Categories
ଆଜିର ଖବର ଜାତୀୟ ଖବର

ଆଜିଠାରୁ ଖୋଲିଲା ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ପୀଠ

ଉତ୍ତରାଖଣ୍ଡ : ଆଜି ସକାଳେ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିର ଖୋଲାଯାଇଛି । କରୋନା ମହମାରୀ ମଧ୍ୟରେ ବିନା ଭକ୍ତଙ୍କ ଭିଡରେ କେଦାରନାଥ ମନ୍ଦିରକୁ ଖୋଲାଯାଇଛି । ଆଜି ସକାଳ 6ଟା 10 ମିନିଟ୍‌ରେ ଭଗବାନ ଶ୍ରୀ କେଦାରନାଥଙ୍କ ମନ୍ଦିର ଖୋଲା ଯାଇଛି । 6 ମାସ ପାଇଁ କେଦାରନାଥ ମନ୍ଦିରକୁ ବିଶ୍ବର ସୁଖ, ସମୃଦ୍ଧି ଓ ଆରୋଗ୍ୟତା କାମନା ଉଦ୍ଦେଶ୍ୟରେ ଖୋଲା ଯାଇଛି ।  ବିଶ୍ବ ଓ ରାଷ୍ଟ୍ରର କଲ୍ୟାଣ ନିମେନ୍ତ ଭଗବାନ କେଦାରନାଥଙ୍କ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ସମ୍ପନ୍ନ କରାଯାଇଛି । ଲକ୍‌ ଡାଉନ୍‌ କାରଣରୁ ଆଜି କେଦାରନାଥଙ୍କ ପ୍ରଥମ ପୂଜା ଅବସରରେ ମୁଖ୍ୟ ପୂଜାରୀଙ୍କ ସମେତ ମାତ୍ର 16 ଜଣ ଲୋକ ସାମିଲ୍‌ ହୋଇଥିଲେ ।

ସାଧାରଣତଃ କେଦାରନାଥଙ୍କ ମନ୍ଦିର ଖୋଲା ହେବା ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗ ଦେଇଥା’ନ୍ତି । କରୋନା ମହାମାରୀ ଯୋଗୁଁ ଭକ୍ତଙ୍କୁ ମନ୍ଦିର ଦର୍ଶନର ଅନୁମତି ମିଳିନାହିଁ । ଚଳିତ ଥର ସୀମିତ ସଂଖ୍ୟାରେ କର୍ମଚାରୀ, ପୂଜାରୀ ଉପସ୍ଥିତ ରହିଥିଲେ । ମନ୍ଦିରରେ କବେଳ ଭୋଗ, ଦ୍ବିପ୍ରହର ଶୃଙ୍ଗାର, ସନ୍ଧ୍ୟକାଳୀନ ଆରତୀ ହେବ ।  କେଦାରନାଥ ମନ୍ଦିରକୁ 10 କୁଇଣ୍ଟାଲ୍‌ ଫୁଲ ଦ୍ବାରା ସଜ୍ଜା ଯାଇଥିଲା ।

ଏହି ଅବସରର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ଶ୍ରଦ୍ଧାଳୁଙ୍କୁ ବାବା କେଦାରନାଥ ଧାମ ଖୋଲିବା ନେଇ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ବାର୍ତ୍ତା ଦେଇ କହିଛନ୍ତି ଯେ, ସମସ୍ତ ଶ୍ରଦ୍ଧାଳୁଙ୍କ ମନୋକାମନା ପୂର୍ଣ୍ଣ ହେଉ, ବାବା କେଦାରନାଥଙ୍କ ଆଶିଷ ସମସ୍ତଙ୍କ ଉପରେ ରହୁ, କରୋନା ମହାମାରୀ କବଳରୁ ବାବା ସମସ୍ତଙ୍କୁ ଉଦ୍ଧାର କରନ୍ତୁ । ବିଶ୍ବ ସଂକଟ ସମୟରେ ଆମେ ଗରେ ରହି ବାବାଙ୍କ ଆରାଧାନ କରିବା ଉଚିତ୍‌ । ସାମାଜିକ ଦ୍ବୂରତ ପାଳନ କରି ଘରେ ରହି ସୁରକ୍ଷିତ ରହିବା ଆବଶ୍ୟକ ବୋଲି କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । (ଏଜେନ୍ସି)