Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହ

ନୂଆଦିଲ୍ଲୀ/ଭୁବନେଶ୍ୱର: ସଂସ୍କୃତ ଆମର ଅସ୍ମିତା, ସଭ୍ୟତା ଓ ସଂସ୍କୃତିର ମୂଳ ଆଧାର ବୋଲି ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତିଙ୍କ ସହ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସଂସ୍କୃତ ଭାଷା ବହୁ ଭାଷାର ଜନନୀ ଅଟେ। ସଂସ୍କୃତ ଭାଷା ଆମର ପ୍ରଗତିର ପରିଚୟ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସ୍କୃତ ଭାଷା ଏବଂ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ଭାରତର ଛାତ୍ରଛାତ୍ରୀ ସମଗ୍ର ଶିକ୍ଷା ପ୍ରାପ୍ତ କରି ଆତ୍ମନିର୍ଭର ହେବା ସହ ସମର୍ପଣ ଭାବନାର ସହିତ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ରଖିବା ପାଇଁ ଜାତୀୟ ଶିକ୍ଷା ନୀତି ଗୁରୁତ୍ୱ ଦେଉଛି।

ମୋଦୀ ସରକାରରେ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ସଂସ୍କୃତ, ବେଦ ଏବଂ ଭାରତୀୟ ଜ୍ଞାନ ପରମ୍ପରାକୁ ଏକବିଂଶ ଶତାବ୍ଦୀର ଆଧୁନିକ ଶିକ୍ଷା ବ୍ୟବସ୍ଥା ସହ ଯୋଡାଯାଉଛି। ସଂସ୍କୃତ ଭାଷାର ଉନ୍ନତି ପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସଂସ୍କୃତ ଗବେଷଣାକୁ ପ୍ରୋତ୍ସାହନ, ସ୍କୁଲ ଓ କଲେଜରେ ସଂସ୍କୃତ ଛାତ୍ରବୃତ୍ତି ସହ ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନରେ ସଂସ୍କୃତ ସେଣ୍ଟର ପ୍ରତିଷ୍ଠା କରାଯାଉଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସଂସ୍କୃତ ଓ ଅନ୍ୟ ଭାଷା ସହିତ ଯୋଡିବା ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାରତ ସରକାରଙ୍କ ସହଯୋଗରେ ବିଶେଷତଃ ପାଞ୍ଚଟି ପରିଯୋଜନା ଯଥା ଆୟୁର୍ବେଦ ଗୁରୁକୁଳମ, ଭାରତୀୟ ଜ୍ଞାନ ପ୍ରଣାଳି, ହିନ୍ଦୁ ଅଧ୍ୟୟନ କେନ୍ଦ୍ର, ଇଣ୍ଡିଆନ୍ ନଲେଜ୍ ସିଷ୍ଟମ ପ୍ରଶିକ୍ଷଣ କେନ୍ଦ୍ର ପରିଚାଳିତ କରୁଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶରେ ବୌଦ୍ଧିକ ଶିକ୍ଷା ପ୍ରଦାନ କରିବା ପାଇଁ ୨୦୨୨ରେ ମହର୍ଷି ସନ୍ଦିପାନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ ଓ ସଂସ୍କୃତ ଶିକ୍ଷା ବୋର୍ଡର ସ୍ଥାପନା କରିଛନ୍ତି।

ସେ ଆହୁରି କହିଛନ୍ତି ଯେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଂସ୍କୃତ ଓ ଆୟୁର୍ବେଦ ମଧ୍ୟରେ ଥିବା ଦୂରତାକୁ ପୂରଣ କରିବାରେ ବିଶ୍ୱବିଦ୍ୟାଳୟ ଅଭିନବ ପ୍ରୟାସ କରିଛି। ଜାତୀୟ ଶିକ୍ଷା ନୀତିକୁ କ୍ରିୟାନ୍ୱୟନ କରିଥିବା ଏହି ବିଶ୍ୱବିଦ୍ୟାଳୟରେ ଅପାର ଆଇଡି, ଏକାଡେମିକ୍ ବ୍ୟାଙ୍କ୍ ଅଫ୍ କ୍ରେଡିଟ୍ ଭଳି ଟେକ୍ନୋଲୋଜି ପୂର୍ବରୁ ଉପଲବ୍ଧ ହେବା ଖୁସିର ବିଷୟ। ବିଦ୍ୟାର୍ଥୀ ଓ୍ୱେଲଥ୍ କ୍ରିଏସନ ଏବଂ ଓ୍ୱେଲ ଫେୟାର ମଧ୍ୟରେ ସମନ୍ୱୟ ସ୍ଥାପିତ କରି ଏକବିଂଶ ଶତାବ୍ଦୀକୁ ଭାରତୀୟ ଶତାବ୍ଦୀ ରୂପରେ ପରିବର୍ତ୍ତିତ କରିବା ପାଇଁ ପ୍ରତିବଦ୍ଧ କରିବେ ବୋଲି ମୋର ବିଶ୍ୱାସ ରହିଥି। ଆମ ସମସ୍ତଙ୍କୁ ଭାରତୀୟ ଦର୍ଶନ ଏବଂ ଭାରତର ଜ୍ଞାନକୁ ସମଗ୍ର ଦୁନିଆର ନାଗରିକଙ୍କ ପାଖରେ ଅଧିକରୁ ଅଧିକ ଭାଷାରେ ଉପଲବ୍ଧ କରାଇବା ପାଇଁ ପ୍ରୟାସ କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିବା ସହ ଆଜିର ଅବସରରେ ଡିଗ୍ରୀ ଓ ସ୍ୱର୍ଣ୍ଣ ପଦକ ପାଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କିଟ୍‌, ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ଓ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

ଭୁବନେଶ୍ୱର/ପୁରୀ: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଅନୁଷ୍ଠିତ ହେବ। ଏଥିପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ରାଜ୍ୟବ୍ୟାପୀ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଭାରତର ଜି-୨୦ ଅଧ୍ୟକ୍ଷତାକୁ ନେଇ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହି ଅବସରରେ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ଶିଖର ଚଣ୍ଡି ପାହାଡ଼ ଉପରେ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା। କିଟ୍‌ ବିଶ୍ୱବିଦ୍ୟାଳୟର ୨୫୦ରୁ ଅଧିକ ଛାତ୍ରଛାତ୍ରୀ ପାହାଡ଼ ଆଖପାଖ ଅଞ୍ଚଳରେ ସଫେଇ କରିଥିଲେ। ଏଥିରେ ବିଶ୍ୱବିଦ୍ୟାଳୟର କର୍ମଚାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।

ସେହିପରି ଭୁବନେଶ୍ୱର ସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଏକ ସଚେତନତା ପଦଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।

ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ପୁରୀ ସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀ ସଦାଶିବ କ୍ୟାମ୍ପସ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଏଥିରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ‘ଉତ୍କର୍ଷ ମହୋତ୍ସବ’ରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ସଂସ୍କୃତ ଭାଷା ଆମର ବେଦ ଭାଷା ଓ ଆଦ୍ୟ ଭାଷା। ସଂସ୍କୃତ କେବଳ ଏକ ଭାଷା ନୁହେଁ ଆମର ଏକ ଆବେଗ ଓ ଅଭିବ୍ୟକ୍ତିର ପରିପ୍ରକାଶ ବୋଲି ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ‘ଉତ୍କର୍ଷ ମହୋତ୍ସବ’ରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ସମସ୍ତ ଭାଷା ଗୁଡ଼ିକ ଶ୍ରେଷ୍ଠ । ଭାରତୀୟ ଭାଷାର ବିବିଧତା ମଧ୍ୟରେ ଯେଉଁ ଏକତା ଅଛି ସେଥିରେ ସଂସ୍କୃତର ବହୁତ ବଡ଼ ଯୋଗଦାନ ରହିଛି। ସଂସ୍କୃତ ଭାଷାର ମହତ୍ୱ କଣ ଏହା ଆମକୁ ବୁଝିବାକୁ ହେବ। ସଂସ୍କୃତ ଭାଷା ଆମର ବେଦ ଭାଷା ଓ ଆଦ୍ୟ ଭାଷା। ଚୀନ ପରିବ୍ରାଜକ ହୁଏନସାଂ ଭାରତ ଭ୍ରମଣରେ ଆସିଥିବା ବେଳେ ବିଭିନ୍ନ ସ୍ଥାନ ପରିଦର୍ଶନ ପରେ ସଂସ୍କୃତରେ ଲିଖିତ ଏକାଧିକ ଭାରତୀୟ ଗ୍ରନ୍ଥାବଳୀ ସାଙ୍ଗରେ ନେଇ ଚୀନ ପ୍ରତ୍ୟାବର୍ତନ କରିଥିଲେ। ସେ ସମୟର ଗ୍ରନ୍ଥାବଳୀରୁ ସଂସ୍କୃତ ଭାଷାର ମହତ୍ୱ କେତେ ଥିଲା ଏ ସବୁରୁ ଜଣାପଡ଼େ। ସେହିପରି ଆଜିର ଦିନରେ ରାଇସିନିଆ ଡ଼ାଇଲୋଗକୁ ବିଚାର କଲେ ସଂସ୍କୃତର ସହଜତା ଓ ଆଧୁନିକତା ଏବଂ ବୈଜ୍ଞାନିକ ପୃଷ୍ଠଭୂମିର କୌଣସି ପ୍ରମାଣର ଆବଶ୍ୟକତା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସେ କହିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ବେଦର ଭାଷା ସଂସ୍କୃତର ବୈଜ୍ଞାନିକତା, ପୁନରୁଦ୍ଧାର, ସଂସ୍କୃତ ସହ ଜଡ଼ିତ ଭାରତୀୟତାର ପରିଚୟ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ସଭ୍ୟତାକୁ ଅବଲୋକନ କଲେ ଆମ ସମାଜ ସଂସ୍କୃତି ସମ୍ପନ୍ନ, ଭୌତିକ ସମ୍ପନ୍ନ ତଥା ଭାରତୀୟ ଶିକ୍ଷା ବ୍ୟବସ୍ଥାର ଗଭୀରତା ବୁଝାପଡ଼େ। ଆମର ସଭ୍ୟତାକୁ ଆଗାମୀ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଆଗକୁ ନେବାର ଦାୟିତ୍ୱ ଆମ ସମସ୍ତଙ୍କ ଉପରେ ନ୍ୟସ୍ତ ରହିଛି। ଏକବିଂଶ ଶତାବ୍ଦୀରେ ଭାରତକୁ ଆତ୍ମନିର୍ଭର କରିବା ଏବଂ ବିଶ୍ୱ କଲ୍ୟାଣର ମାର୍ଗ ପ୍ରଶସ୍ତ କରିବା ପାଇଁ ଭାରତୀୟ ଶିକ୍ଷା ବ୍ୟବସ୍ଥା କିଭଳି ହେବା ଦରକାର ସେ ନେଇ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରି ମହାନ ଅନୁଷ୍ଠାନ ରୋଡମ୍ୟାପ୍ ପ୍ରସ୍ତୁତ କରିବା ଦରକାର। ଆମର ପୁଞ୍ଜି ହେଉଛି ଜ୍ଞାନ, ଶିକ୍ଷା, ମାନବିକତା ଏବଂ ବୌଦ୍ଧିକ କ୍ଷମତା। ଏ ସବୁର ଉପଯୋଗ କରି ଭାରତ ଓ ବିଶ୍ୱ କଲ୍ୟାଣରେ ବ୍ରତୀ ହେବା ଦରକାର।

ବର୍ତ୍ତମାନ ସମୟରେ ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତି(ଏନଇପି)ର କ୍ରିୟାନ୍ୱୟନ ହେଉଛି । ଶିକ୍ଷା ନୀତିରେ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବିଔପନିବେଶୀକରଣର ଆଧିପତ୍ୟକୁ ସମାପ୍ତ କରି ଭାରତୀୟତା ଆଧାରିତ ଶିକ୍ଷା ବ୍ୟବସ୍ଥା କରିବା ଏବଂ ଭାରତୀୟ ଜ୍ଞାନ ଓ ଭାଷାକୁ ଗୁରୁତ୍ୱ ଦିଆଯାଇଛି। ରାଷ୍ଟ୍ରୀୟ ଶିକ୍ଷା ନୀତିର ପରିକଳ୍ପନାରେ ଆମକୁ ସଂସ୍କୃତ ସମେତ ସମସ୍ତ ଭାରତୀୟ ଭାଷାକୁ ପ୍ରଧାନ୍ୟ ଦେବାକୁ ହେବ। ଏହାବ୍ୟତିତ ଶିକ୍ଷା ନୀତି ଅଧୀନରେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ୩ ବର୍ଷରୁ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ବାଲବାଟିକା ଗୁଡ଼ିକରେ ଗୁଣାତ୍ମକ, ନିପୁଣ ଭାରତ, ବିଦ୍ୟା ପ୍ରବେଶ, ପରୀକ୍ଷାରେ ସଂସ୍କାର ଏବଂ କଳାସହ ସମନ୍ୱିତ ଶିକ୍ଷା, ଖେଳନା ଆଧାରିତ ଶିକ୍ଷା ପ୍ରଦାନ ଭଳି ଅଭିନବ ଶିକ୍ଷାଦାନ ବ୍ୟବସ୍ଥା କ୍ରିୟାନ୍ୱୟନ କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।