Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମଠ ମନ୍ଦିରରୁ ଚୋରି, ଅଭିଯୁକ୍ତ ଗିରଫ

କୁଜଙ୍ଗ: କୁଜଙ୍ଗ ପୋଲିସ୍ ଗତକାଲି ମଠ ମନ୍ଦିରରୁ ବିଭିନ୍ନ ସାମଗ୍ରୀ ଚୋରିକରୁଥିବା ଅଭିଯୋଗରେ ବାଲିଆ ପଂଚାୟତ ପାନପଲ୍ଲି ଗ୍ରାମର ବିଦ୍ୟାଧର ସ୍ୱାଇଁଙ୍କୁ ପୋଲିସ୍ ଗିରଫ କରିଛି। ବିଦ୍ୟାଧର ନାମରେ ପୂର୍ବରୁ ଅନେକ ଥାନାରେ ଚୋରି ମାମଲା ଥିବା କୁଜଙ୍ଗ ଥାନଅଧିକାରୀ ରଶ୍ମୀରଞ୍ଜନ ଦାଶ କହିଛନ୍ତି। ବିଦ୍ୟାଧର ପୁରୀ ସମେତ ବିଭିନ୍ନ ମଠ ମନ୍ଦିରରେ ମଠରୁ ଦାମି ଅଳଙ୍କାର, ହୁଣ୍ଡିରେ ଥିବା ଟଙ୍କା ଭଳି ଅନେକ ଦାମି ସାମଗ୍ରୀ ଚୋରିକରି ରାଜ୍ୟ ବାହାରେ ବିକ୍ରୟ କରିଥାନ୍ତି।

ପ୍ରକାଶ ଯେ, ଗତ କିଛିଦିନ ତଳେ କୁଜଙ୍ଗସ୍ଥିତ ସନ୍ତରା ଶିରିଡ଼ି ସାଇମନ୍ଦିରରୁ ବିଦ୍ୟାଧର ଓ ତାର ସହଯୋଗୀ କୋଚିଳା ବେଦୀ ଗ୍ରାମର ଦେବେନ୍ଦ୍ର ପଣ୍ଡା ଚୋରି କରିଥିଲେ। ଏହି ଘଟଣାରେ ଦେବେନ୍ଦ୍ରକୁ ପୋଲିସ୍ ତତ୍‌କ୍ଷଣାତ୍ ରାହାମା ଅଂଚଳରୁ ଗିରଫ କରି ତା ନିକଟରୁ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଜବତ କରିଥିଲା। ଏହି ଘଟଣାରେ ବିଦ୍ୟାଧର ସେହିଦିନୁ ଫେରାର ଥିଲା। ଗତକାଲି କୁଜଙ୍ଗ ପୋଲିସ୍ ବିଭିନ୍ନ ଅଂଚଳରେ ଚଢାଉ କରି ବିଦ୍ୟାଧରକୁ ଗିରଫ କରିବାରେ ସଫଳ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପଙ୍କପାଳରୁ ଅଭ୍ୟାସଗତ ଅପରାଧୀ ମିଟୁ ଗିରଫ, କୁଜଙ୍ଗ ପୋଲିସ୍‌କୁ ଆମେରିକାରୁ ଓଡିଆ ଯୁବକଙ୍କ ପ୍ରଶଂସା

କୁଜଙ୍ଗ: କୁଜଙ୍ଗ ଥାନା ଅଧୀନ ପଙ୍କପାଳ ସ୍କୁଲ୍ ତଥା ମଣ୍ଡଳ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରୁ ଗତକାଲି ବିଳମ୍ବିତ ରାତିରେ କୁଜଙ୍ଗ ପୋଲିସ୍ ଜଣେ ଅଭ୍ୟାସଗତ ଅପରାଧୀକୁ ଗିରଫ କରିବାରେ ସଫଳ ହୋଇଛି। ଅପରାଧୀ ଜଣଙ୍କ ହେଲେ ମନୋଜ ଦାସ ଓରଫ୍ ମିଟୁ।

ମିଟୁର ଘର କେନ୍ଦ୍ରାପଡ଼ା ଜିଲ୍ଲା ହୋଇଥିବାବେଳେ ସେ ବିଭିନ୍ନ ଅପରାଧୀକ କାର୍ଯ୍ୟକଳାପରେ ସଂପୃକ୍ତି ଥିବାବେଳେ ପେଷାଦାର ଭାବେ ଚୋରାମଦ ବେପାର କରିଥାଏ। ପୋଲିସ୍ ଏହି ଘଟଣାରେ ମିଟୁକୁ ଗିରଫ କରିବା ପରେ ଆମେରିକା କାଲିଫର୍ଣ୍ଣଆର ଜଣେ ଓଡ଼ିଆ ଯୁବକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଧନ୍ୟବାଦ ଦେବା ସହ କୁଜଙ୍ଗ ପୋଲିସ୍‌ର ଏଭଳି ପ୍ରଶଂସନୀୟ କାର୍ଯ୍ୟପାଇଁ ଟୁଇଟ୍ ମାଧ୍ୟମରେ ପ୍ରଶଂସା କରିଛନ୍ତି।

ପ୍ରକାଶ ଯେ, ଗତକାଲି କୁଜଙ୍ଗରୁ ଏକ ନମ୍ବର ବିହୀନ ବୁଲେଟ୍‌ରେ ଚୋରା ମଦ ନେଇ ପଙ୍କପାଳ ଯାଉଥିବା ପୋଲିସ୍ ବିଶେଷ ସୂତ୍ରରୁ ଖବର ପାଇ ଥିଲା। ଫଳରେ କୁଜଙ୍ଗ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ପଙ୍କପାଳରେ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ଅପରାଧୀ ମିଟୁ ଚମ୍ପଟମାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ୍ ତାକୁ ମାଡ଼ିବସିଥିଲା। ତା ନିକଟରୁ ଦେଶୀ ମଦ (ଆସ୍କା ଫଟି)୩୦ ଲିଟର ଜବତ କରାଯାଇଥିବା ବେଳେ ଏହି କାରବାରେ ବ୍ୟବହୃତ ନମ୍ବର ବିହୀନ ବୁଲେଟ୍‌ଟିକୁ ପୋଲିସ୍ ଜବତ କରିଥିଲା।

ପୋଲିସ୍ ମିଟୁ ନାମରେ କେସ୍ ନଂ ୪୧୪/୨୩ରେ ମାମଲା ରୁଜ୍ଜୁ କରି ଆଜି କୋର୍ଟ ଚାଲାଣ କରିଥିଲା। ମାତ୍ର ସେଠାରେ ତାର ଜାମିନ୍ ନାମଞ୍ଜୁର ହେବାରୁ ତାକୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

ସୂଚନାଯୋଗ୍ୟ ମନୋଜ ଦାସ ଓରଫ୍ ମିଟୁ ନାମରେ କେନ୍ଦ୍ରାପଡ଼ା, ପାରାଦ୍ୱୀପ, କୁଜଙ୍ଗ ଭଳି ବିଭିନ୍ନ ଥାନାରେ ଅପରାଧୀକ ମାମଲା ସହିତ ସେ ସେକ୍ସ ର‌୍ୟାକେଟ୍‌ର ମୁଖ୍ୟ କାର୍ପଟଦାର ଭାବେ ତା ନାମରେ ମାମଲା ରହିଥିବା ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାସ ଗଣମାଧ୍ୟମକୁ କହିଛନ୍ତି। ଏବେ ତା ନାମରେ ୧୧୦ (ଅଭ୍ୟାସଗତ ଅପରାଧୀ) ଭାବେ ମାମଲା ରହିଥିବାବେଳେ ଆଗାମୀ ଦିନରେ ସେ ଜାମିନ୍‌ରେ ଆସି ଯଦି ଅପରାଧୀକ ମାମଲାରେ ସଂପୃକ୍ତି ରୁହେ ତାକୁ ଏ ଅଂଚଳରୁ ତଡ଼ିପାର କରାଯିବ ବୋଲି ଶ୍ରୀଯୁକ୍ତ ଦାଶ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲିତୁଠରୁ ବିଦେଶୀ ମଦ ଯବତ, ବେପାରୀ ଗିରଫ

କୁଜଙ୍ଗ: ଗତକାଲି କୁଜଙ୍ଗ ପୋଲିସ୍ ବାଲିତୁଠ ବଜାରର ଏକ ଭେରାଇଟ୍ ଷ୍ଟୋରରୁ ବିପୁଳ ପରିମାଣର ବିଦେଶୀ ଓ ଦେଶୀ ମଦ ଯବତ କରିଥିବା ଜଣାପଡିଛି। ଏହି ମାମଲାରେ ଭେରାଇଟ୍ ଷ୍ଟୋରର ମାଲିକ ତଥା ମଦ ବେପାରୀ ଅନିଲ ବେହେରାଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଅନିଲ ଦୀର୍ଘଦିନ ଧରି ବାଲିତୁଠ ବଜାରରେ ଏକ ଭେରାଇଟ୍ ଷ୍ଟୋର କରି ସେଥିରେ ଚୋରା ମଦ ବେପାର କରିଆସୁଥିଲା। ସ୍ଥାନିୟ ଅଂଚଳବାସି ଅଭିଯୋଗ କଲେ ମଧ୍ୟ ପୋଲିସ୍ କର୍ଣ୍ଣପାତ କରୁନଥିଲା। ମାତ୍ର ନୂତନ ଥାନା ଅଧିକାରୀ ଶ୍ରୀଯୁକ୍ତ ଦାଶ ଯୋଗଦେବା ପରେ ବାଲିତୁଠ ପଂଚାୟତରେ ‘ଆମ ପୋଲିସ୍‌’ ସମିତି ବୈଠକ କରିଥିଲେ। ସେଠାରେ ସ୍ଥାନିୟ ଅଂଚଳର ମହିଳାମାନେ ଆମ ଅଂଚଳରେ ଦିନକୁ ଦିନ ଚୋରାମଦ କାରବାର ବୃଦ୍ଧି ହେଉଛି ବୋଲି ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଶ୍ରୀଯୁକ୍ତ ଦାଶ ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ୍‌ର ଏକ ଟିମ୍ ଗଠନ କରିଥିଲେ।

ଗତକାଲି ଏସ୍‌ଆଇ ବିବେକାନନ୍ଦ ସାହୁ, ବିଶ୍ୱଜିତ୍ ଗଡନାୟକ,ଏଏସଆଇ ମାନସ ସାସମଲ ବାଲିତୁଠ ବଜାରର ଅନିଲର ଦୋକାନରେ ଛଦ୍ମ ବେଶରେ ପହଁଚି ତାକୁ ଧରିବାରେ ସଫଳ ହୋଇଥିଲେ। ତାଠାରୁ ୩୬ ଲିଟର ୫୬୦ ମି.ଲି. ଦେଶୀ ଓ ବିଦେଶୀ ମଦ ଜବତ କରିବା ସହିତ ତାକୁ ଗିରଫ କରିଥିଲେ। ଏହି ଘଟଣାରେ କୁଜଙ୍ଗ ପୋଲିସ୍ ଅବକାରୀ କେସ୍ ୧୪୧/୨୩ରେ ମୋକଦ୍ଦମା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ସେହିପରି କୁଜଙ୍ଗ ଥାନା ବଡଙ୍ଗ ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଦୁଗୋଷ୍ଠିଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏଥିରେ ଦୁଇଗୋଷ୍ଠି ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୋଲିସ୍ ଦୁଇପକ୍ଷଙ୍କ ଏତଲା ଆଧାରରେ ଦୁଇଟି ମାମଲା ରୁଜ୍ଜୁ କରି ୭ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରାଉନ୍ ସୁଗାର ଓ ଚୋରି ଘଟଣାରେ ହାର୍ଡକୋର କ୍ରିମିନାଲ ଗିରଫ

କୁଜଙ୍ଗ: କୁଜଙ୍ଗ ପୋଲିସ୍ ଏକ ରାହାଜାନି ଓ ମାଡ଼ ମାରିଥିବା ଘଟଣାରେ ହାର୍ଡକୋର କ୍ରିମିନାଲକୁ ଗତକାଲି ବିଳମ୍ବିତ ରାତିରେ ଉଠାଇ ଆଣିଥିବା ଜଣାପଡିଛି। କୁଜଙ୍ଗ ଅଂଚଳର ଜନୈକ ବ୍ୟକ୍ତି ଏଟିଏମ୍‌ରୁ ୩୦ ହଜାର ଟଙ୍କା ଉଠାଇ ଆଣିଆସୁଥିବା ବେଳେ ବଳରାମପୁର ଅଂଚଳରେ ପେଷାଦାର ଅପରାଧି ମହମ୍ମଦ ଇମ୍ରାନ୍ ଓରଫ ଇମା ଓ ତାର ସହଯୋଗୀ ସେହି ବ୍ୟକ୍ତିକୁ ମାଡ଼ ମାରିବା ସହିତ ୩୦ ହଜାର ଟଙ୍କା ଛଡାଇନେଇଥିଲେ।

ଏହି ଘଟଣାରେ ଜନୈକ ବ୍ୟକ୍ତି କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ୍ କେସ୍ ନଂ ୩୬୦/୨୩ ରେ ମାମଲା ରୁଜ୍ଜୁ କରିଥିଲା। ଅନ୍ୟପକ୍ଷରେ ଇମା କେଉଁଆଡେ ଫେରାର ହୋଇଯାଇଥିବା ବେଳେ ଗତକାଲି ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶଙ୍କ ତତ୍ୱାବଧାନ ଓ ବିଶ୍ୱଜିତ୍ ଗଡ଼ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ବିଭିନ୍ନ ଜାଗାରେ ଚଢ଼ାଉ କରି ଇମାକୁ ଗିରଫ କରିବାରେ ସଫଳ ହୋଇଥିଲେ। କୁଜଙ୍ଗ ଥାନା ବଳରାମପୁର ଗ୍ରାମର ଏହି ଯୁବକ ଏକ ଗ୍ୟାଙ୍ଗ କରି ବିଭିନ୍ନ ଚୋରି ଓ ବ୍ରାଉନ୍ ସୁଗାର, ବିଭିନ୍ନ ଅପରାଧିକ ଘଟଣା ଘଟାଇ ଆସୁଥିଲା। ଏପରିକି ତା ନାମରେ ୧୫ ରୁ ଉର୍ଦ୍ଧ୍ୱ ଅପରାଧିକ ମାମଲା ଓ ଚୋରା ଧଳା ଜହର ବେପାର ସହ ସମ୍ପୃକ୍ତ ଥିବା ପୁଲିସ କହିଛି।

ଏହି ଘଟଣାରେ ପୁଲିସ ଛାନ୍‌ଭିନ୍ କରି ତାକୁ ଗିରଫ କରିଥିବା ବେଳେ ତାର ନାମରେ ପୂର୍ବରୁ ୧୫ଟି ଅପରାଧିକ ମାମଲା ରହିଥିବା ସୂଚନା ଦେଇଛନ୍ତି କୁଜଙ୍ଗ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶ। ଗତ ୩ ଦିନ ମଧ୍ୟରେ କୁଜଙ୍ଗରେ ବିଭିନ୍ନ ମାମଲରେ ମୋଟ ୨୩ ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ଅପରାଧିକ ଘଟଣା ଓ ଚୋରି ଘଟଣାରେ ଅଦାଲତ ଚାଲଣ କରାଯାଇଥିବା ଜଣାପଡିଛି। କୁଜଙ୍ଗ ର ନୂତନ ଥାନା ଅଧିକାରୀ ଶ୍ରୀଯୁକ୍ତ ଦାଶ ଯୋଗଦେବା ପରେ ଏବେ ଅପରାଧିକ ମାମଲରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ନିଦ ହଜିଯାଇଛି।

Categories
ଆଞ୍ଚଳିକ

ଚାରି ବର୍ଷ ହେବ ଲୁଚି ବୁଲୁଥିଲା ୱାରେଂଟି କୁ ବାନ୍ଧିଲା କୁଜଙ୍ଗ ପୋଲିସ

କୁଜଙ୍ଗ: ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ନିର୍ଦ୍ଦେଶ ନାମାରେ କୁଜଙ୍ଗ ପୋଲିସ୍ ଆଜି ଏକ ଯୁବକଙ୍କୁ ଉଠାଇ ଆଣି ମାନ୍ୟବର କୋର୍ଟରେ ହାଜର କରାଇଥିଲା। ସେଠାରେ ତାଙ୍କର ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ କୁଜଙ୍ଗ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି।

ସୂଚନା ଯୋଗ୍ୟ କୁଜଙ୍ଗ ଥାନା ଗଣ୍ଡକୀପୁର ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଚାରି ବର୍ଷ ତଳେ ଜନୈକ ବ୍ୟକ୍ତିଙ୍କୁ ସେହି ଗ୍ରାମର ରାକେଶ ମାଝୀ (୩୪) ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ସେହି ବ୍ୟକ୍ତି ଗୁରୁତର ହେବାରୁ ତାଙ୍କୁ ସ୍ଥାନିୟ ଲୋକ ଉଦ୍ଧାର କରି କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ଅବସ୍ଥା ଗୁରୁତର ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା।

ଏହି ଘଟଣାରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୋଲିସ୍ ୫୧/୧୯ ରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଅନ୍ୟ ପକ୍ଷରେ ଅଭିଯୁକ୍ତ ରାକେଶ ଦୀର୍ଘ ଚାରି ବର୍ଷ ହେବ ପୋଲିସ୍‌କୁ ଚକ୍‌ମା ଦେଇ ଲୁଚି ବୁଲୁଥିଲେ।

ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତ ନାମରେ ୱାରେଂଟ ବାହାରିଥିଲା। ନୂତନ ଥାନାଧିକାରୀ ଭାବେ ରଶ୍ମୀରଞ୍ଜନ ଦାଶ ଯୋଗଦେବା ପରେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ଘରେ ଶୋଇଥିବା ବେଳେ ଉଠାଇ ଆଣି ଆଜି ମାନ୍ୟବର କୋର୍ଟରେ ହାଜର କରାଇଥିଲା।