Categories
ଆଜିର ଖବର ରାଜ୍ୟ ଖବର

ଆଙ୍କୁଲି ବାଇପାସ୍ ରେ କାର୍ ଦୁର୍ଘଟଣା

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଆଙ୍କୁଲି ବାଇପାସ୍ ଜାତୀୟ ରାଜପଥ ମଧ୍ୟ ଭାଗରେ ଥିବା ଡିଭାଇଡର୍ କୁ ପିଟି ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ କାର୍ ର ଚାଳକ ଗୁରୁତର ଆହତ ହୋଇଛନ୍ତି। ଅଞ୍ଚଳ ର ଲୋକେ ଘଟଣାସ୍ଥଳରେ ପହଞ୍ଚି ଚାଳକକୁ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଡ଼କାଇ ବଡଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କାର୍ ଦୁର୍ଘଟଣାରେ ୪ ଆହତ, ବୁର୍ଲା ସ୍ଥାନାନ୍ତର

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ଅପରାହ୍ନରେ କିସିଣ୍ଡା ହାଇସ୍କୁଲ ସାମ୍ନାରେ ଏକ କାର୍ (ଓଡ଼ି ୦୨କ୍ୟୁ ୬୫୦୦) ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଆମ୍ବୁଲାନସ୍ ସାହାଯ୍ୟରେ ବୁର୍ଲା ପଠାଯାଇଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, ନାକଟିଦେଉଳର ମେଡ଼ିକାଲ୍ ର ଜନୈକ କର୍ମଚାରୀ ନିଜ ପୁଅର ଦେହ ଅସୁସ୍ଥ ଥିବାରୁ ସମ୍ବଲପୁର ମେଡ଼ିକାଲରେ ଚିକିତ୍ସା ସାରି ନାକଟିଦେଉଳ ଆସୁଥିବା ବେଳେ ନାକଟିଦେଉଳ ବ୍ଲକ୍ କିସିଣ୍ଡା ହାଇସ୍କୁଲ ପାଖରେ ଅପରାହ୍ନ ୩.୩୦ ମିନିଟ୍ ସମୟରେ କାରଟି ଭାରସାମ୍ୟ ହରାଇ ଏକ କଲଭଟରେ ବାଡେଇ ହୋଇଥିଲା।

କାରରେ ବସିଥିବା ଶରତ ଚନ୍ଦ୍ର ନାଏକ (୫୨), ସରୋଜିନୀ ବାଘ (୫୪), ମନୋଜ ମିଶ୍ର (୫୩) ଏବଂ ରାମେଶ୍ବର ମିଶ୍ର (୧୨) ଗୁରୁତର ଆହତ ହୋଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନସ୍ ରେ ବୁର୍ଲା ପଠାଯାଇଥିଲା। କିସିଣ୍ଡା ପୋଲିସ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବା ଜଣାପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର

ଗଛରେ ପିଟିଲା କାର୍: ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ

କନ୍ଦର୍ପ ବେହେରା

ରେଢାଖୋଲ: ନାକଟିଦେଉଳ ଥାନା ହିଞାମୁରା ନିକଟସ୍ଥ ଏକ ବୁଲାଣି ନିକଟରେ ଆଜି ଅପରାହ୍ନରେ ଏକ କାର୍ ଗଛରେ ପିଟିହୋଇ ସମ୍ମୁଖ ଭାଗ ଚୁର୍ ମାର୍ ହୋଇଥିବା ଖବର ହସ୍ତଗତ ହୋଇଛି।

ସୂଚନା ଅନୁଯାୟୀ, ନାକଟିଦେଉଳ ବାଟଗାଁ ଗ୍ରାମର ଦିଲ୍ଲିପ କୁମାର ଅଗ୍ରଓାଲା ଆଜି ଅପରାହ୍ନ ପ୍ରାୟ ୨ ଘଟିକା ସମୟରେ ନିଜ ବଲେନୋ (ଓଡି ୧୯ ଟି-୨୦୫୪) କାର୍‌ରେ ନାକଟିଦେଉଳକୁ କୌଣସି କାମରେ  ଯାଉଥିଲେ। ବାଟଗାଁ ହିଞାମୁରା ସିରିଗିଡା ନାଳ ନିକଟସ୍ଥ ଏକ ବୁଲାଣିରେ ଗାଡିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟିଥିଲା। ହେଲେ ଗାଡି ମାଲିକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣା ପଡିଛି। ପୋଲିସ୍ ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ କରୁଛି।