Categories
ଆଜିର ଖବର ରାଜ୍ୟ ଖବର

ବସ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଅନୁକମ୍ପା ରାଶି

ଭୁବନେଶ୍ବର: ଯାଜପୁର ଜିଲ୍ଲା ବାରବାଟୀ ଛକ ଅଞ୍ଚଳ ରେ ଏକ ଯାତ୍ରୀ ବାହୀ ବସ ଫ୍ଲାଏ ଓଭର ତଳକୁ ଖସିବା ଘଟଣାରେ 5 ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଏହା ସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବ୍ରିଜ ତଳକୁ ଖସିଲା ବସ, ପାଞ୍ଚ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ଆଜି ସଂଧ୍ୟାରେ ଯାଜପୁରର ଧର୍ମଶାଳା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ପୁରୀରୁ କୋଲକତା ଯାଉଥିବା ବସଟି ଏନଏଚ 6 ବାରବାଟୀ ବ୍ରିଜ ନିକଟରେ ନିୟନ୍ତ୍ରଣ ହରାଇ ତଳକୁ ଖସିପଡିଥିଲା।ଫଳରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏକାଠି ହୋଇ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଗୁରୁତର ଥିବା କେତେକ ଯାତ୍ରୀଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ଏସପି ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି।

ସେଠାରେ 16ଟି ଆମ୍ବୁଲାନସ ନିୟୋଜିତ କରାଯାଇଥିବା ଜଣାପଡିଛି। ଏଥିସହିତ ଏକ ଡାକ୍ତରୀ ଦଳ ମଧ୍ୟ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଇଛି। ବସଟିର ନାମ କାଳିଆ ନନା ବୋଲି ଜଣାପଡିଛି।