Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

କାବୁଲ ବିମାନବନ୍ଦର ନିକଟରେ ଆଉ ଏକ ବଡ଼ ବିସ୍ଫୋରଣ: ଆମେରିକା ପୂର୍ବରୁ କରିଥିଲା ସତର୍କ

ନୂଆଦିଲ୍ଲୀ: କାବୁଲ ସହରରେ ଏକ ବଡ଼ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ କେତେ କ୍ଷୟକ୍ଷତି ହୋଇଛି ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ବିମାନବନ୍ଦର ନିକଟରେ କଳା ଧୂଆଁ ଦୃଶ୍ୟମାନ ହେଉଛି। ଏପର୍ଯ୍ୟନ୍ତ କୌଣସି ସଂସ୍ଥା ଏହି ଘଟଣାର ଦାୟୀ ବୋଲି ଦାବି କରିନାହାଁନ୍ତି। ଏହାପୂର୍ବରୁ ୨୬ ଅଗଷ୍ଟରେ କାବୁଲ ବିମାନବନ୍ଦରରେ ଦୁଇଟି ସିରିଏଲ ବିସ୍ଫୋରଣ ହୋଇଥିଲା ଯେଉଁଥିରେ ୧୭୦ ଜଣଙ୍କର ମୃତ୍ୟୁ ଘଟିଥିଲା।

ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଚେତାବନୀ ଦେଇଥିଲେ ଯେ, ଆତଙ୍କବାଦୀମାନେ ଆସନ୍ତା ୨୪ ରୁ ୩୬ ଘଣ୍ଟା ମଧ୍ୟରେ ପୁଣି ଥରେ କାବୁଲ ବିମାନବନ୍ଦରକୁ ଟାର୍ଗେଟ କରିପାରନ୍ତି। ଆମେରିକାର ଏହି ଚେତାବନୀ ପରେ ପୁଣି ଏକ ବିସ୍ଫୋରଣ ଘଟିଛି।

ଅଗଷ୍ଟ ୨୬ ତାରିଖରେ କାବୁଲ ବିସ୍ଫୋରଣ ପାଇଁ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ଦାୟୀ ବୋଲି କହିଥିଲେ। ଏହା ପରେ ଆଫଗାନିସ୍ତାନରେ ଆଇଏସ୍ ଟାର୍ଗେଟ ଉପରେ ଆମେରିକା ଡ୍ରୋନ୍ ଆକ୍ରମଣ କରିଥିଲା। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ କହିଥିଲେ ଯେ ଆତଙ୍କବାଦୀମାନଙ୍କୁ ଆମେ ଖୋଜି ଖୋଜି ମାରିବୁ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କାବୁଲ ବିମାନବନ୍ଦର ନିକଟରୁ ୧୫୦ ଜଣଙ୍କୁ ଅପହରଣ କଲା ତାଲିବାନ!: ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ଉଗ୍ରରୂପ ଜାରି ରହିଛି। ତାଲିବାନ କାବୁଲ ବିମାନବନ୍ଦରରୁ ୧୫୦ ଜଣଙ୍କୁଅପହରଣ କରିନେଇଛି। ଅପହୃତଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ବୋଲି ସୂଚନା ମିଳୁଛି। ସୂଚନାନୁସାରେ, ଆଫଗାନିସ୍ତାନ ନାଗରିକ ଏବଂ ଆଫଗାନିସ୍ତାନ ଶିଖଙ୍କ ବ୍ୟତୀତ ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ଭାରତୀୟ ନାଗରିକ ଅନ୍ତର୍ଭୁକ୍ତ। ଏହି ଲୋକମାନଙ୍କ ମଧ୍ୟରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ଥିଲେ ଏବଂ ତାଲିବାନଙ୍କ କବଳରୁ ରକ୍ଷା ପାଇବାରେ ସଫଳ ହୋଇଥିଲେ ବୋଲି କହିଛନ୍ତି।

ସମରୁକ୍ତ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଆଜି ରାତିରେ ଏହି ଲୋକମାନେ ଏକ ଗାଡିରେ ବିମାନବନ୍ଦରରେ ପହଞ୍ଚିଥିଲେ, କିନ୍ତୁ ସମନ୍ୱୟ ଅଭାବରୁ ଏହି ଲୋକମାନେ ବିମାନ ବନ୍ଦରରେ ପ୍ରବେଶ କରିପାରିନଥିଲେ। ଏହାପରେ ଅସ୍ତ୍ରଶସ୍ତ୍ର ବିନା କିଛି ତାଲିବାନ ଆସି ଲୋକଙ୍କୁ ମାଡ ମାରିଥିଲେ ଏବଂ ପରେ ସେମାନଙ୍କୁ କାବୁଲର ତାରଖିଲକୁ ନେଇ ଯାଇଥିଲେ।

ବ୍ୟକ୍ତି ଜଣକ କହିଛନ୍ତି ଯେ, ସେ ଏବଂ ତାଙ୍କ ପତ୍ନୀ କାରରୁ ଡେଇଁ ପଳାଇବାରେ ସଫଳ ହୋଇଥିଲୁ। କେବଳ କିଛି ଲୋକ କାରରୁ ଡେଇଁବାରେ ସକ୍ଷମ ହୋଇଥିଲେ, କିନ୍ତୁ ଅନ୍ୟ ଲୋକଙ୍କ ସହିତ କ’ଣ ହେବ ସେ କହିପାରିବେ ନହିଁ। ସେମାନଙ୍କୁ ଅନ୍ୟ ଏକ ଫାଟକରେ ବିମାନ ବନ୍ଦରକୁ ନିଆଯାଉଛି ବୋଲି ତାଲିବାନମାନେ କହିଥିଲେ। କିନ୍ତୁ ସେମାନେ ବିମାନବନ୍ଦରକୁ ନେଇଛନ୍ତି କିମ୍ବା ଅନ୍ୟତ୍ର ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଯଦିଓ ଏହି ଘଟଣାରେ ତାଲିବାନର କୌଣସି ମନ୍ତବ୍ୟ ନାହିଁ। ଅନେକ ଥର ଯୋଗାଯୋଗ କରିବା ପରେ ମଧ୍ୟ ତାଲିବାନ ଏହାର ଉତ୍ତର ଦେଇନଥିଲା। ଏହି ପ୍ରସଙ୍ଗରେ ତାଲିବାନ ମୁଖପାତ୍ରଙ୍କ ତରଫରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ।