Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏଣିକି ଓଡିଶାର ଜଳ ସଂପଦ ପରିଚାଳନା ପାଇଁ ବ୍ୟବହାର ହେବ ଏଆଇ ଟେକନୋଲୋଜି

ଭୁବନେଶ୍ବର: ରାଜ୍ୟ ଜଳ ସୂଚନା ବିଜ୍ଞାନ କେନ୍ଦ୍ର (ଏସଡବ୍ଲୁଆଇସି)ଏବଂ ଭୁବନେଶ୍ୱର ଆଇଆଇଟି ସହଯୋଗରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ର ବ୍ୟବହାର କରି ଜଳ ସମ୍ପଦର  ପରିଚାଳନା ଏବଂ ତଥ୍ୟ  ସଂଚାରଣ ଓ ଡିଜିଟାଇଜେସନର ଶ୍ରେଷ୍ଠ ଅଭ୍ୟାସ ଅବଲମ୍ବନ କରିବା  ସଂପର୍କିତ  ଏକ ବୈଷୟିକ  କର୍ମଶାଳା ଆଜି ଅନୁଷ୍ଠିତ  ହୋଇଯାଇଛି ।

ଏହି କର୍ମଶାଳାକୁ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଉଦ୍ଘାଟନ କରିବା ସହିତ ଜଳ ସମ୍ପଦ ପରିଚାଳନା କ୍ଷେତ୍ରରେ  ଦେଖାଦେଉଥିବା ସମସ୍ୟାର ସମାଧାନ ପାଇଁ  ବୈଷୟିକ ଜ୍ଞାନକୌଶଳକୁ  ସମନ୍ୱିତ କରିବା ଏବଂ  ବୁଦ୍ଧିମାନ ତଥ୍ୟ ପ୍ରଣାଳୀର ଗୁରୁତ୍ୱ ରହିଥିବା ସଂପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଉନ୍ନୟନ କମିଶନର କହିଛନ୍ତି ଯେ,  “ଆମେ “ବିକଶିତ ଓଡିଶା @୨୦୩୬” ଏବଂ “ବିକଶିତ ଭାରତ @୨୦୪୭” ପାଇଁ “ଭିଜନ ଡକ୍ୟୁମେଣ୍ଟ” ପ୍ରସ୍ତୁତ କରୁଛୁ, ଏବଂ ସେଥିରେ  ଆମେ ବିଭିନ୍ନ ଅଧ୍ୟାୟକୁ ଦେଖୁଛୁ, ତନ୍ମଧ୍ୟରୁ ମହିଳା ନେତୃତ୍ୱାଧିନ ବିକାଶ ହେଉ ବା ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ଏବଂ ସୁଶାସନରେ ଆଇଟିର ପ୍ରୟୋଗ ହେଉ, ସବୁଥିରେ ଡିଜିଟାଇଜେସନ ଏବଂ ତଥ୍ୟ ପରିଚାଳନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏହି ପ୍ରସଙ୍ଗରେ, ପ୍ରତ୍ୟେକ ବିଭାଗ ନିଜ ନିଜର ବିଭାଗର ଦକ୍ଷତା ବୃଦ୍ଧି କରିବା ପାଇଁ ଏଆଇ ଉପଯୋଗର ଆବଶ୍ୟକତା ରହିଥିବା ସଂପର୍କରେ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଥିଲେ ।

ଜଳ ପରିଚାଳନାରେ  ସକ୍ରିୟ ଅଂଶୀଦାର, ବିଶେଷଜ୍ଞ ଏବଂ ଅଧିକାରୀମାନଙ୍କୁ ବୈଷୟିକ ଓ ସଂସ୍ଥାଗତ ଦକ୍ଷତାକୁ ସଶକ୍ତ  କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କର୍ମଶାଳା,  କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଏଆଇ ସାଧନଗୁଡ଼ିକର  ବ୍ୟବହାରକୁ ପ୍ରୋତ୍ସାହିତ କରିବା, ଜଳ ସମ୍ପଦ କ୍ଷେତ୍ରରେ ଡାଟା(ତଥ୍ୟ) ଆଧାରିତ ଯୋଜନା , ଦକ୍ଷ ନିରୀକ୍ଷଣ  ଓ ସୂଚନାଭିତ୍ତିକ ନିଷ୍ପତ୍ତି ନେଇ ଶ୍ରେଷ୍ଠ ଅଭ୍ୟାସ ଅବଲମ୍ବନ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି ।  ଏହି କର୍ମଶାଳା ଜଳ ପରିଚାଳନା କ୍ଷେତ୍ରରେ ରାଜ୍ୟର ଆଭିମୁଖ୍ୟକୁ ଜାତୀୟ ବିକାଶ ଲକ୍ଷ୍ୟ ଓ ବିଶ୍ୱର ସର୍ବୋତ୍ତମ ଅଭ୍ୟାସ ଆଭିମୁଖ୍ୟ ସହିତ ସଂଯୋଜିତ କରିବାର ସୁଯୋଗ ପ୍ରଦାନ କରିଛି ।

କର୍ମଶାଳାରେ (ଏସଡବ୍ଲୁଆଇସି)ର ନିର୍ଦ୍ଦେଶକ  ଇଂ.  କୃଷ୍ଣ ଚନ୍ଦ୍ର ମହାନ୍ତି ଯୋଗଦେଇ ଜଳ ସମ୍ପଦର ସ୍ଥାୟୀ ଓ ସମାନତା ଭିତ୍ତିରେ  ପରିଚାଳନା ନିଶ୍ଚିତ କରିବା ପାଇଁ ତଥ୍ୟ ଆଧାରିତ ପରିଚାଳନା ମଡେଲ୍ ର ଆବଶ୍ୟକତା ସଂପର୍କରେ ଗୁରୁତ୍ୱାରୋପ କରିଥିଲେ । ଜଳ ସଂପର୍କିତ ତଥ୍ୟ ଏବଂ ଯୋଜନା ନୀତି ପ୍ରୟୋଗରେ ଏହାର ପ୍ରୟୋଗ ପାଇଁ ରାଜ୍ୟ ଜଳ ସୂଚନା  ବିଜ୍ଞାନ କେନ୍ଦ୍ର  ଏକ ଜ୍ଞାନ କେନ୍ଦ୍ର ଭାବେ ଭୂମିକା ନିର୍ବାହ କରିବ ବୋଲି ଗୁରୁତ୍ୱ ଦିଆଯାଇଛି ।

ଉଦଘାଟନୀ ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଡଃ. ଚନ୍ଦ୍ରଶେଖର ପାଢୀ, ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ (ଆଇଆଇଡବ୍ଲୁଏମ)ର ନିର୍ଦ୍ଦେଶକ ଇଂ. ଏ. ଷଡ଼ଙ୍ଗୀ, କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ନିର୍ଦ୍ଦେଶକ ଡଃ. ବି.କେ ସାହୁ ପ୍ରମୁଖ ଯୋଗଦେଇ ବିଷୟ ପ୍ରସଙ୍ଗରେ ଉପସ୍ଥାପନ କରିଥିଲେ।

ଅନୁଷ୍ଠିତ କର୍ମଶାଳାରେ ଏସଡବ୍ଲୁଆଇସି ଓ ଆଇଆଇଟି ଭୁବନେଶ୍ୱର ସହିତ ଏହି ମୂଲ୍ୟବାନ ଆଲୋଚନା ଓ ପ୍ରଶିକ୍ଷଣ ପଦକ୍ଷେପ, ଏଥିରେ ଅଂଶଗ୍ରହଣ କରିଥିବା ଅଂଶୀଦାର ଅନୁ​ଷ୍ଠାନ ତଥା ବିଭାଗର ସମସ୍ତ ଇଂଜିନିଅର, ଡାଟା ମ୍ୟାନେଜର , ଆଇ.ଟି. ପେଶାଦାର  ଏବଂ ଯୋଜନା ପ୍ରସ୍ତୁତକାରୀଙ୍କୁ ଜ୍ଞାନ ଆହରଣ କରିବା ଓ ସର୍ବୋତ୍ତମ ଅଭ୍ୟାସଗୁଡିକୁ ସମାନ୍ତରାଳ ଭାବେ ବିଭିନ୍ନ ବିଭାଗରେ ପ୍ରୟୋଗ କରାଯାଇପାରିବ,ସେ ସଂପର୍କରେ ଆଲୋଚନା କରାଯାଇଥିଲା।

ଅନୁଷ୍ଠିତ ବୈଷୟିକ ଅଧିବେଶନ-୧ ରେ ଆଇଆଇଟି କମ୍ପ୍ୟୁଟର ବିଜ୍ଞାନ ଓ ଇଂଜିନିୟରିଂର ବିଭାଗୀୟ ମୁଖ୍ୟ ଡଃ. ଦେବୀ ପ୍ରସାଦ ଡୋଗ୍ରା ଯୋଗଦେଇ  କୃତ୍ରିମ  ବୁଦ୍ଧିମତା ଓ ତଥ୍ୟ  ବିଶ୍ଳେଷଣର ଗୁରୁତ୍ୱ ଏବଂ ଏହା ଜଳ ପରିଚାଳନା, କ୍ଷେତ୍ର ସର୍ବେକ୍ଷଣ ଓ କୃଷି ତଥା କୃଷିଭିତ୍ତିକ ନିଯୁକ୍ତିରେ କିପରି  ସହାୟକ ହୋଇପାରିବ,   ସେ ସଂପର୍କରେ  ଉପସ୍ଥାପନ କରିଥିଲେ ।  ପରେ ପରେ ଟିମ “ଭାସର” ତରଫରୁ ଜଳସଂପଦ ବିଭାଗରେ ବିକଶିତ “ୱାଟର ଇଆରପି” ( ଇମରଜେନସି ରେନ୍‌ସପନ୍‌ସ ପ୍ଲାନ) “ଗୋ ଓ୍ୱାଟର”  ସଂପର୍କରେ ଅଂଶଗ୍ରହଣକାରୀଙ୍କୁ ବୁଝାଯାଇଥିଲା ।

ବୈଷୟିକ ଅଧିନ-୨ରେ  ଆଇଆଇଟି, ଭୁବନେଶ୍ୱର ସ୍କୁଲ ଅଫ  ଭୂ, ସାଗର ଏବଂ ଜଳବାୟୁ ବିଜ୍ଞାନର ପ୍ରାଧ୍ୟାପକ ଡଃ. ସନ୍ଦୀପ ପଟ୍ଟନାୟକ ଯୋଗଦେଇ ବର୍ଷା ପୂର୍ବାନୁମାନ ସଂପର୍କରେ ଏଆଇ କିପରି ଉଲ୍ଲେଖନୀୟ  ଭାବେ  ନିଷ୍ପତ୍ତି ନେବାରେ ଗୁରୁତ୍ୱଭୂମିକା  ନିର୍ବାହ କରୁଛି,  ସେ ସଂପର୍କରେ ଉପସ୍ଥାପନ  ପ୍ରକାଶ କରିଥିଲେ ।

ବୈଷୟିକ ଅଧିନ-୩ରେ ଆଇଆଇଟି, ଭୁବନେଶ୍ୱର  କମ୍ପ୍ୟୁଟର ବିଜ୍ଞାନ  ଏବଂ ଇଞ୍ଜିନିୟରଂ ତଥା  ଇଲେକଟ୍ରିକାଲ ଓ କମ୍ପ୍ୟୁଟର ବିଜ୍ଞାନ ପ୍ରାଧ୍ୟାପକ ଡ଼ଃ ରାମ  ପ୍ରକାଶ ପାଢ଼ୀ ଯୋଗ ଦେଇ ଜଳ ପରିଚାଳନା ପାଇଁ ସର୍ବୋତ୍ତମ ଅଭ୍ୟାସ  ନିମନ୍ତେ  ଏଆଇ ମାଧ୍ୟମରେ ଅଧିକ ଶିକ୍ଷା  ଓ ଅନୁସଂନ୍ଧାନ  ଆବଶ୍ୟକତା ସଂପର୍କରେ  ଉପସ୍ଥାପନ କରିଥିଲେ ।  ଶେଷ ଅଧିବେଶନରେ  ଆଇଆଇଟି ସ୍କୁଲ ଅଫ  ଇନ୍‌ଫ୍ରାଷ୍ଟକ୍ଚର ର  ପ୍ରାଧ୍ୟାପକ ଡଃ. ମିନୁ ରାମଦାସ ସରକାର ଯୋଗ ଦେଇ ଜଳ ପରିଚାଳନା ଓ ଡିଜିଟାଲ ଟେକ୍ନୋଲୋଜି ସଂପର୍କରେ ଆଲୋକପାତ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଅଭିଯୋଗ ଅନୁଶୀଳନ ଓ ସମାଧାନ କରିବ କୃତ୍ରିମ ବୁଦ୍ଧିମତ୍ତା ସମ୍ପନ୍ନ ଜାତୀୟ ଖାଉଟି ସହାୟକ ବ୍ୟବସ୍ଥା

ନୂଆଦିଲ୍ଲୀ: ଗ୍ରାହକ ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧୀନସ୍ଥ ଉପଭୋକ୍ତା ବ୍ୟାପାର ବିଭାଗ ଏକ କୃତ୍ରିମ ବୁଦ୍ଧିମତ୍ତା ସମ୍ପନ୍ନ ଜାତୀୟ ଖାଉଟି ସହାୟକ(NCH) ବ୍ୟବସ୍ଥା ଗ୍ରହଣ କରିଛି, ଯାହା କ୍ଷେତ୍ର ବିଶେଷରେ ଅଭିଯୋଗ ଅନୁଶୀଳନ କରେ। ଗ୍ରାହକଙ୍କ ସମସ୍ୟାର ସମାଧାନ ଏବଂ ବିଶେଷ କରି ଶିକ୍ଷା କ୍ଷେତ୍ରରେ ଦକ୍ଷତାକୁ ଉନ୍ନତ କରିବା ଏହି ନୂତନ ପ୍ରଯୁକ୍ତି ବିଦ୍ୟାର ଲକ୍ଷ୍ୟ।

ଏହି ପ୍ରଯୁକ୍ତି ବିଦ୍ୟା ପ୍ରଗତି ଫଳରେ, ଜାତୀୟ ଖାଉଟି ସହାୟକ ଦ୍ୱାରା ପ୍ରାପ୍ତ କଲ୍ ସଂଖ୍ୟା ଦଶ ଗୁଣରୁ ଅଧିକ ବୃଦ୍ଧି ପାଇଛି। ଡିସେମ୍ବର ୨୦୧୫ରେ ୧୨,୫୫୩ରୁ ଡିସେମ୍ବର ୨୦୨୪ରେ ୧,୫୫,୧୩୮ରେ ପହଞ୍ଚିଛି। ଏହି ଅହେତୁକ ବୃଦ୍ଧି ଖାଉଟି ସହାୟକ ପ୍ରତି ଗ୍ରାହକଙ୍କ ବଢୁଥିବା ବିଶ୍ୱାସକୁ ପ୍ରତିଫଳିତ କରେ। ସେହିପରି, ପ୍ରତି ମାସରେ ହାରାହାରି ପଞ୍ଜିକୃତ ଅଭିଯୋଗ ସଂଖ୍ୟା ୨୦୧୭ରେ ୩୭,୦୬୨ ଥିଲା ଯାହା ୨୦୨୪ରେ ୧,୧୨,୪୬୮ରେ ପହଞ୍ଚିଛି। ଡିଜିଟାଲ ମାଧ୍ୟମରେ ପଞ୍ଜିକୃତ ମାସିକ ହାରାହାରି ଅଭିଯୋଗ ସଂଖ୍ୟା ୨୦୨୩-୨୪ ଆର୍ଥିକ ବର୍ଷରେ ୫୪,୮୯୩ ଥିଲା ଯାହା ୨୦୨୪-୨୫ ଆର୍ଥିକ ବର୍ଷରେ ଡିସେମ୍ବର ୨୦୨୪ ସୁଦ୍ଧା ୬୮,୮୩୧ରେ ପହଞ୍ଚିଛି।

ତେଣୁ, ଉତ୍ପାଦ କିମ୍ବା ସେବା ସମ୍ବନ୍ଧୀୟ ଯେକୌଣସି ଅଭିଯୋଗ ପାଇଁ ଟୋଲ୍-ଫ୍ରି ନମ୍ବର ୧୯୧୫ କିମ୍ବା ୱେବ୍ ପୋର୍ଟାଲ https://consumerhelpline.gov.in/user/signup.php ମାଧ୍ୟମରେ ଉପଲବ୍ଧ ଜାତୀୟ ଖାଉଟି ସହାୟକବ୍ୟବହାର କରିବାକୁ ଗ୍ରାହକ ମାନଙ୍କୁ ଅନୁରୋଧ କରୁଛି।ଯାହା ନିଶ୍ଚିତ କରିବ ଯେ ସେମାନଙ୍କର ସ୍ୱର ଶୁଣାଯାଉଛି ଏବଂ ସମସ୍ୟାଗୁଡ଼ିକ ତୁରନ୍ତ ଏବଂ ସଠିକଭାବେ ସମାଧାନ କରାଯାଉଛି।

NCH ଅଭିଯୋଗ ସମାଧାନ ସମୟରେ ଏକ ଉଲ୍ଲେଖନୀୟ ହ୍ରାସ ପାଇଛି। ୨୦୨୪ରେ ଗ୍ରାହକ ଅଭିଯୋଗର ସମାଧାନ ହାର ୪୮ ଦିନକୁ ହ୍ରାସ ପାଇଛି, ଯାହା ୨୦୨୩ରେ ୬୬.୨୬ ଦିନ ଥିଲା। ଏହା ସମାଧାନ ସମୟରେ ଏକ ଯଥେଷ୍ଟ ଉନ୍ନତିକୁ ପ୍ରତିଫଳିତ କରେ; ଗ୍ରାହକଙ୍କ ଚିନ୍ତାର ତୁରନ୍ତ ସମାଧାନ ନିଶ୍ଚିତ କରିବା।

ଏହାର ମୂଳ ଲକ୍ଷ୍ୟ ହେଉଛି ସର୍ବାଧିକ ସଂଖ୍ୟକ ଅଭିଯୋଗ ଥିବା କମ୍ପାନୀଗୁଡ଼ିକୁ ଚିହ୍ନଟ କରିବା ଏବଂ ‘କନଭର୍ଜେନ୍ସ ପାର୍ଟନର’ରେ ପରିଣତ କରିବା। ଜାତୀୟଖାଉଟି ସହାୟକସହିତ ‘କନଭର୍ଜେନ୍ସ ପାର୍ଟନର’ ଭାବରେ ସାମିଲ ହେବା ପରେ, ଯେଉଁ କମ୍ପାନୀ ଗୁଡ଼ିକର ଗ୍ରାହକଙ୍କ ଅଭିଯୋଗ ଅଧିକ ଅଛି, ସେମାନଙ୍କୁ NCH ସହିତ ସହଯୋଗରେ ତ୍ୱରିତ ଏବଂ ସଠିକ ଅଭିଯୋଗ ସମାଧାନକୁ ପ୍ରାଥମିକତା ଦେବାକୁ ପଡିବ। ଗ୍ରାହକ କଲ୍ୟାଣ ବୃଦ୍ଧି ଏବଂ ସ୍ବଚ୍ଛ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ, NCH ସଫଳତାର ସହ ୧,୦୩୮ଟି ଅଭିସରଣ କମ୍ପାନୀର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି, ଯାହା ୨୦୧୭ରେ ୨୬୩ ଥିଲା।

ଏହି ପଦକ୍ଷେପ ପୂର୍ବରୁ ପ୍ରତିଶ୍ରୁତିବଦ୍ଧ ଫଳାଫଳ ପ୍ରଦାନ କରିଛି।ବିଶେଷକରି ଶିକ୍ଷା ଭଳି କ୍ଷେତ୍ରରେଗ୍ରାହକ ଅଭିଯୋଗର ଶୀଘ୍ର ସମାଧାନ ପ୍ରାଥମିକତା ପାଇଛି। କୃତ୍ରିମ ବୁଦ୍ଧିମତ୍ତା ସମ୍ପନ୍ନ ଜାତୀୟ ଖାଉଟି ସହାୟକ ବ୍ୟବସ୍ଥାକ୍ଷେତ୍ର ବିଶେଷରେ ଅଭିଯୋଗ ଅନୁଶୀଳନସହିତ ଗ୍ରାହକଙ୍କ ସମସ୍ୟାର ସମାଧାନ କରିବାରେ ଅଧିକ ପ୍ରଭାବଶାଳୀ ଏବଂ ଦକ୍ଷତାର ସହିତ କାର୍ଯ୍ୟ କରିପାରିବେ।ଫଳରେଗ୍ରାହାକଙ୍କ ବିଶ୍ୱାସ ବୃଦ୍ଧି ପାଇବ। ଏହା ଉଭୟଗ୍ରାହକ ଏବଂ କମ୍ପାନୀ ପାଇଁ ଏକ ବିଜୟସ୍ଥିତି।

ଫଳସ୍ୱରୂପଅନେକ ବଡ଼ କମ୍ପାନୀ ଏବେଜାତୀୟ ଖାଉଟି ସହାୟକର ଆଧିକାରିକ ଅଭିସରଣ ଅଂଶୀଦାର ହୋଇଛନ୍ତି। ସେମାନଙ୍କର ଅନ୍ତର୍ଭୁକ୍ତି ଦ୍ୱାରା ଗ୍ରାହକ ଅଭିଯୋଗର ଶୀଘ୍ର ଏବଂ ଅଧିକ ସମାଧାନ ହେବ ବୋଲି ଆଶା କରାଯାଉଛି।ଯାହା ଦେଶ ସାରା ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଲାଭ ଦେବ।

ଭାରତ ସରକାରଙ୍କ ଗ୍ରାହକ ବ୍ୟାପାର ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ NCH ଗ୍ରାହକ ଅଭିଯୋଗରଏକ ପ୍ରଭାବଶାଳୀ ଏବଂ ସମୟୋଚିତ ସମାଧାନରେ ଏକ ମୂଳଦୁଆ ପ୍ରମାଣିତ ହୋଇଛି। ପୂର୍ବ ପର୍ଯ୍ୟାୟରେ କାର୍ଯ୍ୟ କରୁଥିବା ଏହି ହେଲ୍ପଲାଇନ୍ ବ୍ରଡବ୍ୟାଣ୍ଡ ଏବଂ ଇଣ୍ଟରନେଟ୍, ଇ-କମର୍ସ, କଞ୍ଜ୍ୟୁମର ଡ୍ୟୁରେବଲ୍ସ, ଡିଜିଟାଲ୍ ପେମେଣ୍ଟ ମୋଡ୍, ପେଟ୍ରୋଲିୟମ୍, ବ୍ୟାଙ୍କିଂ, ସ୍ୱାସ୍ଥ୍ୟସେବା, ରିଅଲ୍ ଇଷ୍ଟେଟ୍ ଏବଂ ଅଟୋମୋବାଇଲ୍ସ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଗ୍ରାହକଙ୍କ ଅଭିଯୋଗ ସମାଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି।

ଗ୍ରାହକଙ୍କ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ବୃଦ୍ଧି କରିବାରେ NCHର ଗୁରୁତ୍ୱପୂର୍ଣ୍ଣ ପ୍ରଭାବକୁ ଦର୍ଶାଉଥିବା ପ୍ରମୁଖ ମୁଖ୍ୟ ବିଷୟବସ୍ତୁଗୁଡ଼ିକ ନିମ୍ନରେ ଦିଆଯାଇଛି।

କିଛି ପ୍ରମୁଖ ସଫଳତା କାହାଣୀ ମଧ୍ୟରେ ଅନ୍ତର୍ଭୁକ୍ତ:

ବ୍ରଡବ୍ୟାଣ୍ଡ ଏବଂ ଇଣ୍ଟରନେଟ୍: ପଶ୍ଚିମବଙ୍ଗର ଜଣେ ଗ୍ରାହକ ଇଣ୍ଟରନେଟ୍ ସେବା ପ୍ରଦାନକାରୀସଂସ୍ଥା ଠାରୁ ଟଙ୍କା ଫେରସ୍ତ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଜାତୀୟ ଖାଉଟି ସହାୟକ ବ୍ୟବସ୍ଥାସହିତ ଯୋଗାଯୋଗ କରିବା ପରେ, ସମସ୍ୟାର ତୁରନ୍ତ ସମାଧାନ ହୋଇଥିଲା। ଗ୍ରାହକ ତାଙ୍କର ସମ୍ପୁର୍ଣ୍ଣ ଟଙ୍କା ଫେରସ୍ତ ପାଇଥିଲେ। ଏହା ସହିତ, ଅନ୍ୟ ଗ୍ରାହକମାନେ ବିଭାଗ ସହିତ ସେମାନଙ୍କର ସକାରାତ୍ମକ ମତାମତ ବାଣ୍ଟିଥିଲେ, ସେମାନଙ୍କ ସମସ୍ୟାର ଦକ୍ଷ ଏବଂ ପ୍ରଭାବଶାଳୀ ସମାଧାନକୁ ପ୍ରଶଂସା କରିଥିଲେ।

ଇ-କମର୍ସ କ୍ଷେତ୍ର: କର୍ଣ୍ଣାଟକର ଜଣେ ଗ୍ରାହକ ଅନଲାଇନ୍ ଖୁଚୁରା ବ୍ୟବସାୟୀଙ୍କପାଇଥିବା ଏକ ତ୍ରୁଟିପୂର୍ଣ୍ଣ ଉତ୍ପାଦର ଫେରସ୍ତ ସମ୍ପର୍କରେ ସମସ୍ୟା ଉଠାଇଥିଲେ। ଜାତୀୟ ଖାଉଟି ସହାୟକ(NCH) ର ହସ୍ତକ୍ଷେପ ପରେ, ଉତ୍ପାଦଟି ବଦଳାଯାଇଥିଲାଏବଂ ତୁରନ୍ତ ଫେରସ୍ତ ସୁବିଧା ପ୍ରଦାନ କରାଯାଇଥିଲା, ଯାହା ଇ-କମର୍ସ ପ୍ଲାଟଫର୍ମ ଉପରେ ଗ୍ରାହକଙ୍କ ବିଶ୍ୱାସକୁ ବୃଦ୍ଧି କରିଥିଲା। ଏହା ବ୍ୟତୀତ, ଗ୍ରାହକ ସେମାନଙ୍କର ସକାରାତ୍ମକ ମତାମତ ବିନିମୟ କରିଥିଲେ, ଯାହା NCH ୨.୦ ରେ ସେମାନଙ୍କର ବର୍ଦ୍ଧିତ ବିଶ୍ୱାସକୁ ପ୍ରତିଫଳିତ କରିଥିଲା। ସମୀକ୍ଷାରେ ସମସ୍ୟାଗୁଡ଼ିକର ଶୀଘ୍ର ଏବଂ ଦକ୍ଷତାର ସହିତ ସମାଧାନ କରିବାରେ ହେଲ୍ପଲାଇନ୍ ର ପ୍ରଭାବଶାଳୀତା ଏବଂ ନିର୍ଭରଯୋଗ୍ୟତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା, ଯାହା ଗ୍ରାହକଙ୍କ ବିଶ୍ୱାସକୁ ଆହୁରି ଦୃଢ଼ କରିଥିଲା।

ଗ୍ରାହକ ସ୍ଥାୟୀବସ୍ତୁ: ରାଜସ୍ଥାନର ଜଣେ ନାଗରିକ କିଣିଥିବା ଏକ ଉତ୍ପାଦରେ ବଡ଼ ତ୍ରୁଟି ଉପସ୍ଥାପନ କରିଥିଲେ। ତାଙ୍କର ବାରମ୍ବାର ଅନୁରୋଧ ସତ୍ତ୍ୱେ, କମ୍ପାନୀ ଏହି ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିଲା। ଜାତୀୟ ଖାଉଟି ସହାୟକ (NCH) ର ସହାୟତାରେଉତ୍ପାଦଟି ତୁରନ୍ତ ବଦଳାଯାଇଥିଲାଏବଂ କମ୍ପାନୀ କ୍ଷମା ପ୍ରାର୍ଥନା କରିଥିଲା। ଏହା ବ୍ୟତୀତ, ବିଭିନ୍ନ ରାଜ୍ୟର ଗ୍ରାହକମାନେ NCH ଦଳ ବିଷୟରେ ସେମାନଙ୍କର ମୂଲ୍ୟବାନ ମତାମତ ବିନିମୟ କରିଥିଲେ।

ଡିଜିଟାଲ୍ ପେମେଣ୍ଟ ମୋଡ୍: ଦିଲ୍ଲୀର ଜଣେ ଗ୍ରାହକ ତାଙ୍କ ଅନଲାଇନ୍ କାରବାର ସେବା ବ୍ୟବହାର କରିପାରି ନଥିବା ଅଭିଯୋଗ ଉଠାଇଥିଲେ ଏବଂ ତାଙ୍କ ଆକାଉଣ୍ଟରେ ୪୫,୦୦୦ ଟଙ୍କା ଫ୍ରିଜ୍ କରାଯାଇଥିଲା। ଜାତୀୟ ଖାଉଟି ସହାୟକ(NCH) ସହିତ ଯୋଗାଯୋଗ କରିବା ପରେ, ସମସ୍ୟାଟି ଶୀଘ୍ର ସମାଧାନ ହୋଇଥିଲା, ବ୍ୟାଙ୍କ ଟଙ୍କାକୁ ଗ୍ରାହକଙ୍କ ଆକାଉଣ୍ଟକୁପଠାଇଥିଲା। ଏହା ବ୍ୟତୀତ, ଅନ୍ୟ ଗ୍ରାହକମାନେ ବିଭାଗ ସହିତ ସେମାନଙ୍କର ସକାରାତ୍ମକ ସମୀକ୍ଷା ବାଣ୍ଟିଥିଲେ।

ପେଟ୍ରୋଲିୟମ୍: ତେଲେଙ୍ଗାନାର ଜଣେ କ୍ରେତାଙ୍କ ଠାରୁ ସିଲିଣ୍ଡରରMRPଠାରୁ ଅଧିକ ଅତିରିକ୍ତ ଦେୟ ଆଦାୟ କରାଯାଇଥିଲା। ଜାତୀୟ ଖାଉଟି ସହାୟକ(NCH)ର ହସ୍ତକ୍ଷେପ ସହିତସମସ୍ୟାର ଶୀଘ୍ର ସମାଧାନ କରାଯାଇଥିଲାଏବଂ ଗ୍ରାହକଙ୍କୁ କ୍ଷତିପୂରଣ ଦିଆଯାଇଥିଲା। ଏହା ସହିତଦେଶର ବିଭିନ୍ନ କୋଣରୁ ଗ୍ରାହକମାନେ NCH ୨.୦ ର କାର୍ଯ୍ୟ ସମ୍ବନ୍ଧରେ ସେମାନଙ୍କର ମତାମତ ବାଣ୍ଟିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଏଆଇ ବ୍ୟବହାର କରନ୍ତୁ, କିନ୍ତୁ ଏହାର ଦାସ ହୁଅନ୍ତୁ ନାହିଁ: ମୁକେଶ ଅମ୍ବାନୀ

ଗାନ୍ଧୀନଗର: କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ) ଉପରେ ଚାଲିଥିବା ବିତର୍କରେ ନିଜ ମତ ରଖିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ। ଗୁଜରାଟର ପଣ୍ଡିତ ଦୀନଦୟାଲ ଶକ୍ତି ବିଶ୍ୱବିଦ୍ୟାଳୟ (ପିଡି଼ଇୟୁ) ର ସମାବର୍ତ୍ତନ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ସେ କହିଛନ୍ତି, “ତୁମେ ଚାଟ୍ ଜିପିଟି ବ୍ୟବହାର କର, କିନ୍ତୁ ମନେରଖ ଯେ ଆମେ କୃତ୍ରିମ ବୁଦ୍ଧିମତ୍ତା ସହିତ ନୁହେଁ ବରଂ ନିଜ ବୁଦ୍ଧି ସହିତ ଆଗକୁ ବଢିବା ଏବଂ ଏହାଦ୍ୱାରା ତୁମେ ଆଗକୁ ବଢିପାରିବ।”

ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପରେ ସେ କହିଥିଲେ, “ମୁଁ ଆମର ଯୁବ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ପରାମର୍ଶ ଦେବାକୁ ଚାହୁଁଛି। ଜଣେ କୃତ୍ରିମ ଇଣ୍ଟେଲିଜେନ୍ସକୁ ଏକ ସାଧନ ବା ଉପକରଣ ଭାବରେ ବ୍ୟବହାର କରିବାରେ ପାରଦର୍ଶୀ ହେବା ଆବଶ୍ୟକ କିନ୍ତୁ ତୁମର ନିଜର ବୁଦ୍ଧି ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ। ଏହି ବିଶ୍ୱବିଦ୍ୟାଳୟ ଛାଡିବା ପରେ ତୁମକୁ ଏକ ବଡ଼ ‘ଜୀବନ ବିଶ୍ୱବିଦ୍ୟାଳୟ’ରେ ଯୋଗଦାନ କରିବାକୁ ପଡିବ। ଯେଉଁଠାରେ ନଥିବ କୌଣସି କ୍ୟାମ୍ପସ୍, ନଥିବ ଶ୍ରେଣୀଗୃହ ଏବଂ ପଢ଼ାଇବାକୁ ନଥିବେ ଶିକ୍ଷକ। ତୁମେମାନେ କେବଳ ନିଜ ଦମ୍ଭରେ ଜୀବନରେ ଆଗକୁ ବଢ଼ିପାରିବ। ”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ମୁକେଶ ଅମ୍ବାନୀ କହିଛନ୍ତି, “ପଣ୍ଡିତ ଦୀନଦୟାଲ ଶକ୍ତି ବିଶ୍ୱବିଦ୍ୟାଳୟର ଜନ୍ମ ପ୍ରଧାନମନ୍ତ୍ରୀଙ୍କ ଅସାଧାରଣ ଦୂରଦୃଷ୍ଟିର ଫଳ। କୋଡିଏ ବର୍ଷ ପୂର୍ବେ ସେ ମୋତେ କହିଥିଲେ ଯେ ଗୁଜୁରାଟ ଶକ୍ତି ଏବଂ ଶକ୍ତି ଉତ୍ପାଦ କ୍ଷେତ୍ରରେ ଦେଶର ନେତୃତ୍ୱ ନେବା ସେ ଚାହୁଛନ୍ତି। ଏଥିସହିତ ବିଶ୍ୱ ସ୍ତରର ମାନବ ସମ୍ବଳର ବିକାଶରେ ଗୁଜୁରାଟ ମଧ୍ୟ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଉଚିତ। ଏହିଭଳି ଭାବରେ ଏହି ଅଗ୍ରଣୀ ବିଶ୍ୱବିଦ୍ୟାଳୟର ସ୍ଥାପନ ହୋଇଥିଲା। ସୂଚନାଯୋଗ୍ୟ ଯେ ମୁକେଶ ଅମ୍ବାନୀ ପିଡି଼ଇୟୁର ସଂସ୍ଥାପକ ସଭାପତି ଓ ଅଧ୍ୟକ୍ଷ ରହିଛନ୍ତି।

ଏହି ସମାବର୍ତ୍ତନ ସମାରୋହରେ ଯୋଗ ଦେଇ ମୁକେଶ ଅମ୍ବାନୀ କହିଛନ୍ତି ଯେ “ମୁଁ ସ୍ପଷ୍ଟ ଭାବରେ ଦେଖିପାରୁଛି ଯେ ଏହି ଶତାବ୍ଦୀର ଶେଷ ପୂର୍ବରୁ ଭାରତ ବିଶ୍ୱର ସବୁଠାରୁ ସମୃଦ୍ଧ ରାଷ୍ଟ୍ର ହେବ। ଦୁନିଆର କୌଣସି ଶକ୍ତି ଭାରତର ବିକାଶ ଯାତ୍ରାକୁ ରୋକି ପାରିବ ନାହିଁ। ”