Categories
ଆଜିର ଖବର ରାଜ୍ୟ ଖବର

ଧାମରାରେ ବାତ୍ୟା ଦାନା ଆକଳନ କଲେ କେନ୍ଦ୍ରୀୟ ଟିମ

ଭୁବନେଶ୍ଵର: ନିକଟରେ ଘଟିଥ‌ିବା ବାତ୍ୟା ଦାନା ଆକଳନ ପାଇଁ କେନ୍ଦ୍ରୀୟ ଟିମ ଭଦ୍ରକ ଜିଲ୍ଲା ଧାମରା ଠାରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଏଥ୍‌ରେ ବିଭାଗୀୟ ନିର୍ଦ୍ଦେଶକ ଡକ୍ଟର ମାନସିଂହ,ଜଳ ଶକ୍ତି ବିଭାଗର ନିର୍ଦ୍ଦେଶକ ସୁଶାନୁ ସାମଲ,ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଯୋଗ ଦେଇ ଛନ୍ତି।

ଏହି କେନ୍ଦ୍ରୀୟ ଦଳ ଧାମରା ର ବିଭିନ୍ନ ଅଞ୍ଚଳ ରେ ଯାଇ ବାତ୍ୟା ଦାନା ରେ କ୍ଷୟକ୍ଷତି ହୋଇ ଥୂବା ଧାନ ଚାଷ ଜମି ଦେଖୁବା ସହିତ ସ୍ଥାନୀୟ ଚାଷୀ ଏବଂ ଗ୍ରାମବାସୀ ଙ୍କ ସହିତ ଆଲୋଚନା କରି ଥିଲେ। ଏହି କେନ୍ଦ୍ରୀୟ ଟିମ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଙ୍କୁ କ୍ଷୟ କ୍ଷତି ଆକଳନ ର ରିପୋର୍ଟ ପ୍ରଦାନ କରିବେ ବୋଲି ଜଣା ପଡ଼ିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଓଡିଶାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର: ଓଡ଼ିଶାରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ୪ ଜଣିଆ ମେଡିକାଲ ଟିମର ସଦସ୍ୟମାନେ ଗତକାଲି ଝାରସୁଗୁଡାରେ ପହଞ୍ଚିଛନ୍ତି । ଆଜି ସେମାନେ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ଟିମରେ ଯେଉଁମାନେ ଅଛନ୍ତି ସେମାନେ ହେଲେ ଡକ୍ଟର ସମୀର ଗୁଲାଟି, ପ୍ରଫେସର, ମେଡିସିନ, ଏଲଏଚଏମସି ଏବଂ ଏସଏସକେଏଚ୍, ଡକ୍ଟର ତୁଷାର ନାଲେ, ଡେପୁଟି ଡାରେକ୍ଟର (ପବ୍ଲିକ ହେଲଥ୍ ସ୍ପେଶାଲିଷ୍ଟ), ସେଣ୍ଟର ଫର୍ ଓ୍ୱାନ୍ ହେଲଥ୍, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଡାକ୍ତର ଧରା ବି ଶାହ, ଆସିଷ୍ଟାଣ୍ଟ ଡାରେକ୍ଟର,ମାଇକ୍ରୋବାୟୋଲୋଜି, ଆଇଡିଏସପି, ନ୍ୟାସନାଲ ସେଣ୍ଟର ଫର୍ କଣ୍ଟ୍ରୋଲ, ଦିଲ୍ଲୀ , ଡକ୍ଟର ଆରୁଷି ଘାଇ, ଇଆଇଏସ ଅଫିସର, ଆଇଡିଏସପି, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଦିଲ୍ଲୀ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋଭିଡ ମାମଲା ବଢୁଥିବା 6ଟି ରାଜ୍ୟକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପଠାଇଲା ସ୍ୱତନ୍ତ୍ର ଦଳ

ନୂଆଦିଲ୍ଲୀ, ଏବେ ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାକୁ ଲାଗିଥିବା ବେଳେ ଓଡ଼ିଶା ସମେତ ୬ଟି ରାଜ୍ୟରେ ସଂକ୍ରମଣ କମୁନାହିଁ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓଡ଼ିଶା ଏବଂ ଅନ୍ୟ ୫ଟି ରାଜ୍ୟକୁ ଟିମ୍ ପଠାଇଛନ୍ତି । ଏହି କେନ୍ଦ୍ରୀୟ ଟିମ୍ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁରକୁ ମଧ୍ୟ ଯାଇଛନ୍ତି।

ଓଡ଼ିଶାକୁ ପଠାଯାଇଥିବା ଟିମର ନେତୃତ୍ୱ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ଏ ଡାନ୍ ନେଉଛନ୍ତି । କୋଭିଡ ମହାମାରୀର ମୁକାବିଲା ଏବଂ ପରିଚାଳନା ଲାଗି ରାଜ୍ୟଗୁଡ଼ିକ ଉଦ୍ୟମ ଜାରି ରଖିଥିବା ବେଳେ କେନ୍ଦ୍ରୀୟ ଟିମ୍ ଗୁଡ଼ିକ ସେମାନଙ୍କୁ ଏ ବାବଦରେ ସହଯୋଗ ଯୋଗାଇଦେବେ ।

କେନ୍ଦ୍ର ସରକାର ‘ସମ୍ପୂର୍ଣ୍ଣ ସରକାର’ ଏବଂ ‘ସମ୍ପୂର୍ଣ୍ଣ ସମାଜ’ ଦୃଷ୍ଟିକୋଣ ସହିତ ଏହି ବିଶ୍ୱ ମହାମାରୀ ବିରୋଧରେ ଲଢ଼େଇର ନେତୃତ୍ୱ ନେଉଛନ୍ତି । କୋଭିଡ ପରିଚାଳନା ପାଇଁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ପ୍ରୟାସକୁ ମଜଭୁତ କରିବା ସକାଶେ ଜାରି ରହିଥିବା ଉଦ୍ୟମ ଭାବେ କେନ୍ଦ୍ର ସରକାର ସମୟ ସମୟରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ପରିଦର୍ଶନ ନିମନ୍ତେ କେନ୍ଦ୍ରୀୟ ଟିମ ମୁତୟନ କରୁଛନ୍ତି ।

ଏହି କେନ୍ଦ୍ରୀୟ ଟିମ୍ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି ଏବଂ ସେମାନଙ୍କ ସମ୍ମୁଖରେ ଆସୁଥିବା ଆହ୍ୱାନ ଓ ପ୍ରସଙ୍ଗକୁ ପ୍ରତ୍ୟକ୍ଷ ଭାବେ ସମୀକ୍ଷା କରି ସୂଚନା ହାସଲ କରୁଛନ୍ତି । ଏହାଦ୍ୱାରା ସେମାନଙ୍କର କାର‌୍ୟ୍ୟକଳାପକୁ ଆହୁରି ମଜଭୁତ କରାଯାଇ ପାରିବ ଏବଂ ଯଦି କିଛି ପ୍ରତିବନ୍ଧକ ବା ବାଧା ରହିଥାଏ, ତାହା ଦୂର ହୋଇପାରିବ ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଆଜି ଓଡ଼ିଶା ସମେତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁରରେ ଟିମ୍ ମୁତୟନ କରିଛନ୍ତି । ଏହି ରାଜ୍ୟଗୁଡ଼ିକରେ ଏବେ କୋଭିଡ-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ମଣିପୁରକୁ ପଠାଯାଇଥିବା ଟିମର ନେତୃତ୍ୱ ଇଏମଆରର ଅତିରିକ୍ତ ଡିଡିଜି ଓ ନିର୍ଦ୍ଦେଶକ ଡ. ଏଲ୍ ସ୍ୱସ୍ତିଚରଣ ନେଉଥିବା ବେଳେ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ପ୍ରଫେସର ଡ. ସଞ୍ଜୟ ସାଧୁଖାନଙ୍କ ନେତୃତ୍ୱରେ ଏକ ଟିମ୍ ଅରୁଣାଚଳ ପ୍ରଦେଶ ପଠାଯାଇଛି ।

ସେହିଭଳି ତ୍ରିପୁରାକୁ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ପ୍ରଫେସର ଡ. ଆର୍ ଏନ୍ ସିହ୍ନା ଦିର୍ଙ୍କ ନେତୃତ୍ୱରେ ଟିମ୍ ପଠାଯାଇଥିବା ବେଳେ କେରଳ ପାଇଁ ଆରଓଏଚଏଫଡବ୍ଲ୍ୟୁର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଜିଆର୍.-୨ ଡ. ରୁଚି ଜୈନଙ୍କ ନେତୃତ୍ୱରେ ଟିମ୍ ମୁତୟନ କରାଯାଇଛି । ଓଡ଼ିଶା ନିମନ୍ତେ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ଏ ଡାନଙ୍କ ନେତୃତ୍ୱରେ ଟିମ୍ ପଠାଯାଇଥିବା ବେଳେ ଛତିଶଗଡ଼ରେ ଏମସ ରାୟପୁର ସହକାରୀ ପ୍ରଫେସର ଡ. ଦିବାକର ସାହୁଙ୍କ ନେତୃତ୍ୱରେ ଟିମ୍ ମୁତୟନ କରାଯାଇଛି । ମହାମାରୀର ସଫଳ ମୁକାବିଲା ଓ ପରିଚାଳନା ନିମନ୍ତେ ରାଜ୍ୟଗୁଡ଼ିକ ଯେଉଁ ଉଦ୍ୟମ କରୁଛନ୍ତି, ଏହି ଟିମ୍ ଗୁଡ଼ିକ ସେଥିରେ ସହଯୋଗ କରିବେ ।

ଏହି ରାଜ୍ୟଗୁଡ଼ିକୁ ପଠାଯାଇଥିବା ଦୁଇ ସଦସ୍ୟବିଶିଷ୍ଟ ଉଚ୍ଚସ୍ତରୀୟ ଟିମରେ ଜଣେ ଚିକିତ୍ସକ ଓ ଜଣେ ଜନସେବା ବିଶେଷଜ୍ଞ ସାମିଲ ଅଛନ୍ତି । ଏହି ଟିମଗୁଡ଼ିକ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ତୁରନ୍ତ ଗସ୍ତ କରି କୋଭିଡ-୧୯ ପରିଚାଳନା, ବିଶେଷକରି ଟେଷ୍ଟିଙ୍ଗ, ନିରୀକ୍ଷଣ, ନିୟନ୍ତ୍ରଣ ଓ ପରିଚାଳନା ଆଦିର ସାମଗ୍ରିକ କାଯ୍ୟକାରିତାର ତଦାରଖ କରିବେ । ଏହାସହିତ କୋଭିଡ ଉପଯୁକ୍ତ ବ୍ୟବହାର ଓ ଏହାର ପ୍ରବର୍ତ୍ତନ, ହସ୍ପିଟାଲ ଶଯ୍ୟାର ଉପଲବ୍ଧତା, ଉପଯୁକ୍ତ ଲଜିଷ୍ଟିକ୍ସ ଯଥା ଆମ୍ବୁଲାନ୍ସ, ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ ଆଦି, ଏବଂ ସର୍ବୋପରି କୋଭିଡ-୧୯ ଟିକାକରଣ ଅଗ୍ରଗତିର ମଧ୍ୟ ତଦାରଖ କରିବେ । ଟିମଗୁଡ଼ିକ କୋଭିଡ ସ୍ଥିତିର ତଦାରଖ ସହିତ ପ୍ରତିକାର ପଦକ୍ଷେପ ବାବଦରେ ମଧ୍ୟ ପରାମର୍ଶ ପ୍ରଦାନ କରିବେ ।

କେନ୍ଦ୍ରୀୟ ଟିମ୍ ଗୁଡ଼ିକ ସ୍ଥିତିର ମୂଲ୍ୟାୟନ କରିବେ ଏବଂ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ଜନସ୍ୱାସ୍ଥ୍ୟ କାର‌୍ୟ୍ୟକଳାପ ସଂକ୍ରାନ୍ତରେ ପ୍ରତିକାର ପଦକ୍ଷେପ ଆଦି ନେଇ ପରାମର୍ଶ ପ୍ରଦାନ କରିବେ । ଏ ସଂକ୍ରାନ୍ତ ରିପୋର୍ଟର ନକଲଗୁଡ଼ିକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ରୀୟ ଟିମକୁ ବାତ୍ୟା ୟଶର ପ୍ରଥାମିକ ହିସାବ ଦେଲେ ରାଜ୍ୟ ସରକାର, ଜାଣନ୍ତୁ କେତେ ହୋଇଛି କ୍ଷତି

ଭୁବନେଶ୍ବର, ବାତ୍ୟା ୟଶ କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ଆସିଥିବା କେନ୍ଦ୍ରୀୟ ଦଳ ନିଟକରେ ରାଜ୍ୟ ସରକାର ପ୍ରାଥମିକ ରିପୋର୍ଟ ଉପସ୍ଥାପିତ କରିଛନ୍ତି। ପ୍ରାଥମିକ ଆକଳନ ଅନୁସାରେ ୧୧ ଟି ଜିଲ୍ଲାର ୨୧୩୮ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପ୍ରାୟ ୧୦୬୪୪ ଗ୍ରାମ ଏବଂ  ୩୦ ଟି ସହରାଞ୍ଚଳର  ପ୍ରାୟ ୪୨୫ ଟି  ଓ୍ୱାର୍ଡ ଏହି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି ।ଏଥିରେ ପ୍ରାୟ ୭୫ ଲକ୍ଷରୁ  ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ୨୬୭୮୧ ଘର ଭାଙ୍ଗି ଯାଇଛି ଏବଂ ୧୨.୭୭ ଲକ୍ଷ ପ୍ରାଣୀ ସଂପଦ ପ୍ରଭାବିତ ହୋଇଛନ୍ତି ବୋଲି ରାଜ୍ୟ ସରକାର ଜଣାଇଛନ୍ତି।

ଉପକୂଳବର୍ତ୍ତୀ ଗ୍ରାମ ଓ ସମ୍ବେଦନଶୀଳ ସ୍ଥାନମାନଙ୍କରେ ବସବାସ କରୁଥିବା ଲୋକମାନଙ୍କର ସୁରକ୍ଷା ନିମନ୍ତେ ପ୍ରାୟ ୭.୧୦ ଲକ୍ଷ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇ ଥିଲା। ଏହାଛଡା ପ୍ରାୟ ୬୩୪୮.୪ ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଛି। ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ସଠିକ୍ ଆକଳନ କରାଯାଉଛି ଏବଂଏହା ଚଳିତ ସପ୍ତାହ ମଧ୍ୟରେ ଶେଷ ହେବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଥିଲେ।