Categories
ଜାତୀୟ ଖବର ବିଶେଷ ଖବର

ଭାରତକୁ ବିଶ୍ୱର ଖାଦ୍ୟ ଝୁଡିରେ ପରିଣତ କରିବା ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି: କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି କ୍ଷେତ୍ର ପ୍ରତି ମୋଦୀ ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ପ୍ରକାଶ କରି କହିଥିଲେ, ଭାରତକୁ ବିଶ୍ୱର ଖାଦ୍ୟ ଝୁଡିରେ ପରିଣତ କରିବା ଦିଗରେ ତାଙ୍କ ସରକାର କୌଣସି କାର୍ଯ୍ୟ ବାକି ରଖୁନାହାନ୍ତି। ଆଜି ପୁଣେସ୍ଥିତ ଗୋଖଲେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲିଟିକ୍ସ ଆଣ୍ଡ ଇକୋନୋମିକ୍ସ (ଏଇଆରସି)ର ପ୍ଲାଟିନମ୍ ଜୟନ୍ତୀ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି ଯେ, ଗବେଷକଙ୍କ କାର୍ଯ୍ୟ କେବଳ ପରୀକ୍ଷାଗାରରେ ସୀମିତ ରହିବା ଉଚିତ ନୁହେଁ ବରଂ ଏହାକୁ କୃଷକମାନଙ୍କ ପାଇଁ ମଧ୍ୟ ବ୍ୟାପକ କରାଯିବା ଉଚିତ। ତାଙ୍କ ସରକାର ଏହା ଉପରେ ଅନେକ ଦିଗରେ କାର୍ଯ୍ୟ କରୁଛନ୍ତି। ଭାରତର ସଂସ୍କୃତି ଓ ସଭ୍ୟତା ବହୁ ପୁରାତନ। କୃଷି କ୍ଷେତ୍ର ମଧ୍ୟ ଏହା ସହ ଜଡ଼ିତ। ବିଶେଷ କରି ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ଭାରତ ହିଁ ସମଗ୍ର ବିଶ୍ୱକୁ ଏକ ପରିବାର ଭାବରେ ଦେଖିବାର କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ସମଗ୍ର ବିଶ୍ୱକୁ ଏହି ଦିଗରେ ମାର୍ଗଦର୍ଶନ କରିଥିଲା।

ସେ କହିଥିଲେ ଯେ , ଏହି ପୃଥିବୀ କେବଳ ମନୁଷ୍ୟମାନଙ୍କ ପାଇଁ ନିର୍ମିତ ନୁହେଁ; ଏହା କୀଟପତଙ୍ଗ ଭଳି ସମସ୍ତ ପ୍ରାଣୀଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ। କୀଟନାଶକର ମାତ୍ରାଧିକ  ବ୍ୟବହାରକୁ ରୋକିବା ପାଇଁ ଆହ୍ୱାନ ଦେଇ ଶ୍ରୀ ଚୌହାନ କହିଛନ୍ତି ଯେ ପ୍ରାକୃତିକ ଚାଷ ଦିଗରେ ଆମକୁ ଆଗକୁ ବଢ଼ିବା ହେଉଛି ସମୟର ଆବଶ୍ୟକତା ଏବଂ ଆମକୁ ଏହାକୁ ସମ୍ପୂର୍ଣ୍ଣ ସମ୍ଭାବନା ସହିତ ଆଗକୁ ନେବାକୁ ପଡିବ। ଏହା ଆମର ଉତ୍ପାଦନରେ ମୂଲ୍ୟ ଯୋଗ କରିବ। କୃଷକଙ୍କ ସଂରକ୍ଷଣ କ୍ଷମତା ବୃଦ୍ଧି ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଏ ଦିଗରେ ଏକ ପଦକ୍ଷେପ ନେଇ କେନ୍ଦ୍ର ସରକାର କୃଷକଙ୍କ ଉତ୍ପାଦକୁ ଦୂର ସ୍ଥାନରେ ପହଞ୍ଚାଇବା ପାଇଁ ଏକ ନୂଆ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ଏହା ଅଧୀନରେ କୃଷକମାନେ ସେମାନଙ୍କ ଉତ୍ପାଦକୁ କିପରି ସୁବିଧାରେ ଅନ୍ୟ ରାଜ୍ୟ ଓ ବଜାରରେ ପହଞ୍ଚାଇ ପାରିବେ, ତାହା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଯୋଜନା ପ୍ରସ୍ତୁତ କରୁଛନ୍ତି। ଆଜି ଆମେ ପୁଣେସ୍ଥିତ ଗୋଖଲେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲିଟିକ୍ସ ଆଣ୍ଡ ଇକୋନୋମିକ୍ସ (ଏଇଆରସି)ର ପ୍ଲାଟିନମ୍ ଜୟନ୍ତୀ ପାଳନ କରୁଛୁ।

ଏହି ଅବସରରେ ସମସ୍ତ ଗବେଷକ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଚୌହାନ କହିଥିଲେ ଯେ ଏହି ୭୦ ବର୍ଷ ମଧ୍ୟରେ ଆମେ କ’ଣ ହାସଲ କରିଛୁ ଏବଂ କ’ଣ ହରାଇଛୁ ତାହାର ପୁନଃସମୀକ୍ଷା କରାଯିବାର ଆବଶ୍ୟକତା ରହିଛି। ଏ ଦିଗରେ ବୈଷୟିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରି ଶିବରାଜ ସିଂହ ଚୌହାନ କହିଛନ୍ତି ଯେ କୃଷି କ୍ଷେତ୍ର ସହ ଜଡିତ ବୈଜ୍ଞାନିକ ଏବଂ କୃଷକମାନେ ଏକାଠି ହୋଇ ସେମାନଙ୍କ ସମସ୍ୟାର ସମାଧାନ କରିବା ଉଚିତ। କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର ଡିଡି କିଷାନ ଚ୍ୟାନେଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଡର୍ଣ କୃଷି ଚୌପାଲ ଆରମ୍ଭ କରିଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଏହା ଏମିତି ଏକ ପ୍ଲାଟଫର୍ମ ଯେଉଁଠାରେ କୃଷକ, ଗବେଷକ ଏବଂ ବୈଜ୍ଞାନିକମାନେ ଏକାଠି ବସି କୃଷି କ୍ଷେତ୍ରରେ ସମସ୍ୟା ଏବଂ ନୂତନ ସୁଯୋଗ ଉପରେ ସେମାନଙ୍କର ମତ ବିନିମୟ କରିବେ। କୃଷି କ୍ଷେତ୍ର ସମ୍ବନ୍ଧୀୟ ସୂଚନା କେବଳ ଇଂରାଜୀ ଭାଷାରେ ସୀମିତ ରହିବା ଉଚିତ ନୁହେଁ, ଭାରତର ବିଭିନ୍ନ ଭାଷାରେ ପ୍ରକାଶିତ ହେବା ଜରୁରୀ,  ଯାହା ଦ୍ୱାରା ପରୀକ୍ଷାଗାରରୁ କୃଷି କ୍ଷେତ୍ର ମଧ୍ୟରେ ବ୍ୟବଧାନ ଦୂର ହୋଇପାରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୫ ତାରିଖ ୨୦୨୪ ରେ ନଦୀ ସଂଯୋଗ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହି ଯୋଜନା ସମ୍ପର୍କରେ ଆଲୋକପାତ କରି ଶ୍ରୀ ଚୌହାନ କହିଛନ୍ତି ଯେ ଦେଶର ଅନେକ ସ୍ଥାନରେ କେତେବେଳେ ବନ୍ୟା ପରିସ୍ଥିତି ଉପୁଜୁଥିବା ବେଳେ ଆଉ କେତେକ ସ୍ଥାନରେ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଖୁବ୍ ଶୀଘ୍ର ଏକ ସ୍ୱତନ୍ତ୍ର ନଦୀ ସଂଯୋଗ ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଏହି ଯୋଜନା ଦ୍ୱାରା ପ୍ରବଳ ବର୍ଷା ହେଉଥିବା ଅଞ୍ଚଳ ଏବଂ ମରୁଡ଼ିକୁ ସାମନା କରୁଥିବା ଅଞ୍ଚଳ ଉପକୃତ ହେବେ।

କୃଷି ମନ୍ତ୍ରୀ କହିଛନ୍ତି ଯେ ଆମେ ଏପରି ଜ୍ଞାନକୌଶଳ ବିକଶିତ କରିବା ଉଚିତ ଯାହା ଦ୍ଵାରା କମ୍ ପାଣିରେ ଅଧିକ ଜଳସେଚନ କରାଯାଇପାରିବ। କୃଷି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ପାଦନ ଖର୍ଚ୍ଚ ହ୍ରାସ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ଚୌହାନ କହିଛନ୍ତି ଯେ ଗତ ବର୍ଷ ତାଙ୍କ ସରକାର କୃଷକମାନଙ୍କୁ ୧.୯୪ ମେଟ୍ରିକ ଟନ୍ ରିହାତି ପ୍ରଦାନ କରିଥିଲେ। ଯଦି ଜଣେ କୃଷକ ତୁରନ୍ତ ଟଙ୍କା ଆବଶ୍ୟକ କରନ୍ତି, ତେବେ ଏଥିପାଇଁ ତାଙ୍କୁ ଋଣଦାତାଙ୍କ ପାଖକୁ ଯିବାକୁ ପଡିବ ନାହିଁ। ସେଥିପାଇଁ ସରକାର ତାଙ୍କୁ ତୁରନ୍ତ ଟଙ୍କା ଯୋଗାଇ ଦେବା ଲାଗି କିଷାନ କ୍ରେଡିଟ୍ କାର୍ଡର ସୁବିଧା ପ୍ରଦାନ କରିଛନ୍ତି। ୨୦୧୪ ରୁ ୨୦୨୪ ମଧ୍ୟରେ ତାଙ୍କ ସରକାର ଅନେକ ଉତ୍ପାଦ ଉପରେ ଦୁଇଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ଦେଉଛନ୍ତି, ଯେଉଁ କାରଣରୁ କୃଷକମାନଙ୍କୁ ବହୁତ ଆଶ୍ୱସ୍ତି ମିଳୁଛି। ଆମେ ସବୁବେଳେ ଆମଦାନୀ ଉପରେ ନିର୍ଭର କରିବା ଉଚିତ  ନୁହେଁ ଏବଂ ଏପରି ନୀତି ପ୍ରସ୍ତୁତ କରିବା ଉଚିତ ଯାହା କୃଷକମାନଙ୍କୁ ଅଧିକ ଲାଭ ପ୍ରଦାନ କରିପାରିବ ବୋଲି ସେ ମତ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବନ୍ଧକମୁକ୍ତ କୃଷି ଋଣ ସୀମାକୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ରିଜର୍ଭ ବ୍ୟାଙ୍କ

ଭୁବନେଶ୍ବର: କୃଷି କ୍ଷେତ୍ରକୁ ସହାୟତା ଓ ବଢିଚାଲିଥିବା ଖର୍ଚ୍ଚର ଭରଣା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇ ବନ୍ଧକମୁକ୍ତ କୃଷିଋଣ ସୀମାକୁ ବୃଦ୍ଧି କରିଛନ୍ତି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଏହି ଋଣ ସୀମାକୁ ବର୍ତ୍ତମାନର ୧.୬ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

କୃଷକମାନଙ୍କ ଉପରେ ମୁଦ୍ରାସ୍ଫୀତିର ବଢିଚାଲିଥିବା ପ୍ରଭାବ ଏବଂ କୃଷି ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ବର୍ଦ୍ଧିତ ଆର୍ଥିକ ସୁବିଧା ପ୍ରଦାନ କରିବା ଏବଂ ବନ୍ଧକ ସମସ୍ୟା ବିନା ସେମାନଙ୍କର ପରିଚାଳନାଗତ ଏବଂ ଉନ୍ନୟନମୂଳକ ଆବଶ୍ୟକତା ପୂରଣ କରିବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ସୁନିଶ୍ଚିତ କରିବା।

ଜାନୁଆରୀ ୧, ୨୦୨୫ରୁ ସାରା ଦେଶରେ ବ୍ୟାଙ୍କଗୁଡ଼ିକୁ ନିମ୍ନଲିଖିତ ନିର୍ଦ୍ଦେଶ ଦିଆଯାଇଛି:

– କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଲାଗି ନିଆଯାଉଥିବା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ବନ୍ଧକ ସୁରକ୍ଷା ଓ ମାର୍ଜିନ ଆବଶ୍ୟକତା ଛାଡ଼ କରନ୍ତୁ।

– କୃଷକ ସମୁଦାୟକୁ ଠିକ୍ ସମୟରେ ଆର୍ଥିକ ସହାୟତା ସୁନିଶ୍ଚିତ କରିବା ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀକୁ ଶୀଘ୍ର କାର୍ଯ୍ୟକାରୀ କରନ୍ତୁ।

– ଏହି ପରିବର୍ତ୍ତନ ସଂପର୍କରେ କୃଷକ ଏବଂ ଏହି କ୍ଷେତ୍ର ସହ ଜଡ଼ିତ ଅନ୍ୟ ଅଂଶୀଦାରମାନଙ୍କୁ ସୂଚୀତ କରିବା ଓ ସଚେତନତା ବୃଦ୍ଧି ନିମନ୍ତେ ବ୍ୟାପକ ପ୍ରଚାର କାର୍ଯ୍ୟ ଚଳାଇବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି।

ଏହି ପଦକ୍ଷେପ କୃଷକମାନଙ୍କ ପାଇଁ ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର କୃଷକ (ମୋଟ କୃଷକଙ୍କ ମଧ୍ୟରୁ ୮୬%ରୁ ଅଧିକ)ଙ୍କ ପାଇଁ ଋଣ ଉପଲବ୍ଧତା ବୃଦ୍ଧି କରିବ। ଏହି ଧରଣର କୃଷକମାନେ କମ୍ ଋଣ ଖର୍ଚ୍ଚ ଏବଂ ବନ୍ଧକ ଆବଶ୍ୟକତା ଛାଡ଼ରୁ ବିଶେଷଭାବେ ଉପକୃତ ହୋଇଥାନ୍ତି। ଏହି ପଦକ୍ଷେପ ଋଣ ବିତରଣକୁ ସୁବ୍ୟବସ୍ଥିତ କରିବା ଫଳରେ କିଷାନ କ୍ରେଡିଟ୍ କାର୍ଡ (କେସିସି) ଋଣ ସଂଖ୍ୟା ବୃଦ୍ଧି ପାଇବ ଯାହା କୃଷକମାନଙ୍କୁ କୃଷିରେ ଅଧିକ ଅର୍ଥନିବେଶ କରିବାକୁ ସୁଯୋଗ ଦେବ ଓ ସେମାନଙ୍କର ଜୀବିକାରେ ଉନ୍ନତି ଆଣିବ।

ସଂଶୋଧିତ ସୁଧ ଛାଡ଼ ଯୋଜନା ଯାହାକି ୪% ସୁଧ ହାରରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିଥାଏ, ତା ସହିତ ଏହି ନୀତି ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସୁଦୃଢ଼ କରିବା, କୃଷି କ୍ଷେତ୍ରକୁ ସାହାଯ୍ୟ କରିବା ଏବଂ ଋଣ ଭିତ୍ତିକ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ, ଯାହାକି ଦୀର୍ଘସ୍ଥାୟୀ କୃଷି ପାଇଁ ସରକାରଙ୍କ ଦୀର୍ଘମିଆଦୀ ଦୃଷ୍ଟିକୋଣର ଅନୁପୂରକ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଇଣ୍ଡୋନେସିଆର ଏକ ପ୍ରମୁଖ ସପିଂ ମଲରେ ଆରମ୍ଭ ହେଲା ଆସିଆନ୍-ଇଣ୍ଡିଆ ମିଲେଟ୍ ଫେଷ୍ଟିଭାଲ-୨୦୨୩

ନୂଆଦିଲ୍ଲୀ: କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସହଯୋଗରେ ଆସିଆନକୁ ଭାରତୀୟ ମିଶନ ପକ୍ଷରୁ ୨୨ ନଭେମ୍ବରରୁ ୨୬ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ଆସିଆନ-ଇଣ୍ଡିଆ ମିଲେଟ୍ ଫେଷ୍ଟିଭାଲ ୨୦୨୩ ଆୟୋଜନ କରାଯାଉଛି। ଇଣ୍ଡୋନେସିଆର ଦକ୍ଷିଣ ଜାକର୍ତ୍ତାର ଏକ ପ୍ରମୁଖ ସପିଂ ଡେଷ୍ଟିନେସନ କୋଟା କସାବ୍ଲାଙ୍କା ମଲରେ ଏହି ମହୋତ୍ସବର ଉଦ୍ ଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ମିଲେଟ୍ ଭିତ୍ତିକ ଏଫ୍ପିଓ, ଷ୍ଟାର୍ଟଅପ୍ ଏବଂ ଭାରତୀୟ ସେଫ୍ ମାନେ ଅଂଶଗ୍ରହଣ କରି ଏହି ଉତ୍ସବର ଏକ ଅଂଶ ଭାବରେ ମିଲେଟ୍-କେନ୍ଦ୍ରୀତ ଏକ ପ୍ରଦର୍ଶନୀ ଆୟୋଜନ କରାଯାଉଛି।

ଆନ୍ତର୍ଜାତିକ ମିଲେଟସ ବର୍ଷ (ଆଇୱାଇଏମ୍) ସମାରୋହ ଅନୁରୂପ ଏହି ଉତ୍ସବର ଉଦ୍ଦେଶ୍ୟ ହେଉଛି ଆସିଆନ ସଦସ୍ୟ ରାଷ୍ଟ୍ର ଯଥା ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ୍, ମଲେସିଆ, ମିଆଁମାର, ସିଙ୍ଗାପୁର, ଥାଇଲାଣ୍ଡ ଏବଂ ଭିଏତନାମ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ବାଜରା ଏବଂ ବାଜରା ଆଧାରିତ ଉତ୍ପାଦର ବଜାର ସୃଷ୍ଟି କରିବା। ଫିଲଫିସ ଏହି ମହୋତ୍ସବ ସମୟରେ, କୃଷି ଓ କୃଷକ କଲ୍ୟାଣ ବିଭାଗ ଭାରତରୁ ଏକ ପ୍ରତିନିଧି ଦଳର ନେତୃତ୍ୱ ନେଉଛି, ଯେଉଁଥିରେ ସେଫ୍, ଷ୍ଟାର୍ଟଅପ୍, କୃଷକ ଉତ୍ପାଦକ ସଂଗଠନ (ଏଫପିଓ)ର ପ୍ରତିନିଧି, ଶିଳ୍ପନେତା, ରାଜ୍ୟ ଅଧିକାରୀ ଏବଂ ଆହୁରି ଅନେକ ଅନ୍ୟାନ ଅଧିକାରୀଙ୍କ ସମେତ ଭାରତୀୟ ମିଲେଟ୍ ଇକୋସିଷ୍ଟମରେ ନିୟୋଜିତ ବିଭିନ୍ନ ବୃତ୍ତିଜୀବୀ ପ୍ରତିନିଧିତ୍ୱ କରୁଛନ୍ତି।

କୃଷି ଏବଂ କୃଷକ କଲ୍ୟାଣ ବିଭାଗ (ଡିଏଆଣ୍ଡଏଫଡବ୍ଲୁ)ର ଅତିରିକ୍ତ ସଚିବ ତଥା ଭାରତୀୟ ପ୍ରତିନିଧି ମଣ୍ଡଳର ମୁଖ୍ୟ ଡ. ମନିନ୍ଦର କୌର ଦ୍ୱିବେଦୀ ବାଜରା ଚାଷ, ପ୍ରକ୍ରିୟାକରଣ ଏବଂ ଏହି ପ୍ରାଚୀନ ଶସ୍ୟଗୁଡ଼ିକର ବ୍ୟବସାୟିକ ସମ୍ଭାବନା ବିଷୟରେ ମୂଲ୍ୟବାନ ସୂଚନା ପ୍ରଦାନ କରିଥିଲେ। ଡିଏଆଣ୍ଡଏଫଡବ୍ଲୁର ଯୁଗ୍ମ ସଚିବ (ଫସଲ) ଶୁଭା ଠାକୁର ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ୨୦୨୩ ପାଳନରେ ଭାରତର ଅଗ୍ରଣୀ ଭୂମିକା ଏବଂ ଏକ ଆକର୍ଷଣୀୟ ଭିଡିଓ ମାଧ୍ୟମରେ ବାଜରା ଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ପଦକ୍ଷେପକୁ ପ୍ରଦର୍ଶିତ କରିଥିଲେ। ଯାହାଦ୍ବାରା ବ୍ୟାବହାରିକ ଦଳଗତ ଆଲୋଚନା କରିବା ପାଇଁ ପୃଷ୍ଠଭୂମି ପ୍ରସ୍ତୁତ ହୋଇଥିଲା। ଏହାବ୍ୟତୀତ, ବିପିଏନର ଉପମୁଖ୍ୟ ଡ. ଆଣ୍ଡ୍ରିକୋ ନୋଟୋ ସୁଜାଣ୍ଟୋ ବାଜରା ଚାଷର ଉଲ୍ଲେଖନୀୟ ସମ୍ଭାବନା ଏବଂ ଦକ୍ଷିଣ ଏସୀୟ ଖାଦ୍ୟ ବାସ୍କେଟରେ ବିବିଧତା ଆଣିବାରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ।

୨୨ ନଭେମ୍ବରରୁ ୨୬ ନଭେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀର ଉଦ୍ଦେଶ୍ୟ ଆସିଆନ୍ ଦେଶଗୁଡ଼ିକ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା, ସାଂସ୍କୃତିକ ଏବଂ ରୋଷେଇ ବିବିଧତାକୁ ପାଳନ କରିବା ଏବଂ ଏକ ସୁସ୍ଥ ଭବିଷ୍ୟତ ପାଇଁ ସ୍ଥାୟୀ ବାଜରା ପ୍ରଥାକୁ ପ୍ରୋତ୍ସାହିତ କରିବା। ଏହି ପ୍ରଦର୍ଶନୀରେ ପାଞ୍ଚଟି ଭାରତୀୟ ଏଫପିଓ ଅର୍ଥାତ ସିଟି ବ୍ଲକ ଏଫପିସି, ଜେୱାର୍ଗି ତାଲୁକା ମିଲେଟ ଏଫପିସି, ଭୂମିତ୍ରାଜାଲାଲପୁର, ବାମ ଏଗ୍ରୋ ଏବଂ ଲାମ୍ବାସିଙ୍ଗି ଆଦିବାସୀ ଉତ୍ପାଦ ଏଫପିସି ଭଳି ପାଞ୍ଚଟି ଭାରତୀୟ ଏଫ୍ପିଓ ଏବଂ ଦୁଇଟି ଷ୍ଟାର୍ଟ ଅପ୍ ଅର୍ଥାତ ତାରୁ ନେଚୁରାଲଏବଂ ସାତ୍ବ ମିଲେଟସ ଆଣ୍ଡ ଫୁଡ୍ ପ୍ରଡକ୍ଟସ (ମିବଲ୍ସ) ମଧ୍ୟ ସାମିଲ ହେବ, ଯେଉଁ ମିଲେଟ୍ କୁକିଜ୍, ନମକିନ୍, ଖାଖରା, କେକ୍ ଭଳି ଅନନ୍ୟ ବାଜରା ଯୁକ୍ତ ଉତ୍ପାଦ ପ୍ରଦର୍ଶନ କରିବେ।

ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ୨୩ ନଭେମ୍ବରରୁ ୨୬ ନଭେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଲାଇଭ୍ ରୋଷେଇ କର୍ମଶାଳାରେ ଭାରତ ଓ ଇଣ୍ଡୋନେସିଆର ସେଲିବ୍ରିଟି ସେଫମାନେ ବାଜରାର ରୋଷେଇ କ୍ଷମତା ପ୍ରଦର୍ଶନ କରିବା ସହ ପ୍ରତିଦିନ ଫକ୍ସଟେଲ୍ ମିଲେଟ୍ ତବୋଲେହ, ମିକ୍ସଡ୍ ମିଲେଟ୍ ମାଥ୍ରୀ କ୍ୟାନୋପିସ୍, ମିଲେଟ୍ ରିସୋଟୋ, ମିଲେଟ୍ ଦହି ଭାତ, ରାଗି ବ୍ରାଉନି ଏବଂ କୁକିଜ୍ ଭଳି ଖାଦ୍ୟ ଉପସ୍ଥାପନ କରିବେ। ଏହି ସମୟ ମଧ୍ୟରେ ସେଫ୍ ଭିନେଶ ଜନି, ରିସ୍ମା ବିଦ୍ୟାସ୍ତୁତି, ଅନାହିତା ଧୋଣ୍ଡି, ସବ୍ୟସାଚୀ ଗୋରାଇ ଏବଂ ଅମ୍ବିକା ଜୋହର ପ୍ରତିଦିନ ଏକ ନୂଆ ଖାଦ୍ୟ ଦେଇ ଦର୍ଶକଙ୍କୁ ଆକର୍ଷିତ କରିବେ।

ପାଞ୍ଚଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବ ବାଜରା ବିଷୟରେ ସଚେତନତା ସୃଷ୍ଟି କରିବାଦିଗରେ ସହାୟକ ହେବ। ସେପ୍ଟେମ୍ବର ୭, ୨୦୨୩ରେ ଇଣ୍ଡୋନେସିଆର ଜାକର୍ତ୍ତାଠାରେ ୨୦ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ଗ୍ରହଣ କରାଯାଇଥିବା ସଙ୍କଟର ମୁକାବିଲା ପାଇଁ ଖାଦ୍ୟ ସୁରକ୍ଷା ଏବଂ ପୋଷଣକୁ ସୁଦୃଢ଼ କରିବା ଉପରେ ଆସିଆନ୍-ଭାରତ ଯୁଗ୍ମ ନେତାଙ୍କ ବିବୃତ୍ତିକୁ କାର୍ଯ୍ୟକାରୀ କରିବା ଦିଗରେ ଏହା ଏକ ପଦକ୍ଷେପ।

ଆସିଆନ୍ ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଜୟନ୍ତ ଖୋବରାଗଡ଼େ ନିଜ ସ୍ୱାଗତ ଭାଷଣ ରେ ବିଶ୍ୱର କ୍ଷୁଧା ଏବଂ ପୋଷକ ତତ୍ତ୍ୱର ଅଭାବଦୂର କରିବାରେ ବାଜରାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ଏହାବ୍ୟତୀତ ଇଣ୍ଡୋନେସିଆର ନ୍ୟାସନାଲ ଫୁଡ୍ ଏଜେନ୍ସି (ବନ୍ଦନ ପାଙ୍ଗନ ନେସନାଲ-ବିପିଏନ)ର ମୁଖ୍ୟ ଆରିଫ ପ୍ରସେତ୍ୟୋ ଆଦି ଜଳବାୟୁ ପରିବର୍ତ୍ତନ ର ମୁକାବିଲା ରେ ଭବିଷ୍ୟତ ପାଇଁ ବାଜରାକୁ ଏକ କୃଷକ ଅନୁକୂଳ ଏବଂ ସ୍ଥାୟୀ ଖାଦ୍ୟ ପସନ୍ଦ ଭାବରେ ଗୁରୁତ୍ୱାରୋପ କରିଥିଲେ।

ଆସାମ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ଆଶିଷ କୁମାର ଭୁଟାନୀଙ୍କ ସଂଯୋଜନାରେ ‘ମିଲେଟ୍ ରେ ଆସିଆନ୍-ଭାରତ ସହଯୋଗ’ ଶୀର୍ଷକ ପ୍ରଥମ ପ୍ୟାନେଲ୍ ଆଲୋଚନାରେ ଆଇୱାଇଏମ୍ ୨୦୨୩ର ଅଂଶ ଭାବରେ ବାଜରାକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଆସିଆନ ରାଷ୍ଟ୍ରର ବିଶେଷଜ୍ଞମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପ୍ୟାନେଲିଷ୍ଟଙ୍କ ସମ୍ମାନଜନକ ତାଲିକାରେ ଜାତୀୟ କୃଷି ଓ ବନୀକରଣ ଗବେଷଣା ପ୍ରତିଷ୍ଠାନର ଗବେଷଣା ପରୀକ୍ଷାଗାର ଗୋଷ୍ଠୀର ମୁଖ୍ୟ ଭିଲାଫୋନ୍ ସୌରିଡେଥ; ଥାଇଲାଣ୍ଡର କୃଷି ବିଭାଗର କ୍ଷେତ୍ର ଫସଲ କାର୍ଯ୍ୟରେ ବିଶେଷଜ୍ଞ ରାଓ୍ବିଓ୍ବାନ ଚୁଏକିଟ୍ଟିସାକ୍; ଇଣ୍ଡୋନେସିଆର କେହାଟି ଫାଉଣ୍ଡେସନର ରନି ମେଗାୱାନ୍ତ ଏବଂ କ୍ଷେତ୍ରୀୟ ଉନ୍ନୟନ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ତଥା ଆସିଆନ୍ ସଚିବାଳୟର ଖାଦ୍ୟ, କୃଷି ଏବଂ ଜଙ୍ଗଲ ବିଭାଗର ମୁଖ୍ୟ ଡ. ଫାମ୍ କ୍ୱାଙ୍ଗ ମିନହା ଏହି ପ୍ୟାନେଲ ବାର୍ତ୍ତାଳାପରେ ଗବେଷଣା କରାଯାଇଥିବା ବିଷୟଗୁଡ଼ିକ ମଧ୍ୟରେ ଜ୍ଞାନ ହସ୍ତାନ୍ତର, ବିହନ ବିନିମୟ, ବଜାର ସମ୍ପ୍ରସାରଣ ଏବଂ ବାଜରା ଚାଷ ଏବଂ ବ୍ୟବହାର ପାଇଁ କୃଷକ ଏବଂ ସେଫ୍ ମାନଙ୍କୁ ପ୍ରଶିକ୍ଷଣ ଦେବାରେ ସହଯୋଗାତ୍ମକ ପ୍ରୟାସ ଅନ୍ତର୍ଭୁକ୍ତ ଥିଲା।

ଅନ୍ୟ ଏକ ପ୍ୟାନେଲରେ ଏପେଡାର ସଚିବ ସୁଧାଂଶୁ, ଇଣ୍ଡୋନେସିଆରେ ସଂଯୁକ୍ତ ଜାତିସଂଘର ଏଫ୍ଏଓ ପ୍ରତିନିଧି ରାଜେନ୍ଦ୍ର ଆର୍ଯ୍ୟାଲ ଏବଂ ତିମୋର ଲେଷ୍ଟେ, ଆଇଟିସିର ତେମୋର ଲେସ୍ତେ, ସଚିନ ଶର୍ମା, ଇଣ୍ଡୋନେସିଆର କେହାଟି ଫାଉଣ୍ଡେସନର ରୋନି ମେଗାୱାଣ୍ଟୋ ଏବଂ ଆଡଭାଣ୍ଟା ସିଡ୍ସର ସିଇଓ ହେରି କ୍ରିଷ୍ଟାଣ୍ଟୋ ସାମିଲ ଥିଲେ, ଯାହାର ସଂଚାଳନ ଆଇସିଏଆର-ଆଇଆଇଏମଆରର ନିର୍ଦେଶକ ଡ. ସି ତାରା ସତ୍ୟବତୀ କରିଥିଲେ। ସେ ବାଜରାର ଅନ୍ତର୍ନିହିତ ଜଳବାୟୁ ସହନଶୀଳ ଗୁଣ, କ୍ଷୁଦ୍ର କୃଷକମାନଙ୍କ ପାଇଁ ଲାଭ, ବାଜରା ଚାଷ, ତାହାକୁ ବିକଶିତ କରିବା ଏବଂ ପୋଷକ ଶସ୍ୟର ଚାଷ ପାଇଁ ରଣନୀତି ମାଧ୍ୟମରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ପଦକ୍ଷେପ ନେବା ଉପରେ ଆଲୋକପାତ କରିଥିଲେ।

ଏହି ଦିବସ ଏକ ଆକର୍ଷଣୀୟ ଏସୀୟ ଥିମ୍ ଯୁକ୍ତ ବାଜରା ଭିତ୍ତିକ ମଧ୍ୟାହ୍ନ ଭୋଜନ ସହିତ ଶେଷ ହୋଇଥିଲା, ଯେଉଁଥିରେ ବାଜରାର ବହୁମୁଖୀତା ଏବଂ ପୁଷ୍ଟିକର ମୂଲ୍ୟ କୁ ଦର୍ଶାଯାଇଥିଲା।