Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା

ବାଲୁଗାଁ: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ୱାରା ସୂଚିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ବାଲୁଗାଁ ମହାବିଦ୍ୟାଳୟରେ ନବାଗତ ଏକାଦଶ ଶ୍ରେଣୀର କଳା ଓ ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରାରମ୍ଭରେ ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ ସ୍ୱାଗତ ଜଣାଇବା ସହିତ ମହାବିଦ୍ୟାଳୟର ବିଭିନ୍ନ ଶୃଙ୍ଖଳା ଓ ସୁବିଧା ସୁଯୋଗ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ଡକ୍ଟର ଜୟନ୍ତୀ ସାମଲ, ଅକ୍ଷୟ ମହାପାତ୍ର, ମୃଦାନୀ ଶଙ୍କର ପ୍ରସାଦ ମିଶ୍ର, ପ୍ରବୀଣ ଜେନା, ସୁବ୍ରତ ତ୍ରିପାଠୀ, ସୁବାସ ଶ୍ରୀଚନ୍ଦନ, ବିଦ୍ୟାଧର ଜୁଝାଇ ସିଂ, ରୋଜାଲିନ ମିଶ୍ର, ତପସ୍ୱିନୀ ନନ୍ଦ, କ୍ରିଷ୍ଣା ସେଠୀ ପ୍ରମୁଖ ଯୋଗ ଦେଇ ସ୍ୱାଗତ କରିବା ସହିତ ନିଜ ବିଷୟର ପ୍ରlସଙ୍ଗିକତା ସମ୍ପର୍କରେ ଅବଗତ କରାଇବା ସହ ମହାବିଦ୍ୟାଳୟର ବିଭିନ୍ନ ଶୈକ୍ଷିକ ଉତ୍କର୍ଷତା ଓ ଗାରିମା ଉପସ୍ଥାପିତ କରିଥିଲେ। ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଏହାକୁ ସଂଯୋଜନା କରିଥିଲେ।