Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କରୋନା କଟକଣା କଡାକଡି କରିବାକୁ ସବୁ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏକ ପ୍ରକାର ଆଶ୍ଵସ୍ତି ମିଳୁଛି। ହେଲେ ଲୋକେ ସଂପୂର୍ଣ୍ଣ ବିପଦ ମୁକ୍ତ ଭାବିବା ଠିକ ନୁହେଁ। ସମସ୍ତ ରାଜ୍ୟ ସରକାର କରୋନା କଟକଣା ପ୍ରତି ଧ୍ୟାନ ଦେବା ଉଚିତ। କଟକଣାକୁ କଡାକଡି କରିବା ପାଇଁ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭାଲ୍ଲା ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ସତର୍କ କରାଇଛନ୍ତି। ଅନଲକ ହେଉଥିବା ସ୍ଥାନଗୁଡିକରେ କଟକଣା ଉପରେ ନଜର ରଖିବାକୁ ଅଜୟ ଭାଲ୍ଲା କହିଛନ୍ତି। ସଂକ୍ରମଣ କମୁଥିବାରୁ କେତେକ ରାଜ୍ୟରେ କଟକଣାକୁ କୋହଳ କରାଯାଉଛି।

ତେବେ କଟକଣା କୋହଳ ବେଳେ ଆଦୌ ବେପରୁଆ ନହେବାକୁ କେନ୍ଦ୍ର ଗୃହ ସଚିବ ସତର୍କ କରାଇଛନ୍ତି। ବର୍ତ୍ତମାନ ବିପଦ ସଂପୂର୍ଣ୍ଣ ଟଳିନି, କରୋନାରେ ଲଗାମ ପାଇଁ ପଞ୍ଚସୂତ୍ରୀ ଫର୍ମୁଲାକୁ କଡାକଡି ପାଳନ କରିବା ପାଇଁ ଅଜୟ କହିଛନ୍ତି। କୋଭିଡ ନିୟମ ମାଣିବା ସହ ଟେଷ୍ଟ, ଟ୍ରାକ, ଟ୍ରିଟ ଏବଂ ଟୀକାକରଣ ଉପରେ ଗୁରୁତ୍ଵ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସଂକ୍ରମଣ ଦେଖାଯାଉଥିବା ସ୍ଥାନରେ ତୁରନ୍ତ ମାଇକ୍ରୋ କଣ୍ଟେନମେଣ୍ଟ କରିବାକୁ  ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟକୁ କେନ୍ଦ୍ର ଗୃହ ସଚିବଙ୍କ ଚିଠି: ଜରୁରୀ ବ୍ୟତିତ ଶିଳ୍ପ ସଂସ୍ଥାକୁ ଅକ୍ସିଜେନ ନ ଦେବା ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି। ଅନେକ ରାଜ୍ୟରେ ଆକ୍ରାନ୍ତଙ୍କ ପାଇଁ କୋଭିଡ଼ ଶଯ୍ୟା ଅଭାବ ପରିଲିକ୍ଷିତ ହେଉଛି। ଏହାସହିତ ଗୁରୁତର ରୋଗୀଙ୍କ ପାଇଁ ଅକ୍ସିଜେନର ମଧ୍ୟ ଅଭାବ ଦେଖାଦେଉଛି। ଏପରି ସ୍ଥଳେ ଆଜି ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ କେନ୍ଦ୍ର ଗୃହ ସଚିବ ଚିଠି ଲେଖିଛନ୍ତି। ଅକ୍ସିଜେନ ଉପରେ କଟକଣା ପାଇଁ ଏହି ଚିଠିରେ ଉଲ୍ଲେଖ ଅଛି। ଅତି ଜରୁରୀ ନଥିବା ଶିଳ୍ପ ସଂସ୍ଥାକୁ ଅକ୍ସିଜେନ ନଦେବା ପାଇଁ କେନ୍ଦ୍ର ଗୃହ ସଚିବ ନିର୍ଦ୍ଦେଶ ଦେଇଛନ୍ତି।