Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ ଦିବସରେ ଚାଷୀଙ୍କୁ କାଳିଆ ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ଉତ୍କଳ ଦିବସରେ ଚାଷୀମାନଙ୍କୁ କାଳିଆ ଟଙ୍କା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ରାଜ୍ୟର ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ କିସ୍ତି ଟଙ୍କା ବଣ୍ଟନ କରାଯିବ। ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି।

ଓଡିଶାର ଚାଷୀଙ୍କ କଲ୍ୟାଣ ପାଇଁ ମୁକ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ମସିହାରେ କାଳିଆ ଯୋଜନା ପ୍ରଚଳନ କରିଥିଲେ। ଏହି ଯୋଜନା ଅଧିନରେ ପ୍ରତିବର୍ଷ ହିତାଧିକାରୀଙ୍କୁ ୨ଟି ପର୍ଯ୍ୟାୟରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। କାଳିଆ ଯୋଜନାର ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି।

ଝାରସୁଗୁଡ଼ାରେ ଉପନିର୍ବାଚନ ହେବାକୁ ଥିବାରୁ ସେଠାରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି। ସେଥିପାଇଁ ସେହି ଜିଲ୍ଲାର ଚାଷୀଙ୍କୁ ଆଜି ଟଙ୍କା ପ୍ରଦାନ କରାଯିବ ନାହିଁ। ଏହି ଜିଲ୍ଲାର ହିତାଧିକାରୀଙ୍କୁ ଉପନିର୍ବାଚନ ପରେ ଏହା ପ୍ରଦାନ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଖାଇ ଭେଟ୍, ୪୧ ଲକ୍ଷଙ୍କ ବ୍ୟାଙ୍କ ଖାତାକୁ ଗଲା ୮୬୯ କୋଟି ଟଙ୍କା

ଭୁବନେଶ୍ବର: ଆଜି ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଟଙ୍କା ପ୍ରଦାନ କରିଛନ୍ତି। ପ୍ରତିଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଦୁଇ ହଜାରଟଙ୍କା ଲେଖାଏଁ ପଠାଯାଇଛି।  ଏହି ଟଙ୍କା ପ୍ରଦାନ ପରେ ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ଏଥିରେ ସେ କହିଥିଲେ ଯେ…..

ଆଏଜ୍‌ ନୂଆଖାଇ, ଇ ଅବସରଥି ଆପଣମାନକେ ସମସ୍ତକେ ମୋର ଜୁହାର।

ନୂଆଖାଇ ମାଟି ମା’ର ପର୍ବ। ଆମର ଚାଷୀ ଭାଇ ମାନଙ୍କ ପରିଶ୍ରମ ଯୋଗୁ ଆମେ ସମସ୍ତେ ମାଟି ମା’ର ଆଶୀର୍ବାଦ ପାଉ। ତେଣୁ ଚାଷୀ ଆମର ଗର୍ବ ଓ ଗୌରବ।

ଏହି ପବିତ୍ର ଦିନରେ ମୋର ଚାଷୀ ଭାଇ ଓ ଭଉଣୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରି ମୁଁ ବହୁତ ଖୁସି। ଆଜି ରାଜ୍ୟର ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀଙ୍କୁ ୮୬୯ କୋଟି ଟଙ୍କାର ସହାୟତା ଦିଆଗଲା । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ୨୦୦୦ ଟଙ୍କା ଗଲା ।

କାଳିଆ ଯୋଜନା ଦେଶର ସବୁଠାରୁ ଭଲ ଯୋଜନା। ଛୋଟ ଚାଷୀ ମାନଙ୍କ ପାଇଁ ଏହା ଆଶା ଓ ଭରସା ସୃଷ୍ଟି କରିପାରିଛି । ଭୂମିହୀନ ଚାଷୀ ମାନଙ୍କ ଜୀବିକାର ସୁରକ୍ଷା ପାଇଁ ମଧ୍ୟ ଏହା ବହୁତ ସାହାଯ୍ୟ କରୁଛି ।ମୁଁ ଆଶା କରୁଛି, ଏହି ସହାୟତା ଆପଣଙ୍କ ଚାଷ କାମକୁ ଆଗେଇ ନେବାରେ ବହୁତ ସାହାଯ୍ୟ କରିବ।

ଚଳିତ ବନ୍ୟା ଯୋଗୁ ଆପଣମାନେ ସମସ୍ତେ ଚିନ୍ତାରେ ଅଛନ୍ତି। ମୁଁ କହିବାକୁ ଚାହେଁ, ମୁଁ ସବୁ ସମୟରେ ଆପଣମାନଙ୍କ ସାଥିରେ ଅଛି। ଶୀଘ୍ର କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଁ ନିର୍ଦ୍ଦେଶ ଦେଇଛି। ଆପଣମାନଙ୍କୁ ଖୁବ ଶୀଘ୍ର ଫସଲ କ୍ଷତି ପାଇଁ ସହାୟତା ଯୋଗାଇ ଦିଆଯିବ।

ଓଡିଶାର ଗୌରବକୁ ଆମର ଚାଷୀଭାଇ ମାନେ ଉଜ୍ଜଳ କରିଛନ୍ତି। ଖାଦ୍ୟ ସୁରକ୍ଷାରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ତେଣୁ ରାଜ୍ୟର ସବୁ ଲୋକ ଚାଷୀଭାଇଙ୍କ ନିକଟରେ ଋଣୀ।

ଗତ ମେ ମାସରେ ଅକ୍ଷୟ ତୃତୀୟା ଅବସରରେ ମଧ୍ୟ ଚାଷୀମାନଙ୍କୁ ୮୦୦ କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆଜି ମୁଠି ଅନୁକୂଳରେ ଚାଷିଙ୍କ ଉପରେ ବର୍ଷିବ ଟଙ୍କା, ମିଳିବ ୮ଶହ କୋଟି

ଭୁବନେଶ୍ବର: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହିଦିନ ଚାଷୀମାନେ ମୁଠି ଅନୁକୂଳ କରି ଧାନବୁଣା ଆରମ୍ଭ କରିଥାଆନ୍ତି। ଏହିପରି ଏକ ପବିତ୍ର ଦିନରେ ଚାଷୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ ବର୍ଷା କରିବେ। ଆଜି ନବୀନ ଓଡିଶାର ଚାଷୀଙ୍କୁ ପ୍ରାୟ ୮ଶହ କୋଟି ଟଙ୍କା କାଳିଆ ଟଙ୍କା ପ୍ରଦାନ କରିବେ।

୨୦୨୨ ଆର୍ଥିକ ବର୍ଷ ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ଏହି ସହାୟତା ପ୍ରଦାନ କରାଯିବ। ନୂଆଦିଲ୍ଲୀ ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଏହି ଟଙ୍କା ପ୍ରଦାନ କରିବେ। ଏଥିରେ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିରେ ଉପକୃତ ହେବେ ।

Categories
ଆଜିର ଖବର ରାଜ୍ୟ ଖବର

କୃଷକଙ୍କ ପାଇଁ ଖୁସି ଖବର: ଆସନ୍ତାକାଲି କାଳିଆ ଟଙ୍କା ଦେବେ ରାଜ୍ୟସରକାର

ଭୁବନେଶ୍ବର: ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଏକ ଖୁସି ଖବର ଆଣିଛନ୍ତି। ଆସନ୍ତାକାଲି ଅକ୍ଷୟ ତୃତୀୟାରେ ହିତାଧିକାରୀଙ୍କ ଆକାଉଣ୍ଟରେ ରାଜ୍ୟ ସରକାର କାଳିଆ ଟଙ୍କା ଜମା କରିବେ। ହିତାଧିକାରୀଙ୍କୁ ରାଜ୍ୟସରକାର ଏକ ବର୍ଷର କାଳିଆ ଟଙ୍କା ପ୍ରଦାନ କରିବେ। ଏହି ସୂଚନା ପାଇବା ପରେ ହିତାଧିକାରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କରୋନା ସମୟରେ ଚାଷୀଙ୍କୁ ବଡ ଉପହାର: ଆସନ୍ତାକାଲି କାଳିଆ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିବେ। ଆସନ୍ତାକାଲି ସନ୍ଧ୍ୟା ୫ ଟା ସମୟରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ପାଇଁ କାଳିଆ ଟଙ୍କା ପ୍ରଦାନ କରିବେ। କରୋନା ମହାମାରୀ ସମୟରେ ଚାଷୀଙ୍କୁ ଏହା ଏକ ବଡ ଉପହାର ବୋଲି କୁହାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଅଯୋଗ୍ୟ ହିତାଧିକାରୀଙ୍କଠାରୁ କାଳିଆ ଟଙ୍କା ଫେରସ୍ତ ସ୍ଥଗିତ

ଭୁବନେଶ୍ବର : ଅଯୋଗ୍ୟ ହିତାଧିକାରୀଙ୍କଠାରୁ କାଳିଆ ଟଙ୍କା ଫେରସ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ସରକାର । ରାଜ୍ୟରେ କୋଭିଡ୍‌ ସ୍ଥିତି ଓ ଖରିଫ ଚାଷ ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଏଭଳି ସ୍ଥିତିରେ ଚାଷୀଙ୍କ ଉପରେ ଟଙ୍କା ଫେରସ୍ତ ଚାପ ନ ଦେବାକୁ ନିଷ୍ପତ୍ତି ନିଆଯାଇଛି । କୃଷି ଓ ଖାଦ୍ୟ  ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇ ସବୁ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶାଳୟ ତରଫରୁ ଚିଠି ଜାରି କରାଯାଇଛି ।

’କାଳିଆ’ ଟଙ୍କା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଇ ନେବା ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର।  ଏଥିପାଇଁ ସବୁଜିଲ୍ଲାର କୃଷି ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । ତେବେ କାଳିଆ ଟଙ୍କା ଫେରାଇବାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ୍‌ କରିବା ସହିତ ଏହି ଟଙ୍କା ଅଫିସରମାନେ ଫେରାନ୍ତୁ ବୋଲି ଯୁକ୍ତି କରିଥିଲେ ।