Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଡାକ ମଣ୍ଡଳ ପକ୍ଷରୁ ଗ୍ରାମୀଣ ଡାକ ମେଳା ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଡାକ ମଣ୍ଡଳ ପକ୍ଷରୁ ଗୋଲାମୁଣ୍ଡା ବ୍ଲକ୍ ଫରଙ୍ଗ ଠାରେ ଜିଲ୍ଲା ଗ୍ରାମୀଣ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଡାକ ମଣ୍ଡଳ ଅଧିକ୍ଷକ ବିଜୟ କୁମାର ମହାନ୍ତି, ଧର୍ମଗଡ ଡାକ ନିରୀକ୍ଷକ ଅନନ୍ତ ଚରଣ ସାହୁ, ଓଭରସିଅର ଗୌର ଚନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇ ସରକାରଙ୍କ ଡାକ ବିଭାଗ ଦ୍ବାରା ବିଭିନ୍ନ ଜନ କଲ୍ୟାଣ ମୁଖି କାର୍ଯ୍ୟକ୍ରମ ଗୁଡ଼ିକ ସଂପର୍କରେ ଆଲୋଚନ କରିଥଲେ। ବର୍ତ୍ତମାନ ଡାକ ଘର ମାଧ୍ୟମରେ ବିଭିନ୍ନ ଡିପୋଜିଟ ଗ୍ରହଣ କରା ଯିବା ସହିତ ଋଣ ମଞ୍ଜୁର କରାଯାଉଥିବା ହେତୁ ଜନ ସାଧାରଣ ସେଥିର ଫାଇଦା ଉଠାଇବା ପାଇଁ ଆହ୍ବାନ ଜଣାଇଥିଲେ। ଗ୍ରାମାଞ୍ଚଳ ର ଗରିବ ନୀରିହ ବ୍ୟକ୍ତି ବିଶେଷ ବିଭିନ୍ନ ଚିଟ ଫଣ୍ଡ ର ପ୍ରଲୋଭନ ରେ ନ ପଡ଼ି ଡାକ ସେବାର ସୁବିଧା ଉଠାଇବା ପାଇଁ ଚେଷ୍ଟା କରିବାକୁ ଡାକ ଅଧିକାରୀ ମାନେ ଆହ୍ବାନ ଜଣାଇଥିଲେ। ଜନ ସାଧାରଣ ଙ୍କୁ ସଚେତନ କରାଇବା ପାଇଁ ଏଭଳି ଡାକ ମେଳା ଅୟୋଜନ କରାଯାଉଥିବା ପ୍ରକାଶ।