Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପାଳି ଆରମ୍ଭ କରିବେ ରୋହିତ-ଗିଲ!, ଜାଣନ୍ତୁ ଫାଇନାଲରେ ଟିମ୍ ଇଣ୍ଡିଆର କିପରି ହେବ ଖେଳାଳି ଏକାଦଶ

ନୂଆଦିଲ୍ଲୀ: ଜୁନ୍ ୭ ତାରିଖରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ଫାଇନାଲ ମ୍ୟାଚ୍ କେନିଙ୍ଗଟନ୍ ସ୍ଥିତ ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଟିମ୍ ଇଣ୍ଡିଆ ଦ୍ୱିତୀୟ ଥର ପାଇଁ ଟେଷ୍ଟ ଚାମ୍ପିଅନସିପ୍ ର ଟାଇଟଲ୍ ମ୍ୟାଚ୍ ଖେଳିବ। ତେବେ ପ୍ରଥମ ଥର ପାଇଁ ଭାରତୀୟ ଦଳକୁ ଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଟାଇଟଲ୍ ମ୍ୟାଚ୍ ରେ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶ କିପରି ହେବ ଜାଣନ୍ତୁ….

ଓପନିଂ ଯୋଡି:

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଶୁଭମାନ ଗିଲ ଇନିଂସ ଆରମ୍ଭ କରିବେ। ଗିଲ୍ ଉତ୍କୃଷ୍ଟ ଲୟରେ ଅଛନ୍ତି। ସମ୍ପ୍ରତି, ଆଇପିଏଲ୍-୨୦୨୩ ରେ ଗିଲ୍ ସର୍ବାଧିକ ରନ୍ ସ୍କୋର କରି ଅରେଞ୍ଜ କ୍ୟାପ୍ ଜିତିଛନ୍ତି। ଏଥି ସହିତ ସେ ଇଂଲଣ୍ଡ ପରିସ୍ଥିତିରେ ମଧ୍ୟ ବଡ଼ ଇନିଂସ ଖେଳିପାରନ୍ତି।

ମଧ୍ୟମକ୍ରମ:

ଚେତେଶ୍ୱର ପୂଜାରା ତିନି ନମ୍ବରରେ ଖେଳୁଥିବା ଦେଖିବାକୁ ମିଳିବେ। ପୂଜାରା ଦୀର୍ଘ ଦିନ ଧରି ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍ ଖେଳୁଥିଲେ। ଏଭଳି ପରିସ୍ଥିତିରେ ସେ ଫାଇନାଲରେ ଏହାର ଲାଭ ପାଇପାରନ୍ତି। ଅଜିଙ୍କ୍ୟ ରାହାଣେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ପାଇଁ ଟିମ୍ ଇଣ୍ଡିଆକୁ ଫେରିଛନ୍ତି। ତାଙ୍କୁ ଚତୁର୍ଥ ନମ୍ବରରେ ଖେଳୁଥିବା ଦେଖିବାକୁ ମିଳିବ। ଏଥି ସହିତ କିଙ୍ଗ କୋହଲି ତିନି ନମ୍ବରରେ ଖେଳିବେ। ଏଭଳି ପରିସ୍ଥିତିରେ ଫାଇନାଲ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ମଧ୍ୟମ ଅର୍ଡର ଅଭିଜ୍ଞତା ସହିତ ସଜାଯିବ ବୋଲି କହିବା ଭୁଲ୍ ହେବ ନାହିଁ।

ୱିକେଟ କିପର:

ବହୁ ପୂର୍ବତନ କ୍ରିକେଟର ବିଶ୍ବାସ କରନ୍ତି ଯେ, ଋଷଭ ପନ୍ତଙ୍କ ଅନୁପସ୍ଥିତିରେ ୱିକେଟ୍ କିପିଂ ଇଶାନ କିଶାନଙ୍କୁ ଦିଆଯିବା ଉଚିତ। ଏହାର କାରଣ ହେଉଛି ପନ୍ତଙ୍କ ପରି କିଶନ ମଧ୍ୟ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବାରେ ବିଶ୍ୱାସ କରନ୍ତି ଏବଂ ଦଳ ପାଇଁ ଏକ୍ସ ଫ୍ୟାକ୍ଟର୍ ବୋଲି ପ୍ରମାଣ କରିପାରନ୍ତି। ତେବେ ଦଳ କେ.ଏସ୍ ଭରତଙ୍କ ସହ ଯାଇପାରନ୍ତି କାରଣ ସେ ଦୀର୍ଘ ଦିନ ଧରି ଦଳ ସହ ରହିଆସିଛନ୍ତି।

ବୋଲିଂ ବିଭାଗ:

ଫାଇନାଲ୍ ମ୍ୟାଚ୍ ରେ ଆମେ ଅଶ୍ୱିନ୍ ଏବଂ ଜାଡେଜାଙ୍କ ଯୋଡିକୁ ପଡିଆରେ ଦେଖିପାରିବା। ଏହାର ମୁଖ୍ୟ କାରଣ ହେଉଛି ଜାଡେଜା ବ୍ୟାଟିଂରେ କ୍ରମାଗତ ରନ୍ ସ୍କୋର କରୁଛନ୍ତି ଏବଂ ଷଷ୍ଠ ନମ୍ବରରେ ଖେଳୁଛନ୍ତି। ଏହା ବ୍ୟତୀତ ଅଶ୍ୱିନ ମଧ୍ୟ ବଡ଼ ଇନିଂସ ଖେଳିବାରେ ଧୁରନ୍ଧର। ସେହିଭଳି ଦ୍ରୁତ ବୋଲିଂରେ ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜଙ୍କୁ ଦେଖିବାକୁ ମିଳିପାରେ।

ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (କ୍ୟାପଟେନ୍), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ରବିନ୍ଦ୍ର ଜାଡେଜା, କେ.ଏସ୍ ଭରତ (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶୀରଜ।