Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ଭୁବନେଶ୍ବରରେ କଂଗ୍ରେସର ବିରୋଧ: ଗାଡି ଉପରକୁ କଲା ଅଣ୍ଡା ମାଡ

ଭୁବନେଶ୍ବର: ଆଜି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଓଡିଶା ଗସ୍ତରେ ଆସିଛନ୍ତି। ଲକ୍ଷ୍ମୀପୁର ଖେରିରେ ଚାଷୀ ହତ୍ୟା ଘଟଣାରେ ତାଙ୍କ ପୁଅଙ୍କୁ ନେଇ ସେ ବିବାଦୀୟ ହୋଇପଡିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଓଡିଶା ଗସ୍ତକୁ କଂଗ୍ରେସ ବିରୋଧ କରିବ ବୋଲି ଘୋଷଣା କରିଥିଲା। ଏହି ପ୍ରରିପ୍ରେକ୍ଷୀରେ ଭୁବନେଶ୍ଵର ବିମାନବନ୍ଦର ଛକ ଠାରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ଚାଷୀ ହତ୍ୟା ଘଟଣାକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀଙ୍କ ଉପରକୁ କଂଗ୍ରେସ କର୍ମୀମାନେ ଅଣ୍ଡା ଆଉ କାଳି ମାଡ କରିଛନ୍ତି। ସେଠାରେ କେନ୍ଦ୍ର ମନ୍ତ୍ରୀଙ୍କୁ କଳା ପତାକା ଦେଖାଇ କଂଗ୍ରେସ ବିରୋଧ କରିଛି। ବିରୋଧ କରୂଥିବା ଶତାଧିକ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଛି।

ଉଲ୍ଲେଖ ଯୋଗ୍ୟ ଯେ, ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଓଡିଶା ଆସିଛନ୍ତି। କେନ୍ଦ୍ରମନ୍ତ୍ରୀ ଭୁବନେଶ୍ବରରୁ କଟକ ମୁଣ୍ଡୁଳି ଗସ୍ତରେ ଯିବେ। ସେଠାରେ ଥିବା ସିଆଇଏସଏଫର  ୧୮୦ ମ୍ୟାନ ବାରକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।