Categories
ଆଜିର ଖବର ରାଜ୍ୟ ଖବର

ମୁଣ୍ଡଳୀସ୍ଥିତ ସିଆଇଏସଏଫ କେଆରଟିସିକୁ ସମ୍ମାନଜନକ ସିବିସି ମାନ୍ୟତା

ଭୁବନେଶ୍ଵର: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନ କଟକ ମୁଣ୍ଡଳୀସ୍ଥିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ଖାରବେଳ କ୍ଷେତ୍ର ତାଲିମ କେନ୍ଦ୍ର (କେଆରଟିସି) କୁ ଜାତୀୟ ସିଭିଲ ସେବା ତାଲିମ ପ୍ରତିଷ୍ଠାନ (ଏନଏସସିଏସଟିଆଇ) ମାନକ ଅଧୀନରେ କ୍ଷମତା ନିର୍ମାଣ ଆୟୋଗ ପକ୍ଷରୁ ‘ଉତ୍କୃଷ୍ଟ’ ବା ‘ସର୍ବୋତ୍ତମ’ ମାନ୍ୟତା ଏବଂ ଥ୍ରୀ ଷ୍ଟାର୍‌ ଗ୍ରେଡିଂ ପ୍ରଦାନ କରାଯାଇଛି।

ଶ୍ରୀ ଚୌଧୁରୀ ଭେଙ୍କଟେଶ୍ୱର ରାଓଙ୍କ ନେତୃତ୍ୱରେ ଏକ ଦଳ ଏବଂ ସିବିସିର ବିଶେଷଜ୍ଞଙ୍କ ଦ୍ୱାରା ୨୯ ଓ ୩୦ ମେରେ କରାଯାଇଥିବା ଏକ କଠୋର ମୂଲ୍ୟାଙ୍କନ ଏବଂ କ୍ଷେତ୍ରୀୟ ଆକଳନ ପରେ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଏହି ମୂଲ୍ୟାଙ୍କନ ଆଠଟି ସ୍ତମ୍ଭ ପ୍ରତି ସିଆଇଏସଏଫ କେଆରଟିସି ମୁଣ୍ଡଳୀର ଅନୁପାଳନକୁ ମୂଲ୍ୟାଙ୍କନ କରିଥିଲା। ସେଗୁଡ଼ିକ ହେଲା : ତାଲିମ ଆବଶ୍ୟକତା ଆକଳନ ଓ ପାଠ୍ୟକ୍ରମ ଡିଜାଇନ, ପ୍ରଶିକ୍ଷକଙ୍କ ବିକାଶ, ସମ୍ବଳ ଓ ତାଲିମ ଲକ୍ଷ୍ୟ, ପ୍ରଶିକ୍ଷାର୍ଥୀଙ୍କୁ ସହାୟତା, ଡିଜିଟାଲକରଣ ଓ ତାଲିମ ପ୍ରଦାନ, ସହଭାଗିତା, ତାଲିମ ମୂଲ୍ୟାଙ୍କନ ଓ ଗୁଣବତ୍ତା ଆଶ୍ୱାସନା ଏବଂ ପରିଚାଳନା ଓ ପ୍ରଶାସନ। ଏହି ମାନ୍ୟତା ଉଚ୍ଚମାନର ଶିକ୍ଷା ଏବଂ ତାଲିମ କାର୍ଯ୍ୟକ୍ରମ ପ୍ରଦାନ କରିବା ପ୍ରତି ସିଆଇଏସଏଫ କେଆରଟିସି ମୁଣ୍ଡଳୀର ପ୍ରତିବଦ୍ଧତାକୁ ସୂଚିତ କରେ।

ଉଲ୍ଲେଖଯୋଗ୍ୟଏହି ପ୍ରତିଷ୍ଠାନ ପୂର୍ବରୁ ୨୦୧୯-୨୦ ରେ ଅନ୍ୟ ରାଙ୍କ’ ବର୍ଗରେ ସମସ୍ତ ସିଏପିଏଫ ତାଲିମ କେନ୍ଦ୍ର ମଧ୍ୟରେ ସର୍ବୋତ୍ତମ ତାଲିମ ପ୍ରତିଷ୍ଠାନ ଭାବରେ ବିବେଚିତ ହୋଇଥିଲା ଏବଂ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀଙ୍କ ଟ୍ରଫି ହାସଲ କରିଥିଲା। ଏହି ସଫଳତା ସିଆଇଏସଏଫ କେଆରଟିସି ମୁଣ୍ଡଳୀର ଉତ୍କର୍ଷତା ଦିଗରେ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

Categories
ଆଜିର ଖବର ଜାତୀୟ ଖବର

୬୦ଟି ବିମାନ ବନ୍ଦରରେ ସିଆଇଏସଏଫଙ୍କ ସ୍ଥାନରେ ମୁତୟନ ହେବେ ପିଏସଏ ସୁରକ୍ଷା କର୍ମୀ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ନିଷ୍ପତ୍ତିକ୍ରମେ, ଦେଶର ୬୦ଟି ବିମାନ ବନ୍ଦରରେ ଅଣ-ମୁଖ୍ୟ କାର୍ଯ୍ୟ ସମ୍ପାଦନ ଲାଗି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ସ୍ଥାନରେ ମୋଟ୍‌ ୧୯୨୪ ଜଣ ଘରୋଇ ସୁରକ୍ଷା ଏଜେନ୍ସି (ପିଏସଏ) ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ।

ଏହି ନିଷ୍ପତ୍ତି ଦ୍ବାରା ସୁରକ୍ଷା ବାବଦ ଖର୍ଚ୍ଚ ହ୍ରାସ ପାଇବ ଏବଂ ଏସବୁ ସ୍ଥାନରେ ନିୟୋଜିତ ସିଆଇଏସଏଫ କର୍ମୀମାନଙ୍କୁ ଅନ୍ୟ ବିମାନ ବନ୍ଦରରେ ମୁତୟନ କରାଯାଇପାରିବ ଯାହାକି ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। ଆହୁରି ନୂଆ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ବନ୍ଦର ଗୁଡ଼ିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ସହାୟତା ମିଳିପାରିବ।

୪୫ଟି ବିମାନ ବନ୍ଦରରେ ଅଣ-ମୁଖ୍ୟ ପଦବୀରେ କାର୍ଯ୍ୟ କରିବା ଲାଗି ପୁନର୍ବାସ ମହାନିର୍ଦ୍ଦେଶାଳୟ (ଡିଜିଆର) ପ୍ରାୟୋଜିତ ସୁରକ୍ଷା ଏଜେନ୍ସିରୁ ୫୮୧ ଜଣ ସୁରକ୍ଷା କର୍ମୀମାନଙ୍କୁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ନିଯୁକ୍ତି ଦେଇସାରିଛନ୍ତି। ବିମାନ ଚଳାଚଳ ସୁରକ୍ଷା (ଏଭିଏସଇସି) ପ୍ରଶିକ୍ଷଣ ସମ୍ପୂର୍ଣ୍ଣ ହେବା ପରେ ଏସବୁ ସୁରକ୍ଷା କର୍ମୀମାନଙ୍କୁ ଚୟନିତ ବିମାନ ବନ୍ଦରରେ ମୁତୟନ କରାଯିବ । ଏବେ ସୁଦ୍ଧା ୧୬ଟି ବିମାନ ବନ୍ଦର ପାଇଁ ୧୬୧ ଜଣ ଡିଜିଆର ସୁରକ୍ଷା କର୍ମୀ ଏଭିଏସଇସି ପ୍ରଶିକ୍ଷଣ ନେଉଛନ୍ତି ଏବଂ ପ୍ରଶିକ୍ଷଣ ଶେଷ ହେବା ପରେ ୨୪ ସେପ୍ଟେମ୍ବର ୨୦୨୨ ଠାରୁ ସେମାନଙ୍କୁ ନିୟୋଜିତ କରାଯିବ।

କୋଲକାତା ବିମାନବନ୍ଦର ଠାରେ, ଏଭିଏସଇସି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ କରିସାରିଥିବା ୭୪ ଜଣ ଡିଜିଆର ସୁରକ୍ଷା କର୍ମୀଙ୍କୁ ୯ ସେପ୍ଟେମ୍ବର ୨୦୨୨ ଠାରୁ ମୁତୟନ କରାଯାଇ ସାରିଛି। ଅବଶିଷ୍ଟ ସୁରକ୍ଷା କର୍ମୀମାନଙ୍କର ମୁତୟନ ଲାଗି ବର୍ତ୍ତମାନ ପ୍ରକ୍ରିୟା ଜାରି ରହିଛି।