Categories
ଆଜିର ଖବର ଜାତୀୟ ଖବର

୭ ଦିନ ପରେ ଆଖି ବୁଜିଲେ କୁନ୍ନୁର ଚପର ଦୁର୍ଘଟଣାରେ ଆହତ ହୋଇଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂ

ବାଙ୍ଗୋଲୋର: ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂ ଆଉ ନାହାଁନ୍ତି। ସାତ ଦିନ ସଂଘର୍ଷ କରିବା ପରେ ସେ ବାଙ୍ଗାଲୋରର ଏକ ଡାକ୍ତରଖାନାରେ ଆଖି ବୁଜିଛନ୍ତି। ଜେନେରାଲ୍ ବିପିନ ରାୱତଙ୍କ ସହ ବରୁଣ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲେ। ଭାରତୀୟ ବାୟୁସେନା ଟ୍ୱିଟ୍ କରି କହିଛି ଯେ, ଡିସେମ୍ବର ୮ ତାରିଖ ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ସାହସୀ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂଙ୍କ ଦେହାନ୍ତ ବିଷୟରେ ଭାରତୀୟ ବାୟୁସେନା ଅତ୍ୟନ୍ତ ଦୁଃଖିତ। ଭାରତୀୟ ବାୟୁସେନା ଗଭୀର ସମବେଦନା ଜଣାଇ ଶୋକସନ୍ତପ୍ତ ପରିବାର ସହିତ ଦୃଢ ଭାବରେ ଠିଆ ହୋଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଡିସେମ୍ବର ୮ ତାରିଖରେ ତାମିଲନାଡୁର କୁନ୍ନୁର ନିକଟରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଚିଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣ ସହିଦ ହୋଇଥିଲେ। ଗ୍ରୁପ୍ କ୍ୟାପଟେନ୍ ଏହି ଦୁର୍ଘଟଣାର ଏକମାତ୍ର ବଞ୍ଚିଥିବାବେଳେ ଅନ୍ୟ ସମସ୍ତଙ୍କର ମୃତ୍ୟୁ ଘଟିଥିଲା। ବରୁଣ ସିଂ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ବାଙ୍ଗୋଲୋର ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା।

ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ‘ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂ ଗର୍ବ, ବୀରତ୍ୱ ଏବଂ ଅତ୍ୟନ୍ତ ବୃତ୍ତିଗତତା ସହିତ ଦେଶକୁ ସେବା କରିଥିଲେ। ତାଙ୍କ ମୃତ୍ୟୁରେ ମୁଁ ଗଭୀର ଆଘାତ ପାଇଛି। ଜାତି ପ୍ରତି ତାଙ୍କର ସମୃଦ୍ଧ ସେବା କଦାପି ଭୁଲି ହେବ ନା। ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପ୍ରତି ସମବେଦନା। ଓଁ ଶାନ୍ତି! ‘

Categories
ଆଜିର ଖବର ରାଜ୍ୟ ଖବର

ବାୟୁସେନା ହେଲିକପ୍ଟର ଦୁର୍ଘଟଣା: ଓଡିଶା ବିଧାନସଭାରେ ଶୋକ

ଭୁବନେଶ୍ଵର: ତାମିଲନାଡୁର କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାକୁ ନେଇ ଶୋକ ପ୍ରସ୍ତାବ ଆଗତ ହୋଇଛି। ଓଡିଶା ବିଧାନସଭାରେ ଏହି ଘଟଣାକୁ ନେଇ ଶୋକ ପ୍ରସ୍ତାବ ଆଗତ ହୋଇଛି। ବିଜେପି ଦଳ ପକ୍ଷରୁ ବିଧାୟକ ମୋହନ ମାଝୀ ଏବଂ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହି ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସିଡିଏସ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ସେନାକର୍ମଚାରୀଙ୍କ ବିୟୋଗରେ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି। ସେଥିପାଇଁ ଗୃହରେ ୧ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇଛି। ଏହାପରେ ବାଚସ୍ପତି ଡା. ସୂର୍ଯ୍ୟନାରାୟଣ ପାତ୍ର ଅପରାହ୍ନ ୪ ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ତାମିଲନାଡୁର କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ବିମାନରେ ଥିଲେ ବରିଷ୍ଠ ସେନା ଅଧିକାରୀ

ଚେନ୍ନାଇ: ତାମିଲନାଡୁର ଓଟିରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ବରିଷ୍ଠ ସେନା ଅଧିକାରୀମାନେ ମଧ୍ୟ ଥିଲେ। ହେଲିକପ୍ଟର ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ପାଗ ଖରାପ କିମ୍ବା କିଛି ଯାନ୍ତ୍ରିକ ତ୍ରୁଟି ହେତୁ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ବର୍ତ୍ତମାନ ତାହା ଜଣା ପଡିନାହିଁ। ଦୁର୍ଘଟଣା ପରେ ହେଲିକପ୍ଟରରୁ ନିଆଁ ଜଳିବା ଆରମ୍ଭ କରିଥିଲା। ହେଲିକପ୍ଟର ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ସାହାଯ୍ୟ କରିବା ଆରମ୍ଭ କରିଥିଲେ। ଏହି ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତ ଯାତ୍ରା କରୁଥିବା ସୂଚନା ମିଳିଛି। କିନ୍ତୁ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନି। ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।