Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କୁ ଆକ୍ରମଣ ମାମଲା: ସରକାରୀ କର୍ମଚାରୀଙ୍କୁ ଗିରଫ ଦାବି କଲା କଳାହାଣ୍ଡି ସାମ୍ବାଦିକ ସଂଘ

କଳାହାଣ୍ଡି: କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ବରାଡଙ୍ଗା ପଞ୍ଚାୟତ ଜନଶୁନାଣି କାର୍ଯ୍ୟକ୍ରମ ଖବର ସଂଗ୍ରହ କରି ବାକୁ ଯାଇଥିବା ଦୈନିକ ସମାଜ ଖବର କାଗଜ ପ୍ରତିନିଧି କିସାନ ପଟ୍ଟନାୟକଙ୍କୁ ବରାଡଙ୍ଗା ପଞ୍ଚାୟତ ନିର୍ବାହୀ ଅଧିକାରୀ ଶତିସ କୁମାର ରଥ ମାତାଲ ଅବସ୍ଥାରେ ଅସଭ୍ୟ ଭାଷାରେ ଗଲିଗୁଲଜ କରି ମୋବଇଲ୍ ଛଡାଇ ଭାଙ୍ଗି ଦେବା ସହ ଆକ୍ରମଣ କରିଥିଲେ। ସାମ୍ବଦିକ ଜଣକ ଏ ବିଷୟରେ ଅମପାଣି ଥାନାରେ ରିପୋର୍ଟ ଦାଖଲ କରିଥିଲେ। ଦୁଇ ଦିନ ବିତି ଯାଇ ଥିଲେ ମଧ୍ୟ କୋଣସି ପଦକ୍ଷେପ ନ ହେବାରୁ ଓଡିଶା ରାଜ୍ୟ ସାମ୍ୱାଦିକ ସଂଘ (ଏସ ୟୁ ଯେ) ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା ଏବଂ କଳାହାଣ୍ଡି ଜିଲ୍ଲା ସାମ୍ୱାଦିକ ସଂଘ ସଭାପତି ମହମ୍ମଦ ଅଲ୍ଲୀଙ୍କ ନେତୃତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦକ ଜଗମୋହନ୍ ପଟ୍ଟନାୟକ, ଜିଲ୍ଲା କାର୍ଯକାରିଣୀ ସଭ୍ୟ ଚକ୍ର ବେସ୍ରା, ରଘୁମଣି ପୁଝାରି, ଜଗଦୀଶ ନାଏକ, ରଜନୀ କାନ୍ତ ଛ୍ହତ୍ରିଆ, ହର୍ସବର୍ଧନ୍ ପାଣିଗ୍ରାହୀ, ପରମାନନ୍ଦ ଛତ୍ରିଆ, ବାସୁଦେବ ଛତ୍ରିଆ, ଜୟରାମ, ତ୍ରିକୋକ୍ୟ ବେସ୍ରା, ହରିହର ଛ୍ହତ୍ରିଆ, ବିଜୟ ପଣ୍ଡା ପ୍ରମୁଖ ଆମପାନି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଙ୍କୁ କଳାହାଣ୍ଡି ଏସପି ଓ ଡି ଜି ପି ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ମଦ୍ୟପ ଅଧିକାରୀଙ୍କ ବିରୁଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ତତଫରୁ ଦାବୀ କରଯାଇଥିଲା। ଗ୍ରାମାଞ୍ଚଳ ରେ କାର୍ଯ୍ୟରତ ସାମ୍ବାଦିକ ମାନଂକ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରଯାଇଥିଲା। କଲାହାଣ୍ଡି ସାମ୍ୱାଦିକ ସଂଘ ସର୍ବଦା ସାମ୍ୱାଦିକ ମାନଙ୍କ ମାନ ସମ୍ମାନ ଓ ସ୍ବାଭିମାନ ରକ୍ଷା ପ୍ରତି ସର୍ବଦା ରହିଛି ଓ ଆଗାମୀ ଦିନରେ ମଧ୍ୟ ରହିବ ବୋଲି ମତ ପ୍ରକାଶ ପାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିପଦରେ ଚତୁର୍ଥସ୍ତମ୍ଭ: କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ବଢୁଛି ଆକ୍ରମଣ, ସୁରକ୍ଷା ଦାବୀରେ ବିଶାଳ ଶୋଭାଯାତ୍ରା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ରାଜ୍ୟରେ ଦିନକୁ ଦିନ ଚତୁର୍ଥ ସ୍ତମ୍ଭ ବା କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଦେଖିବାକୁ ମିଳୁଛି। କିଛି ଦିନ ତଳେ ଜୁନାଗଡ଼ ସହରର ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଣ୍ଡାଙ୍କୁ ଜଣେ ଦୁର୍ବୁତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ସାମ୍ବାଦିକମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ, ଅମାନବୀୟ ଅତ୍ୟାଚାର ହେଉଥିଲେ ସୁଦ୍ଧା ଏନେଇ ସରକାର କୌଣସି ଆଇନ ଲାଗୁ ନ କରିବା ନେଇ ସାମ୍ବାଦିକ ମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ଏନେଇ ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରଠାରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସମୂହ ପକ୍ଷରୁ ସ୍ଥାନୀୟ ମାଁ ଲଙ୍କେଶ୍ୱରୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ସଂସ୍କୃତି ଭବନ ପର୍ଯ୍ୟନ୍ତ ଯାଇଥିଲେ।

ସେଠାରେ ଜୁନାଗଡ଼ ଅତିରିକ୍ତ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବୀରେ ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଆକ୍ରମଣ ହେଉଥିବା ନେଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ରାଶି ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିବା, ଗୋପବନ୍ଧୁ ସ୍ଵାସ୍ଥ୍ୟବୀମାରେ ସାମ୍ବାଦିକଙ୍କ ପିତାମାତାଙ୍କୁ ଅନ୍ତର୍ଭୁକ୍ତ କରିବା, ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା, କାର୍ଯ୍ୟରତ ସାମ୍ବାଦିକଙ୍କୁ ବସ ଓ ରେଳ ଯାତ୍ରାରେ ରିହାତି ସୁବିଧା ପ୍ରଦାନ ଦାବୀ ନେଇ ଦାବିପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ସଂସୃତି ଭବନରେ ଜୁନାଗଡ଼ ସାମ୍ବାଦିକ ସଂଘ ସଭାପତି ହିମାଂଶୁ ଶେଖର ବରାଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, କମ୍ବୁପାଣି ମିଶ୍ର, ବିରଞ୍ଚି ଜାଲ, ସନ୍ତୋଷ କୁମାର ସିଂହଦେଓ, ମହମଦ ଅଲି, ରଜନୀକାନ୍ତ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ। ଜୁନାଗଡ଼ ସାମ୍ବାଦିକ ସଂଘ ସମ୍ପାଦକ ନରେନ୍ଦ୍ର କ୍ଷିତି ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟ ବରିଷ୍ଠ ସାମ୍ବାଦିକ ମାନଙ୍କ ମଧ୍ୟରେ ଅର୍ଜୁନ ପଟ୍ଟନାୟକ, ଇଙ୍ଗିତ ପଣ୍ଡା, ଅଂଶୁମାନ ପାତ୍ର ପ୍ରମୁଖ ସାମ୍ୱାଦିକ ମାନଙ୍କୁ ହେଉଥିବା ଆକ୍ରମଣର ଦୃଢ ପ୍ରତିବାଦ କରିବା ସହ ଆଗାମୀ ଦିନରେ ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ନ କରନ୍ତି ତାହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ମତପୋଷଣ କରିଥିଲେ।

ଆଜିର ଏହି ଶୋଭାଯାତ୍ରାରେ କଳାହାଣ୍ଡି ଜିଲ୍ଲାର ୧୩ ଟି ବ୍ଲକ ସମସ୍ତ ସମ୍ବାଦିକମାନେ ଯୋଗଦେଇଥିଲେ।