Categories
ଆଞ୍ଚଳିକ

ନିର୍ବାଚନ ପାଇଁ କଂଗ୍ରେସ କର୍ମୀଙ୍କ ସଂକଳ୍ପ

ରଣପୁର: ଆଜି ଚାନ୍ଦପୁର ଜୋନ-୨୪ କଂଗ୍ରେସ କମିଟି ତରଫରୁ ବରକନ୍ୟା ଠାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନେତା ସାରଙ୍ଗ ପ୍ରଧାନଙ୍କ ସଭାପତିତ୍ବରେ ଉକ୍ତ ବୈଠକରେ ପୁରୁଖା କର୍ମୀ ସୁକାନ୍ତ ସେନାପତି, ରଙ୍କନିଧି ମହାପାତ୍ର, ଭିକାରୀ ପାତାଳସିଂ, ରମେଶ ନାୟକ, ଧ୍ରୁବ ଚରଣ ପରିଡ଼ା, ମାନସ ମହାପାତ୍ର, ପିସିସି ଛାତ୍ର କଂଗ୍ରେସ ସମ୍ପାଦକ ଅନିଲ ଚୁଆଲାସିଂ, ଭରତ ପାଇକରାୟଙ୍କ ସମେତ ପାଞ୍ଚ ଶହରୁ ଉର୍ଦ୍ଧ୍ୱ କର୍ମୀ ଯୋଗ ଦେଇଥିଲେ। ଆଗାମୀ ନିର୍ବାଚନରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସଂଗଠନକୁ ମଜବୁତ୍ କରିବାକୁ କର୍ମୀମାନେ ଦୃଢ଼ ସଂକଳ୍ପ ନେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲକୁ ଭୁଲିଯାଇଥିବା କଂଗ୍ରେସ ନେତା ଏବେ ପ୍ରଚାର ଦାୟିତ୍ବରେ : ବିରିତୋଳ ଓ ମୁଳସିଂରେ କର୍ମୀ ସମ୍ମିଳନୀ

ରମେଶ ମହାନ୍ତି

ଜଗତସିଂହପୁର : ତିର୍ତ୍ତୋଲକୁ ଭୁଲି ଯାଇଛନ୍ତି ବୋଲି କୁହାଯାଉଥିବା କଂଗ୍ରେସ ନେତା ଏବେ ଉପନିର୍ବାଚନ ପାଇଁ ଅଣ୍ଟା ଭିଡିଥିବା ଚର୍ଚ୍ଚାର ବିଷୟ ହୋଇଛି। ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିରିତୋଳ ଓ ମୁଳସିଂ ପଞ୍ଚାୟତରେ କଂଗ୍ରେସର କର୍ମୀ ସମ୍ମିଳନୀ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ସମ୍ମିଳନୀରେ ତିର୍ତ୍ତୋଲର ପୁର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ ପହଞ୍ଚି କର୍ମୀ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିରିତୋଳ ଛକ ନିକଟରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ନିରଞ୍ଜନ ମୁଦୁଲି, ପ୍ରକାଶ ସାସମଲ, ଜିର୍ ବକ୍ସ ଖାଁ, ମାନସ ରଞ୍ଜନ ବେହେରା, ଇଦ୍ରିଶ ଖାଁ, ଅକ୍ତର ଅଲ୍ଲୀ, ଅଜୟ କୁମାର ମହାନ୍ତି, ମହେଶ୍ୱର ଜେନା, ନିହାର ରଞ୍ଜନ ପ୍ରଧାନ, ରଶ୍ମି ରଞ୍ଜନ ମୁଦୁଲି, ନବୀନ କୁମାର ବିଶ୍ବାଳ, ରବିନ୍ଦ୍ର କୁମାର ମଲ୍ଲିକ, ପ୍ରମୋଦ କୁମାର ସାସମଲଙ୍କ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ।