Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ନମାଜ ସମୟରେ ହେରାତ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ, ଇମାମଙ୍କ ସମେତ ୨୦ ମୃତ, ୨୦୦ ଆହତ

କାବୁଲ: ଆଫଗାନିସ୍ତାନର ହେରାତ ସହରରେ ଶୁକ୍ରବାର ନମାଜ ସମୟରେ ଏକ ମସଜିଦ ବାହାରେ ପ୍ରଚଣ୍ଡ ବିସ୍ଫୋରଣ ହେବାର ଖବର ରହିଛି। ରିପୋର୍ଟରେ କୁହାଯାଇଛି ଯେ, ଏହି ବିସ୍ଫୋରଣରେ ମସଜିଦର ଇମାମଙ୍କ ସମେତ ୨୦ ସାଧାରଣ ଲୋକଙ୍କ ମୃତ୍ୟୁ ଖବର ମଧ୍ୟ ରହିଛି। ତେବେ ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ନିଶ୍ଚିତ ହୋଇପାରି ନାହିଁ।

ପୋଲିସର ସୂଚନାନୁସାରେ, ପଶ୍ଚିମ ଆଫଗାନିସ୍ତାନ ହେରାତ ସହରର ଏକ ମସଜିଦ ବାହାରେ ବିସ୍ଫୋରଣରେ ତାଲିବାନ ସମର୍ଥିତ ହାଇ ପ୍ରୋଫାଇଲ ଇମାମ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତାଲିବାନର ଅଧିକାରୀମାନେ ଏହି ବିସ୍ଫୋରଣକୁ ନିଶ୍ଚିତ କରିଛନ୍ତି। ଏହି ବିସ୍ଫୋରଣରେ ମସଜିଦର ମୁଜିବୁର ରହମାନ ଅନସାରୀଙ୍କ ମୃତ୍ୟୁ ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।

ତାଲିବାନ ମୁଖପାତ୍ର ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛନ୍ତି ଯେ, ହେରାତରେ ଦୁଇଟି ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦୦ ଲୋକ ଆହତ ହୋଇଥିବା ସ୍ଥାନୀୟ ସୂତ୍ରରୁ ପ୍ରକାଶ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କାବୁଲରେ ସିରିଏଲ ବୋମା ବିସ୍ଫୋରଣ, ଟ୍ରେନିଂ ସେଣ୍ଟର ଏବଂ ସ୍କୁଲ ଉପରେ ଆକ୍ରମଣ, ୮ ଶିଶୁ ମୃତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ତାଲିମ କେନ୍ଦ୍ର ଏବଂ ବିଦ୍ୟାଳୟ ଉପରେ ଆକ୍ରମଣ କରାଯାଇଛି। ଶିଆ ସମ୍ପ୍ରଦାୟକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ୮ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। କାବୁଲର ଦଶ୍ତ-ଇ-ବରଚି ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ସୂତ୍ରରୁ ପ୍ରକାଶ ଯେ ତିନିରୁ ପାଞ୍ଚ ଜଣ ଆତ୍ମଘାତୀ ବିସ୍ଫୋରଣକାରୀ ଅବଦୁର ରହୀମ ସହିଦ ଉଚ୍ଚ ବିଦ୍ୟାଳୟରେ ଆକ୍ରମଣ କରିଥିଲେ। ସେଥିମଧ୍ୟରୁ ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ସମୟରେ ଅନେକ ଛାତ୍ର ଶ୍ରେଣୀ ଭିତରେ ଥିଲେ।

ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, କାବୁଲର ପଶ୍ଚିମରେ ଥିବା ମମତାଜ ଟ୍ରେନିଂ ସେଣ୍ଟର ନିକଟରେ ଏହି ବିସ୍ଫୋରଣ ଘଟିଛି। ଏହି ଆକ୍ରମଣରେ ଅତି କମରେ ୫ ଜଣ ଆହତ ହୋଇଛନ୍ତି। ଅବଦୁର ରହୀମ ସହିଦ ହାଇସ୍କୁଲ ନିକଟରେ ହୋଇଥିବା ବିସ୍ଫୋରଣକୁ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ନିଶ୍ଚିତ କରି କହିଛି ଯେ, ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ପରେ ସବିଶେଷ ତଥ୍ୟ ସେୟାର କରାଯିବ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଆମେରିକା ହେଲିକପ୍ଟରରେ ଦଉଡିରେ ବାନ୍ଧି ଜଣେ ବ୍ୟକ୍ତିଙ୍କୁ ଆକାଶରେ ଉଡାଉଛି ତାଲିବାନ: ଭିଡ଼ିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟମାନେ ନିର୍ଦ୍ଧାରିତ ତାରିଖର ଗୋଟିଏ ଦିନ ପୂର୍ବରୁ କାବୁଲ ଛାଡିଦେଇଛନ୍ତି। ଏହି ସମୟରେ ତାଲିବାନ ସଂଗ୍ରାମୀମାନେ ଖୁସିରେ କିଛି ସ୍ଥାନରେ ଗୁଳି ଚଳାଇଥିବାର ନଜର ଆସିଥିଲେ ଏବଂ ସେମାନଙ୍କ ଅତ୍ୟାଚାର ଅନ୍ୟତ୍ର ଦେଖିବାକୁ ମିଳିଥିଲା। ଏକ ନୂତନ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଆଫଗାନିସ୍ତାନର କାନ୍ଦାହାରର ଆକାଶରେ ଜଣେ ଆମେରିକୀୟ ବ୍ଲାକ ହେଲିକପ୍ଟର ଉଡୁଥିବା ଦେଖିବାକୁ ମିଳିଛି ଏବଂ ଏଥିରେ ଜଣେ ବ୍ୟକ୍ତି ଦଉଡିରେ ବନ୍ଧା ହୋଇଥିବା ଦେଖାଯାଉଛି।

ଅନେକ ସାମ୍ବାଦିକ ଏହି ଭିଡିଓ ଟ୍ୱିଟରରେ ସେୟାର କରି ଦାବି କରିଛନ୍ତି ଯେ ତାଲିବାନ ପ୍ରଥମେ ଉକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା କରିଥିଲା ​​ଏବଂ ପରେ ତାଙ୍କୁ ଆମେରିକାର ସାମରିକ ହେଲିକପ୍ଟରରେ ବାନ୍ଧି କାନ୍ଦାହାର ପ୍ରଦେଶରେ ବୁଲାଇଥିଲା।

ଏହି ଭିଡିଓରେ ଦେଖାଯାଉଛି ଯେ, ଜଣେ ବ୍ୟକ୍ତି ହେଲିକପ୍ଟରରେ ଦଉଡିରେ ବନ୍ଧା ହୋଇଥିବାବେଳେ ତାଲିବାନ ତାଙ୍କୁ କାନ୍ଦାହାର ପ୍ରଦେଶର ଆକାଶରେ ଉଡ଼ାଉଛି। ଏହି ଭିଡିଓଟି ତଳୁ ସୁଟ କରାଯାଇଛି ଏବଂ ସେହି ହେଲିକପ୍ଟରରେ ବନ୍ଧା ହୋଇଥିବା ବ୍ୟକ୍ତି ଜୀବିତ ନା ନାହିଁ ତାହା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉନାହିଁ। କିନ୍ତୁ, ରିପୋର୍ଟରେ ଦର୍ଶାଯାଇଛି ଯେ ତାଲିବାନ ପୂର୍ବରୁ ହତ୍ୟା କରାଯାଇଥିବା ଜଣେ ବ୍ୟକ୍ତିଙ୍କ ଶରୀରକୁ ବାନ୍ଧି ରଖିଛି।