍କୁ ନିଜର ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ପଡ଼ିବ। ତେଣୁ ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବା ସହ ଷ୍ଟ୍ରୋକ ମୁକାବିଲା ଲାଗି ଆବଶ୍ୟକ ନୀତି ନିର୍ଦ୍ଧାରଣ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସମୟରେ ସରକାରଙ୍କୁ ସଜାଗ କରିବା ଦରକାର, କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ତଥା ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ପ୍ରଣବ କୁମାର ବେବର୍ତ୍ତା ପଟ୍ଟନାୟକ।

ଏହି କର୍ମଶାଳାରେ “ଷ୍ଟ୍ରୋକର ପ୍ରତିଷେଧକ ଓ ପରିଚାଳନା’ ଏବଂ “ଷ୍ଟ୍ରୋକ – ଏକ ଜନସ୍ୱାସ୍ଥ୍ୟ ଆହ୍ୱାନ’ ଶୀର୍ଷକରେ ଦୁଇଟି ସେସନ ରହିଥିଲା। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଷ୍ଟ୍ରୋକ ସଂପର୍କରେ ବ୍ୟାପକ ଧାରଣା ଦେବା ସହ ଅଂଶଗ୍ରହଣ କରିଥିବା ମିଡିଆ କର୍ମୀ ଓ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

ଆରଏମଆରସି ଭୁବନେଶ୍ୱର, ଇଣ୍ଡିଆନ ପବ୍ଲିକ ହେଲଥ ଆସୋସିଏସନ, ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ (ପିଏଚଏଫଆଇ) ଏବଂ କେୟାର ହସ୍ପିଟାଲ ଭୁବନେଶ୍ୱର ଏହି ସ୍ୱାସ୍ଥ୍ୟ ସଚେତନତା ଅଭିଯାନର ପାର୍ଟନର ଭାବେ ଯୋଡ଼ି ହୋଇଛନ୍ତି। ପିଏଚଏଫଆଇର ନିର୍ଦ୍ଦେଶକ ପ୍ରଫେସର ଶ୍ରୀଧର ମୁରଲୀଧରରାଓ କଦମ ଏବଂ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା କାର୍ଯ୍ୟକ୍ରମର ପରାମର୍ଶଦାତା ରହିଥିବା ବେଳେ ଆଇଏଫଆଇ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିଦ୍ଧାର୍ଥ ରଥ ଏହି ଅଭିଯାନର ନିର୍ଦ୍ଦେଶକ ରହିଛନ୍ତି।

ଆଇଏଫଆଇ ଫାଉଣ୍ଡେସନ ୱାର୍ଲ୍ଡର୍ ଷ୍ଟ୍ରୋକ ଅର୍ଗାନାଇଜେସନର ସଦସ୍ୟ ଭାବେ ଯୋଗ ଦେଇଛି। ସାଧାରଣ ଲୋକଙ୍କୁ ଷ୍ଟ୍ରୋକ ବିଷୟରେ ସଚେତନ କରିବା ତଥା ଏହାର ନିୟନ୍ତ୍ରଣ ପାଇଁ ଫାଉଣ୍ଡେସନ ଆଗାମୀ ଦିନରେ ବ୍ୟାପକ କାର୍ଯ୍ୟକ୍ରମ ପାଇଁ ଲକ୍ଷ୍ୟ ରଖିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଡାକ୍ତରୀ ଶିକ୍ଷାକୁ ନେଇ କର୍ମଶାଳା

ଭୁବନେଶ୍ୱର: ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଅଧ୍ୟାପକ- ଅଧ୍ୟାପିକାମାନେ ଅଧିକ ଜ୍ଞାନ ଆହରଣ କରିବା ସହ କିପରି ସେମାନେ ଉତମ ଶିକ୍ଷକ ହୋଇପାରିବେ ସେ ଦିଗରେ ସେମାନଙ୍କୁ ପ୍ରଶିକ୍ଷିତ କରିବା ନେଇ ସୋମବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏକ ୩ ଦିନିଆ କର୍ମଶାଳା ଆରମ୍ଭ ହୋଇଛି।

ନ୍ୟାସ୍‌ନାଲ୍ ମେଡିକାଲ୍ କାଉନ୍‌ସିଲ୍‌ର ମାର୍ଗଦର୍ଶିକା ଅନୁଯାୟୀ ଏବଂ ଡାକ୍ତରୀ ଶିକ୍ଷା କ୍ଷେତ୍ରକୁ ନେଇ ଆୟୋଜିତ ଏହି କର୍ମଶାଳାକୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଉଦ୍‌ଘାଟନ କରିଥିଲେ।

ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଫ୍ୟାକଲ୍ଟିମାନେ ଅଧିକ ପ୍ରଶିକ୍ଷିତ ହେଲେ ସେମାନେ କିଭଳି ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଦକ୍ଷ ଓ ଗୁଣବତା ଭିତିକ ଡାକ୍ତର ହେବାରେ ସହାୟକ ହୋଇପାରିବେ ଏବଂ ସମାଜର ଆବଶ୍ୟକତା ଅନୁଯାୟୀ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବେ ତାହା ହିଁ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ରହିଛି।

ଆୟୋଜିତ ଏହି କର୍ମଶାଳାରେ ନ୍ୟାସ୍‌ନାଲ୍ ମେଡିକାଲ୍ କାଉନ୍‌ସିଲ୍‌ର ଅବ୍‌ଜରଭର୍ ପ୍ରଫେସର (ଡାକ୍ତର) ଶ୍ରୀକାନ୍ତ ପଣ୍ଡା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ମେଡିକାଲ୍ ଏଜୁକେସନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରକାଶ କୁମାର ସାହୁ, ଆଡିସ୍‌ନାଲ୍ ଡିନ୍ ପ୍ରଫେସର (ଡାକ୍ତର) ଅଜୟ ଜେନା, ଡେପୁଟି ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ ଲେଙ୍କା, ପ୍ରଫେସର (ଡାକ୍ତର) ରଚିତା ଷଢ଼ଙ୍ଗୀ ଏବଂ ପ୍ରଫେସର (ଡାକ୍ତର) ଦେବାହୁତି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ପ୍ରାୟ ୩୦ ଜଣ ଫ୍ୟାକଲ୍ଟି ଏହି କର୍ମଶାଳାରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ନର୍ସିଂ କଲେଜ ପକ୍ଷରୁ ନର୍ସମାନଙ୍କ ନିମନ୍ତେ କର୍ମଶାଳା

ଭୁବନେଶ୍ୱର: ରୋଗୀଙ୍କ ସେବା କରୁଥିବା ନର୍ସମାନେ ସେମାନଙ୍କର ଯତ୍ନ ନେବା ସହ ତାଙ୍କ ଚିକିତ୍ସା ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ଉଚିତ୍। ଚିକିତ୍ସା କରିବା ସମୟରେ ସମସ୍ତ ପ୍ରକାର ତ୍ରୁଟିକୁ ଏଡାଇବା ନିମନ୍ତେ ଯତ୍ନବାନ ହେବା ଉଚିତ୍। ଔଷଧ, ଏହାର ପାଶ୍ୱର୍ ପ୍ରତିକ୍ରିୟା ଏବଂ ଔଷଧ ଦେବା ବିଧି ସମ୍ପର୍କରେ ସେବିକାମାନେ ଅଧିକ ସଚେତନ ହେବା ଉଚିତ୍ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି।

ଦ ଟ୍ରେଣ୍ଡ ନର୍ସେସ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ଓଡ଼ିଶା ଶାଖା ଏବଂ ସୋଆ ପରିଚାଳିତ ସମ୍ ନର୍ସିଂ କଲେଜର ମିଳିତ ଉଦ୍ୟମରେ ବୁଧବାର ଆୟୋଜିତ ହୋଇଥିବା “ମେଡିକେସନ୍ ମ୍ୟାନେଜମେଂଟ ଆଣ୍ଡ ପ୍ରିଭେନ୍ସନ୍ ଅନ୍ ମେଡିକେସନ୍ ଏରରର୍ସ” ଶୀର୍ଷକ ଦୁଇ ଦିନିଆ କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ନନ୍ଦ ଏହା କହିଥିଲେ।

ଯେକୌଣସି ବୃତିରେ ଶିକ୍ଷା ଓ ଗବେଷଣା ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ନର୍ସମାନେ ନିଜର ବିଚାର ଶକ୍ତିକୁ ବ୍ୟବହାର କରି ଉତ୍ସର୍ଗୀକୃତ ଭାବେ ରୋଗୀ ସେବା କରନ୍ତୁ ବୋଲି ପ୍ରଫେସର ନନ୍ଦ କହିଥିଲେ।

କର୍ମଶାଳାରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଟିଏନ୍‌ଏଆଇ ଓଡ଼ିଶା ଶାଖାର ଅଧ୍ୟକ୍ଷା ପ୍ରଫେସର ଫୁଲଣା କୁମାରୀ ଦେଇ ସଂଘ ସମ୍ପର୍କରେ ସୂଚନା ଦେଇ ଭାରତରେ ୫ ଲକ୍ଷ ନର୍ସ ଟିଏନ୍‌ଏଆଇର ସଦସ୍ୟତା ଗ୍ରହଣ କରିଛନ୍ତି ବୋଲି କହିବା ସହ ଏହା ସବୁଠାରୁ ପୁରାତନ ଏବଂ ବଡ଼ ସଂଘ ବୋଲି କହିଛନ୍ତି।

ଟିଏନଏଆଇ ପକ୍ଷରୁ ସଦସ୍ୟମାନଙ୍କୁ ଚିକିତ୍ସା ସୁବିଧା ଦିଆଯିବା ସହ ଗୁରୁତର ରୋଗ ନିମନ୍ତେ ୨ ଲକ୍ଷ ଟଙ୍କାର ସହାୟତା ଦିଆଯାଉଛି। ସେହିପରି ମାସିକ ୫୦୦୦ ଟଙ୍କାର ପେନ୍‌ସନ୍‌ର ବ୍ୟବସ୍ଥା ସଦସ୍ୟମାନଙ୍କ ପାଇଁ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ।
ଏହି ଅବସରରେ ଟିଏନ୍‌ଏଆଇ ଓଡ଼ିଶା ଶାଖାର ଶିକ୍ଷା ଓ ଗବେଷଣା କମିଟିର ଅଧ୍ୟକ୍ଷା ପ୍ରଫେସର ରୀତାଞ୍ଜଳି ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରୋଗୀସେବା କ୍ଷେତ୍ରରେ ନର୍ସମାନଙ୍କର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ନର୍ସମାନଙ୍କର ଅନେକ ଦାୟିତ୍ୱ ରହିଛି, ସେମାନେ କେବଳ ଶାରୀରିକ ଯତ୍ନ ସହ ରୋଗୀର ମାନସିକ ଯତ୍ନ ମଧ୍ୟ ନେଇଥାନ୍ତି। ଯଦି ନର୍ସ ଜଣକ ଠିକ୍ ଭାବେ ରୋଗୀର ଯତ୍ନ ନ ନିଅନ୍ତି ତେବେ ଖୁବ୍ ବଡ ସମସ୍ୟା ଉପୁଜିଥାଏ ବୋଲି ସେ କହିଛନ୍ତି।

ଏହି କର୍ମଶାଳାରେ ଏସ୍‌ଏନ୍‌ସିର ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜିକା ତଥା ଏସ୍‌ଏନ୍‌ସିର ଆସୋସିଏଟ୍ ପ୍ରଫେସର ଦେବଯାନୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଆସୋସିଏଟ୍ ଡିନ୍ ପ୍ରଫେସର ସସ୍ମିତା ଦାସ, ସମ୍ ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ମିନତୀ ମିଶ୍ର ଏବଂ ଆଡିସ୍‌ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ ଶୋଭାରାଣୀ ସାମଲ୍ ସମେତ ଟିଏନଏଆଇ ଓ ଏସ୍‌ଏନ୍‌ସିର ସଦସ୍ୟ ଓ କର୍ମକର୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲାରେ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ୨ ଦିନିଆ କର୍ମଶାଳା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟ।ଳୟ (ଡ଼ିପିଏମୟୁ) କଳାହାଣ୍ଡିର ମିଳିତ ଆନୁକୁଲ୍ୟରେ ଓଡିଶାର ନିରନ୍ତର ବିକାଶ ଲକ୍ଷ୍ୟରେ ୨୦୩୦ କାର୍ଯ୍ୟସୂଚୀର ରୂପାୟନ ବିଷୟ ବସ୍ତୁ ନେଇ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପି. ଅନ୍ଵେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପାୱାର ସଚିନ ପ୍ରକାଶ, ରାଜ୍ୟ ଯୋଜନା ଏବଂ ସଂଯୋଜନା ବିଭାଗର ସହ ନିର୍ଦ୍ଧେଶିକା ଅଳକା ଜେନା, ଡ଼ିପିଏମୟୁ ଉପ ନିର୍ଦ୍ଧେଶକ ଶ୍ରୀକାନ୍ତ ଦଳେଇ ମଞ୍ଚାସୀନ ଥିଲେ।

ଏହି ଅବସରରେ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ କଳାହାଣ୍ଡି ଜିଲ୍ଲାର ନିରନ୍ତର ବିକାଶ ଲକ୍ଷରେ ୨୦୩୦ କାର୍ଯ୍ୟସୁଚିର ସଫଳ ରୂପାୟନ ପାଇଁ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ମାନଙ୍କର ଭାଗୀଦାରୀ ଏକାନ୍ତ ଆବଶ୍ୟକ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଏଥିସହ ପଞ୍ଚାୟତ ସ୍ତରରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା କରିବା ସମୟରେ ନିରନ୍ତର ବିକାଶ ଲକ୍ଷ୍ୟର (ଏସ.ଡ଼ି.ଜି) ୧୭ ଟି ଲକ୍ଷ, ୯ ଟି ବିଷୟ ବସ୍ତୁକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିବା ପାଇଁ କହିଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ତଥା କଳାହାଣ୍ଡି ଜିଲ୍ଲା SDG Nodal ଅଧିକାରୀପାୱାର ସଚିନ ପ୍ରକାଶ ନିରନ୍ତର ବିକାଶ ପାଇଁ ସମସ୍ତ ବିଭାଗୀୟ ଅଧିକାରୀମାନେ ଏକାଭିମୁଖୀ ହେବା ଏବଂ ସମସ୍ତ ଗ୍ରାମ ପଞ୍ଚାୟତର ସାମୁହିକ ବିକାଶର ଗୁରୁତ୍ଵ ଦେବା ପାଇଁ ପ୍ରକାଶ କରିଥିଲେ।

ଉପ ନିର୍ଦ୍ଧେଶକ ଶ୍ରୀକାନ୍ତ ଦଳେଇ ପ୍ରଶିକ୍ଷାର୍ଥୀମାନଙ୍କୁ SDG Monitoring Framework for programme and schemes ଉପରେ ତାଲିମ ଦେଇଥିଲେ। ଏଥିରେ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅବସର ପ୍ରାପ୍ତ ପ୍ରଫେସର , ସହକାରୀ ପ୍ରଫେସର , ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟ।ଳୟ (ଡ଼ିପିଏମୟୁ)ର ଅନ୍ୟ ଅଧିକାରୀ, ଏନଜିଓ କର୍ମକର୍ତ୍ତା, ଏସଡ଼ିଜି ପରାମର୍ଶଦାତା ଡା. ରମେଶ ଚାଲାନ, ଏସ.ଡ଼ି.ଜି କୋଷ କାର୍ଯ୍ୟକ୍ରମ ପରିଚାଳକ, ଶ୍ରୀ ଭେଙ୍କଟେସ, ଗ୍ରାମ ବିକାଶ କାର୍ଯ୍ୟକ୍ରମ ପରିଚାଳକ ଆଶୁତୋଷ ଭଟ ସମେତ ଜିଲ୍ଲାର ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଭାରତ ସରକାରଙ୍କ ପକ୍ଷରୁ ‘ଚଉପାଲ୍‌’ ହସ୍ତଶିଳ୍ପୀମାନଙ୍କ କର୍ମଶାଳା

ଭୁବନେଶ୍ୱର: ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ବସ୍ତ୍ର ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଚଉପାଲ କାର୍ଯ୍ୟକ୍ରମ ସ୍ଥାନୀୟ ନୂଆଗାଁ (ମଳିପଡ଼ା) ମୃତ୍ତିକା କାରିଗର ସମବାୟ ସମିତି କର୍ମଶାଳା ପ୍ରକୋଷ୍ଠରେ ଦିବା ୧୧ ଘଟିକା ସମୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ୫୦ରୁ ଉର୍ଦ୍ଧ୍ୱ ହସ୍ତଶିଳ୍ପୀମାନେ ଯୋଗ ଦେଇ ତାଙ୍କର ଭାବ ବିନିମୟ ପ୍ରଦାନ କରିଥିଲେ। ବିଶେଷକରି ସରକାର ଏବଂ ଶିଳ୍ପୀମାନଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାପନ କରିବା, ବିଭିନ୍ନ ପରିଯୋଜନା ଏବଂ ବିଭିନ୍ନ ସ୍କିମ୍ ବିଷୟରେ ଜଣାଇବା, କାରିଗର ପରିଚୟ ପତ୍ର ପ୍ରଦାନ କରିବା, ଦକ୍ଷତା ବୃଦ୍ଧି ତାଲିମ, ବିପଣନ ଦକ୍ଷତା ବୃଦ୍ଧି, କେତ୍ରାମାନଙ୍କ ମନ ପସନ୍ଦର ଜିନିଷ ତିଆରି କରି ଉପଯୁକ୍ତ ସାମଗ୍ରୀକୁ ବିଦେଶକୁ ରପ୍ତାନୀ କରାଯାଇ ଚଉପାଲ ମାଧ୍ୟମରେ ପ୍ରତ୍ୟେକ ହସ୍ତଶିଳ୍ପୀଙ୍କ ନିକଟରେ କିପରି ପହଞ୍ôଚ ପାରିବ, ସେ ନେଇ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ କାଳୀଚରଣ ପଟ୍ଟନାୟକ (ତାଳପତ୍ର ଖୋଦେଇ ଶିଳ୍ପୀ) ଏବଂ ବୟୋଜ୍ୟଷ୍ଠ ଟେରାକୋଟା ଶିଳ୍ପୀ ମନ୍ଦର ରଣାଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ୱାଲ୍‌ଡ଼ ଆକ୍ଟର ସମ୍ପାଦକ ବିପିନ ବିହାରୀ ସାହୁ ଅଧ୍ୟକ୍ଷତା କରି ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବିକାଶ ଆୟୁକ୍ତ ହସ୍ତଶିଳ୍ପର ବରିଷ୍ଠ ସହାୟକ ନିର୍ଦ୍ଦେଶକ ଅଶୋକ କୁମାର ହୋତା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିପଣନ ଦକ୍ଷତା ବୃଦ୍ଧି, ଦକ୍ଷତା ବୃଦ୍ଧି ତାଲିମ, କ୍ରେତାମାନଙ୍କ ପସନ୍ଦର ଜିନିଷ ତିଆରି କରି କିପରି ବିଜାରରେ ଉପଲବ୍ଧ ହୋଇପାରିବ ସେ ନେଇ ସରକାରଙ୍କ ସହଯୋଗ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ସ୍ୱାଧୀନତା ୭୫ବର୍ଷ ପରେ ମଧ୍ୟ କାରିଗର ମାନେ ନିଜ ନିଜର ପେଷାକୁ ବଜାୟ କରିଥିବା ବେଳେ ମହାମାରୀ କରୋନା ସମୟରେ ମଧ୍ୟ ନିଜ ପେଶାକୁ ଭୁଲିପାରି ନାହାଁନ୍ତି। ସେଥିପାଇଁ ସମସ୍ତ ହସ୍ତଶିଳ୍ପୀ କାରିଗରମାନଙ୍କୁ ସାଧୁବାଦ ଜଣାଇବା ସହ ଭାରତ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।

ସମ୍ମାନିତ ଅତିଥି ଭାବରେ ନିର୍ମଳା ବିକାଶ ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଦିଲ୍ଲୀପ ପଟ୍ଟନାୟକ ହସ୍ତଶିଳ୍ପୀମାନଙ୍କ ଭଗବାନ ସହିତ ତୁଳନା କରିଥିଲେ ଏବଂ ଆମକୁ ଯୁଗ ହିସାବରେ ନୂତନ ପ୍ରକାର ଜିନିଷ ତିଆରି କରି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପରାମର୍ଶ ଦେଇଥିଲେ। ଅରୁପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ କୁମାର ସାହୁ ଯୋଗଦେଇ ମହାମାରୀ କରୋନା ସମୟରେ କରିଗରମାନଙ୍କର ସାମାଜିକ, ଅର୍ଥନୈତିକ ମାନଦଣ୍ଡ କିପରି ସୁଦୃଢ ହୋଇପାରିବ ସେ ବିଷୟରେ ମତବ୍ୟକ୍ତ କରିଥିଲେ।

ବରିଷ୍ଠ ନମୂନା ବିକାଶକାରୀ ରାମାନୁଜ ବଇରୀଗଞ୍ଜନ ବିଶେଷକରି ଗ୍ରାମାଞ୍ଚଳରେ ଥିବା ସମସ୍ତ ହସ୍ତଶିଳ୍ପୀ କାରିଗରମାନଙ୍କୁ ଚଉପାଲର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇବା ପାଇଁ ସମସ୍ତ ଶିଳ୍ପୀମାନଙ୍କୁ ଅନୁରୋଧ କରିଥିଲେ। ମୂର୍ତ୍ତିକା କାରଗିର ସମବାୟ ସମିତିର ସମ୍ପାଦକ ଜ୍ଞାନ ପଣ୍ଡା ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମକୁ ନିଜର କାର୍ଯ୍ୟକ୍ରମ ଭାବି ଆଗକୁ ଆଗେଇବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟେରାକୋଟା ଶିଳ୍ପୀ ତରୁଣ ତପନ ସାହୁ, ଗଦାଧର ରଣା, ବିକାଶ ଆୟୁକ୍ତର ୟୁଡ଼ିସି ଅମର ମିଶ୍ର ଏବଂ ୱାଲ୍‌ଡ଼ ଆକ୍ଟର କର୍ମୀ ଜ୍ୟୋତିରଞ୍ଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଶେଷରେ ମୃର୍ତ୍ତିକା ସଂଘର ସଭାପତି ସଞ୍ଜୟ ମୁଦୁଲି ସମସ୍ତ ଅତିଥି ଓ କାରିଗରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ ସମାପ୍ତ ପରେ କର୍ମଶାଳା ପରିସରରେ ଭାରତ ସରକାରଙ୍କ ତରଫରୁ ଏକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକମ ଅନୁଷ୍ଠିତ ହୋଇଥିଲା।

Categories
ଆଞ୍ଚଳିକ

ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଶାକାହାରୀ ଭୋଜନ ଓ ସବୁଜ ପରିବେଶ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଓ ସେଣ୍ଟର ଫର୍ ଏନଭର୍ନମେଣ୍ଟାଲ ଷ୍ଟଡିଜ୍, ଭୁବନେଶ୍ୱର ପକ୍ଷରୁ ଟାଙ୍ଗୀ ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ସୁସ୍ଥ ଶାକାହାରୀ ଭୋଜନ ଓ ସବୁଜ ପରିବେଶ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏହି କର୍ମଶାଳାରେ ଟାଙ୍ଗୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ‍ାରୀ ଡା ଜିତେନ୍ଦ୍ର କୁମାର ସାହୁ, ପରିବେଶ ବୈଜ୍ଞାନିକ ଡା ପ୍ରଦୀପ କୁମାର ନାୟକ, ପରିବେଶବିତ୍ ସନ୍ତୋଶ କର, ସାମ୍ବାଦିକ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ, ସଂପାଦକ ମନୋଜ କୁମାର ପଟ୍ଟନାୟକ, ପ୍ରଵକ୍ତା ସରୋଜ କୁମାର ପାଇକରାୟ, ଉପଦେଷ୍ଟା ପ୍ରଦୋସ କୁମାର ଦାସ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇଥିଲେ।

ଦିନକୁ ଦିନ ପରିବେଶ ବିଗିଡି ଯାଉଥିବାରୁ ପରିବେଶକୁ ସୁସ୍ଥ ଓ ସ୍ବଚ୍ଛ ରଖିବା ନିହାତି ଜରୁରୀ ହୋଇ ପଡିଛି।  କେତେବେଳେ ଅଦିନିଆ ବର୍ଷା ତ କେତେବେଳେ ହିମସ୍ପଳନ ଘଟି ମନୁଷ୍ୟ ସମାଜର ବ୍ୟାପକ କ୍ଷୟକ୍ଷତି ଘଟୁଛି। ତେଣୁ ପରିବେଶକୁ ସୁସ୍ଥ ରଖିବାକୁ ହେଲେ ମନୁଷ୍ୟ ସମାଜକୁ ସୁସ୍ଥ ଆହାର ଭୋଜନ କରିବା ସହ ପରିବେଶକୁ ସବୁଜ ସୁନ୍ଦର ରଖିଵାକୁ ପଡିବ।

ତେଣୁ ଏସବୁ ଆବଶ୍ୟକତାକୁ ହ୍ରୁଦୟଙ୍ଗମ କରି କର୍ମଶାଳାରେ ପରିଵେଶକୁ ସୁରକ୍ଷା କରିଵା ପାଇଁ ଶପଥ ପାଠ କରାଯାଇଥିଲା। ଆଗାମୀ ଦିନରେ ସଂଘ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସଂଘର ବହୁ ସାମ୍ବାଦିକ, ମଦର ଟେରେସା ସେଵା ସଂଘର କର୍ମକର୍ତ୍ତା, ଶିକ୍ଷକ, ଶିକ୍ଷୟତ୍ରୀ, ବୁଦ୍ଧିଜୀବି, ଆଇନଜିବୀ, ସମାଜ ସେଵୀ, ଵରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ। ଏଥିରେ ସାମ୍ଵାଦିକ କମଳ ଲୋଚନ ପାଇକରାୟ, ଶିକ୍ଷକ ବଳରାମ ବେହେରା, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଅଲିଭ୍‌ରିଡ଼୍‌ଲେ ସଂରକ୍ଷଣ ଓ ଅଣ୍ଡାଦାନ ସକାଶେ କର୍ମଶାଳା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଋଷିକୂଲ୍ୟା ମୁହାଣରେ ସାମୁଦ୍ରିକ ଅଲିଭ୍‌ରିଡ଼ଲେ୍ କଇଁଚଙ୍କ ସଂରକ୍ଷଣ ଓ ସାମୁହିକ ଅଣ୍ଡଦାନ ସକାଶେ ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ପ୍ରାରମ୍ଭରେ ସାମୁଦ୍ରିକ କଇଁଚଙ୍କ ପରିଚାଳନା ଓ ସଂରକ୍ଷଣ ପ୍ରଦର୍ଶନୀକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଉକ୍ତ କର୍ମଶାଳାରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି କହିଥିଲେ ଯେ ଭବିଷ୍ୟତରେ ହରିପୁର ଓ ସୁନାପୁରଠାରେ ଗୋଟିଏ ଲେଖାଏଁ ପ୍ରକଳ୍ପ ହେବାର ଯୋଜନା ରହିଛି। ଅଲିଭ୍‌ରିଡ଼୍‌ଲେ କଇଁଚଗୁଡ଼ିକ ସାମୁହିକ ଅଣ୍ଡାଦାନ ପାଇଁ ମାଇଲ୍ ମାଇଲ୍ ଦୂରତା ଅତିକ୍ରମ କରି ବଟଶ୍ୱେର, ଗୋଖୁରକୁଦା, ପ୍ରୟାଗୀ, ରାମୟୋପାଟଣା, ଅନ୍ତରାପୁର ବେଳାଭୂମିକୁ ଆସୁଛନ୍ତି। ଅଣ୍ଡାଦାନ ସମୟରେ ଯେପରି ସେଥିରେ ବ୍ୟାଘାତ ସୃଷ୍ଟି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ।

ଦେଶ ବିଦେଶରୁ ପର୍ଯ୍ୟଟକମାନେ ଏହି ଅଂଚଳକୁ ପରିଭ୍ରମଣ ତଥା ଗବେଷଣା ପାଇଁ ଆସୁଛନ୍ତି। ବେଳାଭୂମି ଯେପରି ପରିଷ୍କାର ପରିଚ୍ଛନ୍ନତା ଓ ଶାନ୍ତିଶୃଙ୍ଖଳା ବଜାୟ ରହିବ ସେଥିପ୍ରତି ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଗୋପାଳପୁର, ସୁନାପୁର ଓ ପୋତଗଡ଼ଠାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆଗେଇ ଚାଲିଛି। ବେଳାଭୂମିରେ ପ୍ଲାଷ୍ଟିକ୍‌ର ବ୍ୟବହାର ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ଏବଂ ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଜିଲ୍ଲା ଜଂଗଲ ବିଭାଗ ଅଧିକାରୀ ଅମ୍ଳାନ ନାୟକ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ୩ ଲକ୍ଷ ୨୩ହଜାର ୦୬୨ କଇଁଚ ଅଣ୍ଡାଦାନ ନିମନ୍ତେ ଆସିଥିଲେ। ଚଳିତବର୍ଷ ଆହୁରି ବୃଦ୍ଧି ପାଇପାରେ ବୋଲି ଆଶା ପ୍ରକଟ କରିଛନ୍ତି। ଚଳିତ ବର୍ଷ ବେଳାଭୂମିକୁ ସଂପୂର୍ଣ୍ଣ ପରିଷ୍କାର କରାଯାଇ ଅନୁକୂଳ ପରିବେଶ ସୃଷ୍ଟି କରାଯାଇଛି। ସମୁଦ୍ରରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି । ସାମୁହିକ ଅଣ୍ଡାଦାନ ସମୟରେ ପର୍ଯ୍ୟଟକ ଅଯଥା ଭିଡ଼ ନ କରିବାକୁ ଫଟୋ ଉଠାଇବାକୁ ରାତିବେଳା ଟର୍ଚ୍ଚ ଜଳିବାକୁ ବାରଣ କରାଯାଇଛି। ଏଥିପାଇଁ ଜନସଚେତନତା ମଧ୍ୟ ସୃଷ୍ଟି କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ।

ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ୍ କୁମାର ରାଏ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଭାସନ୍ ଭି. ବୈଜ୍ଞାନିକ ଅନୀଲ ମହାପାତ୍ର, ବୈଜ୍ଞାନିକ ଡ. ଏକେ ସାହୁ, ଚିଲିକା ବନ୍ୟପ୍ରାଣୀ ଡ଼ିଭିଜନ୍‌ର କର୍ମକର୍ତ୍ତା ଓ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ।