Categories
ଆଞ୍ଚଳିକ

୫-ଟି ସଚିବଙ୍କୁ କାଳିମାଡ ଘଟଣା: ଯୁବ ବିଜେଡି ପକ୍ଷରୁ ନିନ୍ଦା

କୁଜଙ୍ଗ: ଆଜି ପୁରୀ ଜିଲ୍ଲା ସତ୍ୟବାଦୀ ଠାରେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଦୁବୃତ୍ତ କାଳିମାଡ କରିବା ଘଟଣାରେ କୁଜଙ୍ଗ ବ୍ଳକ ବିଜୁ ଯୁବ ଜନତା ଦଳ ପକ୍ଷରୁ କଡା ନିନ୍ଦା କରାଯାଇଛି। ଏହି ଘଟଣାରେ କୁଜଙ୍ଗ ବ୍ଳକ ବିଜୁ ଯୁବ ଜନତା ଦଳର ସଭାପତି ଯୁବ ସମାଜସେବୀ ଅରୁପ୍ରସାଦ ମହାନ୍ତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହି କାଳୀମାଡ ଘଟଣାକୂ ତୀବ୍ର ନିନ୍ଦା କରିଛନ୍ତି। ସେ ବିଜୁ ଜନତା ଦଳର ବିକାଶର ରଥ ତୀବ୍ର ଗତିରେ ଆଗକୁ ମାଡି ଚାଲିଛି। ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ରାଜ୍ୟର ବିଭିନ୍ନ ଅଂଚଳ ଗସ୍ତକରି ଲୋକମାନଙ୍କ ଆପତ୍ତି ଅଭିଯୋଗ ଶୁଣିବା ସହିତ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟପାଇଁ ଦାବୀପତ୍ର ଗ୍ରହଣ କରୁଛନ୍ତି। ଯାହାର ଆଧାରରେ ରାଜ୍ୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱୀତ ହୋଇପାରିଛି।

ତେବେ ଏଭଳି ବିକାଶ ମୂଳକ କାର୍ଯ୍ୟକୁ ବିରୋଧ କରିବାକୁ ଯେଉଁମାନେ ଏହି କାଳୀମାଡ ଘଟଣା କରିଛନ୍ତି ସେମାନଙ୍କୁ ଆସନ୍ତା ଦିନରେ ରାଜ୍ୟବାସୀ ଜବାବ ଦେବେ ବୋଲି ସେ ପ୍ରକାଶ କରିଛନ୍ତି।

ଅନ୍ୟ ମାନଙ୍କ ମଧ୍ୟରେ କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷା ନୀନାରାଣୀ ସାହୁ, କୁଜଙ୍ଗ ସରପଂଚ ବନ୍ଦିତା ଦାସ, ନାରୀନେତ୍ରୀ ଅବନ୍ତୀ ମାଝୀ, ସୁନାକର ବେହେରା, ଚିରଞ୍ଜୀବ ନାୟକ, ପ୍ରଭାଷ ରଞ୍ଜନ ଦାସ, ସୁଧାଂଶୁ ବେହେରା, ଅରୁଣ ବେହେରା, ଧୃବ ଚରଣ ନାୟକ, ସରୋଜ ସେଠୀ, ମାନଭଞ୍ଜନ ମଲ୍ଲ, ନରହରୀ ତରାଇ, ଅକ୍ଷୟ କୁମାର ତରାଇ, ଛବିନ୍ଦ୍ର ବେହେରା ପ୍ରମୁଖ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି।