Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଇ ବର୍ଷୀୟ ଶିଶୁର ମୃତଦେହ ଉଦ୍ଧାର

ବବୁ‌ଲୁ ସାହୁ
ଜୁନାଗଡ଼: କଳହାଣ୍ଡି ଜିଲ୍ଲା ଜୁନାଗଡ଼ ଜାରିଙ୍ଗ ଜଙ୍ଗଲ ମଧ୍ୟରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ଜଙ୍ଗଳ ମଧ୍ୟରୁ ଏକ ଦୁଇ ବର୍ଷୀୟ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଏକ ବ୍ୟାଗ୍ ଭିତରୁ ଠାବ ହୋଇଛି ଏକ ଦୁଇ ବର୍ଷର କୋମଳମତି ଶିଶୁ ପୁତ୍ରର ମୃତ ଦେହ। ଜାରିଙ୍ଗ ଜଙ୍ଗଲ ଦେଇ ଯାଇଥିବା ୨୬ ନମ୍ୱର ଜାତୀୟ ରାଜପଥ ଜାରିଙ୍ଗ ଛକ ନିକଟରେ ଉକ୍ତ ଶିଶୁପୁତ୍ରର ମୃତ ଦେହ ଠାବ କରାଯାଇଛି। କିଏ କାହିଁକି ଏକ ନିଷ୍ପାପ କୋମଲମତି ଶିଶୁକୁ ହତ୍ୟା କରି ବ୍ୟାଗ୍ ଭିତରେ ଭର୍ତ୍ତି କରି ରାସ୍ତା କଡକୁ ଫିଙ୍ଗିଛି ବର୍ତ୍ତମାନ ତାହା ଅସ୍ପଷ୍ଟ। ଘଟଣା ସ୍ଥଳରେ ଜୁନାଗଡ଼ ଥାନାଧିକାରୀ ଉତ୍ତମ କୁମାର ସାହୁ ପହଞ୍ଚି ମୃତ ଶିଶୁପୁତ୍ରର ଶବକୁ ଉଦ୍ଧାର କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଶିଶୁଙ୍କ ଗ୍ରାମ ସଦର ଥାନା ଅନ୍ତର୍ଗତ ବରଝୋଲ ତିଳଯୋଡି ବୋଲି ଜଣାପଡିଛି।