Categories
ଆଞ୍ଚଳିକ

କୁକୁଡ଼ାଖଣ୍ଡିରେ ନୂତନ ତହସିଲଦାରଙ୍କ ଯୋଗଦାନ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ତହସିଲ କାର୍ଯ୍ୟାଳୟରେ ନୁତନ ତହସିଲଦାର ଭାବେ ସପନ କୁମାର ସାହୁ ଯୋଗଦେଇଛନ୍ତି। ପୁର୍ବରୁ ସେ ଦେବଗଡ଼ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ।

ସୁଚନା ଥାଉକି ପୁର୍ବରୁ କାର୍ଯ୍ୟରତ ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରାଙ୍କ ର ରାୟଗଡ଼ା ଉପଜିଲ୍ଲାପାଳ ଭାବେ ବଦଳି ହେବା ପରେ ଏହି ଆସନ ଖାଲି ଥିଲା। ବର୍ତ୍ତମାନ ନୂତନ ତହସିଲଦାର ଭାବେ ଯୋଗ ଦେବା ପରେ ସପନ କୁମାର ସାହୁ ତୃଣମୁଳ ସ୍ତରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

କୁକୁଡ଼ାଖଣ୍ଡିରେ ବାଚସ୍ପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଦୁଇଦିନିଆ ଗଂଜାମ ଗସ୍ତରେ ଆସି ଦିଗପହଣ୍ଡି ବିଧାୟକ ତଥା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଥମେ ବାଲିପଡ଼ା ଗ୍ରାମରେ ମା’ ମହୁରୀ କାଳୁଆ ଟ୍ରାକ୍ଟର ମାଲିକ ସଂଘ, କଳିଙ୍ଗ ଯୁବକ ସଂଘ ଏବଂ ଅଟୋ ଚାଳକ ସଂଘ ପକ୍ଷରୁ ବାଚସ୍ପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଏକ ବିରାଟ ପଟୁଆରରେ ସ୍ୱାଗତ କରାଯାଇଥିଲା।

ପରବର୍ତ୍ତୀ ସମୟରେ ସମବାୟ ସମିତି ଗୋଦାମ ଗୃହ ସମେତ ଏକ ପାନୀୟ ଜଳ ପ୍ରକଳ୍ପ ଏବଂ ରାଜୀବ ଗାନ୍ଧି ସେବା କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ପରବର୍ତ୍ତୀ ସମୟରେ ବାଇଗଣବାଡ଼ି ଗ୍ରାମରେ ନିର୍ମାଣ ଶ୍ରମିକଙ୍କୁ ଭତ୍ତା ବଣ୍ଟନ ଏବଂ ପାଣ୍ଡିଆଝୋଳି ଗ୍ରାମର କୋଳଥିଆ ପୋଖରୀର ଭିତ୍ତିପସ୍ତର ସ୍ଥାପନ, କଲ୍ୟାଣ ମଣ୍ଡପ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହାସହ ରୋହିଙ୍ଗା ଗ୍ରାମରେ ଯୋଗ କେନ୍ଦ୍ର, ମାର୍କେଟ କମ୍ପେ୍ଲକସ ଓ ଗୁଡ଼ିଆ ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉଦ୍‌ଘାଟନ କରିଥିଲେ। ପରିଶେଷରେ ନଳିହାଡ଼ ଗ୍ରାମରେ ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ଚାଷୀଙ୍କ ସମସ୍ୟା କିପରି ଦୂର ହୋଇପାରିବ ସେ ଉପରେ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଭାଷନ, ବିଡ଼ିଓ ଗଦାଧର ପାତ୍ର, ଯୁବ ନେତା ସନାତନ ସଂଗ୍ରାମ ସିଂ, ଦିଗପହଣ୍ଡି ଉପାଧ୍ୟକ୍ଷା ପ୍ରତିନିଧି ଏମ୍‌. ନିରଞ୍ଜନ ରେଡ୍ଡୀ, ସମିତିସଭ୍ୟ ନିରଞ୍ଜନ ମହାନ୍ତି, ସଂଜୟ କୁମାର ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ସୁଦର୍ଶନ ବେହେରା, ଶିଶିର କୁମାର ଚୌଧୁରୀ, ଟୁନା ସ୍ୱାଇଁ, ମନୋଜ କୁମାର ବିଷୋୟୀ, ବାବୁଲା ସାହୁ, ବିକ୍ରମ କୁମାର ଜେନା, ଭୀମ ସ୍ୱାଇଁ ସମେତ ଶତାଧିକ କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ କୁକୁଡ଼ାଖଣ୍ଡି ବିଇଓ ଅଫିସ୍ ଘେରାଉ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୁମ୍ଭଝରି, ବାଉଁସିଆପଲ୍ଲୀ, ଲୋଚାପଡ଼ା, ବେଲପଡ଼ା, ନୁଣିଘରା, କୁଣ୍ଡରିଗୁଡ଼ା ଆଦି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମେତ କୁକୁଡ଼ାଖଣ୍ଡି ବ୍ଲକ୍‌ର ୨୨ଟି ସ୍କୁଲ, ରାଜ୍ୟର ୧୪୩୭୯ଟି, ଗଂଜାମ ଜିଲ୍ଲାର ୪୩୩ଟି ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ଅଲ୍ ଇଣ୍ଡିଆ ଡ଼ିଏସ୍‌ଓ ଗଂଜାମ ଜିଲ୍ଲା କମିଟି ନେତୃତ୍ୱରେ ଉପରୋକ୍ତ ସ୍କୁଲଗୁଡ଼ିକର ସୁରକ୍ଷା କମିଟି ତରଫରୁ ବିକ୍ଷୋଭ ଅନୁଷ୍ଠିତ ହେବା ସହ ବିଇଓ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।

ସୂଚନଯୋଗ୍ୟ ସରକାରଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତିରେ କମ୍ ପିଲା ଥିବା ସ୍କୁଲଗୁଡ଼ିକ ବନ୍ଦ କରାଯାଉଛି। ରାଜ୍ୟ ସରକାର ବିପର୍ଯ୍ୟସ୍ତ ସ୍କୁଲ ଶିକ୍ଷାକୁ ନ ସଜାଡ଼ି ପ୍ରାୟ ସମସ୍ତ ସରକାରୀ ସ୍କୁଲ ବନ୍ଦ କରି ସ୍କୁଲ ଶିକ୍ଷାକୁ ସଂପୂର୍ଣ୍ଣ ଘରୋଇକରଣ କରିବାର ରାସ୍ତାରେ ଅଗ୍ରସର ହେଉଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ସରକାର କ୍ରମାଗତ ଭାବେ ସରକାରୀ ସ୍କୁଲଗୁଡ଼ିକୁ ଅବହେଳା କରି ଘରୋଇ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହିତ କରିବା ହେତୁ ଆଜି ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା କମିଛି। ୫ଟି ଶ୍ରେଣୀକୁ କେବଳ ଗୋଟିଏ ଶିକ୍ଷକ, ବିଦ୍ୟାଳୟ କୋଠା ଜରାଜୀର୍ଣ୍ଣ, ଖେଳପଡ଼ିଆ, ଲାଇବ୍ରେରୀ ଅଭାବ ଆଦି ବହୁ ସମସ୍ୟା ରହିଛି।

ସ୍କୁଲ ବବ୍ଦ ହେବା ଯୋଗୁଁ ଗରିବ ପିଲା ଘରୋଇ ସ୍କୁଲର ମୋଟା ଫି ଦେଇ ପଢ଼ିପାରିବ ନାହିଁ ଏବଂ ସ୍କଲପଢ଼ାରେ ଡ଼ୋରି ବନ୍ଧା ହେବ। ତେଣୁ କୁକୁଡ଼ାଖଣ୍ଡି ବ୍ଲକ୍‌ର ୨୨ଟି ସରକାରୀ ସ୍କୁଲ ବନ୍ଦ କରିବା ନିଷ୍ପତ୍ତି ବାତିଲ କରିବା ସହ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ ତଥା ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି କରିବା ପାଇଁ ସଂଗଠନ ପକ୍ଷରୁ ଦୃଢ଼ ଦାବି କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ଡ଼ିଏସ୍‌ଓ ଓଡ଼ିଶା ରାଜ୍ୟ ଉପସଭାପତି ସୋମନାଥ ବେହେରା, ଗଂଜାମ ଜିଲ୍ଲା କମିଟି ସଭାପତି ଶିବାନୀ ଶଙ୍କର ମିଶ୍ର, ସଂପାଦକ ନିମାଇଁ ଚରଣ ସାହୁ ସମେତ ନାରାୟଣ ସାହୁ, ପପୁନ ସାହୁ, କାମରାଜୁ ପାତ୍ର, ଶୁଭସ୍ମିତା ପାଣିଗ୍ରାହୀଙ୍କ ସହ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଏବଂ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୂର୍ବତନ ବ୍ଲକ ବିଜେଡି ସଭାପତିଙ୍କ ଭାଇଙ୍କୁ ଆକ୍ରମଣ ଘଟଣାରେ 4 ଗିରଫ : କାହା ଛତ୍ରଛାୟାରେ ମୁଖ୍ୟ ଅଭିଯୁକ୍ତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : କୁକୁଡାଖଣ୍ଡି ସଦର ଥାନା ଅନ୍ତର୍ଗତ ରୋହିଗାଁରେ ପୂର୍ବତନ ବ୍ଲକ ବିଜେଡି ସଭାପତିଙ୍କ ଭାଇଙ୍କୁ ଆକ୍ରମଣ ଘଟଣାରେ 4 ଜଣଙ୍କୁ ଗିରଫ କରାଯାଇଛି । ଗତ ଶନିବାର ରାତ୍ର ପ୍ରାୟ 7.00 ଟା ସମୟରେ ପୂର୍ବତନ ବ୍ଲକ ବିଜେଡି ସଭାପତି ସନ୍ୟାସୀ ଜେନାଙ୍କ ସାନଭାଇ ପୂର୍ଣ୍ଣ ଜେନାଙ୍କ ଉପରକୁ ଆକ୍ରମଣ କରାଯାଇଥିଲା । ସେହି ଗ୍ରାମର କିଛି ଯୁବକ ଆକ୍ରମଣ କରିଥିବା ନେଇ ସ୍ଥାନୀୟ ସଦର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ୍‌ ଟୁନା ସେଠି (23), ଟୁଲୁ ଜେନା (25), ଭିକାରି ଜେନା (25), ଏବଂ ପ୍ରଭାକର ଜେନା(24)କୁ ପୋଲିସ୍‌ ଗିରଫ କରିଛି । ତେବେ ଏହି ଘଟଣାରେ ପୋଲିସ୍‌ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରୁନଥିବାରୁ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ବଶିଷ୍ଠ ଜେନାଙ୍କୁ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କକୁହାଯାଇଥିଲେ ମଧ୍ୟ ପୋଲିସର ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ୍‌ ଅନୁଯାୟୀ ଆକ୍ରମଣ ଦିନ ବଶିଷ୍ଠଙ୍କ ମୋବାଇଲ୍‌ର ଲୋକେସନ୍‌ ଅନ୍ୟ ଏକ ଜାଗାରେ ରହିଥିଲଶ ତେଣୁ ବଶିଷ୍ଠଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେବେ ମୋବଇଲ ଲୋକେସନ ଉପଯୁକ୍ତ ପ୍ରମାଣ ନୁହେଁ ଏବଂ ଉପଯୁକ୍ତ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୂର୍ଣ୍ଣ ଜେନା ଦାବି କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, 5 ବର୍ଷ ପୂର୍ବେ ପୂର୍ଣ୍ଣ ଜେନାଙ୍କ ଉପରକୁ ଏହି ଦୂର୍ବୁର୍ତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ 2017ରେ ଜାମିନରେ ଆସିବା ପରେ ତାଙ୍କ ମଝିଆଁ ଭାଇ ଅଶୋକ ଜେନାଙ୍କୁ ହତ୍ୟା କରିଥିଲେ । ଉକ୍ତ ହତ୍ୟା ମାମଲା ବିଚାରାଧୀନ ରହିଥିବା ବେଳେ ଏହି ଅଭିଯୁକ୍ତ ମାନେ ପୁନର୍ବାର ଜାମିନରେ ଆସି ପୂର୍ଣ୍ଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ପୂର୍ଣ୍ଣ ବର୍ତ୍ତମାନ ଗୁରୁତର ଅବସ୍ଥାରେ ବ୍ରହ୍ମପୁରର ଏମ୍‌କେସିଜିରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ପୂର୍ଣ୍ଣଙ୍କ ପରିବାର ଭୀତତ୍ରସ୍ତ ଅବସ୍ଥାରେ ରହିଥିବା ବେଳେ ପୋଲିସ୍‌ ପକ୍ଷରୁ କେସ୍‌ ନମ୍ବର 131/2020ରେ ମାମଲା ରୁଜୁ କରାଯାଇଛି ।