Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ ୨୦୨୫: ପ୍ରୟାଗରାଜର ସଙ୍ଗମରେ ପବିତ୍ର ବୁଡ ପକାଇଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ

ପ୍ରୟାଗରାଜ: ମହାକୁମ୍ଭ ୨୦୨୫ରେ ଯୋଗଦେବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ପ୍ରୟାଗରାଜରେ ପହଞ୍ଚିଛନ୍ତି। ରାଜନାଥ ସିଂହଙ୍କ ସହ ରାଜ୍ୟସଭା ସାଂସଦ ଶ୍ରୀ ସୁଧାଂଶୁ ତ୍ରିବେଦୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରୟାଗରାଜରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ପ୍ରଥମେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଥିଲେ । ଏହାପରେ ସେ ଅକ୍ଷୟ ବଟ, ପାତାଳପୁରୀ ଓ ବଡ ହନୁମାନ ମନ୍ଦିର ପରିଦର୍ଶନ କରିବା ସହ ମହାକୁମ୍ଭ ବ୍ୟବସ୍ଥାର ସମୀକ୍ଷା କରିଥିଲେ।

ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ପ୍ରୟାଗରାଜର ସଙ୍ଗମରେ ସେ ଆଜି ବୁଡ ପକାଇବା ସୌଭାଗ୍ୟର ବିଷୟ। ଏହା ଭାରତୀୟତାର ଏକ ଭବ୍ୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପର୍ବ। ଭାରତୀୟତାର ମର୍ମ ବୁଝିବା ପାଇଁ ସମସ୍ତେ ମହାକୁମ୍ଭ ପରିଦର୍ଶନ କରିବା ଉଚିତ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଚତୁର୍ଥ ସକାରାତ୍ମକ ସ୍ୱଦେଶୀକରଣ ସୂଚୀକୁ ମଞ୍ଜୁରୀ ପ୍ରଦାନ

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଟ୍ୱିଟରେ ସୂଚନା ଦେଇଛନ୍ତି ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ୯୨୮ ଲାଇନ ରିପ୍ଲେସମେଣ୍ଟ ୟୁନିଟ/ଉପ-ପ୍ରଣାଳୀ/ଯନ୍ତ୍ରପାତିର ଚତୁର୍ଥ ସକାରାତ୍ମକ ସ୍ୱଦେଶୀକରଣ ସୂଚୀକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ସୂଚୀରେ ଉନ୍ନତ ମାନର ଉପକରଣ ଓ ଯନ୍ତ୍ରପାତି ସାମିଲ ରହିଛି। ଏହାକୁ ଆମଦାନୀ କରାଯାଇଥିଲେ ୭୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା।

ରାଜନାଥ ସିଂହଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ସକାରାତ୍ମକ ବିକାଶ। ଏହା ଆତ୍ମନିର୍ଭର ଭାରତ ପାଇଁ ଆମ ସଂକଳ୍ପକୁ ମଜବୁତ କରିବା ସହ ସ୍ଥାନୀୟ ଉଦ୍ୟୋଗୀ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବ।”