Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀନିବାସ ସୁରକ୍ଷା ନେଇ ନିୟମାବଳୀ ଜାରୀ

ଭୁବନେଶ୍ୱର: କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀନିବାସରେ ରହୁଥିବା ବାଳିକାମାନଙ୍କର ସୁରକ୍ଷା ଓ ନିରାପତ୍ତା ନିମନ୍ତେ ଏକ ପରାମର୍ଶ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱସ୍ଥୀ ଏସ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ବୈଠକରେ ସମୀକ୍ଷା ପୂର୍ବକ ମତାମତ ପ୍ରଦାନ କରିଥିଲେ।

ଏଥିରେ ୟୁନିସେଫ୍‌, ଏନ୍‌ଏଡବ୍ଲୁ, ମହିଳା ଓ ଶିଶୁ ବିକାଶ ବିଭାଗର ପଦାଧିକାରୀ, ରେଭେନ୍ସା କଲିଜିଏଟ୍‌ ସ୍କୁଲର ଅଧ୍ୟକ୍ଷା, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଦୁଇଜଣ ପ୍ରଧାନ ଶିକ୍ଷୟିତ୍ରୀ, ଓସେପାର ବାଳିକା ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶିକା, ରାଜ୍ୟ ବାଳିକା ଶିକ୍ଷା ସଂଯୋଜିକା ପ୍ରମୁଖ ଯୋଗଦାନ କରି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଉପରୋକ୍ତ ବିଭାଗୀୟ କର୍ମକର୍ତ୍ତାମାନଙ୍କ ମତାମତକୁ ନେଇ ଏକ ନିୟମାବଳୀ (ଗାଇଡ୍‌ଲାଇନ୍‌) ପ୍ରସ୍ତୁତ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ।

Categories
ଆଞ୍ଚଳିକ

ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଟପ୍ପର ଛାତ୍ରୀଙ୍କୁ ମାଗଣାରେ ପାଠ ପଢ଼ାଇବ ନିଉଟନ୍ କଲେଜ

କନ୍ଦର୍ପ ବେହେରା
ରେଢ଼ଖୋଲ: ମସିହାର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ୯୧.୩୩ % ମାର୍କ୍ ରଖି ନାକ୍ଟିଦେଉଳ ଵ୍ଲକ୍ ରେ ଟପ୍ପର୍ ହୋଇଥିବା ସରାପାଲି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ କୁମାରୀ ନିରୁପମା ବେହେରାଙ୍କୁ ମାଗଣାରେ +୨ ବିଜ୍ଞାନ ଶ୍ରେଣୀରେ ଅଧ୍ୟୟନ ପାଇଁ ସମ୍ଵଲପୁରର ନିଉଟନ୍ ସାଇନ୍ସ କଲେଜ୍ ର କର୍ତ୍ତୃପକ୍ଷ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।
କୁମାରୀ ନିରୁପମା ଙ୍କ ପାରିଵାରିକ ଆର୍ଥିକ ସ୍ଥିତି ଓ ଯୋଗ୍ୟତାକୁ ଵିଚାର କରି ନିଉଟନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୁଖ୍ୟ ଡ ତେଜରାଜ ପାତ୍ର ସହଯୋଗର ହାତ ବଢାଇଛନ୍ତି।

ଏଥିପାଇଁ କସ୍ତୁରବା ଗାନ୍ଧୀ ବାଳିକା ଵିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରମ୍ଭା ସ୍ଵାଇଁ ସ୍କୁଲ୍ କର୍ତ୍ତୃପକ୍ଷ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ପୁର୍ବରୁ ନାକ୍ଟିଦେଉଳ ବ୍ଲକ୍ ର ସାହେବୀ ଗ୍ରାମ ର ସୌରେନ୍ ସାହୁ ଓ ସୌମିତ୍ରୀ ସାହୁ ଙ୍କୁ ନିଉଟନ୍ ସାଇନ୍ସ୍ କଲେଜ କର୍ତ୍ତୃପକ୍ଷ ଶିକ୍ଷା ଦାନ ରେ ସମ୍ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ କରିଥିଲେ। ସୌରେନ୍ ବର୍ତ୍ତମାନ ସହକାରୀ ନିର୍ଵାହୀ ଯନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇଥିବା ବେଳେ ସୌମିତ୍ରୀ ବଲାଙ୍ଗୀର ମେଡିକାଲ କଲେଜ ରେ ଅଧ୍ୟୟନ କରୁଛନ୍ତି। ଏହି ବୈଦାନ୍ୟତା ପାଇଁ ଅଂଚଳ ବାସୀ ନିଉଟନ୍ ସାଇନ୍ସ୍ କଲେଜ କର୍ତ୍ତୃପକ୍ଷ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।