Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲାରେ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ୨ ଦିନିଆ କର୍ମଶାଳା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟ।ଳୟ (ଡ଼ିପିଏମୟୁ) କଳାହାଣ୍ଡିର ମିଳିତ ଆନୁକୁଲ୍ୟରେ ଓଡିଶାର ନିରନ୍ତର ବିକାଶ ଲକ୍ଷ୍ୟରେ ୨୦୩୦ କାର୍ଯ୍ୟସୂଚୀର ରୂପାୟନ ବିଷୟ ବସ୍ତୁ ନେଇ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପି. ଅନ୍ଵେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପାୱାର ସଚିନ ପ୍ରକାଶ, ରାଜ୍ୟ ଯୋଜନା ଏବଂ ସଂଯୋଜନା ବିଭାଗର ସହ ନିର୍ଦ୍ଧେଶିକା ଅଳକା ଜେନା, ଡ଼ିପିଏମୟୁ ଉପ ନିର୍ଦ୍ଧେଶକ ଶ୍ରୀକାନ୍ତ ଦଳେଇ ମଞ୍ଚାସୀନ ଥିଲେ।

ଏହି ଅବସରରେ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ କଳାହାଣ୍ଡି ଜିଲ୍ଲାର ନିରନ୍ତର ବିକାଶ ଲକ୍ଷରେ ୨୦୩୦ କାର୍ଯ୍ୟସୁଚିର ସଫଳ ରୂପାୟନ ପାଇଁ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ମାନଙ୍କର ଭାଗୀଦାରୀ ଏକାନ୍ତ ଆବଶ୍ୟକ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଏଥିସହ ପଞ୍ଚାୟତ ସ୍ତରରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା କରିବା ସମୟରେ ନିରନ୍ତର ବିକାଶ ଲକ୍ଷ୍ୟର (ଏସ.ଡ଼ି.ଜି) ୧୭ ଟି ଲକ୍ଷ, ୯ ଟି ବିଷୟ ବସ୍ତୁକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିବା ପାଇଁ କହିଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ତଥା କଳାହାଣ୍ଡି ଜିଲ୍ଲା SDG Nodal ଅଧିକାରୀପାୱାର ସଚିନ ପ୍ରକାଶ ନିରନ୍ତର ବିକାଶ ପାଇଁ ସମସ୍ତ ବିଭାଗୀୟ ଅଧିକାରୀମାନେ ଏକାଭିମୁଖୀ ହେବା ଏବଂ ସମସ୍ତ ଗ୍ରାମ ପଞ୍ଚାୟତର ସାମୁହିକ ବିକାଶର ଗୁରୁତ୍ଵ ଦେବା ପାଇଁ ପ୍ରକାଶ କରିଥିଲେ।

ଉପ ନିର୍ଦ୍ଧେଶକ ଶ୍ରୀକାନ୍ତ ଦଳେଇ ପ୍ରଶିକ୍ଷାର୍ଥୀମାନଙ୍କୁ SDG Monitoring Framework for programme and schemes ଉପରେ ତାଲିମ ଦେଇଥିଲେ। ଏଥିରେ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅବସର ପ୍ରାପ୍ତ ପ୍ରଫେସର , ସହକାରୀ ପ୍ରଫେସର , ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟ।ଳୟ (ଡ଼ିପିଏମୟୁ)ର ଅନ୍ୟ ଅଧିକାରୀ, ଏନଜିଓ କର୍ମକର୍ତ୍ତା, ଏସଡ଼ିଜି ପରାମର୍ଶଦାତା ଡା. ରମେଶ ଚାଲାନ, ଏସ.ଡ଼ି.ଜି କୋଷ କାର୍ଯ୍ୟକ୍ରମ ପରିଚାଳକ, ଶ୍ରୀ ଭେଙ୍କଟେସ, ଗ୍ରାମ ବିକାଶ କାର୍ଯ୍ୟକ୍ରମ ପରିଚାଳକ ଆଶୁତୋଷ ଭଟ ସମେତ ଜିଲ୍ଲାର ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ।

Categories
ଆଜିର ଖବର

କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦ୍ବାରା ପୋଷ୍ୟ ସନ୍ତାନ ପାଳନ ସମ୍ପର୍କିତ ରଥର ଶୁଭାରମ୍ଭ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଗତକାଲି ୧୬.୧୧.୨୦୨୨ ରିଖ ଦିନ ସକାଳ ୯ ଘଣ୍ଟା ସମୟରେ ଗୋଟିଏ ପୋଷ୍ୟ ସନ୍ତାନ ସଚେତନତା ରଥ ର ଶୁଭାରମ୍ଭ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ କରାଯାଇ ଥିଲା। ଏହି ରଥ ଜିଲ୍ଲା ସାରା ବୁଲି ଲୋକ ମାନଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ଉପରେ ସଚେତନତା ସୃଷ୍ଟି କରିବ। ଏହି ରଥ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ରୁ ଶୁଭାରମ୍ଭ କରା ଯାଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥିଭାବରେ ଜିଲ୍ଲାପାଳ,କଳାହାଣ୍ଡି ପି. ଅନ୍ୱେଷା ରେଡ୍ଡୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉଦ୍ ଘାଟନ ଉତ୍ସବରେ ଜିଲ୍ଲା ଶିଶୁ ମଙ୍ଗଳ ଅଧ୍ୟକ୍ଷ ରାଜେଶ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ, ସୁଶାନ୍ତ ବୋଇଦାର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଣ ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ, ରାଜ ଲକ୍ଷ୍ମୀ ଦାସ ଓ ବାଲ ଗୋପାଲ ସେବା ନିକେତନର ସମ୍ପାଦକ ହେମନ୍ତ ମୁଣ୍ଡ ଉପସ୍ଥିତ ଥିଲେ।

ଉତ୍ସବରେ ବାଲ ଗୋପାଲ ସେବା ନିକେତନର ଅନ୍ତେବାସୀ ମାନେ ଘୁମୁରା ବାଦ୍ୟ ପରିବେଷଣ କରି ରଥକୁ ସ୍ଵାଗତ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ଯଥା ଅଂଶୁମାନ ବାବୁ , ଶୁଭାଶିଷ ପାଣିଗ୍ରାହୀ, ପ୍ରତୀକ ପଟ୍ଟନାୟକ, ସୁଧାଂଶୁ ଶେଖର ମହାପାତ୍ର, ଅବିନାଶ ତ୍ରୀପାଠୀ, ମଣ୍ଟୁ ନାୟକ ଯୋଗ ଦେଇ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଥିଲେ।