Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: କଳାହାଣ୍ଡି ବିଶ୍ୱବିଦ୍ୟାଳୟ ହେଲା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ

ଭୁବନେଶ୍ବର: କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ନାମରେ ନାମିତ କରାଯାଇଛି। ଏବେ ଏହା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ନାମରେ ପରିଚିତ ହେବ। ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ ସମୁଦାୟ ୫୦ଟି କଲେଜକୁ ନେଇ ତା.୦୧.୦୯.୨୦୨୦ ରିଖରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଗତ ନଭେମ୍ବର ପହିଲା କଳାହାଣ୍ଡି ଗସ୍ତ ସମୟରେ ଏହି ବିଶ୍ୱବିଦ୍ୟାଳୟର ନାମକୁ ମା’ ମାଣିକେଶ୍ୱରୀ ଙ୍କ ନାମରେ ନାମିତ କରବା ପାଇଁ ଘୋଷଣା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦିଲ୍ଲୀ ଭାରତ ମଣ୍ଡପମରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଆର ଆଇ ଏସ ନୂଆ ଦିଲ୍ଲୀ ଦ୍ଵାରା ଆମନ୍ତ୍ରିତ ହୋଇ ଭାରତ ମଣ୍ଡପମ୍ ଠାରେ ଜି ୨୦ ୟୁନିଭର୍ସିଟି କନେକ୍ଟ ଫାଇନାଲ କାର୍ଯକ୍ରମରେ ଯୋଗ ଦେଇଥିଲା। କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ନେତୃତ୍ୱରେ ଇଂରାଜୀ ବିଭାଗର ମୁଖ୍ୟ ଡକ୍ଟର ଜୟଦେବ ସାହୁ, ପିଜି ଛାତ୍ରୀ କୁମାରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ, ଛାତ୍ରୀ କୁମାରୀ ସ୍ପର୍ଶା ମିଶ୍ର, ପିଜି ଛାତ୍ର ସତ୍ୟବ୍ରତ ମହାପାତ୍ର ଓ ଶୁଭମ୍ ମହାକୁଡ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ପ୍ରତିନିଧିତ୍ଵ କରିଥିଲେ।

ପ୍ରଧାନମନ୍ତ୍ରୀ ସମ୍ମାନୀୟ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଭାରତର ବିକାଶ ଓ ସ୍ବଚ୍ଛତା ପାଇଁ କାର୍ଯ କରିବାକୁ ଉପଦେଶ ଦେଇଥିଲେ। ସବୁଠୁ ସୌଭାଗ୍ୟର ବିଷୟ ଯେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଛାତ୍ରୀ କୁମାରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ ଓ ଶ୍ରୀ ସତ୍ୟବ୍ରତ ମହାପାତ୍ରଙ୍କୁ ୩୦୦୦ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀଙ୍କ ସହିତ ବସିବାର ସୁଯୋଗ ମିଳିଥିଲା। ଏହା କଳାହାଣ୍ଡି ଓ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ।

ଏହି ଛାତ୍ର ଓ ଛାତ୍ରୀ ମାନଙ୍କ ଆରଟିପିସିଆର ଟେଷ୍ଟ କରାଯାଇ ଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଛାତ୍ରୀଙ୍କୁ ତମେ କେଉଁଠୁ ଆସିଛ ବୋଲି ପଚାରି ଥିଲେ ଏବଂ ଓଡ଼ିଶାରୁ ଆସିଛନ୍ତି ଜାଣି ଜୟ ଜଗନ୍ନାଥ ବୋଲି କହିଥିଲେ। ଦିଲ୍ଲୀ ୟୁନିଭର୍ଶିଟିର ଜନୈକ ପ୍ରାଧ୍ୟାପକ ନୂଆ ଭାବରେ ପ୍ରତିଷ୍ଠିତ ହୋଇଥିବା କଳାହାଣ୍ଡି ବିଶ୍ଵ ବିଦ୍ୟାଳୟର ଛାତ୍ର ଛାତ୍ରୀ ମୋଦୀଙ୍କ ସାଙ୍ଗରେ ବସିବାର ବହୁ ସମ୍ମାନର କଥା ବୋଲି ଡକ୍ଟର ଜୟଦେବ ସାହୁଙ୍କୁ କହିଥିଲେ।

ପ୍ରକାଶ ଥାଉକି, ଓଡ଼ିଶାର ଏହି ବିଶ୍ଵବିଦ୍ୟାଳୟ ଜି୨୦ ୟୁନିଭରସିଟି କନେକ୍ଟ କାର୍ଯକ୍ରମ କରିବାକୁ ଭାରତ ସରକାରଙ୍କ ଆର ଆଇ ଏସ ସଂସ୍ଥା ଦ୍ଵାରା ମନୋନୀତ ହୋଇ ଥିଲା ଏବଂ ଏପ୍ରିଲ ୧୦ ତାରିଖ ଦିନ ମହାସମାରୋହରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ଯେଉଁ ଥିରେ ଡାଇରେକ୍ଟର ଜେନେରାଲ ପ୍ରଫେସର ଚତୁର୍ବେଦି ଯୋଗ ଦେଇ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟର ପ୍ରଶଂସା କରିଥିଲେ। ଜାତୀୟ ସ୍ତରରେ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟର ଆଦରକୁ ନେଇ ଅଞ୍ଚଳବାସୀ ଆନନ୍ଦିତ ହୋଇଛନ୍ତି।

କୁଳପତି ଓ ତାଙ୍କ ଟିମ୍ ଆଜି ଯେତେବେଳେ ବିଶ୍ୱବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କଲେ ରେଜିଷ୍ଟ୍ରାର ଓ ବିତ୍ତନୀୟନ୍ତକ, ଅଧ୍ୟାପକ ଓ ଅଧ୍ୟାପିକା ମାନେ ତଥା ଶହ ଶହ ଛାତ୍ର ଛାତ୍ରୀ ମହା ଉତ୍ସାହରେ ସ୍ବାଗତ କରିଥିଲେ। ବିଶ୍ୱବିଦ୍ୟାଳୟର ପ୍ରେଖ୍ୟାଳୟରେ ଏକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଭାଗ ନେଇଥିବା ଛାତ୍ରଛାତ୍ରୀ , କୁଳପତି ଓ ଡକ୍ଟର ସାହୁ ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଐତିହାସିକ ଗୁଡହାଣ୍ଡି ଓ କୁଇଭାଷା ଉପରେ ଗବେଷଣାକୁ ପ୍ରାଧାନ୍ୟ ଦିଆଯିବ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଯୋଗ ଦେଇ ପ୍ରଫେସର ଡଃ ସଂଜୟ ଶତପଥି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବୋଧନ କରିଛନ୍ତି। କଳାହାଣ୍ଡି ସରକାରୀ ମହାବିଦ୍ୟାଳୟରେ ଦୀର୍ଘ ଦଶ ବର୍ଷ ଧରି ଅଧ୍ୟାପନା କରିବାର ଅଭିଜ୍ଞତା ଥିବା ବେଳେ ଏହି ଅଂଚଳ ସହ ଅତ୍ୟନ୍ତ ପରିଚିତ ଥିବା ହେତୁ କଳାହାଣ୍ଡିରେ ଶିକ୍ଷାର ବିକାଶ ପାଇଁ ବେଶ ସହାୟ ହେବ ବୋଲି ମତ ପ୍ରକାଶ କରିଛନ୍ତି। ବିଶ୍ୱ ବିଦ୍ୟାଲୟର ସିଣ୍ଡିକେଟ ଗଠନ, ଖାଲିଥିବା ପଦବୀ ପୂରଣ, ସରକାରଙ୍କ ଅର୍ଥ ଆବଂଟନ, ଭିତିଭୂମିର ବିକାଶ ଆଦି ବିଷୟ ଉପରେ ଗୁରୁତ୍ୱ ଦିଆଯାଇ ସେହି ଆଧାରରେ କଳାହାଣ୍ଡି ବିଶ୍ୱବିଦ୍ୟାଲୟକୁ ଭାରତର ଶିକ୍ଷା ମାନଚିତ୍ରରେ ଏକ ସୂଚନାତ୍ମକ ସ୍ଥାନରେ ପହଂଚାଇବା ଲକ୍ଷ୍ୟରେ ଉଦ୍ୟମ କରିବା ପାଇଁ ସମସ୍ତଙ୍କ ସହେଯାଗ କାମନା କରିଥିଲେ।

କଳାହାଣ୍ଡିର ପ୍ରାଗଐତିହାସିକ ସମୟରୁ ବିଦ୍ୟମାନ ଗୁଡହାଣ୍ଡି ଉପରେ ଏବଂ ପ୍ରାଚୀନ କୁଇଭାଷା ଉପରେ ଅଧରକ ଗବେଷଣା କରାଯିବା ପାଇଁ ବ୍ୟବସ୍ଥା କରିଯିବ ବୋଲି ଡଃ ଶତପଥି ପ୍ରକାଶ କରିଛନ୍ତି। ସେହିପରି ବିଶ୍ୱବିଦ୍ୟାଲୟର ଭିତିଭୂମିର ବିକାଶ ପାଇଁ ଅନ୍ୟୁନ ଶହେ ଏକର ଜମି ଆବଶ୍ୟକ, ଆଦିବାସୀ ପାଠ୍ୟକ୍ରମ ଉପରେ ଉନ୍ନତ ବିଭାଗ, ଅନୁବାଦ ବିଭାଗ, ପିଏଚଡି ବିଭାଗ ତଥା ଯୁଗଉପଯୋଗୀ ନୂତ ବିଭାଗ ଖୋଲିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରକାଶ କରିଥିଲେ। ଭବାନୀପାଟଣା ସହରର ପ୍ରାଚୀନ ଆଶା ସାଗର କୁ ପୋଷ୍ୟ ପୋଖରୀ ଭାବରେ ଗ୍ରହଣ କରାଯାଇ ଗବେଷଣା କରାଯିବା ସହିତ କଳାହାଣ୍ଡି ମହାବିଦ୍ୟଲୟର ସମସ୍ତ ଭିତି ଭୂମିର ଉନ୍ନତି, ଅଧ୍ୟାପକ ପଦବୀ ପୂରଣ ତଥା ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରକାଶ କରିଥିଲେ।

ଡଃ ଶତପଥି ପୂର୍ବରୁ ବାଣିଜ୍ୟ ବିଭାଗର ଦୀର୍ଘ ୩୬ ବର୍ଷର ଅଧ୍ୟାପନା ଜୀବନ ମଧ୍ୟରେ ୨୪ ଟି ପୁସ୍ତକର ରଚୟୀତା ଏବଂ ଜଣେ ଉଚ୍ଚ କୋଟୀର ଲେକକ ଓ ବକ୍ତା ଅଟନ୍ତି। ଅପରାହ୍ନରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଜୟନ୍ତ ବେହେରାଙ୍କ ସଭାପତିତ୍ୱରେ ଡଃ ଶଂଜୟ ଶତପଥିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି ଅବସରରେ ଡଃ ଶତପଥି ପର୍ଫମିଂ ଆର୍ଟ ଉପରେ ଏକ ବିଭାଗ ଖୋଲାଯାଇ ସେଉପରେ ଗବେଷଣା କରାଗଲେ ଘୁମୁରା ଭଲି ସ୍ଥାନୀୟ ଲୋକନୃତ୍ୟ ଗୁଡିକ ଉପରେ ଅଧିକ ଗବେଷଣା କରାଯାଇପାରିବ ବୋଲି ମତପ୍ରକାଶ କରିଥିଲେ।