Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ବନଖଣ୍ଡରେ ସରିଲା କୁମ୍ଭୀର ଗଣନା: ଜାଣନ୍ତୁ କେତେ ରହିଛନ୍ତି କୁମ୍ଭୀର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ବନବିଭାଗ ପକ୍ଷରୁ ଗତ ୬ ତାରିଖରୁ କୁମ୍ଭୀର ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ୨୦ ଟି ସ୍ବତନ୍ତ୍ର ଟିମ୍ ଜରିଆରେ ଗଣନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ବିଶେଷକରି କୁମ୍ଭୀର ମାନଙ୍କ ପାଇଁ ସଂରକ୍ଷିତ ସ୍ଥାନ ଦିଗପହଣ୍ଡି ନିକଟସ୍ଥ ଘୋଡାହାଡ ନଦୀ ଓ ଆଖପାଖରେ ରହିଥିବା ବିଭିନ୍ନ ୧୨ ଗୋଟି ପୋଖରୀରେ ସମୁଦାୟ ୮୪ ଟି କୁମ୍ଭୀର ଥିବା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର ଙ୍କ ଠାରୁ ଜଣାପଡ଼ିଛି।

ସେ କହିଛନ୍ତି ଯେ, ବିଭିନ୍ନ ପୋଖରୀରେ ପାଣିର ଅଭାବରୁ କୁମ୍ଭୀର ମାନଙ୍କର ସ୍ଥିତି ବିଷୟରେ ଭିନ୍ନ ପ୍ରସନ୍ନ ଜାତ ହେବାରୁ ବିଭାଗୀୟ କର୍ମଚାରୀମାନଙ୍କୁ ନେଇ ସ୍ଥିତି ଅନୁଧ୍ୟାନ ସହ ଏହିଭଳି ଗଣନା କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପନ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟବ୍ୟାପୀ ପକ୍ଷୀଗଣନା ଆରମ୍ଭ, ଆସନ୍ତା ୯ ତାରିଖ ଠାରୁ ହେବ କୁମ୍ଭୀର ଗଣନା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, ୩/୧: ଆଜିଠାରୁ ରାଜ୍ୟରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଏହି ପକ୍ଷୀ ଗଣନା କାମରେ ୨୫ଟି ସ୍ୱତନ୍ତ୍ର ଟିମ ନିୟୋଜିତ ହୋଇଥିବା ବେଳେ ସେମାନଙ୍କୁ ୧୦୦୦ରୁ ଅଧିକ ସଦସ୍ୟ ସହଯୋଗ କରୁଛନ୍ତି। ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ କେବଳ ୧୦ଟି ଟିମ ନିୟୋଜିତ ହୋଇଥିବା ବେଳେ ମହାନଦୀର ବିଭିନ୍ନ ସ୍ଥାନରେ ଦେଖାଯାଉଥିବା ପକ୍ଷୀମାନଙ୍କର ଗଣନା ଜାରି ରହିଛି। ସେହିପରି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଅଞ୍ଚଳରେ ପକ୍ଷୀଗଣନା ଜାରି ରହିଛି। ଆଜି କେବଳ ପକ୍ଷୀଗଣନା ଚାଲିଥିବା ବେଳେ ଚଳିତ ମାସ ୯ ତାରିଖ ଠାରୁ ୧୧ତାରିଖ ଯାଏଁ କୁମ୍ଭୀର ଗଣନା ଆରମ୍ଭ ହେବ।