Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସିଙ୍ଗାପୁର ରାଷ୍ଟ୍ରପତିଙ୍କ କଳାଭୂମି ପରିଦର୍ଶନ,ଓଡ଼ିଶାର ଖାଦ୍ୟ, କଳା ଓ ହସ୍ତଶିଳ୍ପର କଲେ ପ୍ରଶଂସା

ଭୁବନେଶ୍ବର: ସିଙ୍ଗାପୁର ରାଷ୍ଟ୍ରପତି ଶ୍ରୀ ଥରମନ୍ ସନମୁଗରତ୍ନମ୍ ଆଜି ଭୁବନେଶ୍ୱର ସ୍ଥିତ ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମିରେ ଦୀର୍ଘ ୪ ଘଣ୍ଟା ସମୟ ବିତାଇ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପର ଉଚ୍ଚ ପ୍ରଶଂସା କରିଛନ୍ତି। ସନ୍ଧ୍ୟା ୭.୩୦ ରୁ ୧୧.୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ସନମୁଗରତ୍ନମ୍ ସେଠାରେ ସମୟ ଅତିବାହିତ କରିଥିଲେ।

ଏହି ଅବସରରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

କଳା ଭୂମିର ବିଭିନ୍ନ ଗ୍ୟାଲେରୀ ପରିଦର୍ଶନ କରି ରାଷ୍ଟ୍ରପତି ସନମୁଗରତ୍ନମ୍ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଦେଖିଥିଲେ। ଜଗନ୍ନାଥ ଗ୍ୟାଲେରୀ ରେ ସେ ବେଶ୍ କିଛି ସମୟ ବିତାଇ ଓଡ଼ିଶାର ଆଧ୍ୟାତ୍ମିକ ଚେତନା ଓ ପରମ୍ପରାର ମଧ୍ୟ ପ୍ରଶଂସା କରିଥିଲେ।

ଏହି ଅବସରରେ ରାଷ୍ଟ୍ରପତିଙ୍କ ପତ୍ନୀ ଏକ ଶାଢୀ ମଧ୍ୟ କିଣିଥିଲେ। ଏହାର ମୂଲ୍ୟ ସେ UPI ଜରିଆରେ ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟ ଯେ ଏକ ସହଜ ଓ ସରଳ ଦେୟ ପ୍ରଦାନ ବ୍ୟବସ୍ଥା ଭାବେ, ଭାରତର ଏହି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ସାରା ପୃଥିବୀରେ ପ୍ରସିଦ୍ଧି ଅର୍ଜନ କରିଛି।

ଏହି ଅବସରରେ ରାଷ୍ଟ୍ରପତି ସେଠାରେ ରାତ୍ରୀ ଭୋଜନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଥିଲେ। ଏଥିରେ ରାଷ୍ଟ୍ରପତିଙ୍କୁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରସା ଯାଇଥିଲା। ରାଷ୍ଟ୍ରପତି ସନମୁଗରତ୍ନମ୍ ଓଡ଼ିଶାର ଖାଦ୍ୟ ଅତ୍ୟନ୍ତ ସ୍ଵାଦିଷ୍ଟ ବୋଲି ମନ୍ତବ୍ୟ ଦେଇଥିଲେ।

ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶୀ ନୃତ୍ୟ ସହିତ ଓଡ଼ିଶା ଓ ସିଙ୍ଗାପୁରର ଏକ ଫୁଜନ୍ ନୃତ୍ୟ ପରିବେଷଣ କରାଯାଇଥିଲା। ରାଷ୍ଟ୍ରପତି ସନମୁଗରତ୍ନମ୍ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କଳାଭୂମିରେ ଇ-ଅଡିଓ ବ୍ୟବସ୍ଥାକୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳାଭୂମି ସଂଗ୍ରହାଳୟରେ ଇ-ଅଡିଓ ଗାଇଡ୍ ଟୁର୍ ଆରମ୍ଭ କରିଛନ୍ତି। ଏହା ହେଉଛି ଏକ ଭିନ୍ନ ପଦକ୍ଷେପ ଯାହା ପର୍ଯ୍ୟଟକଙ୍କୁ ସୂଚନା ଯୋଗାଇବ।  ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଦ୍ବାରା ପ୍ରସ୍ତୁତ ଏହି ଇ-ଅଡିଓ ଯାତ୍ରା ତିନୋଟି ଭାଷାରେ ଉପଲବ୍ଧ ଅଛି। ତାହା ହେଲା ଓଡିଆ, ହିନ୍ଦୀ ଏବଂ ଇଂରାଜୀ।

ଏହି ଅଡିଓ ଗାଇଡ୍ ଏକ ଟୁର ଅପରେଟର ଭାବରେ କାର୍ଯ୍ୟ କରିଥାଏ, ପର୍ଯ୍ୟଟକଙ୍କୁ ଆକର୍ଷଣୀୟ କାହାଣୀ ମାଧ୍ୟମରେ ମାର୍ଗ ଦର୍ଶନ କରିଥାଏ ଏବଂ ପ୍ରଦର୍ଶିତ ଥିବା କଳାକୃତି ବିଷୟରେ ଅନ୍ତର୍ନିହିତ ସୂଚନା ମଧ୍ୟ ପ୍ରଦାନ କରିଥାଏ। ଏହା ଏକ ଇମର୍ସିଭ୍ ଅନୁଭୂତି ସୃଷ୍ଟି କରେ ଯାହା ପରିଦର୍ଶକମାନଙ୍କୁ ଓଡିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ବାର୍ତ୍ତା ପ୍ରଦାନ କରିଥାଏ।

ଏଥିସହିତ ମୁଖ୍ୟମନ୍ତ୍ରୀ କଳାଭୂମିର ସ୍ବତନ୍ତ୍ର ୱେବସାଇଟ, ଭର୍ଚୁୟାଲ ଟୁର, କଫିଟେବୁଲ ବୁକ୍, ଇ-ଟିକେଟିଂ ବ୍ୟବସ୍ଥାକୁ ମଧ୍ୟ ଲୋକାର୍ପଣ କରିଥିଲେ। ଏହି ଉତ୍ସବରେ ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର ବାଲକ୍ରିସନ୍, ମୁଖ୍ୟ ଶାସନ ସଚିବ ଶ୍ରୀ ପି କେ ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ,  ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ଵରରେ ଅନ୍ତର୍ଜାତୀୟ ଭାସ୍କର୍ଯ୍ୟ ସିମ୍ପୋଜିୟମ ଉଦଘାଟିତ

ଭୁବନେଶ୍ଵର: ଗଣ୍ଡମୁଣ୍ଡାସ୍ଥିତ କଳାଭୂମି ଠାରେ ଉଦଘାଟିତ ହୋଇଛି ୧୫ ଦିନିଆ ଆନ୍ତର୍ଜାତୀୟ ଭାସ୍କର୍ଯ୍ୟ କଳା ସିମ୍ପୋଜିୟମ ଓ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଖଣି ନିଗମ, ଭୁବନେଶ୍ଵର ମହାନଗର ନିଗମ ଓ ଭୁବନେଶ୍ଵର ଉନ୍ନୟନ ନିଗମ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ପ୍ରଥମ ଥର ପାଇଁ ଭୁବନେଶ୍ଵରରେ ଏପରି ଶିବିର ଆୟୋଜନ କରାଯାଇଛି।

ଏହି ସିମ୍ପୋଜିୟମକୁ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀଯୁକ୍ତ ଆର ବାଲକ୍ରୀଷ୍ଣନନ୍ ଶୁଭ ଉଦଘାଟନ କରି ପ୍ରତ୍ୟେକ ଶିଳ୍ପୀଙ୍କୁ ସ୍ଵାଗତ କରିଥିଲେ ଓ ଉଦଘାଟନ ଉତ୍ସବ ଅବସରରେ ବିଶିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ୟାମ ସୁନ୍ଦର ପଟ୍ଟନାୟକ,ବି.ଏମ୍.ସି ଅତିରିକ୍ତ କମିଶନର ଶ୍ରୀଯୁକ୍ତ ମୟୂର ସୂର୍ଯ୍ୟବଂଶୀ,ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ଵିନୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଷ୍ଟାମ୍ପ-୩.୦ କାର୍ଯ୍ୟକ୍ରମ ମଧ୍ୟରେ ଉକ୍ତ ଭାସ୍କର୍ଯ୍ୟ କଳା ଶିବିରକୁ ଅନ୍ତର୍ଭୁକ୍ତ କରାଯାଇଛି ଓ ଏହି ଶିବିରରୁ ପ୍ରସ୍ତୁତ ଭାସ୍କର୍ଯ୍ୟ କଳାଗୁଡିକ ଭୁବନେଶ୍ଵରର ପ୍ରମୁଖ ସ୍ଥାନ ଗୁଡିକରେ ସଂସ୍ଥାପନ କରାଯାଇ ସହରର ଶୋଭା ବୃଦ୍ଧି କରାଯିବ ଓ ଏହି ସିମ୍ପୋଜିୟମରେ ଆମେରିକାରୁ କାରୋଲ ଟର୍ନର, ଇଟାଲୀରୁ ଏଲିନା ସାରାସିନୋ, କୋରିଆରୁ ସୋଡଙ୍ଗ ଚୋଏ, ଇଜିପ୍ଟରୁ ଖଲିଦ ଅବଦୁଲା, ଫ୍ରାନ୍ସରୁ ଆଲେକ୍ସ ଲବେଜୋଫ ଓ ଗଦାଧର ଓଝା,

ସେହିପରି ଓଡ଼ିଶାରୁ ଶିଳ୍ପୀଗୁରୁ ପ୍ରଭାକର ମହାରଣା, ଦିଲ୍ଲୀରୁ ଚୁଗୁଲି ସାହୁ, କାଳିକିଙ୍କର ଦେ ଓ ଟୁଟୁ ପଟ୍ଟନାୟକ, ମହରାଷ୍ଟ୍ରରୁ ପଙ୍କଜ ଗହଲଟ, ଚଣ୍ଡିଗଡରୁ ବିଶାଲ ଭଟ୍ଟନାଗର, ମୁମ୍ବାଇରୁ ରତନ ସାହା, ବାଙ୍ଗାଲୋରରୁ ଡ. ଜ୍ଞାନେଶ ମିଶ୍ର, କେରଳରୁ ରାଜଶେଖର ନାୟର ଓ ଜାମ୍ମୁ କାଶ୍ମିରରୁ ଚନ୍ଦର ପ୍ରକାଶ ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି ଓ ଭାସ୍କର୍ଯ୍ୟ ଶିଳ୍ପୀମାନେ ଆସନ୍ତା ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ୮ ଫୁଟରୁ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରସ୍ତର ଓ ସ୍କ୍ରାପ ଭାସ୍କର୍ଯ୍ୟ ମାନ ଗଢିବେ ଓ ଏକାଡେମୀର ସଚିବ ଶ୍ରୀ ପଞ୍ଚାନନ ସାମଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଏହି ସିମ୍ପୋଜିୟମ ଅବସରରେ ଭାସ୍କର୍ଯ୍ୟ ଶିଳ୍ପୀମାନଙ୍କ ଜୀବନ ଶୈଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କାର‌୍ୟ୍ୟକ୍ରମ ରହିଛି ଓ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କାରିଗର ଓ ବୁଣାକାରମାନଙ୍କ ପାଇଁ ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମିରେ ମାଗଣା ପ୍ରବେଶ

ଭୁବନେଶ୍ୱର: ଓଡିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ଐତିହ୍ୟକୁ ସାଇତି ରଖିବା ତଥା ଏହାର ଅଧିକ ପ୍ରସାର କରିବା ଲକ୍ଷ୍ୟରେ ଓଡିଶା ସରକାର ଭୁବନେଶ୍ୱରର ଶିଳ୍ପୀ ବିହାର, ପୋଖରୀପୁଟଠାରେ ‘ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ -କଳାଭୂମି’ ସ୍ଥାପନ କରିଛନ୍ତି । ଓଡିଶା ହସ୍ତଶିଳ୍ପ ଓ ହସ୍ତତନ୍ତ ଐତିହ୍ୟ ସବୁକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଏବଂ ଏହି କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହନ ଦେବା ଓ ତତ୍‌ସମ୍ବନ୍ଧୀୟ ଗବେଷଣାଲବ୍ଧ ଜ୍ଞାନକୁ ଲିପିବଦ୍ଧ କରି ଦେଶ ଓ ବିଦେଶର ପରିଦର୍ଶକମାନଙ୍କୁ ନିଜ କଳାକୃତି ପ୍ରତି ଆକୃଷ୍ଟ କରିବା ଏହାର ମୂଳ ଲକ୍ଷ୍ୟ ।

ବର୍ତ୍ତମାନ ଓଡିଶାର କାରିଗର, ବୁଣାକାର, ରାଜ୍ୟ ଓ ଜାତୀୟ ପୁରସ୍କାରପ୍ରାପ୍ତ ତଥା ପଦ୍ମ ପୁରସ୍କାରପ୍ରାପ୍ତ କାରିଗର ଓ ବୁଣାକାରମାନଙ୍କ ପାଇଁ ଓଡିଶା ସରକାର ଏକ ବିଶେଷ ଘୋଷଣା କରିଛନ୍ତି । ସେମାନଙ୍କ ପାଇଁ କଳାଭୂମିରେ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି । ଏହି ଅବସରରେ ଓଡ଼ିଶାର କାରିଗର ଓ ବୁଣାକାରମାନଙ୍କୁ ଅନୁରୋଧ କରାଯାଉ ଅଛିକି ସେମାନେ ନିଜର ପରିଚୟ ପତ୍ର ଦେଖାଇ ଏହି ସଂଗ୍ରହାଳୟ ପରିଦର୍ଶନ କରିପାରିବେ । ରାଜ୍ୟ ସରକାରଙ୍କର ଏହି ପଦକ୍ଷେପ ଓଡିଶାର କାରିଗର ଓ ବୁଣାକାରମାନଙ୍କର କଳାତ୍ମକ ଏବଂ ଗବେଷଣାତ୍ମକ ମନୋବୃତ୍ତିକୁ ପ୍ରୋତ୍ସାହନ କରିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ ।

Categories
ଆଜିର ଖବର ରାଜ୍ୟ ଖବର

‘କଳାଭୂମି’ରେ ଆକର୍ଷଣୀୟ ଖୋଲା ପାଠାଗାର ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଏବେ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଛି। କଳାଭୂମିରେ ଆଜି ଏକ ଖୋଲା ପାଠାଗାର ଉଦ୍‌ଘାଟିତ ହୋଇଯାଇଛି। ଓଏସ୍‌ଆର୍‌ଟି ବସର ବାହ୍ୟ ଭାଗରେ ଓଡ଼ିଶାର ପରମ୍ପରା ଓ ପଶୁପକ୍ଷୀଙ୍କ କାହାଣୀକୁ ନେଇ ଭିନ୍ନ ଭିନ୍ନ ଚିତ୍ର ଅଙ୍କା ଯାଇଛି। ରାଜ୍ୟ ହସ୍ତଶିଳ୍ପ ସଂଗ୍ରହାଳୟର ମିଳିତ ସହଯୋଗରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସମର୍ଥନରେ ବକୁଳ ଫାଉଣ୍ଡେସନ୍‌ ଦ୍ୱାରା ଏହି ବସ୍‌ ପାଠାଗାର ପ୍ରତିଷ୍ଠା କରାଯାଇଛି।

ଆଜି ଏହି ପାଠାଗାର ଉଦ୍‌ଘାଟନ ଉତ୍ସବରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ଆଦର୍ଶ ବିଦ୍ୟାଳୟର ମୁଖ୍ୟ ଉପେନ୍ଦ୍ର ତ୍ରିପାଠୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଶୁଭା ଶର୍ମା, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ସିଡାକ୍‌ର ମେମ୍ବର ସେକ୍ରେଟାରୀ ଶିଶିର କୁମାର ରଥ, ବକୁଳ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଉପସ୍ଥିତ ଥିଲେ।

ଏହି ବସ୍‌ ପାଠାଗାରରେ ୪୦୦୦ରୁ ଊଦ୍ଧ୍ୱର୍ ପୁସ୍ତକ ରହିଛି। ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ ବୟସର ବ୍ୟକ୍ତିବିଶେଷଙ୍କ ନିମନ୍ତେ ଏଠାରେ ଇଂରାଜୀ ଓ ଓଡ଼ିଆ ପୁସ୍ତକ ରହିଛି। ଏହି ପାଠାଗାର ଅପରାହ@ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସପ୍ତାହରେ ସୋମବାର ବ୍ୟତୀତ ଅନ୍ୟ ଛଅଦିନ ଖୋଲା ରହିବ। ନିୟମିତ ଭାବରେ ଗଳ୍ପ, କଳା ଓ ହସ୍ତକଳା ଅଧିବେଶନ ରହିବ।
ମାନ୍ୟବର ସାଂସଦ ଶ୍ରୀ ଅମର ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ କଳାଭୂମି ପରିସରରେ ବହୁପ୍ରତୀକ୍ଷିତ ସୋଲାର ପ୍ୟାନେଲ ପାୱାର ଜେନେରେସନ୍‌ ସିଷ୍ଟମ ସ୍ଥାପିତ ହେବାକୁ ଯାଉଛି।

କଳାଭୂମିର ସଂଗ୍ରହାଳୟ ପ୍ରତ୍ୟହ ସକାଳ ୧୦ଟାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଖୋଲା ରହୁଛି। ଜୁନ ୧୪ ଓ ୧୫ ତାରିଖ ଦିନ ରଜ ମହୋତ୍ସବ ଅବସରରେ କଳାଭୂମିଠାରେ କଳା-କାରିଗରୀର ପ୍ରତ୍ୟକ୍ଷ ପ୍ରଦର୍ଶନ, କର୍ମଶାଳା, ସଂଗୀତ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ‘କଳାଭୂମି’ ପରିଦର୍ଶନ

ଭୁବନେଶ୍ୱର, ଫ୍ରାନ୍ସର ରାଷ୍ଟ୍ରଦୂତ ଏମାନୁଏଲ୍‌ ଲେନାଇନ୍‌ ଭୁବନେଶ୍ବରରେ ଥିବା କଳାଭୂମି ପରିଦର୍ଶନ କରିଛନ୍ତି । ତାଙ୍କ ସହିତ କୋଲକାତାସ୍ଥିତ ଫ୍ରାନ୍ସ ଦୂତାବାସରେ ଅବସ୍ଥାପିତ କନ୍‌ସୁଲେଟ୍‌ ଜେନେରାଲ୍‌ ର୍ଭିଜିନି କର୍‌ଟେଭାଲ୍‌ ଏବଂ ଦୂତାବାସର ଅର୍ଥନୈତିକ ତଥା ବୈଜ୍ଞାନିକ ସହେ୩⁄୪ାଗ ପରାମର୍ଶଦାତା ଏମିଲିଆ କାର୍ଟିଆର୍‌ ମଧ୍ୟ କଳାଭୂମି ପରିଦର୍ଶନ କରିଥିଲେ ।

ଅତିଥିମାନେ ସଂଗ୍ରହାଳୟ ପରିସରରେ ପ୍ରଦର୍ଶିତ ହୋଇଥିବାବିଭିନ୍ନ ପ୍ରକାର
ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଭର ପୂର ଉ ପଭୋଗ କରିଥିଲେ । କୋଭିଡ୍‌-୧୯ ପାଇଁ ସରକାରଙ୍କ ଅନୁମୋଦିତ ନିର୍ଦ୍ଦେଶାବଳୀ ପାଳନ କରି କଳାଭୂମି କର୍ମଚାରୀମାନେ ଅତିଥିମାନଙ୍କୁ ସଂଗ୍ରହାଳୟ ପରିଦର୍ଶନରେ ସହାୟତା କରିଥିଲେ । ପରିଦର୍ଶନ ସମୟରେ ଅତିଥିମାନେ ଓଡ଼ିଶାର କାରିଗର ଏବଂବୁଣାକାରମାନଙ୍କ କଳାକୃତିର ଭୂୟସୀ ପ୍ରଶଂସା କରିଥିଲେ ।

Categories
ଫଟୋ ଖବର

ଭୁବନେଶ୍ବର କଳାଭୂମିରେ ମାଟିର ବିଭିନ୍ନ ବଡଦିନ ସାମଗ୍ରୀ ନିର୍ମାଣ କୌଶଳ ପ୍ରଶିକ୍ଷଣ ପରେ ଛାତ୍ରଛାତ୍ରୀ

ଭୁବନେଶ୍ବର କଳା ଗ୍ରାମରେ ମାଟିର ବିଭିନ୍ନ ବଡଦିନ ସାମଗ୍ରୀ ନିର୍ମାଣ କୌଶଳ ପ୍ରଶିକ୍ଷଣ ପରେ ଛାତ୍ରଛାତ୍ରୀ