Categories
ଖେଳ ବିଶେଷ ଖବର ରାଜ୍ୟ ଖବର

କିଏ ସେହି କିଶୋର ଜେନା, ଯିଏ କି କେଇ ଘଣ୍ଟା ମଧ୍ୟରେ ସାରା ଭାରତରେ ପାଲଟିଗଲେ ହିରୋ

ଭୁବନେଶ୍ବର: ଓଡିଶାର କିଶୋର ଜେନା। ଏହି ନାମଟି ଆଗରୁ ଆମ ଓଡିଶାରେ କିମ୍ବା ଭାରତରେ କେହି ଜାଣି ନ ଥିଲେ। ହେଲେ ଆଜିର ଦିନରେ କିଶୋର ଜେନା କହିଲେ ସାରା ଓଡିଶା କାହିଁକି ବର୍ତ୍ତମାନ ଭାରତବାସୀଙ୍କ ପାଇଁ ଜଣେ ପରିଚିତ ନାମ ହୋଇଗଲେଣି। କାରଣ ହେଲା ସେ ଏସୀୟ କ୍ରୀଡାରେ ଜାଭଲିନ୍ ଥ୍ରୋ ରେ ଦେଶ ପାଇଁ ଆଣିଛନ୍ତି ରୌପ୍ୟ ପଦକ।

ଜାଭଲିନରେ ଭାରତରେ ନୀରଜ ଚୋପ୍ରା ବେଶ ପରିଚିତ। ହେଲେ କିଶୋର ସେହି ପରିଚୟଠାରୁ ବହୁ ଦୂରରେ ଥିଲେ। ସୌଭାଗ୍ୟ ବସତଃ ଉଭୟ ଖେଳାଳୀ ଭାରତ ପାଇଁ ପଦକ ଆଣି ଗୌରାବନ୍ବିତ କରିପାରିଛନ୍ତି। ନିରଜ ସ୍ବର୍ଣ୍ଣ ଜିତିଥିବା ବେଳେ କିଶୋର ହାସଲ କରିଛନ୍ତି ରୌପ୍ୟ ପଦକ। ସେତିକି ନୁହେଁ କିଶୋର ଜେନା ୮୬.୭୭ ମିଟର ଥ୍ରୋ କରି ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଓଡିଶା ତଥା ଭାରତ ପାଇଁ ରୌପ୍ୟ ପଦକ ଆଣିଥିବା କିଶୋର ବର୍ତ୍ତମାନ ଓଡିଆ ଯୁବକଙ୍କର ହିରୋ ପାଲଟିଛନ୍ତି ସତ, ହେଲେ ଅନେକ ତାଙ୍କ ସଂପର୍କରେ କେହି କିଛି ଜାଣନ୍ତି ନାହିଁ। ପ୍ରକୃତରେ କିଶୋର ଜେନା ହେଉଛନ୍ତି ପୁରୀ ବ୍ରହ୍ମଗିରିର ବାସିନ୍ଦା। ତାଙ୍କର ବାପାଙ୍କ ନାମ ହେଉଛି କେଶବ ଜେନା। କିଶୋର ହେଉଛନ୍ତି ଛଅ ଭଉଣୀରେ ଏକମାତ୍ର ପୁଅ। ସେ ହେଉଛନ୍ତି ସମସ୍ତଙ୍କଠାରୁ ସାନ।

ତାଙ୍କର ପରିବାରର ସମ୍ବଳ ବିଶେଷ ନାହିଁ। ସେଥିପାଇଁ ପରିବାରର ସମସ୍ତେ ଭାବିଥିଲେ ଯେ, କିଶୋର ପାଠପଢି ଚାକିରୀ କରୁ। କାରଣ ଘରକୁ ପଇସାର ଆବଶ୍ୟକତା ଥିଲା। ହେଲେ ଏହା ଭିତରେ ତାଙ୍କର ଖେଳ ପ୍ରତି ପ୍ରବଳ ଆଗ୍ରହ ଥିଲା। ସେ ପ୍ରଥମେ ଭଲ ଫୁଟବଲ ଖେଳାଳୀ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ। ହେଲେ ପରବର୍ତ୍ତି ସମୟରେ ସେ ଜାଭିଲିନ ରେ ମନୋନିବେଶ କଲେ।

ତେବେ ଏ କ୍ଷେତ୍ରରେ ତାଙ୍କୁ ବେଶ ସାହାଯ୍ୟ କରିଥିଲେ ବ୍ରହ୍ମଗିରି କଲେଜର ଇତିହାସ ଅଧ୍ୟାପକ ଭବାନୀ ଶଙ୍କର ଚକ୍ରବର୍ତ୍ତୀ। ସେ କିଶୋରଙ୍କୁ ଖେଳ ପ୍ରତି ଆଗ୍ରହ ରଖିବା ପାଇଁ ଉତ୍ସାହିତ କରୁଥିଲେ। ମୁଖ୍ୟତଃ କିଶୋରଙ୍କ ଖେଳ ଦେଖି ଭବାନୀ ତାଙ୍କ ଭିତରେ ବହୁ ସମ୍ଭାବନା ଦେଖିଥିଲେ। ସେଥିପାଇଁ ସେ ଏହି ଖେଳ କ୍ଷେତ୍ରରେ ବେଶୀ ମନଧ୍ୟାନ ଦେବା ପାଇଁ ଉତ୍ସାହିତ କରିଥିଲେ।

କିଶୋର ଏସିୟାନ କ୍ରୀଡା ଖେଳିବାକୁ ଯାଇଛନ୍ତି ବୋଲି ତାଙ୍କ ବ୍ରହ୍ମଗିରି ଅଞ୍ଚଳରେ ବେଶ୍ ଚହଳ ସୃଷ୍ଟି କରିଥିଲେ। ତାଙ୍କର କେତେବେଳେ ଖେଳ ଅଛି ତାହାକୁ ଟିଭିରେ ଦେଖିବା ପାଇଁ ସମସ୍ତେ ଅପେକ୍ଷା କରିଥିଲେ। ଯେତେବେଳେ ସେ ରୌପ୍ୟ ପଦକ ଜିତିଲେ ବୋଲି ଘୋଷଣା ହେଲା ସେତେବେଳେ ପୁରା ବ୍ରହ୍ମଗିରିରେ ଉତ୍ସବ ପାଳନ ଆରମ୍ଭ ହୋଇ ଯାଇଥିଲା।

ତାଙ୍କ ଘରକୁ ବହୁ ଲୋକ ତଥା ଶୁଭେଚ୍ଛୁ ମିଠା ଧରି ପରିବାର ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏବେ ଚୀନରୁ ଫେରିବା ବାଟକୁ ବ୍ରହ୍ମଗିରି ବାସୀ ଅପେକ୍ଷା କରି ରହିଛନ୍ତି। କେବେଳ ବ୍ରହ୍ମଗିରି କାହିଁକି ସାରା ଓଡିଶା ଲୋକେ ଅନେଇ ରହିଛି। ତାଙ୍କର ଏହି ସଫଳତା ଓଡିଶା ପାଇଁ ନିଶ୍ଚିତ ଗର୍ବ ଓ ଗୌରବର ବିଷୟ।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୋଠାରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ ଜାଭେଲିନ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ‘‘ଏସୀୟ କ୍ରୀଡ଼ାରେ ପୁରୁଷ ଜାଭେଲିନ୍‌ରେ ଆମର ସଫଳତା ଉଲ୍ଲେଖନୀୟ। ଭାରତକୁ ରୌପ୍ୟ ପଦକ ମଧ୍ୟ ଆସିଛି। ଏହି ପ୍ରତିଯୋଗିତାରେ ଏହି ଚମତ୍କାର ରୌପ୍ୟ ପଦକ ଜିତିଥିବାରୁ କିଶୋର ଜେନାଙ୍କୁ ଅଭିନନ୍ଦନ। ଏହି ବିଜୟକୁ ଦେଶ ପ୍ରଶଂସା କରୁଛି।’’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କ ଚମତ୍କାର ପ୍ରଦର୍ଶନ: ଭାରତକୁ ସ୍ୱର୍ଣ୍ଣ, ଓଡିଆ ପୁଅ ଜିତିଲେ ରୌପ୍ୟ

ନୂଆଦିଲ୍ଲୀ: ଭାରତର ତାରକା ଆଥଲେଟ୍ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ପୁଣି ଥରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଟିମ୍ ଇଣ୍ଡିଆକୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଛନ୍ତି। ନୀରଜଙ୍କ ସହିତ ଓଡିଆ ପୁଅ କିଶୋର ଜେନା ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ସେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। କିଶୋର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କିଶୋର ରୌପ୍ୟ ପଦକ ହାସଲ କରିଛନ୍ତି। ଏହିପରି ଭାରତକୁ ଜାଭେଲିନ୍ ଥ୍ରୋରେ ଦୁଇଟି ପଦକ ମିଳିଛି।