Categories
ଆଜିର ଖବର ଜାତୀୟ ଖବର

ଭାରତ-ଇଟାଲୀ ମଧ୍ୟରେ ଶିଳ୍ପ ସମ୍ପ୍ରତି ଅଧିକାର ସହଯୋଗ ସଂକ୍ରାନ୍ତ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଭାରତ-ଇଟାଲୀ ମଧ୍ୟରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ର ଅନୁମୋଦିତ ହୋଇଛି। ଭାରତ ସାଧାରଣତନ୍ତ୍ରର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ଶିଳ୍ପ ବିସ୍ତାର ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ଓ ଶିଳ୍ପ ସମ୍ପଦ ନିରାପତା ମହାନିର୍ଦ୍ଦେଶାଳ୍‌ୟ ଇଟାଲୀ ସାଧାରଣତନ୍ତ୍ର ମଧ୍ୟରେ ଏହି ଶିଳ୍ପ ସମ୍ପତି ଅଧିକାର ବିଷୟଗତ ସହଯୋଗ ବିଭାଗ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ସୁବିଧା- ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଫଳରେ ଦୁଇ ଦେଶ ମଧ୍ୟରେ ବୌଦ୍ଧିକ ସମ୍ପଦା ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦୁଇ ଦେଶର ଅଂଶୀଦାରଙ୍କ ମଧ୍ୟରେ ସହଯୋଗତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଇବ।

ପୃଷ୍ଠଭୂମି: ଜାତୀୟ ଓ ଆନ୍ତର୍ଜାତିକ ଆଇପିଆର ପଦ୍ଧତିରେ ବିଶେଷକରି ଷ୍ଟାର୍ଟଅପ୍ ଓ ଏସ୍‌ଏମ୍‌ଇ କ୍ଷେତ୍ରରେ ଏହି ବୁଝାମଣାପତ୍ର ଯୋଗୁଁ ଉଦ୍ୟୋଗମାନେ ଅନେକ ସୁବିଧା ପାଇବେ। ଏହି ବୁଝାବଣାପତ୍ର ଯୋଗୁଁ   ଆଇପିଆର ଆବେଦନପତ୍ରଗୁଡିକର ପଦ୍ଧତି ଗତ ସରଳୀକରଣ ହେବ । ଏହାକୁ ଲାଗୁ କରିବାରେ ମଧ୍ୟ ସୁବିଧା ହେବ।

ଏହି ବୁଝାମଣାପତ୍ର ଯୋଗୁଁ ଏହା ସବୁଠାରୁ ଉନ୍ନତ ଚଳଣି ଓ ବିନିମୟ କ୍ଷେତ୍ରରେ ତଥ୍ୟ ଆଦାନପ୍ରଦାନ  ଅଂଶୀଦାରମାନଙ୍କ ମଧ୍ୟରେ ସହଜ ହେବ।

Categories
ଆଜିର ଖବର ଜାତୀୟ ଖବର

ସୁରତ ବିମାନ ବନ୍ଦର ଆନ୍ତର୍ଜାତିକ ବିମାନବନ୍ଦର ଘୋଷଣାକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ସୁରତ ବିମାନ ବନ୍ଦର ଆର୍ନ୍ତଜାତିକ ବିମାନ ବନ୍ଦର ମାନ୍ୟତାକୁ ଅନୁମୋଦନ କରାଯାଇଛି।

ସୁରତ ବିମାନ ବନ୍ଦର କେବଳ ଅନ୍ତର୍ଜାତିକ ପର୍ଯ୍ୟଟକମାନଙ୍କ ନିମନ୍ତେ ପ୍ରବେଶ ଦ୍ୱାର ହୋଇରହିବ ନାହିଁ ବରଂ ଏହା ବିନା  ବାଧାବିଘ୍ନ ସହ ହୀରା ଓ କର୍ପାସ ଶିଳ୍ପର ଆମଦାନୀ ରପ୍ତାନୀ ମଧ୍ୟ କରିପାରିବ। ଏହି ରଣନୀତିକ ପଦକ୍ଷେପ ଅଭୂତପୂର୍ବ ଆର୍ଥିକ ସାମର୍ଥ୍ୟ ବୃଦ୍ଧି କରିବା ସହ ଆନ୍ତର୍ଜାତିକ ବିମାନ ଚଳାଚଳ ଦୃଶ୍ୟପଟରେ ସୁରତକୁ ଏକ ପ୍ରମୁଖ ସ୍ଥାନରେ ପରିଣତ କରିବା  ଓ  ସେ ଅଞ୍ଚଳରେ ସମୃଦ୍ଧିର ଏକ ନୂତନ ଯୁଗର ସୁତ୍ରପାତ ହେବ।

ଭାରତରେ ଦ୍ରୁତ ଅଭିବୃଦ୍ଧି ଘଟୁଥିବାର ସୁରତ ନଗରୀ ଶିଳ୍ପ ବିକାଶ ଓ ଆର୍ଥିକ ଶକ୍ତିର ଅଭୂତପୂର୍ବ ପ୍ରଦର୍ଶନ କରିପାରିଛି। ସୁରତ ବିମାନ ବନ୍ଦରକୁ ଆନ୍ତର୍ଜାତିକ ମାନ୍ୟତା ମିଳିବା ଯୋଗୁଁ ଆର୍ଥିକ ଅଭିବୃଦ୍ଧି ଘଟିବା ସହ ବିଦେଶୀ ପୁଞ୍ଜିନିବେଶ ଓ କୂଟନୀତିଜ୍ଞ ସମ୍ପର୍କରେ ମଧ୍ୟ ବୃଦ୍ଧି ଘଟିବ। ଯାତ୍ରୀ ଓ ପଣ୍ୟଦ୍ରବ୍ୟ କାରବାର ଆନ୍ତର୍ଜାତିକ ବିମାନବନ୍ଦର ମାନ୍ୟତା ଯୋଗୁଁ ବୃଦ୍ଧି ପାଇବା ସହ ଏହା ଆଞ୍ଚଳିକ ବିକାଶର ମାର୍ଗ ମଧ୍ୟ ପ୍ରଶସ୍ତ କରିବ।